Posted inଖେଳ

ସନ୍‌ରାଇଜର୍ସକୁ ହରାଇଲା ସୁପରକିଙ୍ଗ୍ସ

ଦୁବାଇ,୧୪।୧୦(ପି.ଟି.): ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ମଙ୍ଗଳବାର ଅନୁଷ୍ଠିତ ମ୍ୟାଚରେ ଚେନ୍ନାଇ ସୁପରକିଙ୍ଗ୍ସ ୨୦ ରନରେ ସନ୍‌ରାଇଜର୍ସ ହାଇଦ୍ରାବାଦ୍‌କୁ ପରାସ୍ତ କରିଛି। ପ୍ରଥମେ ବ୍ୟାଟିଂ କରିଥିବା ଚେନ୍ନାଇ ୬ ଉଇକେଟ ହରାଇ ୧୬୭ ରନ କରିଥିବାବେଳେ ହାଇଦ୍ରାବାଦ ଦଳ ୨୦ ଓଭରରେ ୮ ଉଇକେଟ ହରାଇ ୧୪୭ ରନ କରି ପାରିଥିଲା। କ୍ରମାଗତ ୨ ପରାଜୟ ପରେ ଚେନ୍ନାଇର ଏହା ପ୍ରଥମ ଏବଂ ମୋଟ ଉପରେ ୮ ମ୍ୟାଚରୁ ୩ୟ ବିଜୟ। ଅନ୍ୟପକ୍ଷରେ ସନ୍‌ରାଇଜର୍ସର ଏହା ୮ ମ୍ୟାଚରୁ ୫ମ ପରାଜୟ।
ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିବା ଚେନ୍ନାଇ ଇନ୍‌ଫର୍ମ ଓପନର ଫାଫ୍‌ ଡୁପ୍ଲେସିଙ୍କୁ ହରାଇ ପ୍ରାରମ୍ଭିକ ଝଟ୍‌କା ଖାଇଥିଲା। ଡୁପ୍ଲେସି ଖାତା ଖୋଲିବା ପୂର୍ବରୁ ଉଇକେଟକିପର ଜନି ବେୟାରଷ୍ଟୋଙ୍କୁ କ୍ୟାଚ୍‌ ଦେଇ ଦ୍ରୁତ ବୋଲର ସନ୍ଦୀପ ଶର୍ମାଙ୍କ ଦ୍ୱାରା ଆଉଟ ହୋଇଥିଲେ। ଡୁପ୍ଲେସି ଅଫ୍‌ ଷ୍ଟମ୍ପ୍‌ ବାହାରର ଏକ ଇନ୍‌ସୁଇଙ୍ଗରକୁ ଖେଳିବାକୁ ଯାଇଥିଲେ ଓ ବଲ୍‌ ବ୍ୟାଟ୍‌ର ଏଜ୍‌ ନେଇଥିଲା। ଫଳରେ ବଲ୍‌ ବେୟାରଷ୍ଟୋଙ୍କ ହାତକୁ ଯାଇଥିଲା। ଡୁପ୍ଲେସିଙ୍କ ସହ ଇନିଂସ ଓପନ କରିବାକୁ ଆସିଥିବା ସାମ କୁରାନ ୨୧ ବଲରୁ ୩ ଚୌକା ଓ ୨ ଛକା ସହ ଦ୍ରୁତ ୩୧ ରନ କରିଥିବା ବେଳେ ଲାଇନ୍‌ ମିସ୍‌ କରି ବୋଲ୍ଡ ହେବା ସହ ସନ୍ଦୀପଙ୍କ ଦ୍ୱିତୀୟ ଶିକାର ହୋଇଥିଲେ। ତୃତୀୟ ଉଇକେଟରେ ଅମ୍ବାତି ରାୟୁଡୁ ଓ ଶେନ୍‌ ଓ୍ବାଟସନ ୬୪ ବଲରୁ ଦ୍ରୁତ ୮୧ ରନକରି ସ୍ଥିତି ସମ୍ଭାଳିଥିଲେ। ରାୟୁଡୁ ୩୪ ବଲରୁ ୩ ଚୌକା, ୨ ଛକା ସହ ୪୧ ରନକରି ଲଙ୍ଗ୍‌ଅଫ୍‌ରେ ଡେଭିଡ୍‌ ଓ୍ବାର୍ନରଙ୍କୁ ସିଧାସଳଖ କ୍ୟାଚ୍‌ ଦେଇ ଖଲିଲ ଅହମ୍ମଦଙ୍କ ବଲ୍‌ରେ ଆଉଟ ହୋଇଥିଲେ। ରାୟୁଡ଼ୁଙ୍କ ଆଉଟକରି ଖଲିଲ୍‌ ଦଳକୁ ବ୍ରେକ୍‌ ଥ୍ରୁ ଦେଇଥିଲେ। ଓ୍ବାଟସନ ୩୮ ବଲରୁ ୧ ଚୌକା ଓ ୩ ଛକା ସହ ୪୨ ରନ କରି ଲଙ୍ଗ୍‌ଅଫ୍‌ରେ ମନୀଷ ପାଣ୍ଡେଙ୍କୁ କ୍ୟାଚ୍‌ ଦେଇ ଟି. ନଟରାଜନଙ୍କ ଶିକାର ହୋଇଥିଲେ। ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଦ୍ରୁତ ଗତିରେ ରନ୍‌ ସଂଗ୍ରହ କରିବାକୁ ଯାଇ ୧୩ ବଲରୁ ୨ ଚୌକା ୧ ଛକା ସହ ୨୧ ରନ କରି ଏକ୍ସଟ୍ରା କଭରରେ କେନ୍‌ ଓ୍ବଲିୟମସନଙ୍କୁ କ୍ୟାଚ୍‌ ଦେଇ ନଟରାଜନଙ୍କ ଦ୍ୱିତୀୟ ଶିକାର ହୋଇଥିଲେ। ବିସ୍ଫୋରକ ଡ୍ବେନ ବ୍ରାଭୋ ବ୍ୟାଟିଂ କରିବାକୁ ଆସି ପ୍ରଥମ ବଲ୍‌ରେ ହିଁ ଖଲିଲ ଅହମ୍ମଦଙ୍କ ଦ୍ୱାରା କ୍ଲିନ୍‌ ବୋଲ୍ଡ ହୋଇଥିଲେ। ଶେଷରେ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ଧୂଆଁଧାର ପ୍ରଦର୍ଶନ କରି ମାତ୍ର ୧୦ଟି ବଲରୁ ୩ ଚୌକା ଓ ୧ ଛକା ସହ ୨୫ ରନ ସଂଗ୍ରହ କରି ଅପରାଜିତ ରହିଥିଲେ। ଦୀପକ ଚହର ୨ ରନ କରି ଅପରାଜିତ ରହିଥିଲେ। ପଞ୍ଚମ ଉଇକେଟରେ ଧୋନୀ ଓ ଜାଡେଜା ୧୬ ବଲରୁ ଦ୍ରୁତ ୩୨ ରନ ସଂଗ୍ରହ କରିଥିଲେ। ବୋଲିଂରେ ହାଇଦ୍ରାବାଦ ତରଫରୁ ସନ୍ଦୀପ, ଖଲିଲ ଓ ନଟରାଜନ ୨ଟି ଲେଖାଏ ଉଇକେଟ ଅକ୍ତିଆର କରିଥିଲେ।
ସନ୍‌ରାଇଜର୍ସ ମାତ୍ର ୨୭ ରନରେ ଅଧିନାୟକ ଡେଭିଡ ଓ୍ବାର୍ନର (୯) ଓ ମନୀଷ ପାଣ୍ଡେ(୪)ଙ୍କ ଉଇକେଟ ହରାଇଥିଲା। ଫଳରେ କେନ୍‌ ଓ୍ବିଲିୟମସନଙ୍କ ଉପରେ ଚାପ ବଢ଼ିଥିଲା। ତେବେ ସେ ନିଜ ଅଭିଜ୍ଞତାର ଉପଯୋଗ କରି ଜନି ବେୟାରଷ୍ଟୋଙ୍କ ସହ ୩ୟ ଉଇକେଟ ଯୋଡ଼ିରେ ୩୨ ଓ ଯୁବ ବ୍ୟାଟ୍ସମ୍ୟାନ ପ୍ରିୟମ ଗର୍ଗଙ୍କ ସହ ୪ର୍ଥ ଉଇକେଟରେ ୪୦ ରନର ଭାଗୀଦାରି ଗଢ଼ି ଇନିଂସକୁ ଆଗେଇ ନେଇଥିଲେ। ବେୟାରଷ୍ଟୋ ୨୪ ବଲ୍‌ରୁ ୨୩ ଓ ଗର୍ଗ ୧୮ ବଲ୍‌ରୁ ୧୬ ରନ କରିଥିଲେ। ଅଲରାଉଣ୍ଡର ବିଜୟ ଶଙ୍କର ୧୨ ରନ କରି ପାରିଥିଲେ। ଆବଶ୍ୟକ ରନହାର ବଢ଼ୁଥିବାରୁ ବଡ଼ ଶଟ୍‌ ଖେଳିବା ଲକ୍ଷ୍ୟରେ ଓ୍ବିଲିୟମସନ ୧୮ତମ ଓଭରରେ ଆଉଟ ହୋଇ ଯାଇଥିଲେ। କର୍ନ ଶର୍ମାଙ୍କ ବଲ୍‌ରେ ସ୍ଲଗ୍‌ ସୁଇପ୍‌ ଖେଳିବାକୁ ଯାଇ ସେ ଲଙ୍ଗ୍‌ଅନ୍‌ରେ ଶାର୍ଦ୍ଦୁଳ ଠାକୁରଙ୍କୁ କ୍ୟାଚ ଦେଇଥିଲେ। ୩୯ଟି ବଲ୍‌ ଖେଳିଥିବା ଓ୍ବିଲିୟମସନ ୭ ଚୌକା ସହ ସର୍ବାଧିକ ୫୭ ରନ ସ୍କୋର କରିଥିଲେ। ଏହି ଓଭରରେ କର୍ନ ଶର୍ମା ୧୯ ରନ ବ୍ୟୟ କରିବାରୁ ସନ୍‌ରାଇଜର୍ସ ଆଶା ଉଜ୍ଜୀବିତ ହୋଇଥିଲା। ମାତ୍ର ଶାଦ୍ଦୁଳ ଠାକୁର ୧୯ତମ ଓଭରରେ ମାତ୍ର ୫ ରନ ଦେଇ ରଶିଦ ଖାଁଙ୍କ ଉଇକେଟ ନେବାରୁ ଚେନ୍ନାଇ ବିଜୟ ଏକପ୍ରକାର ନିଶ୍ଚିତ ହୋଇ ଯାଇଥିଲା। ଚେନ୍ନାଇ ବୋଲରଙ୍କ ମଧ୍ୟରେ କର୍ନ ଶର୍ମା ଓ ଡ୍ବେନ ବ୍ରାଭୋ ୨ଟି ଲେଖାଏ ଏବଂ ସାମ୍‌ କୁରାନ, ରବୀନ୍ଦ୍ର ଜାଡେଜା ଓ ଶାର୍ଦ୍ଦୁଳ ଠାକୁର ଗୋଟିଏ ଲେଖାଏ ଉଇକେଟ ନେଇଥିଲେ।
ସଂକ୍ଷିପ୍ତ ସ୍କୋର:
ଚେନ୍ନାଇ ସୁପର କିଙ୍ଗ୍ସ ୨୦ ଓଭରରେ ୧୬୭/୬ (ଓ୍ବାଟସନ- ୪୨, ରାୟୁଡୁ- ୪୧, କୁରାନ- ୩୧, ଜାଡେଜା- ୨୫*, ଧୋନୀ- ୨୧, ସନ୍ଦୀପ- ୨/୧୯, ଖଲିଲ- ୨/୪୫, ନଟରାଜନ- ୨/୪୧)। ସନ୍‌ରାଇଜର୍ସ ହାଇଦ୍ରାବାଦ ୨୦ ଓଭରରେ ୧୪୭/୮ (ଓ୍ବିଲିୟମସନ-୫୭, ବେୟାରଷ୍ଟୋ-୨୩, କର୍ନ-୨/୩୭, ବ୍ରାଭୋ-୨/୨୫, ଶାର୍ଦ୍ଦୁଳ-୧/୧୦, ସାମ୍‌ କୁରାନ-୧/୧୮, ଜାଡେଜା-୧/୨୧)।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

IPL 2026: ଚେପକ୍‌ରେ ପଞ୍ଜାବ କିଙ୍ଗସର ଐତିହାସିକ ବିଜୟ; ଚେନ୍ନାଇକୁ ୫ ୱିକେଟରେ ହରାଇ ରଚିଲା ଇତିହାସ

ଚେନ୍ନାଇ,୩/୪ : ଆଇପିଏଲ୍ ୨୦୨୬ର ସପ୍ତମ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗସ ଏକ ଚମତ୍କାର ପ୍ରଦର୍ଶନ କରି ଚେନ୍ନାଇ ସୁପର କିଙ୍ଗସକୁ ତା’ର ଘରୋଇ ଗ୍ରାଉଣ୍ଡ୍ ଏମ୍.ଏ. ଚିଦାମ୍ବରମ୍…

ଧୋନୀ, କପିଲଙ୍କୁ କ୍ଷମା ମାଗିଲେ ଯୁବରାଜ, କାହିଁକି ଜାଣନ୍ତୁ…

ନୂଆଦିଲ୍ଲୀ,୩ା୪: କିମ୍ୱଦନ୍ତୀ ଅଲରାଉଣ୍ଡର ଯୁବରାଜ ସିଂଙ୍କ ବାପା ଯୋଗରାଜ ସିଂ କିଛି ବର୍ଷ ତଳେ ଦେଶର ଦୁଇ ମହାନ୍‌ କ୍ରିକେଟ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଓ…

ସଞ୍ଜୁ ସାମସନଙ୍କୁ ଭୁରି ଭୁରି ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ମୋଦି, ଜାଣନ୍ତୁ କାହିଁକି…

ନୂଆଦିଲ୍ଲୀ,୩।୪: ଟିମ ଇଣ୍ଡିଆ ନିକଟରେ ICC ଟି୨୦ ବିଶ୍ୱକପ ୨୦୨୬ ଜିତି ଇତିହାସ ରଚିଛି। ଷ୍ଟାର ଭାରତୀୟ ଉଇକେଟ୍‌କିପର-ବ୍ୟାଟ୍ସମ୍ୟାନ ସଞ୍ଜୁ ସାମସନ ଏହି ଟାଇଟଲ ବିଜୟର ହିରୋ…

IPL ନିଲାମରେ ମୁହଁମୋଡ଼ି ଦେଇଥିଲେ ସବୁ ଦଳ: ବଦଳ ଭାବେ ଆସି ଚମତ୍କାର କଲେ ଏହି କ୍ରିକେଟର୍‌

କୋଲକାତା,୩।୪: IPL 2026ର ଷଷ୍ଠ ମ୍ୟାଚରେ ସନରାଇଜର୍ସ ହାଇଦ୍ରାବାଦ ଇଡେନ ଗାର୍ଡେନରେ ଏକ ଧମାକାଦାର ବ୍ୟାଟିଂ ପ୍ରଦର୍ଶନ କରି ୨୦ ଓଭରରେ ୨୨୬ ରନର ବିଶାଳ ସ୍କୋର…

ଅଭିଷେକ ଶର୍ମାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଲା ବିସିସିଆଇ, ଜାଣନ୍ତୁ କାହିଁକି ମିଳିଲା ଦଣ୍ଡ

ନୂଆଦିଲ୍ଲୀ,୩।୪: କୋଲକାତା ନାଇଟ ରାଇଡର୍ସ ବିପକ୍ଷରେ ଅଭିଷେକ ଶର୍ମା ଗୁରୁବାର ୪୮ ରନର ଏକ ବିସ୍ଫୋରକ ଇନିଂସ ଖେଳିଥିଲେ। ଏହି ଇନିଂସରେ ସେ ମାତ୍ର ୨୧ ବଲ…

LSG ମାଲିକ ସଞ୍ଜିବ ଗୋଏଙ୍କାଙ୍କ ଉପରେ ରାଗିଲେ ଲଳିତ ମୋଦି; ପନ୍ତଙ୍କୁ କଲେ ସମର୍ଥନ

ନୂଆଦିଲ୍ଲୀ,୩।୪: ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷରେ ପରାଜୟ ପରେ, ଲକ୍ଷ୍ନୌ ସୁପର ଜାଏଣ୍ଟସ ମାଲିକ ସଞ୍ଜିବ ଗୋଏଙ୍କା, ଅଧିନାୟକ ରିଷଭ ପନ୍ତ ଏବଂ ମୁଖ୍ୟ ପ୍ରଶିକ୍ଷକ ଜଷ୍ଟିନ ଲାଙ୍ଗରଙ୍କ…

୨୦୨୭ ରୁ ଆଇପିଏଲ ମ୍ୟାଚ ସଂଖ୍ୟା ବୃଦ୍ଧି ପାଇବ? ଅଧ୍ୟକ୍ଷଙ୍କ ଗୁରୁତ୍ୱପୂର୍ଣ୍ଣ ବୟାନ

ନୂଆଦିଲ୍ଲୀ,୩।୪: ଇଣ୍ଡିଆନ ପ୍ରିମିୟର ଲିଗର ୧୯ତମ ସଂସ୍କରଣ ବର୍ତ୍ତମାନ ଚାଲିଛି; ଛଅଟି ମ୍ୟାଚ ଖେଳାଯାଇସାରିଛି, ଏବଂ ଶୁକ୍ରବାର ଚେନ୍ନାଇ ସୁପର କିଙ୍ଗସ ଏବଂ ପଞ୍ଜାବ କିଙ୍ଗସ ମଧ୍ୟରେ…

IPLରେ ଅଭିଷେକଙ୍କ ବଡ଼ କାରନାମା: ୪ ଛକା ମାରି କଲେ ଅନନ୍ୟ ରେକର୍ଡ

କୋଲକାତା,୩।୪: ଇଡେନ ଗାର୍ଡେନ୍ସରେ କୋଲକାତା ନାଇଟ ରାଇଡର୍ସ ବିପକ୍ଷରେ ଅଭିଷେକ ଶର୍ମା ୪୮ ରନର ଏକ ବିସ୍ଫୋରକ ଇନିଂସ ଖେଳିଥିଲେ। ୨୨୮.୫୭ ଷ୍ଟ୍ରାଇକ ରେଟରେ ଖେଳି ଅଭିଷେକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri