ଛାଡୁନି ମୋହ: ଗ୍ରାମବାସୀଙ୍କୁ ଉସୁକାଇ ରାଜୁଗୁଡ଼ା ହାଇସ୍କୁଲରେ ତାଲା ପକାଇଲେ ନିଲମ୍ବିତ ଶିକ୍ଷକ

ପଟାଙ୍ଗି,୨ା୮(ଶରତ ଧଳ): ନିଲମ୍ବିତ ହେବା ପରେ ମଧ୍ୟ ସ୍କୁଲରୁ ମୋହ ଛାଡୁ ନ ଥିବା ସହ ଗ୍ରାମବାସୀଙ୍କୁ ମତାଇ ସ୍କୁଲରେ ତାଲା ପକାଇ ପୁଣି ଆରମ୍ଭ କରିଛନ୍ତି ଆଉ ଏକ ନୂଆ ବିବାଦ। ଏହିପରି ଦୃଶ୍ୟ ଦେଖିବାକୁ ମିଳିଛି କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅନ୍ତର୍ଗତ ରାଲେଗଡ଼ା ପଞ୍ଚାୟତରେ ରହିଥିବା ରାଜୁଗୁଡା ହାଇସ୍କୁଲରେ।

ସୂଚନା ମୁତାବକ ଉକ୍ତ ହାଇସ୍କୁଲର ପ୍ରଧାନଶିକ୍ଷକ ଦାୟିତ୍ୱରେ ରହିଥିବା ପ୍ରଶାନ୍ତ କୁମାର ପଟ୍ଟନାୟକଙ୍କ ନାମରେ ବିଭିନ୍ନ ସମୟରେ ଅନେକ କିଛି ଅଭିଯୋଗ ଯଥା ଛାତ୍ରମାନଙ୍କୁ ବିଦ୍ୟାଳୟରେ ଶ୍ରମିକ ଭାବେ କାମ କରାଇ ଗାତ ଖୋଳାଉ ଥିବା ସମ୍ପର୍କିତ ଭିଡିଓ ଭାଇରାଲ ପରି ଘଟଣାରେ ଉକ୍ତ ଶିକ୍ଷକଙ୍କୁ ସୁରକ୍ଷା ଦେବା ପାଇଁ ପ୍ରଚେଷ୍ଟା ହୋଇଥିଲା। କିନ୍ତୁ ପରବର୍ତ୍ତୀ ସମୟରେ ପୁଣି ଉକ୍ତ ଶିକ୍ଷକ ଜଣକ ଜଣେ ଛାତ୍ରଙ୍କଠାରୁ ମାଟ୍ରିକ ସାର୍ଟିଫିକେଟ୍‌ ଦେବା ପାଇଁ ୫୦୦ ଟଙ୍କା ନେଉଥିବା ଭିଡିଓ ଭାଇରାଲ ଦୃଶ୍ୟକୁ ଜିଲାପାଳ ଗୁରୁତର ଭାବେ ଗ୍ରହଣ କରି ଏଡିଏମ (ରାଜସ୍ବ) ଆଲୋମଣି ସେଠୀ ଏବଂ ଜିଲା ଶିକ୍ଷା ଅଧିକାରୀ ପ୍ରଶାନ୍ତ କୁମାର ମହାନ୍ତିଙ୍କୁ ତଦନ୍ତ ଭାର ଦେଇ ଘଟଣା ସତ୍ୟାସତ ଜାଣିବା ପରେ ଉକ୍ତ ଶିକ୍ଷକ ପଟ୍ଟନାୟକଙ୍କୁ ଗତ ୨୪ ତାରିଖରେ ନିଲମ୍ବିତ କରିଥିଲେ କିନ୍ତୁ ଶିକ୍ଷକ ଜଣକ ନିଲମ୍ବିତ ହେବାର ୨୪ ଘଣ୍ଟା ମଧ୍ୟରେ ସ୍କୁଲ ପରିସର ଛାଡ଼ିବା ସରକାରୀ ନିୟମ ରହିଥିବା ବେଳେ ନିଲମ୍ବିତ ଶିକ୍ଷକ ପଟ୍ଟନାୟକ ସ୍କୁଲର ଏକ ଗୃହକୁ ନିଜ ଦଖଲରେ ରଖି ସ୍କୁଲ ଭିତରେ ରହି ପୁଣି ଏକ ନୂଆ ଚାଲ୍‌ କରି ଗ୍ରାମବାସୀଙ୍କୁ ମତାଇ ଶୁକ୍ରବାର ବିଦ୍ୟାଳୟକୁ ଛାତ୍ରୀଛାତ୍ର ଏବଂ ଶିକ୍ଷୟିତ୍ରୀ ଶିକ୍ଷକ ପହଞ୍ଚିବା ପୁର୍ବରୁ ସ୍କୁଲର ମୁଖ୍ୟ ଫାଟକରେ ତାଲା ପକାଇ ବିବାଦ ଆରମ୍ଭ
କରିଥିବା ଜଣାପଡ଼ିଛି। ଏହିପରି କି ସ୍କୁଲ ଫାଟକରେ ତାଲା ପକାଇଥିବା ଗ୍ରାମବାସୀ ଆମେ ଜିଲା ପ୍ରଶାସନଙ୍କୁ
ବିଦ୍ୟାଳୟର ସମସ୍ତ ଶିକ୍ଷୟିତ୍ରୀ ଶିକ୍ଷକଙ୍କୁ ଅନ୍ୟତ୍ର ବଦଳି କରିବା ପାଇଁ ଲିଖିତ ଦାବିପତ୍ର ଦେଇଥିଲୁ କିନ୍ତୁ ଏହା କ’ଣ ପାଇଁ ହେଲା ନାହିଁ ବୋଲି ଦାବି ଉଠାଇଥିବା ବେଳ ସେପଟେ ଛାତ୍ରୀଛାତ୍ର ନିଲମ୍ବିତ ଶିକ୍ଷକ ଆମମାନଙ୍କୁ ନିଜର ପ୍ୟାଣ୍ଟ ସାର୍ଟ ସଫା କରାଇ ଏକ ପ୍ରକାର ଭୟଭୀତ କରାଉଥିଲେ ଏବଂ ସ୍କୁଲରେ ରହିଥିବା ଶିକ୍ଷୟିତ୍ରୀ ଶିକ୍ଷକ ଠିକ୍‌ ସମୟରେ ସ୍କୁଲରେ ପହଞ୍ଚି ଆମମାନଙ୍କୁ ପାଠ ମଧ୍ୟ ପଢ଼ାଉଛନ୍ତି ବୋଲି ପ୍ରକାଶ କରିଛନ୍ତି।
ଅନ୍ୟପକ୍ଷରେ ଗ୍ରାମବାସୀ ଏବଂ ଛାତ୍ରୀଛାତ୍ର ଉଭୟ ମତାମତକୁ ଦୃଷ୍ଟିରେ ରଖିଲେ ଜଣାପଡୁଛି କି ବିଦ୍ୟାଳୟରେ ତାଲା ପକାଇ ଏହା ଗୋଟିଏ ଚାଲ୍‌ ସୃଷ୍ଟି କରିବା ସହ ନିଲମ୍ବିତ ଶିକ୍ଷକଙ୍କୁ ସୁରକ୍ଷା ଦେବା ହେଉଛି ଏହା ଏକ ପ୍ରଚେଷ୍ଟା।

ସୂଚନା ଥାଉକି, ଗତ ୨୪ ତାରିଖରୁ ଶିକ୍ଷକ ପଟ୍ଟନାୟକ ନିଲମ୍ବିତ ହୋଇଥିଲେ ମଧ୍ୟ ଶିକ୍ଷକ ପଟ୍ଟନାୟକ ରାଜୁଗୁଡା ହାଇସ୍କୁଲର ଏକ ଗୃହକୁ ମାଡ଼ି ବସି ଦୀର୍ଘ ୧୦ ଦିନ ହେଲା ରହୁଛନ୍ତି। ଖବର ପାଇ ବିଡିଓ ସୁକାନ୍ତ କୁମାର ପଟ୍ଟନାୟକ, ତହସିଲଦାର ଦେବେନ୍ଦ୍ର ବାହାଦୂର ସିଂ ଧାରୁଆ, ବ୍ଲକ ଶିକ୍ଷା ଅଧିକାରୀ ମିନତି ଏବଂ ବ୍ଲକ ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ଅନିଲ କୁମାର ସେଠୀ ପ୍ରମୁଖ ଅଧିକାରୀ ପହଞ୍ଚି ଗ୍ରାମବାସୀଙ୍କୁ ବୁଝାଶୁଝା କରି ବିଦ୍ୟାଳୟର ଫାଟକରୁ ତାଲା ଖୋଲି ଉପସ୍ଥିତ ଗ୍ରାମବାସୀ ଶିକ୍ଷୟିତ୍ରୀଶିକ୍ଷକଙ୍କ ସହ ଆଲୋଚନା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

‘ଆମେ ଯାହା କରିଛୁ ଠିକ୍‌ କରିଛୁ’, କାହିଁକି ଏମିତି କହିଲେ ଜୟଶଙ୍କର? ଜାଣନ୍ତୁ ଇରାନ ଯୁଦ୍ଧ ସହ କ’ଣ ରହିଛି ସମ୍ପର୍କ

ନୂଆଦିଲ୍ଲୀ,୭।୩: ରାଇସିନା ଡାଏଲଗ ୨୦୨୬ରେ ମଧ୍ୟପ୍ରାଚ୍ୟ ଉତ୍ତେଜନା ମଧ୍ୟରେ ଭାରତର ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର କୋଚିରେ ଏକ ଇରାନୀ ନୌସେନା ଜାହାଜକୁ ଡକିଂ କରିବାକୁ ଅନୁମତି…

ଜିଲା ଉନ୍ନୟନ ସମନ୍ବୟ ଓ ନିରୀକ୍ଷଣ କମିଟି ବୈଠକ: ସମୀକ୍ଷା କଲେ ଆସିକା ଏମ୍‌ପି

ଛତ୍ରପୁର,୭ା୩(ଦିଲ୍ଲୀପ ସାମଲ): ସ୍ଥାନୀୟ ଋଷିକୂଲ୍ୟା ସମ୍ମିଳନୀ କକ୍ଷରେ ଜିଲା ଉନ୍ନୟନ ସମନ୍ବୟ ଓ ନିରୀକ୍ଷଣ କମିଟି ବୈଠକ(ଦିଶା) ଅନୁଷ୍ଠିତ ହୋଇଥିଲା। ବୈଠକରେ କମିଟିର ଅଧ୍ୟକ୍ଷା ତଥା ଆସିକା…

ଯୁଦ୍ଧ ଭିତରେ ପାକିସ୍ତାନକୁ ଶକ୍ତ ଝଟ୍‌କା, ବରବାଦ୍‌ ହୋଇଯିବ ପାକ୍‌

ଇସଲାମବାଦ,୭।୩: ପାକିସ୍ତାନ ଏବେ ମଧ୍ୟପ୍ରାଚ୍ୟରେ ଯୁଦ୍ଧର ପରିଣାମ ମଧ୍ୟ ଭୋଗୁଛି। କାତାର ପାକିସ୍ତାନକୁ ଏକ ଫୋର୍ସ ମ୍ୟାଜିଅର ନୋଟିସ ଜାରି କରିଛି। ଏହାର ଅର୍ଥ ହେଉଛି ଯେ…

ପଡ଼ୋଶୀ ଦେଶକୁ କ୍ଷମା ମାଗିବା ସହ ଧମକ ଦେଲେ ଇରାନ ରାଷ୍ଟ୍ରପତି! କହିଲେ, ‘ ଆମେ ସେ ପର୍ଯ୍ୟନ୍ତ ଆକ୍ରମଣ କରିବୁ ନାହିଁ ଯେପର୍ଯ୍ୟନ୍ତ…’

ତେହରାନ,୭।୩: ଇରାନ ରାଷ୍ଟ୍ରପତି ମାସୁଦ ପେଜେସ୍କିଆନ ପଡ଼ୋଶୀ ଦେଶ ଉପରେ ଆକ୍ରମଣ କରିବାକୁ ନେଇ କ୍ଷମା ପ୍ରାର୍ଥନା କରିଛନ୍ତି। ରାଷ୍ଟ୍ରପତି ସରକାରୀ ଟେଲିଭିଜନରେ ପୂର୍ବରୁ ରେକର୍ଡ ହୋଇଥିବା…

ପଙ୍ଖାରେ ଝୁଲୁଥିଲା ବୃଦ୍ଧଙ୍କ ମୃତଦେହ, ଘର ଆଗରେ ପଡ଼ିଛି କୁରାଢ଼ି, ବୋହୂଙ୍କ ମୁଣ୍ଡ ଫାଟିଛି, କହିଲେ ଶ୍ୱଶୁର…

ପାରାଦୀପ,୭ା୩(ଶରତ ରାଉତ): ଜଗତସିଂହପୁର ଜିଲା ପାରାଦୀପ ଲକ୍‌ ଥାନା ଅନ୍ତର୍ଗତ ଭୁତମୁଣ୍ଡାଇ ଗ୍ରାମରେ ଶନିବାର ସକାଳୁ ଜଣେ ଶତାୟୁ ବୃଦ୍ଧଙ୍କ ଝୁଲନ୍ତା ମୃତଦେହ ଦେଖିବାକୁ ମିଳିଥିଲା। ମୃତକ…

ଫାଇନାଲ ମ୍ୟାଚ ପୂର୍ବରୁ ଟିମ ଇଣ୍ଡିଆକୁ ଖୋଲା ଚ୍ୟାଲେଞ୍ଜ ଦେଲେ Mitchell Santner, କହିଲେ…

ନୂଆଦିଲ୍ଲୀ,୭।୩: ରବିବାର ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ୨୦୨୬ ଟି୨୦ ବିଶ୍ୱକପର ଫାଇନାଲ ଖେଳାଯିବ। ଏହି ଦୁଇ ଦଳ ଅହମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ମୁହାଁମୁହିଁ ହେବେ।…

କମାଲ୍‌ କଲେ ସାରା ଅର୍ଜୁନ: ଧୂରନ୍ଧର: ଦି ରିଭେଞ୍ଜରେ…

‘ଧୂରନ୍ଧର: ଦି ରିଭେଞ୍ଜ’ର ଟ୍ରେଲର ରିଲିଜ ହୋଇଛି। ଦର୍ଶକ ଏହାକୁ ବେଶ୍‌ ପସନ୍ଦ କରିଛନ୍ତି। ଏହି ଟ୍ରେଲର ଏବେ ସୋସିଆଲ ମିଡିଆରେ ଟ୍ରେଣ୍ଡ କରୁଛି। ଦର୍ଶକ ପୁଣି…

ବରଗଡ଼ରେ ଆଇନଶୃଙ୍ଖଳା ପରିସ୍ଥିତି ହୁଗୁଳା, ସ୍ପଷ୍ଟ ଦିବାଲୋକରେ ଟ୍ରକ୍‌ ଚାଳକଙ୍କୁ ଛୁରାମାଡ଼

ବରଗଡ଼,୭ା୩(ପ୍ରେମାନନ୍ଦ ଖମାରୀ): ଶାନ୍ତିପ୍ରିୟ ବରଗଡ଼ ଜିଲାରେ ଆଇନଶୃଙ୍ଖଳା ପରିସ୍ଥିତି ହୁଗୁଳା ହୋଇପଡ଼ିଛି। ଦିନ ଦ୍ବିପ୍ରହରରେ ଏଠାକାର ବିଚ୍‌ ରାସ୍ତା ଉପରେ ଛୁରି, ଭୁଜାଲି ବୁଲୁଛି। ଛୁରି, ଭୁଜାଲି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri