ପୋତାଗଡ଼ ପୁନରୁଦ୍ଧାର କାର୍ଯ୍ୟ ସମୀକ୍ଷା କଲେ ତହସିଲଦାର

ଗଞ୍ଜାମ,୯।୩(ଡି.ଏନ୍‌.ଏ.): ଗଞ୍ଜାମ ସହରସ୍ଥିତ ଐତିହାସିକ ପୋତାଗଡ଼ ସୌନ୍ଦର୍ଯ୍ୟକରଣ ଓ ପୁନରୁଦ୍ଧାର କାର୍ଯ୍ୟ ଜୋରଦାରରେ ଚାଲିଛି l ମଙ୍ଗଳବାର ତହସିଲଦାର ଅରୁଣ କୁମାର ନାୟକ ପୋତାଗଡ଼ ଗ୍ରସ୍ତ କରି ଚାଲିଥିବା କାର୍ଯ୍ୟ ସମୀକ୍ଷା କରିଛନ୍ତି। ବର୍ତ୍ତମାନ ଯୁଦ୍ଧକାଳୀନ ଭିତ୍ତରେ ପୋତାଗଡ଼ କାର୍ଯ୍ୟ ଚାଲିଛି। ଏ ନେଇ ଜିଲା ପ୍ରଶାସନଠାରୁ ଆରମ୍ବ କରି ତହସିଲ ଓ ଏନ୍‌ଏସି ପ୍ରଶାସନ ପକ୍ଷରୁ ତତ୍ପରତା ଦେଖାଯାଉଛି l ତହସିଲଦାରଙ୍କ ସମୀକ୍ଷା ବେଳେ ପୂର୍ବତନ ଏମ୍‌ପି ପ୍ରତିନିଧି ସୁଧୀର କୁମାର ପାଢ଼ୀ, ଯୁବ ସ୍ବେଛାସେବୀ ରାକେଶ ରଞ୍ଜନ ଦାସ, ମନୋଜ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ l