ବହୁ ସମସ୍ୟା ଦେଇ ଗତି କରୁଛି ଶିକ୍ଷକ ସମାଜ: ସମାନ କାମକୁ ସମାନ ଦରମା ଦାବି

ଦାରିଙ୍ଗବାଡି, ୬।୯ (ଅରୁଣ ସାହୁ):ବିଦ୍ୟାଳୟରେ ବିଭିନ୍ନ ବର୍ଗର ଶିକ୍ଷକ ରହିଛନ୍ତି। ସେମାନେ ସମାନ କାମ କରୁଛନ୍ତି। ତେଣୁ ସମାନ କାମକୁ ସମାନ ଦରମା ଦେବାକୁ ନିଖିଳ ଉତ୍କଳ ଶିକ୍ଷକ ଫେଡେରେସନର ପୂର୍ବତନ ମହାସଚିବ ଶେଖ ଅବଦୁଲ ଖାଲିକ ଦାବି କରିଛନ୍ତି। ଏକ କାର୍ଯ୍ୟକ୍ରମରେ ମୁଖ୍ୟବକ୍ତା ଭାବେ ଯୋଗଦେବା ଅବସରରେ ଏକ ଖବରଦାତା ସମ୍ମିଳନୀରେ ପ୍ରକାଶ କରିଥିଲେ। ସେ ଆହୁରି କହିଥିଲେ, ସରକାର ନୂତନ ପେନସନ ସ୍କିମକୁ ଉଛେଦ କରି ସେହି ପୁରୁଣା ପେନସନ ସ୍କିମରେ ସମସ୍ତଙ୍କୁ ପେନସନ ଦେବା ବ୍ୟବସ୍ଥା କରନ୍ତୁ ବୋଲି ଦାବି ଉଠାଇଥିଲେ।

ଶିକ୍ଷକଙ୍କ ଦରମା ସମ୍ପର୍କରେ ସେ ଉଦବେଗ ପ୍ରକାଶ କରି ସେ କହିଥିଲେ,ଜଣେ ଗଣଶିକ୍ଷକ ସମାନ କାମ କରି ୧୦ ହଜାର ଦରମା ପାଉଥିବା ବେଳେ ଏକ୍ସ କେଡର ତାଠାରୁ ଟିକିଏ ଅଧିକା ଆଉ ନୂତନ ପେନସନ ସ୍କିମର ଶିକ୍ଷକ ଆଉ କିଛି ଅଧିକା ପାଉଥିବାବେଳେ ପୁରୁଣା ପେନସନ ସ୍କିମର ଶିକ୍ଷକ ସମସ୍ତଙ୍କଠାରୁ ଅଧିକା ଦରମା ସରକାର ଦେଉଛନ୍ତି। ତେଣୁ ସମସ୍ତଙ୍କ ଦରମା ସମାନ କରନ୍ତୁ ବୋଲି ସେ ସରକାରଙ୍କ ନିକଟରେ ଦାବି କରିଛନ୍ତି। ସେହିପରି ବିଦ୍ୟାଳୟ ଭିତ୍ତିଭୂମିର ଅଭାବ ରହିଥିବାବେଳେ ବିଦ୍ୟାଳୟରେ ଇଣ୍ଟରନେଟ ବ୍ୟବସ୍ଥା ନ ଥିବା ଶ୍ରେଣୀ କୋଠାର ଅଭାବ, ପ୍ରତି ଶ୍ରେଣୀ ପାଇଁ ଶିକ୍ଷକ ଅଭାବ, ଖେଳ ପଡିଆର ଅଭାବ, ସୁଇପର, କିରାଣୀ ଅଭାବ ଅନେକ ବିଦ୍ୟାଳୟରେ ବିଦ୍ୟୁତ ଅଭାବ ସହ ସରକାର ଶିକ୍ଷକଙ୍କ ଦ୍ୱାରା ବିଭିନ୍ନ କାର୍ଯ୍ୟ କରାଉଛନ୍ତି। କିନ୍ତୁ ତାଙ୍କୁ ମୋବାଇଲ କିମ୍ବା ଟାବଲେଟ ଦିଆଯାଉ ନ ଥିବା ସେ ଅଭିଯୋଗ କରିବା ସହ ଏତେ ସମସ୍ୟା ଭିତରେ ଶିକ୍ଷକ ମଧ୍ୟାହ୍ନ ଭୋଜନ ଦାୟିତ୍ୱଠାରୁ ସମଗ୍ର ଦାୟିତ୍ୱ ନେଉଛନ୍ତି। ଫଳରେ ଗୁଣାତ୍ମକ ଶିକ୍ଷା ପ୍ରଦାନରେ ସମସ୍ୟା ଦେଖାଯାଉଥିବା ସେ କହିଥିଲେ। ତେଣୁ ଶିକ୍ଷକ ମାନଙ୍କୁ ବିଭିନ୍ନ କାର୍ଯ୍ୟରୁ ମୁକ୍ତ କରି କେବକ ଶିକ୍ଷାଦାନ ପାଇଁ ନିୟୋଜିତ କଲେ ଶିକ୍ଷାର ମାନ ବୃଦ୍ଧି ପାଇବ ବୋଲି ସେ କହିଛନ୍ତି। ଲୋକଙ୍କ ସରକାର ନିଶ୍ଚିତ ଶିକ୍ଷକ ସମାଜର ବିକାଶ ପାଇଁ ତାଙ୍କ ଦୀର୍ଘ ବର୍ଷର ଦାବିଗୁଡିକ ପୂରଣ କରିବେ ବୋଲି ଆଶାବାଦୀ ଥିବା ସେ କହିଛନ୍ତି। ଏହି ଖବରଦାତା ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ବ୍ଲକ ପ୍ରାଥମିକ ଶିକ୍ଷକ ସଂଘର ସଭାପତି ଯାମିନୀକାନ୍ତ ପଡ୍ରା, ସାଧାରଣ ସମ୍ପାଦକ ସଂଗ୍ରାମ କୁମାର ନାୟକ, ଜିଲ୍ଲା ସମ୍ପାଦକ ବିଦୁଭୂଷଣ ନାୟକ,ରମାକାନ୍ତ ଦିଗାଲ,ମୁକୁନ୍ଦ ବଳିୟାରସିଂ, ମୋହନ ସାହୁଙ୍କ ସମେତ ବହୁ ଶିକ୍ଷକ ନେତା ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

‘ଆମେ ଯାହା କରିଛୁ ଠିକ୍‌ କରିଛୁ’, କାହିଁକି ଏମିତି କହିଲେ ଜୟଶଙ୍କର? ଜାଣନ୍ତୁ ଇରାନ ଯୁଦ୍ଧ ସହ କ’ଣ ରହିଛି ସମ୍ପର୍କ

ନୂଆଦିଲ୍ଲୀ,୭।୩: ରାଇସିନା ଡାଏଲଗ ୨୦୨୬ରେ ମଧ୍ୟପ୍ରାଚ୍ୟ ଉତ୍ତେଜନା ମଧ୍ୟରେ ଭାରତର ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର କୋଚିରେ ଏକ ଇରାନୀ ନୌସେନା ଜାହାଜକୁ ଡକିଂ କରିବାକୁ ଅନୁମତି…

ଜିଲା ଉନ୍ନୟନ ସମନ୍ବୟ ଓ ନିରୀକ୍ଷଣ କମିଟି ବୈଠକ: ସମୀକ୍ଷା କଲେ ଆସିକା ଏମ୍‌ପି

ଛତ୍ରପୁର,୭ା୩(ଦିଲ୍ଲୀପ ସାମଲ): ସ୍ଥାନୀୟ ଋଷିକୂଲ୍ୟା ସମ୍ମିଳନୀ କକ୍ଷରେ ଜିଲା ଉନ୍ନୟନ ସମନ୍ବୟ ଓ ନିରୀକ୍ଷଣ କମିଟି ବୈଠକ(ଦିଶା) ଅନୁଷ୍ଠିତ ହୋଇଥିଲା। ବୈଠକରେ କମିଟିର ଅଧ୍ୟକ୍ଷା ତଥା ଆସିକା…

ଯୁଦ୍ଧ ଭିତରେ ପାକିସ୍ତାନକୁ ଶକ୍ତ ଝଟ୍‌କା, ବରବାଦ୍‌ ହୋଇଯିବ ପାକ୍‌

ଇସଲାମବାଦ,୭।୩: ପାକିସ୍ତାନ ଏବେ ମଧ୍ୟପ୍ରାଚ୍ୟରେ ଯୁଦ୍ଧର ପରିଣାମ ମଧ୍ୟ ଭୋଗୁଛି। କାତାର ପାକିସ୍ତାନକୁ ଏକ ଫୋର୍ସ ମ୍ୟାଜିଅର ନୋଟିସ ଜାରି କରିଛି। ଏହାର ଅର୍ଥ ହେଉଛି ଯେ…

ପଡ଼ୋଶୀ ଦେଶକୁ କ୍ଷମା ମାଗିବା ସହ ଧମକ ଦେଲେ ଇରାନ ରାଷ୍ଟ୍ରପତି! କହିଲେ, ‘ ଆମେ ସେ ପର୍ଯ୍ୟନ୍ତ ଆକ୍ରମଣ କରିବୁ ନାହିଁ ଯେପର୍ଯ୍ୟନ୍ତ…’

ତେହରାନ,୭।୩: ଇରାନ ରାଷ୍ଟ୍ରପତି ମାସୁଦ ପେଜେସ୍କିଆନ ପଡ଼ୋଶୀ ଦେଶ ଉପରେ ଆକ୍ରମଣ କରିବାକୁ ନେଇ କ୍ଷମା ପ୍ରାର୍ଥନା କରିଛନ୍ତି। ରାଷ୍ଟ୍ରପତି ସରକାରୀ ଟେଲିଭିଜନରେ ପୂର୍ବରୁ ରେକର୍ଡ ହୋଇଥିବା…

ପଙ୍ଖାରେ ଝୁଲୁଥିଲା ବୃଦ୍ଧଙ୍କ ମୃତଦେହ, ଘର ଆଗରେ ପଡ଼ିଛି କୁରାଢ଼ି, ବୋହୂଙ୍କ ମୁଣ୍ଡ ଫାଟିଛି, କହିଲେ ଶ୍ୱଶୁର…

ପାରାଦୀପ,୭ା୩(ଶରତ ରାଉତ): ଜଗତସିଂହପୁର ଜିଲା ପାରାଦୀପ ଲକ୍‌ ଥାନା ଅନ୍ତର୍ଗତ ଭୁତମୁଣ୍ଡାଇ ଗ୍ରାମରେ ଶନିବାର ସକାଳୁ ଜଣେ ଶତାୟୁ ବୃଦ୍ଧଙ୍କ ଝୁଲନ୍ତା ମୃତଦେହ ଦେଖିବାକୁ ମିଳିଥିଲା। ମୃତକ…

ଫାଇନାଲ ମ୍ୟାଚ ପୂର୍ବରୁ ଟିମ ଇଣ୍ଡିଆକୁ ଖୋଲା ଚ୍ୟାଲେଞ୍ଜ ଦେଲେ Mitchell Santner, କହିଲେ…

ନୂଆଦିଲ୍ଲୀ,୭।୩: ରବିବାର ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ୨୦୨୬ ଟି୨୦ ବିଶ୍ୱକପର ଫାଇନାଲ ଖେଳାଯିବ। ଏହି ଦୁଇ ଦଳ ଅହମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ମୁହାଁମୁହିଁ ହେବେ।…

କମାଲ୍‌ କଲେ ସାରା ଅର୍ଜୁନ: ଧୂରନ୍ଧର: ଦି ରିଭେଞ୍ଜରେ…

‘ଧୂରନ୍ଧର: ଦି ରିଭେଞ୍ଜ’ର ଟ୍ରେଲର ରିଲିଜ ହୋଇଛି। ଦର୍ଶକ ଏହାକୁ ବେଶ୍‌ ପସନ୍ଦ କରିଛନ୍ତି। ଏହି ଟ୍ରେଲର ଏବେ ସୋସିଆଲ ମିଡିଆରେ ଟ୍ରେଣ୍ଡ କରୁଛି। ଦର୍ଶକ ପୁଣି…

ବରଗଡ଼ରେ ଆଇନଶୃଙ୍ଖଳା ପରିସ୍ଥିତି ହୁଗୁଳା, ସ୍ପଷ୍ଟ ଦିବାଲୋକରେ ଟ୍ରକ୍‌ ଚାଳକଙ୍କୁ ଛୁରାମାଡ଼

ବରଗଡ଼,୭ା୩(ପ୍ରେମାନନ୍ଦ ଖମାରୀ): ଶାନ୍ତିପ୍ରିୟ ବରଗଡ଼ ଜିଲାରେ ଆଇନଶୃଙ୍ଖଳା ପରିସ୍ଥିତି ହୁଗୁଳା ହୋଇପଡ଼ିଛି। ଦିନ ଦ୍ବିପ୍ରହରରେ ଏଠାକାର ବିଚ୍‌ ରାସ୍ତା ଉପରେ ଛୁରି, ଭୁଜାଲି ବୁଲୁଛି। ଛୁରି, ଭୁଜାଲି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri