ଆଜିଠୁ ଖୋଲିବ ମନ୍ଦିର, ଧାର୍ମିକ ଅନୁଷ୍ଠାନ

ଖୋର୍ଦ୍ଧା ଅଫିସ,୩।୧: ଖୋର୍ଦ୍ଧା ଜିଲାରେ ବିଏମ୍‌ସିକୁ ବାଦଦେଇ ଗ୍ରାମାଞ୍ଚଳରେ ଥିବା ସମସ୍ତ ମନ୍ଦିର ଏବଂ ଧାର୍ମିକ ଅନୁଷ୍ଠାନ ରବିବାର ଖୋଲିବ। ଏନେଇ ଜିଲା ପ୍ରଶାସନ ପକ୍ଷରୁ ଷ୍ଟାଣ୍ଡାର୍ଡ ଅଫ୍‌ ପ୍ରୋସିଜୁଅର(ଏସ୍‌ଓପି) ଜାରି କରାଯାଇଥିବା ଜିଲାପାଳ ସନତ ମହାନ୍ତି ଶନିବାର ସୂଚନା ଦେଇଛନ୍ତି। କରୋନା କଟକଣା ଯୋଗୁ ଗତ ମାର୍ଚ୍ଚ ୨୨ ତାରିଖ ଠାରୁ ଜିଲାରେ ସମସ୍ତ ଦେବଦେବୀ ମନ୍ଦିର ଏବଂ ଧାର୍ମିକ ଅନୁଷ୍ଠାନ ବନ୍ଦ ରହିଥିଲା। ଭକ୍ତଙ୍କ ମନ୍ଦିର ପ୍ରବେଶ ଉପରେ କଟକଣା ରହିଥିଲା। ଜିଲାରେ କରୋନା ନିୟନ୍ତ୍ରଣାଧୀନ ରହିଛି। ନିକଟରେ ସମସ୍ତ ମନ୍ଦିର ପରିଚାଳନା କମିଟି ଏବଂ ଧାର୍ମିକ ଅନୁଷ୍ଠାନ ପ୍ରତିନିଧିଙ୍କ ସହ ଜିଲା ପ୍ରଶାସନର ଆଲୋଚନା ହୋଇଥିଲା। ସମସ୍ତଙ୍କ ମତାମତଙ୍କୁ ଭିତ୍ତି କରି ଜିଲାରେ ଜାନୁୟାରୀ ୩ତାରିଖରେ ମନ୍ଦିର ଖୋଲିବା ନିଷ୍ପତ୍ତି ନିଆଯାଇଛି ବୋଲି ଜିଲାପାଳ ମହାନ୍ତି କହିଛନ୍ତି। ତେବେ ମନ୍ଦିରରେ କୋଭିଡ୍‌-୧୯ ଗାଇଡ୍‌ଲାଇନ ପାଳନ ଲାଗି କଡ଼ା ନିର୍ଦ୍ଦେଶ ଦିଆଯାଇଛି। ମନ୍ଦିରକୁ ସମସ୍ତ ଭକ୍ତ ମାସ୍କ, ସାନିଟାଇଜ ଏବଂ ସାମାଜିକ ଦୂରତା ରକ୍ଷା କରି ଦର୍ଶନ କରିବେ। ମନ୍ଦିର ପରିସରରେ ଅଯଥା ଗହଳି ନ କରିବାକୁ ମନ୍ଦିର ପରିଚାଳନା କମିଟିକୁ ତାଗିଦ୍‌ କରାଯାଇଛି। ମନ୍ଦିର ପ୍ରବେଶ ପଥରେ ଥର୍ମାଲ ସ୍କ୍ରିନିଂ ଏବଂ ସାନିଟାଇଜ ବ୍ୟବସ୍ଥା ରହିବ। ପ୍ରବେଶ ଓ ପ୍ରସ୍ଥାନ ଅଲଗା ବ୍ୟବସ୍ଥା କରିବେ। ମନ୍ଦିର ଆଗରେ କୋଭିଡ୍‌- ୧୯ ସଚେତନତା ପୋଷ୍ଟର ଲଗାଇବା ଲାଗି କୁହାଯାଇଛି। ମନ୍ଦିର ଦର୍ଶନ ଲାଗି ଏକା ଥରକେ ପ୍ରବେଶ କରିବେ ନାହିଁ। ପର୍ଯ୍ୟାୟ କ୍ରମେ ଭକ୍ତଙ୍କୁ ମନ୍ଦିର ଭିତରକୁ ଛାଡିବାକୁ ତାଗିଦ୍‌ କରାଯାଇଛି। ମନ୍ଦିର ବେଢାରେ ଭକ୍ତମାନେ ଅଯଥା ଭିଡ କରିବେ ନାହିଁ। ସ୍ଥାନୀୟ ତହସିଲଦାର ଏବଂ ପୋଲିସ ଅଧିକାରୀ ମନ୍ଦିର ଭିଡ଼ ନିୟନ୍ତ୍ରଣ କରିବା ଲାଗି ନିର୍ଦ୍ଦେଶ ଦିଆଯାଇଛି। ଖୋର୍ଦ୍ଧାର ପ୍ରମୁଖ ମନ୍ଦିର ଗୁରୁଜଙ୍ଗସ୍ଥିତ ଧବଳେଶ୍ୱର, ସାମନ୍ତରାପୁରସ୍ଥିତ ସ୍ବପ୍ନେଶ୍ୱର, ଗୋଡ଼ାସ୍ଥିତ ଗୋଡ଼ା ଲୋକନାଥ, ମା’ ଉଗ୍ରତାରା ଏବଂ ବାଣପୁର ଭଗବତୀ, କାଳିଜାଈ ପୀଠ ସମେତ ଜିଲାର ପ୍ରମୁଖ ପର୍ଯ୍ୟଟନ କେନ୍ଦ୍ର ବରୁଣେଇ ପୀଠ, କାଇପଦରସ୍ଥିତ ପୀରବାବାପୀଠରେ ପ୍ରବଳ ଭିଡ଼ ହେବା ଆଶଙ୍କା ରହିଛି। ରବିବାର ଛୁଟିଦିନ ଥିବାରୁ ଭକ୍ତ, ପର୍ଯ୍ୟଟକଙ୍କ ସମାଗମ ହେବା ସମ୍ଭାବନା ରହିଛି। କୋଭିଡ ଗାଇଡଲାଇନକୁ ଦୃଷ୍ଟିରେ ରଖି ଦର୍ଶନ ବ୍ୟବସ୍ଥାକୁ ଶୃଙ୍ଖଳିତ କରିବା ଲାଗି ସମସ୍ତ ମନ୍ଦିର ପରିଚାଳନା କମିଟି ଏବଂ ଧାର୍ମିକ ଅନୁଷ୍ଠାନଗୁଡ଼ିକୁ କୁହାଯାଇଛି। ଜିଲାର ସମସ୍ତ ପର୍ଯ୍ୟଟନ କେନ୍ଦ୍ର ଖୋଲାଯାଇଛି। ପର୍ଯ୍ୟଟକଙ୍କ ଭିଡ଼ ମଧ୍ୟ ଜମିବାରେ ଲାଗିଛି। ଚିଲିକା ପ୍ରତି ବିଶେଷ ଦୃଷ୍ଟି ଦିଆଯିବ। ତେବେ କୌଣସି ପର୍ଯ୍ୟଟନ ସ୍ଥଳରେ ବଣଭୋଜି ଆୟୋଜନ ପାଇଁ ଅନୁମତି ଦିଆଯିବ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକା ଗୋଟିଏ ରାତିରେ ଇରାନ୍‌କୁ କରିଦେବ ଧ୍ୱଂସ: ଚେତାବନୀ ଦେଲେ ଟ୍ରମ୍ପ, ଖୁବଶୀଘ୍ର…

ୱାଶିଂଟନ,୬/୪:ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ୍ ଯୁଦ୍ଧକୁ ନେଇ ସୋମବାର ପୁଣି କଡ଼ା ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି,ଆମେରିକା ମାତ୍ର ଗୋଟିଏ ରାତିରେ ସମ୍ପୂର୍ଣ୍ଣ ଇରାନ୍‌କୁ ଧ୍ୱଂସ…

ବିରୋଧୀଙ୍କୁ ଝଟ୍‌କା: CEC ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଅଭିଯୋଗ ପ୍ରସ୍ତାବ ଖାରଜ

ନୂଆଦିଲ୍ଲୀ,୬।୪: ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବକୁ ଖାରଜ କରାଯାଇଛି। ରାଜ୍ୟ ସଭା ଅଧ୍ୟକ୍ଷ ଏହି ପ୍ରସ୍ତାବକୁ ଖାରଜ କରିଛନ୍ତି। ବିରୋଧୀ ଦଳ…

ଥୁଆମୂଳ ରାମପୁରରେ ସଡ଼କ ଦୁର୍ଘଟଣା: ଗଲା ୩ ଜୀବନ, କ୍ଷତିପୂରଣ ପାଇଁ ରାସ୍ତାରୋକୋ

ଥୁଆମୂଳ ରାମପୁର, ୬ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅଞ୍ଚଳରେ ସୋମବାର ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୩ ଜଣଙ୍କ…

ସୁନା ଭର୍ତ୍ତି ବ୍ୟାଗ୍‌ ନେଇ ଯାଉଥିଲେ ପବିତ୍ର: ବାଟରେ ଛକିଥିଲେ ୪ ଦୁର୍ବୃତ୍ତ: ଆଉ ତା’ପରେ ଘଟିଲା..

ଦିଗପହଣ୍ଡି,୬।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଗ୍ରାମର ଖଜୁରୀପଦା ସାହି ନିକଟରେ ସୋମବାର ରାତି ପ୍ରାୟ ୮ଟାରେ ଗୁଳି ଫୁଟିଛି। ଡେଙ୍ଗାଓସ୍ତା-ଭୀଷ୍ମଗିରି ଗ୍ରାମ…

କାମଦେବଙ୍କୁ ମିଳିଲା ବଡ଼ ଦାୟିତ୍ୱ: ଆଦିବାସୀଙ୍କ ବିକାଶ ପାଇଁ ଦେଲେ ପ୍ରତିଶ୍ରୁତି

ମୋହନା,୬।୪(ମନ୍ମଥ ମିଶ୍ର): ଗଜପତି ଜିଲାର ସର୍ବାଙ୍ଗୀନ ଉନ୍ନତି ପାଇଁ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଭାବେ କାମଦେବ ବଡ଼ନାୟକଙ୍କୁ ରାଜ୍ୟ ସରକାର ମନୋନୀତ କରିଛନ୍ତି। ସେ ମୋହନା…

ସଲମାନଙ୍କ ଫଟା ଜୋତାର ଦାମ୍‌ ଜାଣିଲେ ଉଡିଯିବ ହୋଶ୍‌

ସଲମାନ ଖାନ ବଲିଉଡ ସୁପରଷ୍ଟାର ଭାବରେ ଜଣାଶୁଣା। ସେ ଯାହା କରନ୍ତି, ସମସ୍ତଙ୍କ ନଜର ତାଙ୍କ ଉପରେ ଥାଏ। ସେ ଫ୍ୟାଶନ ହେଉଛି କି ଫିଲ୍ମ ସବୁଠି…

ହାର୍‌ ମାନିଗଲେ ଟ୍ରମ୍ପ! ଶେଷରେ ଇରାନକୁ କହିଲେ ଶକ୍ତିଶାଳୀ, ଯୁଦ୍ଧ ଶେଷ କରିବା ଉପରେ ଦେଲେ ବଡ଼ ଅପଡେଟ୍‌

ଓ୍ବାଶିଂଟନ୍‌,୬।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନର ଶକ୍ତିକୁ ସ୍ବୀକାର କରିଛନ୍ତି। ଚାଲିଥିବା ଶାନ୍ତି ଆଲୋଚନା ଏବଂ ୪୮ ଘଣ୍ଟାର ଅଲ୍ଟିମେଟମ୍‌…

ବରଗଡ଼ରେ କରାମାଡ଼,ଫସଲ ଧୂଳିସାତ୍‌: ଉଜୁଡିଲା ଚାଷୀଙ୍କ ଅମଳ ଆଶା

ବରଗଡ଼,୬।୪(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉତ୍ପାଦନ ଯୋଗୁ ରାଜ୍ୟର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲାର ଚାଷୀଙ୍କ ଦୁଃଖ ସରୁନାହିଁ। ଧାନବିକ୍ରି ଅବ୍ୟବସ୍ଥା ସାଧାରଣରେ ପରିଣତ ହୋଇଥିବାବେଳେ ପ୍ରକୃତିର ତାଣ୍ଡବ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri