Categories: ବାଣିଜ୍ୟ

ଆଇଆର୍‌ସିଟିସି ଅଂଶଧନ ବିକ୍ରିରୁ ୪,୨୦୦ କୋଟି ସଂଗ୍ରହ ଲକ୍ଷ୍ୟ

ନୂଆଦିଲ୍ଲୀ: ଇଣ୍ଡିଆନ ରେଲଓ୍ବେ କ୍ୟାଟରିଂ ଆଣ୍ଡ ଟୁରିଜିମ କର୍ପୋରେଶନ(ଆଇଆର୍‌ସିଟିସି) ଅଂଶଧନ ବିକ୍ରିରୁ ସରକାର ୪,୨୦୦ କୋଟି ଟଙ୍କା ସଂଗ୍ରହ କରିବାକୁ ଲକ୍ଷ୍ୟ ରଖିଛନ୍ତି। ଅଫର ଫର ସେଲ୍‌ ରୁଟ୍‌ରେ ସରକାର ଏଭଳି ଅର୍ଥ ରାଶି ସଂଗ୍ରହ କରିବେ। ସୂଚନା ଯୋଗ୍ୟ, ସରକାର ଆଇଆର୍‌ସିଟିସିରେ ୮୭.୪% ଅଂଶଧନ ହାସଲ କରିଛନ୍ତି। ଏଥିରୁ ପ୍ରାୟ ୨୦% ଖସାଇବା ନେଇ ଯୋଜନା ରଖାଯାଇଛି। କମ୍ପାନୀ ପକ୍ଷରୁ ବୁଧବାର କୁହାଯାଇଛି ଯେ, ୩.୨% ଶେୟାର ବିକ୍ରି କରାଯିବ। ଶେୟାର ପିଛା ହାରାହାରି ମୂଲ୍ୟ ୧୩୬୭ ଟଙ୍କା ରହିଛି। ଅଣ ରିଟେଲ ନିବେଶକଙ୍କ ପାଇଁ ଅଫର ଉପଲବ୍ଧ ରହିଛି। ସେହିଭଳି ଶୁକ୍ରବାର ପ୍ରତି ବର୍ଗର ନିବେଶକଙ୍କ ଲାଗି ଏହା ଖୋଲା ରହିବ ବୋଲି କମ୍ପାନୀ ପକ୍ଷରୁ ସୂଚନା ରହିଛି।

Share