Categories: ବାଣିଜ୍ୟ

୨୨.୨ ଲକ୍ଷ କୋଟିର ଟିକସ ଆଦାୟ ଲକ୍ଷ୍ୟ

ନୂଆଦିଲ୍ଲୀ, ୨୬।୭: କେନ୍ଦ୍ର ସରକାର ଚଳିତ ଆର୍ଥତ୍କବର୍ଷରେ ଅଧିକ ଟିକସ ଆଦାୟ କରିପାରନ୍ତି। ଏହି ଅବଧିରେ ୨୨.୨ ଲକ୍ଷ କୋଟି ଟଙ୍କାର ଟିକସ ସଂଗ୍ରହ ଲକ୍ଷ୍ୟ ରଖାଯାଇଛି। ୨୦୨୧-୨୨ ପ୍ରଥମ ତ୍ରୈମାସରେ ସରକାର ୫.୪ ଲକ୍ଷ କୋଟି ଟଙ୍କାର ଟିକସ ଆଦାୟ କରିବାକୁ ସକ୍ଷମ ହୋଇଛନ୍ତି। ରେଟିଂ ଏଜେନ୍ସି ଇକ୍ରା ପକ୍ଷରୁ ପ୍ରକାଶିତ ଏକ ରିପୋର୍ଟ ମୁତାବକ ଟିକସ ଆଦାୟ ବଢ଼ିପାରେ। ଦେଶ ମଧ୍ୟରେ ପରୋକ୍ଷ ଟିକସ ଆଦାୟ ବୃଦ୍ଧି ହୋଇପାରେ। ଚଳିତ ଆର୍ଥତ୍କ ବର୍ଷରେ ୯.୫% ଅଧିକ ଟିକସ ଆଦାୟ କରିବା ନେଇ କେନ୍ଦ୍ର ସରକାର ଲକ୍ଷ୍ୟ ରଖିଛନ୍ତି। ଆର୍ଥତ୍କ ବର୍ଷ ୨୦୨୦-୨୧ରେ କେନ୍ଦ୍ର ସରକାର ୨୦.୨ ଲକ୍ଷ କୋଟି ଟଙ୍କାର ଟିକସ ଆଦାୟ କରିଥିଲେ। କରୋନାର ଦ୍ୱିତୀୟ ଲହର ସତ୍ତ୍ୱେ ମଧ୍ୟ ଟିକସ ଆଦାୟ ଉନ୍ନତ ରହିଥିବା ଜଣାପଡ଼ିଛି।

Share