୩ ଦିନ କ୍ଷୟକ୍ଷତି ଆକଳନ କରିବ ଟିମ୍‌

ଖୋର୍ଦ୍ଧା ଅଫିସ,୨୮।୮: ଚଳିତ ବନ୍ୟାରେ ଖୋର୍ଦ୍ଧା ଜିଲାର ଅନେକ ଗଁା ଜଳମଗ୍ନ ହୋଇଥିବା ବେଳେ ଶତାଧିକ ଗ୍ରାମବାସୀ ପ୍ରଭାବିତ ହୋଇଥିଲେ। ଏକର ଏକର ଚାଷଜମିରେ ବନ୍ୟାପାଣି ମାଡ଼ି ଫସଲ ନଷ୍ଟ ହୋଇଥିଲା। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆକାଶମାର୍ଗରୁ ଓଡ଼ିଶାର ସ୍ଥିତି ଅନୁଧ୍ୟାନ କରିଥିଲେ। କୃଷି ବିଭାଗ ପକ୍ଷରୁ ସପ୍ତାହକ ମଧ୍ୟରେ କ୍ଷୟକ୍ଷତି ଆକଳନ କରି ରିପୋର୍ଟ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ତଦନୁସାରେ ଖୋର୍ଦ୍ଧା ଜିଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀ କ୍ଷୟକ୍ଷତି ଆକଳନ କରିବା ଲାଗି ବିଭାଗୀୟ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ରବିବାରଠାରୁ ଜିଲାରେ ୩ ଦିନ ଧରି ରାଜସ୍ବ, ଉଦ୍ୟାନ ଏବଂ କୃଷି ବିଭାଗ ମିଳିତ ଭାବେ ଫସଲ କ୍ଷୟକ୍ଷତି ଆକଳନ କରି ରିପୋର୍ଟ ପ୍ରଦାନ କରିବେ। ଆକଳନ ସମୟରେ ଯୋଗ୍ୟ ହିତାଧିକାରୀ ଯେପରି କ୍ଷତିପୂରଣ ତାଲିକାରୁ ବାଦ୍‌ ନ ପଡ଼ନ୍ତି, ସେଥିପ୍ରତି ଦୃଷ୍ଟିଦେବାକୁ ଜିଲାପାଳ ପରାମର୍ଶ ଦେଇଛନ୍ତି। ଯେପରି ଅଯୋଗ୍ୟ ହିତାଧିକାରୀ ତାଲିକାରେ ସ୍ଥାନ ନ ପାଇବେ, ସେଥିଲାଗି ସୁନିଶ୍ଚିତ କରିବାକୁ ତାଗିଦ୍‌ କରିଛନ୍ତି। କ୍ଷୟକ୍ଷତି ଆକଳନ ଲାଗି ବ୍ଲକସ୍ତରରେ କମିଟି ଗଠନ କରାଯାଇଛି। ଉକ୍ତ ଟିମ୍‌ରେ ପଞ୍ଚାୟତିରାଜ, ରାଜସ୍ବ ଏବଂ ସମ୍ପୃକ୍ତ ବିଭାଗର ଅଧିକାରୀ ଓ କର୍ମଚାରୀ ରହିଛନ୍ତି। ଏହି ଟିମ୍‌ କ୍ଷତିଗ୍ରସ୍ତ ଅଞ୍ଚଳ ବୁଲିବା ସହ ଆକଳନ ବେଳେ ସମ୍ପୃକ୍ତ ହିତାଧିକାରୀଙ୍କ କ୍ଷୟକ୍ଷତି ସ୍ଥାନର ଫଟୋ ଜିଓଟ୍ୟାଗିଂ କରିବ।
ଜିଲା ମୁଖ୍ୟ କୃଷି କାର୍ଯ୍ୟାଳୟର ସୂଚନା ଅନୁସାରେ, ଚଳିତ ଲଘୁଚାପ ବର୍ଷା ଓ ବନ୍ୟା ପ୍ରଭାବରେ ଜିଲାର ୯ଟି ବ୍ଲକର ୮୨ ପଞ୍ଚାୟତର ୨୪୩ ଗ୍ରାମର ପ୍ରାୟ ୧୦ ହଜାର ୯୬୩ ହେକ୍ଟର ଫସଲ ନଷ୍ଟ ହୋଇଛି। ସେଥିରୁ ୧୦ହଜାର ୬୫୦ ଧାନ ଏବଂ ୩୧୨ ହେକ୍ଟର ଅଣଧାନ(ପନିପରିବା) ନଷ୍ଟ ହୋଇଛି। ତେବେ ଗାଁରୁ ପାଣି ଖସିଥିବା ବେଳେ ଚାଷଜମିରେ ପାଣି ରହିଛି। ମାଟିରେ ମିଶିଯାଇଛି ଚାଷୀଙ୍କ ଫସଲ। ଦୁଇ ବର୍ଷ କରୋନା ଯୋଗୁ ଆଦାୟ ଫସଲ ବିକ୍ରି କରି ନ ପାରି କ୍ଷତି ସହିଥିଲେ। ଏବେ ପୁଣି ଲଘୁଚାପ ପରେ ବନ୍ୟାଜଳ ମାଡ଼ି ସବୁକିଛି ଛାର୍‌ଖାର କରିଦେଇଛି ବୋଲି ଚାଷୀ ଅଭିଯୋଗ କରିଛନ୍ତି। ଖୋର୍ଦ୍ଧା ବ୍ଲକର ୧୨ ପଞ୍ଚାୟତର ୪୨ ଗ୍ରାମର ୨୨୬୮ ହେକ୍ଟର ଧାନ ଏବଂ ୪୦ ହେକ୍ଟର ପନିପରିବା ନଷ୍ଟ ହୋଇଛି। ସେହିପରି ବେଗୁନିଆ ବ୍ଲକର ୨୧ ପଞ୍ଚାୟତର ୪୫ ଗଁାର ୧୭୩୧ ହେକ୍ଟର ଧାନ, ବୋଲଗଡ଼ ବ୍ଲକର ଗୋଟିଏ ପଞ୍ଚାୟତର ୩ଟି ଗ୍ରାମର ୭ ହେକ୍ଟର, ଟାଙ୍ଗୀ ବ୍ଲକ ୬ଟି ପଞ୍ଚାୟତ ୨୪ ଗ୍ରାମର ୬୬୫ ହେକ୍ଟର ଧାନ ଓ ୫୦ ହେକ୍ଟର ପରିବା, ବାଣପୁର ବ୍ଲକ ଗୋଟିଏ ପଞ୍ଚାୟତର ୪ଟି ଗ୍ରାମର ୧୬ ହେକ୍ଟର ଧାନ, ଭୁବନେଶ୍ୱର ବ୍ଲକର ୬ଟି ପଞ୍ଚାୟତର ୨୧ ଗ୍ରାମର ୮୪୪ ହେକ୍ଟର ଧାନ ଓ ୪୯ ଏକର ପରିବା, ଜଟଣୀ ବ୍ଲକ ୬ ପଞ୍ଚାୟତ ୩୪ଟି ଗ୍ରାମର ୧୫ଶହ ହେକ୍ଟର ଧାନ, ବାଲିଅନ୍ତା ବ୍ଲକର ୧୬ ପଞ୍ଚାୟତ ୨୮ ଗ୍ରାମର ୧୪୦୨ ହେକ୍ଟର ଧାନ ଓ ୨୭ ହେକ୍ଟର ପରିବା ଫସଲ କ୍ଷତିଗ୍ରସ୍ତ ହୋଇଥିବା ବେଳେ ବାଲିପାଟଣା ବ୍ଲକର ୧୩ ପଞ୍ଚାୟତର ୪୨ ଗଁାର ୨୨୧୭ ହେକ୍ଟର ଧାନ ଓ ୧୪୬ ହେକ୍ଟର ପନିପରିବା ନଷ୍ଟ ହୋଇଥିବା ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ବରଗଡ଼ରେ ଆଇନଶୃଙ୍ଖଳା ପରିସ୍ଥିତି ହୁଗୁଳା, ସ୍ପଷ୍ଟ ଦିବାଲୋକରେ ଟ୍ରକ୍‌ ଚାଳକଙ୍କୁ ଛୁରାମାଡ଼

ବରଗଡ଼,୭ା୩(ପ୍ରେମାନନ୍ଦ ଖମାରୀ): ଶାନ୍ତିପ୍ରିୟ ବରଗଡ଼ ଜିଲାରେ ଆଇନଶୃଙ୍ଖଳା ପରିସ୍ଥିତି ହୁଗୁଳା ହୋଇପଡ଼ିଛି। ଦିନ ଦ୍ବିପ୍ରହରରେ ଏଠାକାର ବିଚ୍‌ ରାସ୍ତା ଉପରେ ଛୁରି, ଭୁଜାଲି ବୁଲୁଛି। ଛୁରି, ଭୁଜାଲି…

ସରକାରଙ୍କ ବଡ଼ ଘୋଷଣା: ତୃତୀୟ ସନ୍ତାନ ଜନ୍ମ ହେଲେ ମିଳିବ ୨୫,୦୦୦ ଟଙ୍କା

ହାଇଦ୍ରାବାଦ୍‌,୭।୩: ଆନ୍ଧ୍ର ପ୍ରଦେଶ ସରକାର ଏକ ନୂତନ ପଦକ୍ଷେପ ଘୋଷଣା କରିଛନ୍ତି। ରାଜ୍ୟ ମୁଖ୍ୟମନ୍ତ୍ରୀ ଏନ. ଚନ୍ଦ୍ରବାବୁ ନାଇଡୁ ବିଧାନସଭାରେ କହିଛନ୍ତି,ରାଜ୍ୟର ଜନ୍ମହାର ନିରନ୍ତର ହ୍ରାସ ପାଉଛି…

ସ୍ତ୍ରୀଙ୍କୁ ପିଟିପିଟି ମାରିଦେଲେ ସ୍ବାମୀ, ପୋଲିସ ପଚାରିବାରୁ କହିଲେ କାଲି ରାତିର ଘଟଣା…

ଦେବଗଡ଼,୭ା୩(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଜିଲା ବାରକୋଟ ବ୍ଲକ ବମ୍ପରଡ଼ା ଆଇଆରବି ବାଟାଲିୟନ ପଛପାଖରୁ ଜଣେ ମହିଳାଙ୍କ ମୃତଦେହ ଜବତ ହେଇଥିବା ଜଣାପଡ଼ିଛି। ତେବେ ଘରୋଇ କଳିରୁ…

୭ ବର୍ଷର ଶିଶୁକୁ ଅପହରଣ କରି ଗଳାକାଟି ହତ୍ୟା: ଟଙ୍କାମାଗିଲେ, ପରେ  ମୃତଦେହ ବସ୍ତାରେ ବାନ୍ଧି…

ବିଷମକଟକ,୭।୩(ପ୍ରସନ୍ନ କୁମାର ପଣ୍ଡା): ରାୟଗଡ଼ା ଜିଲା ବିଷମକଟକ ବ୍ଲକ ଅନ୍ତର୍ଗତ ଚାଟିକଣା ଅଞ୍ଚଳରେ ଜଣେ ୭ ବର୍ଷର ଶିଶୁକୁ ଅପହରଣ ପରେ ଗଳାକାଟି ହତ୍ୟା କରାଯିବା ଘଟଣା…

ସପ୍ତମ ଶ୍ରେଣୀ ଛାତ୍ରୀଙ୍କୁ ହିନ୍ଦୀ ଶିକ୍ଷକଙ୍କ ଅସଦାଚରଣ, ଗ୍ରାମବାସୀଙ୍କ ହୋ-ହଲ୍ଲା ପରେ…

ବାସୁଦେବପୁର,୭ା୩(ନାରାୟଣ ପ୍ରସାଦ ବାରିକ): ଭଦ୍ରକ ଜିଲାର ବାସୁଦେବପୁର ବ୍ଲକ ଅଧୀନ ସାନକୃଷ୍ଣପୁର ପଞ୍ଚାୟତର ଚାନ୍ଦିମାଳଠାରେ ଥିବା ଜବାହୀ ନବୋଦୟ ବିଦ୍ୟାଳୟରେ ପଢୁଥିବା ସପ୍ତମ ଶ୍ରେଣୀ ଛାତ୍ରୀଙ୍କୁ ହିନ୍ଦୀ…

ଯୁଦ୍ଧର ପ୍ରଭାବ! ଏହି ଦେଶରେ ଆକାଶଛୁଆଁ ହେଲାଣି ପେଟ୍ରୋଲ-ଡିଜେଲ ଦାମ୍‌

ଇସଲାମାବାଦ,୭।୩: ପାକିସ୍ତାନ ବର୍ତ୍ତମାନ ପେଟ୍ରୋଲ ଏବଂ ଡିଜେଲର ଘୋର ଅଭାବର ସମ୍ମୁଖୀନ ହେଉଛି। ବେଲୁଚିସ୍ତାନ, ଖାଇବର ପଖତୁନଖ୍ବା, ପଞ୍ଜାବ (ପାକିସ୍ତାନ) ଏବଂ ସିନ୍ଧ ସମେତ ଅନେକ ଅଞ୍ଚଳରେ…

ହାର୍ଦ୍ଦିକଙ୍କ ସହ ମାହିକାଙ୍କୁ ଦେଖି କେମିତି ରିଆକ୍ସନ ଦେଲେ ଗୌତମ ଗମ୍ଭୀର? ଦେଖନ୍ତୁ ଭିଡ଼ିଓ

ନୂଆଦିଲ୍ଲୀ,୭।୩: ଇଂଲଣ୍ଡ ବିପକ୍ଷ ସେମିଫାଇନାଲରେ ଟିମ ଇଣ୍ଡିଆର ବିଜୟରେ ହାର୍ଦ୍ଦିକ ପାଣ୍ଡ୍ୟା ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ସେ ପ୍ରଥମେ ବ୍ୟାଟ ସହିତ ଚମତ୍କାର ପ୍ରଦର୍ଶନ କରିଥିଲେ,…

ମଦ ବୋତଲରେ ମିଳିଲା ଏମିତି ଜିନିଷ ଗ୍ରାହକଙ୍କ ଉଡିଲା ହୋସ୍‌, ଦୋକାନି କହିଲେ ଆମ କାମ ବିକ୍ରି କରିବା ତିଆରି କରିବା ନୁହେଁ

ହାଇଦ୍ରାବାଦ,୭।୩: ହାଇଦ୍ରାବାଦର ନାଚାରାମ ଅଞ୍ଚଳରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି। ବିୟର ବୋତଲ ଖୋଲିବା ମାତ୍ରେ ଜଣେ ବ୍ୟକ୍ତି ଭିତରେ ଏକ ଛୋଟ ମାଛ ପହଁରୁଥିବାର ଦେଖିଲେ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri