ଗଡଜାତ ଅଞ୍ଚଳର ଖଣ୍ଡାବସା ପର୍ବ: ଚଳଚଞ୍ଚଳ ଗାଁଠାରୁ ସହର

ଥୁଆମୂଳ ରାମପୁର,୨୨।୯(ଦୁର୍ଗା କୀର୍ତ୍ତି ): ଉତ୍ସବ ମୁଖରିତ ହୋଇପଡିଛି ଥୁଆମୂଳ ରାମପୁର l ଆଜିଠାରୁ ଭକ୍ତଙ୍କୁ ଦର୍ଶନ ଦେବେ ଦଶଭୁଜା ମହାମାୟୀ ମା’ ମାଣିକେଶ୍ବରୀ। କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଳକର ବହୁ ପୁରାତନ ତନ୍ତ୍ର ମନ୍ତ୍ରର ଶକ୍ତି ପୀଠ ଭାବରେ ପରିଚିତ ମା’ ମାଣିକେଶ୍ବରୀ ଦେବୀଙ୍କ ମୂଳପୀଠରେ ଭାଦ୍ରବ ମାସ ପ୍ରତିପଦ ତିଥି ସୋମବାର ଅନୁଷ୍ଠିତ ହେବାକୁ ଯାଉଛି ପବିତ୍ର ଖଣ୍ଡାବସା ଉତ୍ସବ l

ମା’ଙ୍କ ଅଳଙ୍କାର ଦେବାତ୍ର ବିଭାଗ ପକ୍ଷରୁ ମନ୍ଦିରରେ ପହଞ୍ଚାଇବା ପରେ ରାତି୧୦ଟା ବେଳେ ଖଣ୍ଡା ବସା କାର୍ଯ୍ୟକ୍ରମ ହେବା ସମେତ ବିଧିବିଧାନ ସହ ପୂଜା ଆରମ୍ଭ ହୋଇଛି। ଲଗ୍ନର୍ନିଘଣ୍ଟ ଅନୁସାରେ ମା’ ମାଣିକେଶ୍ବରୀ କାଲିସୀ ଶରତ ଚନ୍ଦ୍ର ପୁଝାରୀ ମନ୍ଦିରରୁ ପାଟ ଖଣ୍ଡା ବାହାର କରି ବାହୁକ, ମୁଣ୍ଡଛିନାଙ୍କୁ ଦିଅନ୍ତି। ସେମାନେ ନିକଟସ୍ଥ ବାଲିଘାଟକୁ ଯାଇ ଖଣ୍ଡା ମାର୍ଜନା କରିବା ସହିତ ପୂଜାର୍ଚ୍ଚନା ଶେଷକରି ପୁଣି ଥରେ ଖଣ୍ଡା ମନ୍ଦିରକୁ ପ୍ରତ୍ୟାବର୍ତ୍ତନ କରିବା ପରେ ମନ୍ଦିର ପୂଜକଙ୍କ ଦ୍ୱାରା ଖଣ୍ଡାକୁ ଚାଉଳରେ ବସାଇ ପୂଜା କରାଯାଇ ମଧ୍ୟ ରାତ୍ରରେ ବାବା ଖନ୍ଦୁଆଳଙ୍କ ପୀଠରେ ପୂଜାର୍ଚ୍ଚନାରେ ମହା ପଶୁ ବଳୀ ଦିଆଯିବା ପ୍ରଥା କାହିଁ କାଳରୁ ରହିଆସିଛି।

ଥୁଆମୂଳ ରାମପୁର ଅଂଚଳ ବାସୀ ମା’ ମାଣିକେଶ୍ବରୀ ଓ ବାବା ଭୈରବ ଦେବଙ୍କ ଠାରୁ କରୁଣା ଲାଭ କରିଥାନ୍ତି । ମା’ଙ୍କ ଆଶୀର୍ବାଦ ଲାଭକରି ଥୁଆମୂଳ ରାମପୁର ବାସୀ ବେଶ ଖୁସି ଅନୁଭବ କରିଥାନ୍ତି। ଆଶ୍ବିନ ମାସ ପ୍ରତିପତା କୃଷ୍ଣପକ୍ଷ ଦିନରୁ ଆରମ୍ଭ ହୋଇ ବିଜୟା ଦଶମୀ ପର୍ଯ୍ୟନ୍ତ ଆୟୋଜିତ ହୋଇଥାଏ। ମା’ଙ୍କ ଏହି ସହୋଳ ପୂଜା। ଖଣ୍ତାବସା ରୀତିନୀତି ଅନୁସାରେ ସମ୍ପୂର୍ଣ୍ଣ ହୋଇଥାଏ l ଏହି ସମୟରେ ଶତାଧିକ ଭକ୍ତଙ୍କ ଭିଡ ମନ୍ଦିରରେ ଦେଖିବାକୁ ମିଳିଥାଏ l ମାନସିକ ଧାରୀ ଯିଏ ଯାହା ମାନସିକ କରିଥାଏ ସେନେଇ ମା’ଙ୍କ ପାଖରେ ଶରଣ ନେଇ ଜଣାଇଥାନ୍ତି ଓ ତାଙ୍କର ମନସ୍କାମନା ମଧ୍ୟ ପୂରଣ ହୋଇଥାଏ ବୋଲି ଅନେକ କାଳରୁ ବିଶାସ ରହିଛି।

ତେବେ ୮ଦିନ ଧରି ଏହି ମନ୍ଦିରରେ ତନ୍ତ୍ରମନ୍ତ୍ର ବିଧି ଅନୁସାରେ ଗୁପ୍ତ ପୂଜା ହୋଇଥିବା ବେଳେ ଅଷ୍ଟମୀ ରାତିରେ ମହାପଶୁ ବଳି ପଡିଲା ପରେ ନୀଶି ପୂଜା ପାଇଁ ମନ୍ଦିର ସେବାୟତ ନିକଟସ୍ଥ ବାବା ଖଣ୍ଡୁଆଳ ମନ୍ଦିର ପାଖକୁ ଯାନ୍ତି । ପରବର୍ତ୍ତୀ ଦିନ ଭୋର ସକାଳୁ ଆରମ୍ଭ ହୋଇଥାଏ ଛତର ଯାତ୍ରା ବା ଜେନା ମରା ବିଧି l କଳାହାଣ୍ଡି ଥୁଆମୂଳ ଗ୍ରାମ ଠାରେ ମା’ଙ୍କ ଉତ୍ପତି ହୋଇଥିବାବେଳେ ଏହି ପୀଠରେ ମା’ଙ୍କ ଛିନ୍ନ ମସ୍ତକ ରହିଛି, ଯିଏକି ମା’ମାଣିକେଶ୍ବରୀ (ମୁଖ୍ୟ ପୀଠ)। ସେହିଭଳି କାଶୀପୁରରେ ମା’ଙ୍କ ମସ୍ତକ ଓ ଭବାନୀପାଟଣାରେ ମା’ଙ୍କ ଛତର ଭାବେ ପୂଜାପାଉଛନ୍ତି l ମା’ଙ୍କ ପୂଜାବିଧି ପାଇଁ ପ୍ରତିବର୍ଷ ଦେବତ୍ତୋର ବିଭାଗ ପକ୍ଷରୁ ମନ୍ଦିର ପୂଜା ବିଧିପାଇଁ ସ୍ବତନ୍ତ୍ର ପାଣ୍ଠିରୁ ଆର୍ଥିକ ସାହାଯ୍ୟ କରିଥାନ୍ତି ଓ ଗ୍ରାମବାସୀ ମଧ୍ୟ ସୁନ୍ଦର ଭାବରେ ଯାତ୍ରା କରିବା ପାଇଁ ସାହାଯ୍ୟ କରିଥାନ୍ତି l ସନ୍ଧ୍ୟା ସମୟରେ ଭକ୍ତଙ୍କ ମନୋରଞ୍ଜନ ସକାଶେ ସାଂସ୍କୃତିକ କାର୍ଯ୍ୟକ୍ରମ ରହିଥିବା ଜଣାପଡିଛି l
ସୂଚନା ଯୋଗ୍ୟ ଯେ, ପ୍ରତିବର୍ଷ ମା’ଙ୍କ ପାଖରେ ୪୫ ତୋଳା ସୁନା, ୪୦ ରୁ ୫୦ ତୋଳା ରୂପା ଅଳଙ୍କାର ଲାଗେ। ଏ ବର୍ଷ ଯେହେତୁ ମା’ଙ୍କ ଭବ୍ୟ ମନ୍ଦିର ନିର୍ମାଣ କାର୍ଯ୍ୟ ଚାଲିଛି। ତେଣୁ ମା’ଙ୍କ ପୂର୍ବ କାଳରୁ ଯେଉଁ ସବୁ ଅଳଙ୍କାର ରହିଛି ତାହା ସମ୍ପୂର୍ଣ୍ଣ ଭାବରେ ଦେବତ୍ତୋର ବିଭାଗ ପକ୍ଷରୁ ଆସିବ କି ନାହିଁ ତାହାକୁ ନେଇ ସନ୍ଦେହରେ ଭକ୍ତ ଓ ଶ୍ରଦ୍ଧାଳୁମାନେ ଅଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

ମନ୍ତ୍ରୀଙ୍କ ବଡ଼ ଘୋଷଣା: ହଟିବ ଡିଜେଲ ଚାଳିତ ଆମ୍‌ ବସ

ଭୁବନେଶ୍ୱର,୨୧।୧: ଗୃହ ନିର୍ମାଣ ଏବଂ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ମହାପାତ୍ର ବୁଧବାର ଏକ ବଡ଼ ଘୋଷଣା କରିଛନ୍ତି। ଡିଜେଲ ଚାଳିତ ‘ଆମ୍‌ ବସ୍‌’...

ହ୍ବାଟ୍ସ ଆପ୍‌ରେ ନ୍ୟୁଡ୍‌ ଭିଡିଓ କଲ୍‌ କରି କରୁଥିଲେ ବ୍ଲାକମେଲ୍‌: ଜଣାପଡ଼ିବା ପରେ ଘଟିଲା…

କଟକ,୨୧ା୧(କାର୍ତ୍ତିକ ସାହୁ):ଜଣେ ୭୨ ବର୍ଷୀୟ ବରିଷ୍ଠ ନାଗରିକଙ୍କୁ ପ୍ରଥମେ ହ୍ବାଟ୍ସ ଆପ୍‌ରେ ନ୍ୟୁଡ୍‌ ଭିଡିଓ କଲେ। ପରେ ଉକ୍ତ ଭିଡିଓ କଲିଂର ରେକର୍ଡିଂ କରି ତାହା...

ଆଗେଇବ ରେଳ ଓଭରବ୍ରିଜ୍‌ ନିର୍ମାଣ କାର୍ଯ୍ୟ

ଭୁବନେଶ୍ୱର,୨୧ା୧: ରାଜ୍ୟର ରାସ୍ତା ସଂଯୋଗକୁ ମଜଭୁତ କରିବାରେ ରେଲଓ୍ବେ ଓଭରବ୍ରିଜ୍‌ (ଆର୍‌ଓବି) ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇଥାଏ। ରେଲଓ୍ବେ ଲେଭଲକ୍ରସିଂକୁ ଆର୍‌ଓବିରେ ପରିବର୍ତ୍ତନ କରିବା ଦ୍ୱାରା ଯାନ...

ଭାରତୀୟ ବାୟୁସେନାର ଟ୍ରେନି ବିମାନ ଦୁର୍ଘଟଣାଗ୍ରସ୍ତ

ପ୍ରୟାଗରାଜ,୨୧।୧: ଜାନୁଆରୀ ୨୧, ୨୦୨୬ ରେ, ପ୍ରୟାଗରାଜରେ ଏକ ସେନା ତାଲିମ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ବିମାନଟି ହଠାତ ଖସି ପଡ଼ି ସହର ମଧ୍ୟଭାଗରେ ଥିବା...

ପଞ୍ଚାୟତିରାଜ ମନ୍ତ୍ରୀଙ୍କ ବଡ଼ ସୂଚନା: ୨୦୨୭ ସୁଦ୍ଧା ୧୫୦ ଜନସଂଖ୍ୟା ଥିବା ଗାଁକୁ ହେବ…

ଭୁବନେଶ୍ୱର,୨୧ା୧: ୨୦୨୭ ସୁଦ୍ଧା ରାଜ୍ୟର ୧୫୦ ଜନସଂଖ୍ୟା ଥିବା ଗାଁକୁ ରାସ୍ତା ହେବ। ଏନେଇ ପଞ୍ଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାଏକ ସୂଚନା ଦେଇଛନ୍ତି। ଆସନ୍ତା...

ଯାଉଥିବା ବେଳେ କୂଅରେ ପଡିଲେ ୩ ହାତୀ

ଦେବଗଡ଼,୨୦ା୧(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଜିଲା ରିଆମାଳ ବନାଞ୍ଚଳ ରେଙ୍ଗାଳବେଡ଼ା ଫରେଷ୍ଟ ସେକ୍ସନ ଟିଙ୍କବୀର ବିଟ୍‌ହାଉସ୍‌ ଅନ୍ତର୍ଗତ ବରନାଳି ଗ୍ରାମର ଏକ କୂଅରୁ ମଙ୍ଗଳବାର ୩ଟି...

ଆମ ଟିମ ନ୍ୟୁଜିଲାଣ୍ଡ ଠାରୁ ଅଧିକ ମଜଭୁତ, ଟି ୨୦ ସିରିଜ ଜିତିବ, ଜାଣନ୍ତୁ କାହାର ବୟାନ ହେଉଛି ଭାଇରାଲ

ନୂଆଦିଲ୍ଲୀ,୨୧।୧: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ପାଞ୍ଚ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜର ପ୍ରଥମ ମ୍ୟାଚ ବୁଧବାର ନାଗପୁରରେ ଖେଳାଯିବାକୁ ଯାଉଛି। ଏହି ମ୍ୟାଚକୁ ନେଇ...

ବାଲିପାଟଣାରେ ଗଡ଼ିଲା ମୁଣ୍ଡ

ଭୁବନେଶ୍ୱର,୨୧।୧: ଭୁବନେଶ୍ୱର ଉପକଣ୍ଠସ୍ଥ ବାଲିପାଟଣା ଭାପୁର ନାଥସାହିରେ ବୁଧବାର ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ସାମାନ୍ୟ ବଚସାରୁ ଜଣେ ଯୁବକଙ୍କୁ ଗାଁର ଅନ୍ୟ ଜଣେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri