ସ୍ବଳ୍ପବୟସ୍କଙ୍କ ଆତ୍ମହତ୍ୟା ପ୍ରବଣତା ବଢୁଛି: ବଡ଼ କାରଣ କହିଲେ ବିଶେଷଜ୍ଞ

ଜେନେଭା/ଭୁବନେଶ୍ୱର/କଟକ/ ବ୍ରହ୍ମପୁର,୩ା୯ (ବନ୍ଦନା ସେଠୀ/ ଶିଳ୍ପା ପ୍ରିୟଦର୍ଶିନୀ/ ଅଶୋକ ସାହୁ)
ବିଶ୍ୱରେ ବର୍ଷକୁ ୭.୨୭ ଲକ୍ଷ ଲୋକ ଆମତ୍ହତ୍ୟା କରୁଛନ୍ତି। ପ୍ରତି ୧୦୦ ଜଣରେ ଜଣେରୁ ଊର୍ଦ୍ଧ୍ୱ (୧.୧%) ବ୍ୟକ୍ତି ଜୀବନ ହାରୁଛନ୍ତି। ପ୍ରତି ୨୦ଜଣଙ୍କ ଆମତ୍ହତ୍ୟା ଉଦ୍ୟମରେ ଜଣେ ବ୍ୟକ୍ତିଙ୍କ ପ୍ରାଣହାନି ଘଟୁଛି। ଜୀବନ ହାରିବା ଭଳି ଚରମ ନିଷ୍ପତ୍ତି ନେଉଥିବା ଲୋକଙ୍କ ମଧ୍ୟରୁ ୫୩% ହେଉଛନ୍ତି ମହିଳା ବୋଲି ଜାତିସଂଘର ସ୍ବାସ୍ଥ୍ୟ ସଂସ୍ଥା ଡବ୍ଲ୍ୟୁଏଚ୍‌ଓ ୨୦୨୧ରେ ପ୍ରକାଶିତ ଏକ ରିପୋର୍ଟ ଆଧାରରେ ଏହାର ମାନସିକ ସ୍ବାସ୍ଥ୍ୟ ବିଭାଗ ଅନ୍ତରୀଣ ମୁଖ୍ୟ ଦେଭୋରା କେଷ୍ଟେଲ କହିଛନ୍ତି। ଆତ୍ମହତ୍ୟା ଅଗଣିତ ଜୀବନ ଓ ଜୀବିକାକୁ ଉଜାଡ଼ି ଦେଉଛି। ଆତ୍ମହତ୍ୟାକାରୀଙ୍କ ବନ୍ଧୁ, ସମ୍ପର୍କୀୟମାନେ ଅକଳ୍ପନୀୟ ଅସୁବିଧା ଦେଇ ଗତି କରୁଛନ୍ତି। ବିଶ୍ୱରେ ଭୌଗୋଳିକ ଓ ସାମାଜିକ-ଅର୍ଥନୈତିକ ସ୍ଥିତି ନିର୍ବିଶେଷରେ ସ୍ବଳ୍ପ ବୟସ୍କମାନଙ୍କ କ୍ଷେତ୍ରରେ ଆମତ୍ହତ୍ୟା ମୃତ୍ୟୁର ଏକ ପ୍ରମୁଖ କାରଣ ହୋଇ ରହିଆସିଛି। ୨୦୨୧ରେ ୧୫ରୁ ୨୯ ବର୍ଷୀୟା ଝିଅ ଓ ମହିଳାଙ୍କ କ୍ଷେତ୍ରରେ ମୃତ୍ୟୁର ଦ୍ୱିତୀୟ ବଡ଼ କାରଣ ଆତ୍ମହତ୍ୟା ହୋଇଥିବାବେଳେ ସମାନ ବୟସ୍କ ପୁରୁଷଙ୍କ ପାଇଁ ଏହା ତୃତୀୟ ବୃହତ୍‌ କାରଣ ହୋଇଥିବା ବିଶ୍ଳେଷଣରୁ ଜଣାପଡ଼ିଛି। ୨୦୦୦ରୁ ୨୦୨୧ ମଧ୍ୟରେ ଏହି ବୟସ ବର୍ଗର ଲୋକଙ୍କଠାରେ ବିଶ୍ୱବ୍ୟାପୀ ୩୫% ଆମତ୍ହତ୍ୟା ହାର ହ୍ରାସ ପାଇଥିଲେ ମଧ୍ୟ ଏହାକୁ ରୋକିବା ନେଇ ଲକ୍ଷ୍ୟ ପୂରଣ ହୋଇପାରି ନାହିଁ। ୨୦୧୫ରୁ ୨୦୩୦ ମଧ୍ୟରେ ଆମତ୍ହତ୍ୟା ହାର ଏକତୃତୀୟଂଶ ହ୍ରାସ ପାଇଁ ଲକ୍ଷ୍ୟ ରଖାଯାଇଥିଲା। କିନ୍ତୁ ବର୍ତ୍ତମାନର ଅଗ୍ରଗତିକୁ ଦେଖିଲେ ୨୦୩୦ ବେଳକୁ ଏଥିରେ ମାତ୍ର ୧୨% ସଫଳତା ମିଳିପାରେ ବୋଲି ଡବ୍ଲ୍ୟୁଏଚ୍‌ଓ ଉକ୍ତ ରିପୋର୍ଟରେ ଦର୍ଶାଇଛି। ଓ୍ବାଲର୍‌ଡ ମେଣ୍ଟାଲ ହେଲ୍‌ଥ ଟୁଡେ ଏବଂ ମେଣ୍ଟାଲ ହେଲ୍‌ଥ ଆଟ୍‌ଲାସ୍‌ ୨୦୨୪ ଶୀର୍ଷକ ଦୁଇଟି ରିପୋର୍ଟକୁ ବିଶ୍ଳେଷଣ କରି କୁହାଯାଇଛି, ଲିଙ୍ଗ ଅନୁସାରେ ମାନସିକ ରୋଗରେ ଭିନ୍ନତା ଥାଇପାରେ। କିନ୍ତୁ ମୋଟାମୋଟି ଭାବେ ମହିଳାମାନେ ଏହାଦ୍ୱାରା ଅଧିକ ପ୍ରଭାବିତ ହେଉଛନ୍ତି। ଅନେକ ଦେଶର ସରକାର ନିଜସ୍ବ ମାନସିକ ସ୍ବାସ୍ଥ୍ୟ ନୀତି ଆଣି କାର୍ଯ୍ୟକ୍ରମଗୁଡ଼ିକର ଆୟୋଜନ କରୁଛନ୍ତି। ଏପରି କି ଲୋକଙ୍କୁ ମାନସିକ ରୋଗରୁ ରକ୍ଷା କରିବା ପାଇଁ ସେବା କ୍ଷେତ୍ରରେ ପୁଞ୍ଜିନିବେଶ କରୁଛନ୍ତି। ତଥାପି ମେଣ୍ଟାଲ ହେଲ୍‌ଥ ସର୍ଭିସ୍‌ ବର୍ତ୍ତମାନ ଏକ ବୃହତ୍‌ ଆହ୍ବାନରେ ପରିଣତ ହୋଇଛି ବୋଲି ଡବ୍ଲ୍ୟୁଏଚ୍‌ଓ ନିର୍ଦ୍ଦେଶକ ଟେଡ୍ରୋସ୍‌ ଅଧନୋମ୍‌ ଘେବ୍ରେୟେସସ୍‌ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଟେନସନ୍ ଶେଷ! କମର୍ସିଆଲ ଗ୍ୟାସ ସିଲିଣ୍ଡର ନେଇ ସରକାରଙ୍କ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି, ଏହି ରାଜ୍ୟକୁ ମିଳିବ…

ନୂଆଦିଲ୍ଲୀ,୧୮।୩; ମଧ୍ୟପ୍ରାଚ୍ୟ ଯୁଦ୍ଧକୁ ନେଇ ଦେଶରେ LPG ଏବଂ ତେଲ ସଙ୍କଟ ଦେଖାଯାଇଛି । ଏହାରି ଭିତରେ ସରକାର ଆଜି ବଡ଼ ନିଷ୍ପତ୍ତି ନେଇଛନ୍ତି । ସରକାର ସ୍ପଷ୍ଟ…

ଏସ୍‌-ପୂଜାରୀପୁଟରେ ପୁସିଂ ବ୍ରିଜ୍‌ ନିର୍ମାଣ ଲାଗି ଜିଲାପାଳଙ୍କୁ ଦାବିପତ୍ର

ନନ୍ଦପୁର,୧୮ା୩(ତୁଷାରକାନ୍ତ ମହାନ୍ତି): କୋରାପୁଟ ଜିଲା ଦେଇ ଯାଇଥିବା କେ.କେ ରେଳପଥର ସାଉନି ପୂଜାରୀପୁଟ ଗ୍ରାମ ନିକଟ ପୋଲ ନଂ ୧୫୬/୦୬ ଓ ୧୫୬/୦୮ ନିକଟରେ ଏକ ପୁସିଂ…

ଚାଇନା ଠୁ ତେଲ ଜାହାଜ ଛଡାଇ ଆଣିଲା ଭାରତ! ରୁଷିଆ ସହ ବଡ଼ ଡିଲ୍‌…

ନୂଆଦିଲ୍ଲୀ,୧୮।୩; ୟୁକ୍ରେନରେ ସଂଘର୍ଷ ମଧ୍ୟରେ, ଭାରତ ରୁଷିଆରୁ ଅଶୋଧିତ ତୈଳ କ୍ରୟ ବୃଦ୍ଧି କରିଛି। ଭାରତ ଏବେ ମସ୍କୋରୁ ତୈଳ ଆମଦାନୀ ଦ୍ୱିଗୁଣିତ କରିଛି। ଏହି ସମୟରେ,…

ଜସପ୍ରିତ ବୁମରା ଏବଂ ଅକ୍ଷର ପଟେଲଙ୍କ ଦରମା ବଢ଼ାଇବ BCCI, ମିଳିବ ଏତେ କୋଟି

ନୂଆଦିଲ୍ଲୀ,୧୮।୩: ଜସପ୍ରିତ ବୁମରାହ ଏବଂ ଅକ୍ଷର ପଟେଲ ନିରନ୍ତର ଭଲ ପ୍ରଦର୍ଶନ କରିଆସୁଛନ୍ତି । ଏହା ସତ୍ତ୍ୱେ, କେନ୍ଦ୍ରୀୟ ଚୁକ୍ତିନାମା ଅନୁଯାୟୀ ସେମାନଙ୍କର ଦରମା ହ୍ରାସ କରାଯାଇଥିଲା।…

ଇରାନକୁ ସାହାଯ୍ୟର ହାତ ବଢାଇଲା ଭାରତ, ଯୁଦ୍ଧ ପାଇଁ ପଠାଇଲା…ଚମକି ପଡିଲା ଆମେରିକା!

ନୂଆଦିଲ୍‌ଲୀ,୧୮।୩: ଭାରତ ଇରାନକୁ ସହାୟତା ପ୍ରଦାନ କରିଛି, ଯାହା ବର୍ତ୍ତମାନ ଆମେରିକା ଏବଂ ଇସ୍ରାଏଲ ସହିତ ବିବାଦରେ ଫସି ଯାଇଛି। ଭାରତରୁ ଚିକିତ୍ସା ସହାୟତାର ପ୍ରଥମ ପଠାଣ…

ଆମକୁ ଭଲ ପାଉଥିଲେ, କିନ୍ତୁ ମୋଦିଙ୍କୁ ବିବାହ କଲେ: ସଂସଦରେ କାହାକୁ ଏମିତି କହିଲେ ଖାର୍ଗେ

ନୂଆଦିଲ୍ଲୀ,୧୮।୩: କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖାର୍ଗେ ଅବସରପ୍ରାପ୍ତ ରାଜ୍ୟ ସଭା ଏମ୍‌ପିମାନଙ୍କୁ ବିଦାୟ ଦେଇ ନିଜ ମତ ରଖିଛନ୍ତି। ସେ କହିଛନ୍ତି, ରାଜନୀତି ଏବଂ ସାର୍ବଜନୀନ ଜୀବନରେ…

ଆତ୍ମବିଶ୍ୱାସ ରହିଲେ ସଫଳତା ମିଳିବ, ଛାତ୍ରୀଛାତ୍ରଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରି…

ଭଞ୍ଜନଗର,୧୮ା୩(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟ ଶିକ୍ଷା ବିଭାଗ ଯୁକ୍ତ ୩ ଶେଷବର୍ଷ ଛାତ୍ରୀଛାତ୍ରଙ୍କୁ ବୁଧବାର ବିଦାୟକାଳୀନ ସମ୍ବର୍ଦ୍ଧନା ଦିଆଯିବା…

ହରମୁଜରେ ଫସିଗଲା ଭାରତର ୨୩୦୦ କୋଟି ଟଙ୍କାର LPG, ଆସିବାକୁ ଲାଗିବ…

ନୂଆଦିଲ୍ଲୀ,୧୮।୩: ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଚାଲିଥିବା ବିବାଦ ମଧ୍ୟରେ, ଭାରତର ଏଲପିଜି ସଙ୍କଟ ଆହୁରି ଗମ୍ଭୀର ହେବାରେ ଲାଗିଛି। କଳାବଜାରୀ ଏବଂ ଗଚ୍ଛିତ ରଖିବା ପାଇଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri