ବ୍ୟବସ୍ଥିତ ନୁହେଁ ବ୍ୟବସ୍ଥା

ଅନୁଗୋଳ ଅଫିସ, ୫ା୮:  ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟକୁ ଆସୁଥିବା ରୋଗୀ ଓ ସମ୍ପର୍କୀୟଙ୍କୁ କରାଯାଉଛି ଶୋଷଣ। ଏଠାରେ ବୁଲୁଥିବା ଦଲାଲମାନେ ସହଯୋଗ ଆଳରେ ସେମାନଙ୍କୁ ଠକେଇ କରୁଛନ୍ତି। କେତେବେଳେ ସରକାରୀ ଯୋଜନାରେ ଉପକୃତ କରାଇଦେବାକୁ କହି ଟଙ୍କା ନେଉଛନ୍ତି ତ ଆଉ କେବେ ଔଷଧ ଆଣିଦେବା ବାହାନାରେ ଗାଡ଼ି ନେଇ ଫେରାର ହୋଇଯାଉଛନ୍ତି। ଏପରି କି ଦିନବେଳା ବିଭିନ୍ନ ଓ୍ବାର୍ଡ ଏବଂ ଓଟି ନିକଟରୁ ଚୋରି ହେଉଥିବା ଦେଖାଯାଉଛି। ବାରମ୍ବାର ଏପରି ଘଟଣା ଘଟୁଥିଲେ ମଧ୍ୟ ଏହାକୁ ରୋକିବା ଦିଗରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯାଉ ନାହିଁ। ମେଡିକାଲର ସୁରକ୍ଷା ବ୍ୟବସ୍ଥାକୁ ବ୍ୟବସ୍ଥିତ କରାଯାଉ ନ ଥିବାରୁ ଏହାର ସୁଯୋଗ ଦଲାଲ ଓ ଚୋରମାନେ ଉଠାଉଥିବା ଅଭିଯୋଗ ହେଉଛି।
ଗତ ଜାନୁୟାରୀ ୧୦ ତାରିଖରୁ ଜିଲା ମୁଖ୍ୟ ଚିକିତ୍ସାଳୟର ସୁରକ୍ଷା ଦାୟିତ୍ୱ ଏକ ଠିକା ସଂସ୍ଥାକୁ ଦିଆଯାଇଛି। ଏଠାରେ ମୋଟ୍‌ ୮୪ ଜଣ ସୁରକ୍ଷା କର୍ମୀ ନିୟୋଜିତ ହେବା କଥା। ସେମାନଙ୍କ ମଧ୍ୟରୁ ୬ ଜଣ ସୁପରଭାଇଜର ଓ ଅବଶିଷ୍ଟ ୭୮ ଜଣଙ୍କୁ ସୁରକ୍ଷା ଦାୟିତ୍ୱ ଦିଆଯିବା କଥା। କିନ୍ତୁ ସେମାନଙ୍କ ମଧ୍ୟରୁ ପାଖାପାଖି ୫୦ ଜଣ ସୁରକ୍ଷା କାର୍ଯ୍ୟରେ ନିୟୋଜିତ ରହିଛନ୍ତି। କେହି ଦିନିକିଆ କିମ୍ବା ସାପ୍ତାହିକ ଛୁଟିରେ ଗଲେ, ଉକ୍ତ ସ୍ଥାନ ଭରଣା ହୋଇପାରୁ ନାହିଁ। ଫଳରେ ସୁଯୋଗ ପାଇ ମେଡିକାଲ ମଧ୍ୟକୁ ଦଲାଲ୍‌ ଓ ଚୋରମାନେ ପ୍ରବେଶ କରି ରୋଗୀ ଏବଂ ସମ୍ପର୍କୀୟମାନଙ୍କୁ ଟାର୍ଗେଟ୍‌ କରୁଛନ୍ତି। ରୋଗୀ ନେଇ ଆସୁଥିବା ସମ୍ପର୍କୀୟଙ୍କ ସାମଗ୍ରୀ ବା ଟଙ୍କା ଚୋରି କରୁଛନ୍ତି। ବହୁ ସଂଖ୍ୟାରେ ଦଲାଲ୍‌ ଚିକିତ୍ସାଳୟ ପରିସରରେ ଆଡ୍ଡା ଜମାଇବା ସହ ଆସୁଥିବା ରୋଗୀଙ୍କୁ ସରକାରୀ ଯୋଜନାରେ ଟଙ୍କା ମିଳିବ ବୋଲି କହି ପ୍ରଲୋଭିତ କରୁଛନ୍ତି। ଏଥିପାଇଁ କିଛି ଅର୍ଥ ହାତଗୁଞ୍ଜା ଦେବାକୁ ହେବ କହି ଟଙ୍କାତକ ନେଇ ପଳାଇ ଯାଉଛନ୍ତି। କେତେବେଳେ ମେଡିସିନ୍‌ ଓ ରକ୍ତ ଆଣିଦେବା ଆଳରେ ମଧ୍ୟ ରୋଗୀ ଓ ସମ୍ପର୍କୀୟଙ୍କଠାରୁ ଦଲାଲମାନେ ଟଙ୍କା ନେଉଛନ୍ତି। ଗତ ଜୁଲାଇ ମାସରେ ଏପରି ୩ଟି ଘଟଣା ନଜରକୁ ଆସିଛି। ଦୁଇଟି ଘଟଣାରେ ଦୁଇଜଣଙ୍କୁ କାବୁ କରାଯାଇଛି, ଅନ୍ୟ ଜଣଙ୍କର ସନ୍ଧାନ ମିଳିନାହିଁ। ମେଡିକାଲରେ ବହୁ ଗୁରୁତ୍ୱପୂର୍ଣ୍ଣ ବିଭାଗ ସହ କୋଟି କୋଟି ଟଙ୍କାର ସାମଗ୍ରୀ ରହିଛି। କୋଭିଡ୍‌ ଭାକ୍ସିନ୍‌ ଷ୍ଟକ୍‌ ରଖାଯାଉଛି। କିନ୍ତୁ ଢିଲା ସୁରକ୍ଷା ବ୍ୟବସ୍ଥା ଯୋଗୁ ଏସବୁ ସାମଗ୍ରୀର ଉପଯୁକ୍ତ ସୁରକ୍ଷା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ସୁରକ୍ଷା ଦାୟିତ୍ୱ ନେଇଥିବା ଠିକା ସଂସ୍ଥାର ମନମାନି ଓ ମେଡିକାଲ କର୍ତ୍ତୃପକ୍ଷଙ୍କ ଅବହେଳା କାରଣରୁ ରୋଗୀ ଶୋଷଣ ଘଟଣା ବଢ଼ୁଥିବା କୁହାଯାଉଛି। ଠିକା ସଂସ୍ଥା ପକ୍ଷରୁ ସୁରକ୍ଷା କର୍ମଚାରୀଙ୍କୁ ଠିକ୍‌ ଭାବେ ଦରମା ଦିଆଯାଉ ନାହିଁ। ଏହାର ପ୍ରତିବାଦ କଲେ ଚାକିରିରୁ ବିଦା କରି ଦିଆଯିବ ବୋଲି ସଂସ୍ଥା ନାଲି ଆଖି ଦେଖାଉଥିବା କେତେଜଣ ସୁରକ୍ଷା କର୍ମଚାରୀ କହିଛନ୍ତି। ଏ ସମ୍ପର୍କରେ ଯୋଗାଯୋଗ ସମ୍ଭବ ନ ହେବାରୁ ଠିକା ସଂସ୍ଥାର ପ୍ରତିକ୍ରିୟା ମିଳିପାରି ନାହିଁ।

କର୍ଣ୍ଣପାତ କରୁନି ସଂସ୍ଥା
ବିଭିନ୍ନ ସମୟରେ ଅବ୍ୟବସ୍ଥା ଦେଖାଦେଲେ ସୁରକ୍ଷାକାର୍ଯ୍ୟ ନେଇଥିବା ଠିକା ସଂସ୍ଥାକୁ ତାଗିଦ୍‌ କରାଯାଉଛି। କିନ୍ତୁ ସଂସ୍ଥା କର୍ତ୍ତୃପକ୍ଷ କର୍ଣ୍ଣପାତ କରୁନାହାନ୍ତି। ପୂର୍ଣ୍ଣମାତ୍ରାରେ ସୁରକ୍ଷାକର୍ମୀ ନିୟୋଜିତ କରିବାକୁ ଲିଖିତ ଭାବେ ଅବଗତ କରାଯାଇଛି। ଏଥିରେ ଅବହେଳା ହେଲେ ପରବର୍ତ୍ତୀ ପନ୍ଥା ପାଇଁ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ସୁପାରିସ କରାଯିବ।
-ଦେବାଶିଷ ଦାସ, ମେଡିକାଲ ପରିଚାଳକ

ଚୋରି ହେଉଥିବାରୁ ଭୟ ଲାଗୁଛି
ଜିଲା ମୁଖ୍ୟ ଚିକିତ୍ସାଳୟରେ ରୋଗୀଙ୍କ ବିଭିନ୍ନ ସାମଗ୍ରୀ, ଟଙ୍କା ଚୋରି ହେଉଥିବା ପୂର୍ବରୁ ଶୁଣିଛୁ। ତେଣୁ କାଳେ କେତେବେଳେ ଏପରି ଘଟଣା ଆମ ସହିତ ଘଟିବ, ତାହାକୁ ନେଇ ଭୟ ଲାଗୁଛି। କର୍ତ୍ତୃପକ୍ଷ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କଲେ ଏପରି ଭୟରୁ ଆମକୁ ମୁକ୍ତି ମିଳନ୍ତା।
-ରାକେଶ ପ୍ରଧାନ, ରୋଗୀଙ୍କ ସମ୍ପର୍କୀୟ

ସତର୍କଦୃଷ୍ଟି ରଖନ୍ତୁ ସୁରକ୍ଷାକର୍ମୀ
ମେଡିକାଲର ସୁରକ୍ଷା ବ୍ୟବସ୍ଥା ଢିଲା ଥିବାରୁ ବାରମ୍ବାର ଚୋରି ଘଟଣା ଘଟୁଛି। ଦଲାଲମାନେ ରୋଗୀ ଓ ସେମାନଙ୍କ ସମ୍ପର୍କୀୟଙ୍କ ନିକଟରେ ପହଞ୍ଚୁଛନ୍ତି। ସୁରକ୍ଷା କର୍ମୀମାନେ ଏହା ଉପରେ ସତର୍କ ଦୃଷ୍ଟି ରଖିଲେ ରୋଗୀମାନେ ଏପରି ସ୍ଥିତିରେ ପଡ଼ି ଶୋଷଣର ଶିକାର ହୁଅନ୍ତେ ନାହିଁ।
-ସୁନୀଲ ଦେହୁରୀ, ରୋଗୀଙ୍କ ସମ୍ପର୍କୀୟ

ଗ୍ରାମାଞ୍ଚଳ ଲୋକଙ୍କୁ ଟାର୍ଗେଟ୍‌
ଜିଲା ମୁଖ୍ୟ ଚିକିତ୍ସାଳୟରେ ବୁଲୁଥିବା ଦଲାଲମାନେ ଗ୍ରାମାଞ୍ଚଳର ଲୋକଙ୍କୁ ଟାର୍ଗେଟ କରୁଛନ୍ତି। କିଏ ସରକାରୀ ଯୋଜନା ସମ୍ପର୍କରେ ଜାଣିଛନ୍ତିି, ଆଉ କିଏ ସେମାନଙ୍କୁ ବିଶ୍ୱାସ କରିବେ, ଦଲାଲମାନେ ଆରମ୍ଭରୁ ତାହା ଠଉରାଇ ନେଉଛନ୍ତି। ତେଣୁ ରୋଗୀଙ୍କୁ ଏଠାରେ ଠକାମିର ଶିକାର ହେବାକୁ ପଡ଼ୁଛି।
-ସବିତା ଦାସ, ଅନୁଗୋଳ


Enter your email to get our daily news in your inbox.

All Right Reserved By Dharitri.Com

ସମୁଦ୍ର ତଳେ ‘ଡ୍ରାଗନ’ର ଚକ୍ରବ୍ୟୁହ, ପନଡୁବ୍ବି ଯୁଦ୍ଧ ପାଇଁ ସଜବାଜ ହେଉଛି ଚାଇନା; ଆମେରିକାର ହଜିଲା ନିଦ!

ବେଜିଂ,୨୫।୩: ଇସ୍ରାଏଲ-ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ ଚାଇନା ଏବେ ଏକ ନୂଆ ପଦକ୍ଷେପ ପାଇଁ ଚର୍ଚ୍ଚାକୁ ଆସିଛି। ଚାଇନା ବିଶ୍ୱର ବିଭିନ୍ନ ପ୍ରାନ୍ତରେ…

ସୁରକ୍ଷା ନେଇ ଉଠିଲା ପ୍ରଶ୍ନବାଚୀ, ରତ୍ନଭଣ୍ଡାର ଗଣତିମଣତି ବେଳେ ଶ୍ରୀମନ୍ଦିର ଉପରେ ଉଡ଼ିଲା ଡ୍ରୋନ୍‌

ପୁରୀ,୨୫ା୩(ଅଜିତ୍ କୁମାର ମହାନ୍ତି): ଶ୍ରୀମନ୍ଦିର ସୁରକ୍ଷାକୁ ନେଇ ପୁଣି ଚାଲେଞ୍ଜ କଲେ ଅସାମାଜିକ ବ୍ୟକ୍ତି । ଏକାସାଙ୍ଗରେ ପୁଣି ଶ୍ରୀମନ୍ଦିର ନୀଳଚକ୍ର ଉପରେ ଉଡିଲା ଦୁଇ ଦୁଇଟି…

ପାକିସ୍ତାନ ମାଟିରୁ ଟ୍ରମ୍ପଙ୍କୁ କଡ଼ା ବାର୍ତ୍ତା ଦେଲା ଇରାନ, କହିଲା ଆମେରିକା ସହ କୌଣସି…

ଇସଲାମବାଦ/ତେହରାନ,୨୫ା୩: ତେହରାନ ଏବଂ ଓ୍ବାଶିଂଟନ ମଧ୍ୟରେ ଯୁଦ୍ଧବିରତି ଆଲୋଚନା ଚାଲିଥିବା ଟ୍ରମ୍ପ ପ୍ରଶାସନର ଦାବିକୁ ପ୍ରତ୍ୟାଖ୍ୟାନ କରିଛି ଇରାନ। ପାକିସ୍ତାନରେ ଇରାନୀ ରାଷ୍ଟ୍ରଦୂତ ରେଜା ଆମରି ମୋଗାଦମ…

ଆରମ୍ଭ ହେଲା ରତ୍ନଭଣ୍ଡାର ଗଣତି: ୪୮ ବର୍ଷ ପରେ ଝଲସିବ କାଳିଆ ସାଆନ୍ତଙ୍କ ଅଳଙ୍କାର

ପୁରୀ,୨୫ା୩(ଅଜିତ କୁମାର ମହାନ୍ତି): ଶ୍ରୀମନ୍ଦିର ପରିଚାଳନା କମିଟି ନିଷ୍ପତ୍ତି ଅନୁଯାୟୀ, ବୁଧବାରଠାରୁ ରତ୍ନଭଣ୍ଡାର ଗଣତି ଆରମ୍ଭ ହୋଇଛି। ଏନେଇ ସରକାରଙ୍କଠାରୁ ଆରମ୍ଭକରି ଶ୍ରୀମନ୍ଦିର ପ୍ରଶାସନ, ପୋଲିସ ପ୍ରଶାସନ,…

ଘଡ଼ଘଡ଼ି ସହ ଝଡ଼ ବର୍ଷା ନେଇ ୮ ଜିଲାକୁ ୟେଲୋ ଓ୍ବାର୍ନିଂ, ୪୦ରୁ ୫୦ କିମି ପର୍ଯ୍ୟନ୍ତ ପବନ….

ଭୁବନେଶ୍ବର,୨୫।୩: ଗତ କିଛିଦିନ ଧରି ବିଭିନ୍ନ ସ୍ଥାନରେ ଝଡ଼ବର୍ଷା ଲାଗି ରହିଛି । ଏହାରି ଭିତରେ ଭୁବନେଶ୍ବର ପାଣିପାଗ ବିଭାଗ ପକ୍ଷରୁ ଓ୍ବାର୍ନିଂ ଜାରି କରାଯାଇଛି ।…

ଯୁଦ୍ଧ ଭିତରେ ଭାରତ ପାଇଁ ଖୁସି ଖବର; ମହଜୁଦ ରହିଛି ପର୍ଯ୍ୟାପ୍ତ ପରିମାଣର ଅଶୋଧିତ ତୈଳ, ଭୟଭୀତ ହୁଅନ୍ତୁ ନାହିଁ

ନୂଆଦିଲ୍ଲୀ,୨୫।୩: ମଧ୍ୟପ୍ରାଚ୍ୟରେ ବଢ଼ୁଥିବା ସଂଘର୍ଷ ମଧ୍ୟରେ, ଭାରତ ସରକାର ଏକ ବଡ଼ ଆଶ୍ୱସ୍ତି ପ୍ରଦାନ କରିଛନ୍ତି। ପେଟ୍ରୋଲିୟମ୍ ମନ୍ତ୍ରଣାଳୟ ସ୍ପଷ୍ଟ କରିଛି ଯେ ଦେଶ ଭିତରେ ପର୍ଯ୍ୟାପ୍ତ ପରିମାଣରେ…

ଗ୍ୟାସ୍‌ ସଙ୍କଟ ମଧ୍ୟରେ ସରକାର ନେଲେ ବଡ଼ ପଦକ୍ଷେପ: ଏଣିକି ଅଧିକରୁ ଅଧିକ ମିଳିବ…

ନୂଆଦିଲ୍ଲୀ,୨୫ା୩: ଏଲପିଜି ସଙ୍କଟ ମଧ୍ୟରେ ସରକାର ଏକ ବଡ଼ ପଦକ୍ଷେପ ନେଇଛନ୍ତି। ପେଟ୍ରୋଲ ଏବଂ ଡିଜେଲ ଅଭାବର ଗୁଜବକୁ ମଧ୍ୟ ସ୍ପଷ୍ଟ କରାଯାଇଛି। ଲୋକଙ୍କୁ ଏଥିପ୍ରତି ଧ୍ୟାନ…

ଯୁଦ୍ଧ ଭିତରେ ୧ ଏପ୍ରିଲରୁ ବଦଳିଯିବ ୫ ନିୟମ, ରୋଷେଇ ଘରରୁ ପେଟ୍ରୋଲ ଯାଏ ପଡିବ ବଡ଼ ପ୍ରଭାବ

ନୂଆଦିଲ୍ଲୀ,୨୫।୩: ୧ ଏପ୍ରିଲରୁ ଆର୍ଥିକ ନିୟମାବଳୀରେ ଅନେକ ପରିବର୍ତ୍ତନ କାର୍ଯ୍ୟକାରୀ ହେବାକୁ ଯାଉଛି। ଏହି ପରିବର୍ତ୍ତନଗୁଡ଼ିକ ସାଧାରଣ ଲୋକଙ୍କ ପକେଟ ଏବଂ ଦୈନନ୍ଦିନ ଖର୍ଚ୍ଚ ଉପରେ ସିଧାସଳଖ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri