ମହାସମାରୋହରେ ପାଳିତ ହେଲା ମା’ ଲଙ୍କେଶ୍ୱରୀଙ୍କ ଖଣ୍ଡାବସା ପର୍ବ, ସାମିଲ ହେଲେ ହଜାର ହଜାର ଶ୍ରଦ୍ଧାଳୁ

ଭବାନୀପାଟଣା/ଜୁନାଗଡ଼, ୨୪।୯(ଉତ୍ତମ କୁମାର ଦାଶ /ସୁନୀଲ କୁମାର ସିଂହ): କଳାହାଣ୍ଡି ଜିଲା ଜୁନାଗଡର ଅଧୃଷ୍ଠାତ୍ରୀ ଦେବୀ ମା’ ଲଙ୍କେଶ୍ଵରୀଙ୍କ ଖଣ୍ଡାବସା ପର୍ବ ମଙ୍ଗଳବାର ସନ୍ଧାରେ ମହାସମାରୋହରେ ପାଳିତ। କଳାହାଣ୍ଡି ମହାରାଜ ଅନନ୍ତ ପ୍ରସାଦ ଦେଓଙ୍କ ଉପସ୍ଥିତିରେ ପର୍ବ ପାଳିତ ହୋଇଛି। ମା’ଙ୍କ ଦର୍ଶନ ସିଧାସଳଖ ଭାବେ କରିଥିବାରୁ ଭକ୍ତମାନଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଥିଲା।

ସନ୍ଧ୍ୟା ୬ଟା ୧୫ରେ ମା’ ଲଙ୍କେଶ୍ଵରୀଙ୍କ ମନ୍ଦିରରୁ ସ୍ଥାନୀୟ ଘଣ୍ଟ ଦଳ ସହ ଏକ ଶୋଭାଯାତ୍ରାରେ ପୂଜକ ମା’ଙ୍କ ପାଟଖଣ୍ଡାକୁ ଧରି ନିକଟ ଡାକବଙ୍ଗଳାରେତିଆରି ଅସ୍ଥାୟୀ ଝୁପୁଡି କୁଡିଆ ଘରକୁ ନେଇଥିଲେ। ସେହିପରି ବୁଢାରଜା ମନ୍ଦିରରୁ ଶଂଙ୍ଖୁଆରୀ ଆଉ ଏକ ଖଣ୍ଡା ଧରି ସେଠାକୁ ଆଣିଥିଲେ। ଉପରୋକ୍ତ ଅସ୍ଥାୟୀ ଘରେ ମା’ ଲଙ୍କେଶ୍ଵରୀଙ୍କ ପାଟଖଣ୍ଡା ଓ ବୁଢା ରଜାଙ୍କ ଖଣ୍ଡାକୁ ସ୍ବର୍ଣ୍ଣାକାର ବାଳକୃଷ୍ଣ ଆଚାରୀ ପୂଜାର୍ଚ୍ଚନା କରି ମାର୍ଜନା କରିଥିଲେ। ମାର୍ଜନା ପରେ ଲଙ୍କେଶ୍ଵରୀ ମନ୍ଦିର ପୂଜକ ମା’ଙ୍କ ଖଣ୍ଡାକୁ ଧରି ଲଙ୍କେଶ୍ଵରୀ ମନ୍ଦିରକୁ ଯାଇଥିଲେ।

ସେହିପରି ଶଂଙ୍ଖୁଆରୀ ମା’ଲଙ୍କେଶ୍ବରୀଙ୍କ ପାଟ ଖଣ୍ଡାକୁ ମାର୍ଜନ ପାଇଁ ମଧ୍ୟ ତାଙ୍କ ଖଣ୍ଡାକୁ ନେଇ ବୁଢାରଜା ମନ୍ଦିରକୁ ଯାଇଥିଲେ। ମା’ ଲଙ୍କେଶ୍ଵରୀଙ୍କ ପାରମ୍ପରିକ ରୀତିନୀତରେ ପୂଜାର୍ଚ୍ଚନା ପରେ ରାତିରେ ମା’ଙ୍କ ପାଟଖଣ୍ଡାକୁ ଚାଉଳ ଉପରେ ବସାଯାଇଥିଲା। କିଛି ସମୟ ପରେ ଏକ ଛୋଟ ପଶୁ (ପାଟଗଡରା) ବଳି ଦିଆଯାଇଥିଲା। ମଧ୍ୟ ରାତ୍ରିରେ ଦେବୀଙ୍କ ମନ୍ଦିର ପରିସରରେ ଥ‌ିବା ଶିମୁଳି ଗଛ ମୁଳରେ ମହାପଶୁ (ପୋଢ) ବଳି ଦିଆଯାଇଥିଲା। ପର୍ବ ଶାନ୍ତିଶୃଙ୍ଖଳା ସହିତ ହେବ ସେ ନେଇ ଜୁନାଗଡ ପୋଲିସ ପକ୍ଷରୁ ବ୍ୟାପକ ପଦକ୍ଷେପ ନିଆଯାଇଥିଲା। ଏଥିପାଇଁ ୧ ପ୍ଲାଟୁନ ପୋଲିସ ନିୟୋଜିତ ଥିଲେ। ଧର୍ମଗଡ଼ ଉପଖଣ୍ଡର ବିଭିନ୍ନ ଥାନାରୁ ଏସଆଇ ଓ ଏଏସଆଇ ପୋଲିସ ଅଧିକାରୀ ଯୋଗଦେଇ ଶାନ୍ତିଶୃଙ୍ଖଳା ନିୟନ୍ତ୍ରଣ କରିଥିଲେ। ଖଣ୍ଡାବସା ଉପଲକ୍ଷେ ମା’ଙ୍କ ପୀଠ ନିକଟରେ ସ୍ଥାନୀୟ ମେଲୋଡି ଗ୍ରୁପ
ପକ୍ଷରୁ ବିଭିନ୍ନ ପ୍ରକାର ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ସେହିପରି ଲଙ୍କେଶ୍ୱରୀ କ୍ଲବ ପକ୍ଷରୁ ଏକ ଡ୍ୟାନ୍ସ ବିଚିତ୍ରା କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା।

ଏଥିରେ ମୁଖ୍ୟ ଅତିଥି ଭାବେ କୁମାର ସାହେବ ତଥା ପୂର୍ବତନ ସାଂସଦ ଅର୍କ କେଶରୀ ଦେଓ ସମ୍ମାନିତ ଅତିଥି ଭାବେ ଜୁନାଗଡ ଏନ୍‌ଏସି ଉପାଧ୍ୟକ୍ଷା ହିମାଦ୍ରୀ ନାଏକ,ବରିଷ୍ଠ ଆଇନଜୀବୀ ହିମାଂଶୁ ଶେଖର ବରାଡ଼,ଖବରଦାତା ସନ୍ତୋଷ ସିଂଦେଓ, ଲଙ୍କେଶ୍ୱରୀ କ୍ଲବର ସଭାପତି ସୁରେନ୍ଦ୍ର ସାହୁ,ପଣ୍ଡରାମାଲି ସମାଜର ସଭାପତି ପ୍ରକାଶ ଚନ୍ଦ୍ର ନାଏକ
ସମେତ ଏନ ଏସି କାଉନସିଲର ମାନେ ଯୋଗଦେଇ ମା’ଲଙ୍କେଶ୍ୱରୀଙ୍କ ପବିତ୍ର ଖଣ୍ଡାବସା ଉପରେ କହିଥିଲେ।

କାର୍ଯ୍ୟକ୍ରମକୁ ମନୋଜ ମେହେର ଓ ଚନ୍ଦ୍ରଧ୍ଵଜ ଗୁରୁ ପରିଚାଳନା କରିଥିଲେ।ସେହିପରି କାର୍ଯ୍ୟକ୍ରମ ଆରମ୍ଭରେ କ୍ଲବର ଉପଦେଷ୍ଟା ଦୁର୍ଗା ପ୍ରସାଦ ନାଏକ ସ୍ୱାଗତ ଭାଷଣ ଦେଇଥିଲେ। ପରେ ଡ୍ୟାନ୍ସ ବିଚିତ୍ରା କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏଥିରେ ସ୍ଥାନୀୟ ଅନେକ କଳାକାର ଯୋଗଦେଇ ନିଜର କଳା ପରିବେଷଣ କରିଥିଲେ।ଯାହାକି ବେଶ ଚିତାକର୍ଷକ ହୋଇଥିଲା। ସାଂସ୍କୃତିକ କାର୍ଯ୍ୟକ୍ରମରେ ଦୁଲୁକି ଉଠିଥିଲା ମା’ଲଙ୍କେଶ୍ଵରୀଙ୍କ ପୀଠ। ପରେ
କୃତୀ ହୋଇଥିବା ପ୍ରତିଯୋଗୀଙ୍କୁ ଅତିଥିଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା। ଖଣ୍ଡାବସା ପର୍ବରେ ଜିଲା ତଥା ଜିଲା ବାହାରର ଅନେକ ଶ୍ରଦ୍ଧାଳୁ ଯୋଗଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଦିଗପହଣ୍ଡି ଶିଶୁ ବିଦ୍ୟାମନ୍ଦିରର ରଜତ ଜୟନ୍ତୀ ସମାରୋହ: କଳସ ଶୋଭାଯାତ୍ରା, ସାଧୁସନ୍ଥ ସମ୍ମିଳନୀ ଅନୁଷ୍ଠିତ

ଦିଗପହଣ୍ଡି,୨୨ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ୨୫ ତମ ପ୍ରତିଷ୍ଠା ଦିବସ ଅବସରରେ ତିନି ଦିନିଆ ରଜତ ଜୟନ୍ତୀ...

କେସିଙ୍ଗାରେ ‘ସୁଭଦ୍ରା ଶକ୍ତି କାଫେ’ ଉଦଘାଟିତ

କେସିଙ୍ଗା,୨୨ା୧୨(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ପଞ୍ଚାୟତ ସମିତି କାର୍ଯ୍ୟାଳୟ ନିକଟରେ ନବନିର୍ମିତ ‘ସୁଭଦ୍ରା ଶକ୍ତି କାଫେ’ ସୋମବାର ସନ୍ଧ୍ୟାରେ ଆନୁଷ୍ଠାନିକ ଭାବେ ଉଦ୍ଘାଟିତ ହୋଇଯାଇଛି।...

AI ଦୌଡ଼ରେ ଗୁଗଲର ବଡ଼ ପଦକ୍ଷେପ: ୪.୭୫ ବିଲିୟନ ଡଲାରରେ କିଣିଲା ଏହି କମ୍ପାନୀ

ନୂଆଦିଲ୍ଲୀ,୨୨ା୧୨: କୃତ୍ରିମ ବୁଦ୍ଧିମତା ବା ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI) କ୍ଷେତ୍ରରେ ନିଜର ଦବଦବା ବଜାୟ ରଖିବା ପାଇଁ ଗୁଗଲର ପ୍ୟାରେଣ୍ଟ କମ୍ପାନୀ ‘ଆଲଫାବେଟ୍’ ଏକ ବଡ଼...

ପ୍ରତି ଘଣ୍ଟାରେ କେଉଁ ଦେଶରେ ହେଉଛି ସବୁଠାରୁ ଅଧିକ ମୃତ୍ୟୁ ? ଜାଣନ୍ତୁ ଭାରତର ସ୍ଥାନ

ନୂଆଦିଲ୍ଲୀ,୨୨ା୧୨: ବିଶ୍ୱର ଜନସଂଖ୍ୟା ଆଜି ୮୦୦ କୋଟି ଅତିକ୍ରମ କରିଥିବା ବେଳେ ଭାରତ ୧୪୬ କୋଟିରୁ ଅଧିକ ଜନସଂଖ୍ୟା ସହ ପ୍ରଥମ ସ୍ଥାନରେ ରହିଛି। ତେବେ...

ଭାରତୀୟ ଖେଳାଳିଙ୍କ ‘ଅନୈତିକ ଆଚରଣ’: ପାକିସ୍ତାନ କୋଚ୍ ସରଫରାଜଙ୍କ ବଡ଼ ଅଭିଯୋଗ

ମୁମ୍ବାଇ,୨୨ା୧୨: ୧୯ ବର୍ଷରୁ କମ୍ ଏସିଆ କପ୍ ଫାଇନାଲରେ ଭାରତକୁ ୧୯୧ ରନର ବିଶାଳ ବ୍ୟବଧାନରେ ହରାଇ ପାକିସ୍ତାନ ଚାମ୍ପିଅନ୍ ହୋଇଛି। ତେବେ ଏହି ଐତିହାସିକ...

ବିଭିନ୍ନ ଦାବି ନେଇ ଜିଲାପାଳଙ୍କ କାର୍ଯ୍ୟାଳୟ ଘେରିଲେ ଅଙ୍ଗନଓ୍ବାଡି କର୍ମୀ: ଦେଲେ ଚେତାବନୀ, ସମାଧାନ ନ ହେଲେ…

ବରଗଡ଼,୨୨।୧୨(ପ୍ରେମାନନ୍ଦ ଖମାରୀ): ସୋମବାର ପଶ୍ଚିମ ଓଡ଼ିଶା ଅଙ୍ଗନଓ୍ବାଡି କର୍ମୀ ଓ ସହାୟିକା ସଂଘ ନେତୃତ୍ୱରେ ବରଗଡ଼ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିଶାଳ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।...

ସ୍ପୋର୍ଟ୍ସ କ୍ୟାପିଟାଲରୁ ଟ୍ରେନ୍ ଟଏଲଟ୍: ଓଡ଼ିଶା ଖେଳାଳିଙ୍କ କଦର୍ଯ୍ୟ ଯାତ୍ରାକୁ ନେଇ ସାରା ଦେଶରେ ହଇଚଇ

ଭୁବନେଶ୍ୱର,୨୨।୧୨: ଓଡ଼ିଶାର କ୍ରୀଡ଼ା ଭବିଷ୍ୟତ କୁହାଯାଉଥିବା ଯୁବ କୁସ୍ତି ପ୍ରତିଭାମାନଙ୍କ ଅପମାନଜନକ ଯାତ୍ରାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଉତ୍ତରପ୍ରଦେଶର...

ସୃଷ୍ଟି ହେଲା ୨୪ ନୂଆ NAC , ୫ ମ୍ୟୁନିସିପାଲିଟି: ଯୋଡି ହେବ ଏସବୁ ଅଞ୍ଚଳ

ଭୁବନେଶ୍ୱର,୨୨।୧୨: ୨୪ ନୂଆ NAC ଓ ୫ ମ୍ୟୁନିସିପାଲିଟି ନେଇ ସୋମବାର ସରକାରୀ ବିଜ୍ଞପ୍ତି ପ୍ରକାଶ ପାଇଛି। ୧୪ ଜିଲାରେ ୨୪ ନୂଆ NAC ନେଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri