ସଫଳ ହେଉନି ଅସ୍ତ୍ରୋପଚାର, ବଢୁଛି ଚିନ୍ତା

ଲୋଇସିଂହା,୧୬।୬(ସୁଶାନ୍ତ ବାରିକ): ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକ ଅନ୍ତର୍ଗତ ଯୋଗୀସର୍ଡା ଗ୍ରାମର ଦୀନବନ୍ଧୁ ଥନାପତି (୫୫)। ଦୂରାରୋଗ୍ୟରେ ପୀଡିତ ହୋଇ ଭୁବନେଶ୍ୱରସ୍ଥିତ ଅଖିଳ ଭାରତୀୟ ଅୟୁର୍ବିଜ୍ଞାନ ପ୍ରତିଷ୍ଠାନ(ଏମ୍‌ସ)ରେ ଚିକିତ୍ସିତ ହେଉଛନ୍ତି। ପ୍ରଥମ ଦୁଇଦଫା ଅସ୍ତ୍ରୋପଚାର ସଫଳ ହେଲାନାହିଁ। ଏବେ ତୃତୀୟ ଥର ଅସ୍ତ୍ରୋପଚାର ପାଇଁ ଡାକ୍ତର କହୁଛନ୍ତି। ଏଥିପାଇଁ ଅନ୍ୟାନ୍ୟ ଖର୍ଚ୍ଚ ସହ ଅନୂନ୍ୟ ୧ଲକ୍ଷ ଟଙ୍କା ଆବଶ୍ୟକ ପଡୁଛି। ଏତେ ଟଙ୍କା ଯୋଗାଡ କରି ପାରୁ ନ ଥିବାରୁ ଏବେ ଦୀନବନ୍ଧୁଙ୍କ ଚିନ୍ତା ବଢିଯାଇଛି। ଗ୍ରାମବାସୀ ଏହା ଜାଣିଲା ପରେ ଦୀନବନ୍ଧୁଙ୍କ ପ୍ରତି ସହାୟତାର ହାତ ବଢାଇବା ପାଇଁ ସାମାଜିକ ଗଣମାଧ୍ୟମରେ ନିବେଦନ କରାଯାଇଛି। ସ୍ତ୍ରୀ, ୩ ଝିଅ ଓ ଏକମାତ୍ର ପୁଅଙ୍କୁ ନେଇ ଦୀନବନ୍ଧୁଙ୍କ ପରିବାର। ଦୀନବନ୍ଧୁଙ୍କ କୌଳିକ ବୃତ୍ତି ହେଲା ଶିବ ମନ୍ଦିରରେ ପୂଜା କରିବା। ସବୁକିଛି ଠିକ୍‌ ଚାଲିଥିଲା। କିଛିମାସ ତଳେ ତାଙ୍କ ମୁହଁର ଡାହଣପାର୍ଶ୍ୱ ଆଖିତଳେ ଏକ କଳାଜାଇ ହୋଇଥିଲା। ଏହା ଅସ୍ତେଆସ୍ତେ ବଢି ସେଠାରେ ଘା ହୋଇଯାଇଥିଲା। ସ୍ଥାନୀୟ ଡାକ୍ତରଖାନାରେ ଦେଖାଇ ସେ ଓଷଧ ଖାଇଥିଲେ। ହେଲେ ଘା ନ ଶୁଖିବାରୁ ଭୁବନେଶ୍ୱରସ୍ଥିତ ଏମ୍‌ସକୁ ଚିକିତ୍ସା ପାଇଁ ଆସିଥିଲେ। ସେଠାରେ ତାଙ୍କର ଦୁଇଥର ଅସ୍ତ୍ରୋପଚାର ସରିଛି। ହେଲେ ସେ ଆରୋଗ୍ୟ ହୋଇ ପାରିନାହାନ୍ତି। ଇତ୍ୟବସରେ ଦୀନବନ୍ଧୁଙ୍କ ସଞ୍ଚୟ ଟଙ୍କା ଏବଂ ବିଜୁ ସ୍ବାସ୍ଥ୍ୟକାର୍ଡ(ବିଏସ୍‌କଓ୍ବୋଇ) ବାବଦ ଟଙ୍କା ଚିକିତ୍ସାରେ ସରିଯାଇଛି। ଏବେ ସେ ସଙ୍କଟାପନ୍ନ ଅବସ୍ଥାରେ ଅଛନ୍ତି। ଏଭଳି ସ୍ଥିତିରେ ଡାକ୍ତର ତୃତୀୟ ପର୍ଯ୍ୟାୟ ଅସ୍ତ୍ରୋପଚାର ପାଇଁ କହିବା ପରେ ପରିବାର ଲୋକେ ସମ୍ପୂର୍ଣ୍ଣ ଭାଙ୍ଗି ପଡିଛନ୍ତି। ଗ୍ରାମବାସୀ ସହାୟତା ପାଇଁ ସାମାଜିକ ଗଣମାଧ୍ୟମର ସାହାରା ନେଇଛନ୍ତି। ଏଥିମଧ୍ୟରେ ୧୫ହଜାରରୁ ଊର୍ଦ୍ଧ୍ୱ ଟଙ୍କାର ସହାୟତା ରାଶି ମିଳିଥିବା ଦୀନବନ୍ଧୁଙ୍କ ଭାଇ ଅନୀଲ ଥନାପତି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏମିତି ବି ଆସେ ମୃତ୍ୟୁ: ରାତିରେ ଖାଇପିଇ ଶୋଇଲେ ସକାଳକୁ…

ପାତ୍ରପୁର,୩।୪(ଉମାଚରଣ ନେପାକ): ଗଞ୍ଜାମ ଜିଲା ପାତ୍ରପୁର ବ୍ଲକ କୋଳିହଳା ଗ୍ରାମର ବାସୁଦେବ ବେହେରା(୪୫)କୋଏମ୍ବାଟୁରର ଏକ ସୁତା କଳରେ ଦାଦନ ଖଟୁଥିବା ବେଳେ ଗୁରୁବାର ରାତିରେ ହୃଦଘାତରେ ତାଙ୍କର…

ବନ୍ଧୁ ମିଳନ ନାମରେ ବଳ କଷିଲେ ଯୁବ ଗୋଷ୍ଠୀ: ସାମିଲ ହେଲେ ଶହ ଶହ…

ଗଞ୍ଜାମ,୩।୪(ବିଦ୍ୟାଧର ସାହୁ ): ୧୬ ନଂ ଜାତୀୟ ରାଜପଥ ପାର୍ଶ୍ୱରେ ଥିବା ମା’ ଏଲେମା ମନ୍ଦିର ପ୍ରାଙ୍ଗଣରେ ଗଞ୍ଜାମ ସହରର ଏକ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଶୁକ୍ରବାର…

ଉତ୍ସବମୁଖର ଦାରିଙ୍ଗବାଡି: ଉତ୍ସାହ ସହ ପାଳନହେଲା ଗୁଡ ଫ୍ରାଇଡେ, ଯୀଶୁଖ୍ରୀଷ୍ଟଙ୍କ ଯାତନାର ଦୃଶ୍ୟ…

ଦାରିଙ୍ଗବାଡି,୩।୪ (ଅରୁଣ ସାହୁ): ଗୁଡ୍‌ ଫ୍ରାଇଡେ ପାଇଁ କନ୍ଧମାଳ ଜିଲା  ଉତ୍ସବ ମୁଖର ହୋଇଥିବା ବେଳେ ଦାରିଙ୍ଗବାଡି ବ୍ଲକ ଅଞ୍ଚଳରେ ମଧ୍ୟ ଏହି ପର୍ବ ବଡ଼ ଧୁମଧାମରେ…

ମାମୁଁ ଘରକୁ ଆସି ଗତକାଲିଠୁ ଥିଲେ ନିଖୋଜ: ଆଜି କେନାଲରୁ ମିଳିଲା ମୃତଦେହ, ପରିବାର ଲୋକେ ଆଣିଲେ ସାଂଘାତିକ ଅଭିଯୋଗ

ପଟ୍ଟାମୁଣ୍ଡାଇ ୩।୪(କଳ୍ପତରୁ ନାୟକ) କେନ୍ଦ୍ରାପଡା ଜିଲାରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଗୁରୁବାର ପୂର୍ବାହ୍ନରୁ ନିଖୋଜ ଥିବା ଜଣେ ୭ ବର୍ଷୀୟ ନାବାଳିକା ସ୍କୁଲ…

ଇସ୍ରାଏଲକୁ ‘ପଙ୍ଗୁ’ କରିଦେଲା ଇରାନ: IDF ‘ଗୁପ୍ତଚର’ଙ୍କୁ ତାଲିମ ଦେଇଥିବା କାରଖାନାକୁ ଉଡ଼ାଇ ଦେଲା

ତେହରାନ,୩।୪: ଇରାନ ପୁଣିଥରେ ଇସ୍ରାଏଲର ଏକ ଉଚ୍ଚ-ପ୍ରଯୁକ୍ତି ପ୍ରତିରକ୍ଷା କେନ୍ଦ୍ର ଉପରେ ଏକ ସଠିକ ବାଲିଷ୍ଟିକ କ୍ଷେପଣାସ୍ତ୍ର ଆକ୍ରମଣ କରିଛି। ଏଥର, ଟାର୍ଗେଟ ଥିଲା ପେଟାହ ଟିକଭା…

ଆମେରିକାକୁ ଇରାନର ଖୋଲା ଧମକ, କହିଲା ‘ଆମେ ଆମେରିକାକୁ ପ୍ରସ୍ତର ଯୁଗଠାରୁ ବି ପୂର୍ବ ଯୁଗକୁ ଫେରାଇ ଦେବୁ’

ତେହରାନ,୩।୪: ମଧ୍ୟପ୍ରାଚ୍ୟରେ ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଉତ୍ତେଜନା ଏବେ ଆହୁରି ବିପଦପୂର୍ଣ୍ଣ ପର୍ଯ୍ୟାୟରେ ପ୍ରବେଶ କରିଛି। ଏହି ମୁକାବିଲା ଆଉ କେବଳ ଦୁଇଟି ରାଷ୍ଟ୍ର…

ରାଜ୍ୟ ସଭାର ଉପନେତା ପଦରୁ ହଟାଯିବା ପରେ କମିଯିବ କି ରାଘବ ଚଢାଙ୍କ ଦରମା? ଜାଣନ୍ତୁ କ’ଣ ରହିଛି ନିୟମ

ନୂଆଦିଲ୍ଲୀ,୩।୪: ରାଜ୍ୟ ସଭାରେ ଉପନେତା ପଦରୁ ରାଘବ ଚଢାଙ୍କୁ ହଟାଇବା ପରେ ରାଜନୈତିକ ବିତର୍କ ଆରମ୍ଭ ହୋଇଛି। ଅଶୋକ ମିତ୍ତଲ ଏବେ ଏହି ଭୂମିକା ଗ୍ରହଣ କରିବେ।…

ସ୍ତ୍ରୀଙ୍କ ସହ ଯାଇଥିଲେ ଶ୍ୱଶୁର ଘର: ଘରେ ବୁଲିଲା କଳାକନା

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଜଗନ୍ନାଥ ମନ୍ଦିର ସାହିରେ ରହୁଥିବା ରାଜମିସ୍ତ୍ରୀ ପିଣ୍ଟୁ ସାହୁଙ୍କ ଘର ତାଲା ଭାଙ୍ଗି ଦୁର୍ୱୃତ୍ତମାନେ କଳାକନା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri