କରୋନାରୁ ସୁସ୍ଥ ହୋଇ କାର୍ଯ୍ୟରେ ଯୋଗଦେଲେ ତହସିଲଦାର

ପୁରୁଷୋତ୍ତମପୁର,୨୭ା୮(ଡି.ଏନ୍‌.ଏ.): କରୋନା ଯୋଦ୍ଧା ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ତହସିଲ ଅରୁଣ କୁମାର ନାୟକ ଗତ ୧୨ ତାରିଖରେ କରୋନାରେ ଆକ୍ରାନ୍ତ ହୋଇଥିଲେ। ଫଳରେ ସେ ହୋମ୍‌ କ୍ୱାରାଣ୍ଟାଇନ୍‌ରେ ରହି ଚିକିତ୍ସିତ ହେବାରେ ଲାଗିଥିବା ବେଳେ ସୁସ୍ଥ ହୋଇ ଗୁରବାର କାର୍ଯ୍ୟରେ ଯୋଗ ଦେଇଛନ୍ତି। ସେ ଗତ ମାର୍ଚ୍ଚ ମାସ ଠାରୁ ମହାମାରୀ କରୋନା ଆତଙ୍କ ଦେଖା ଦେବା ପରଠାରୁ ଦିନ ରାତି ଏକ କରି ବିଭିନ୍ନ ଗ୍ରାମକୁ ବୁଲି ବୁଲି ଲୋକଙ୍କୁ ସଚେତନତା କରିବା ସହ କ୍ୱାରାଣ୍ଟାଇନ୍‌ ସେଣ୍ଟରରେ ପ୍ରବାସୀମାନଙ୍କ ଶିଶୁଙ୍କୁ ଖେଳଣା ଓ ମନୋରଞ୍ଜନ ସାମଗ୍ରୀ ବଣ୍ଟନ କରି ଶିଶୁଙ୍କୁ ଆକୃଷ୍ଟ କରିବା ଲାଗି ସେମାନଙ୍କ ସହ ଖେଳି ସମୟ ବିତାଇବା, ରୋଗରୁ ଲୋକଙ୍କୁ ରକ୍ଷା କରିବା ଲାଗି ବିଭିନ୍ନ ପ୍ରକାରର ପଦକ୍ଷେପ ମାନ ନେବା ସହ ଅମାନିଆଙ୍କୁ ସାବାଡ଼ କରି ପୁରୁଷୋତ୍ତମପୁର ଅଞ୍ଚଳରେ ଚର୍ଚ୍ଚାରେ ରହିଛନ୍ତି। ସେ ଆରୋଗ୍ୟ ହୋଇ କାର୍ଯ୍ୟରେ ଯୋଗ ଦେଇଥିବାରୁ ଜନସାଧାରଣ ପକ୍ଷରୁ ଶୁଭେଚ୍ଛାର ସୁଅ ଛୁଟୁଛି।