ଭତ୍ତା ହିତାଧିକାରୀଙ୍କ ଦୁଃଖ ବଢୁଛି

ରସୁଲପୁର,୮ା୫(ଡି.ଏନ.ଏ.): ରସୁଲପୁର ବ୍ଲକ ଅନ୍ତର୍ଗତ ୨୮ ପଞ୍ଚାୟତରେ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗ ଯୋଜନା ବାଟବଣା ହୋଇପଡ଼ିଛି। ଏଠାରେ ବୟସାଧିକ ଭତ୍ତା ହିତାଧିକାରୀ ସେମାନଙ୍କ ଭତ୍ତା ରାଶି ପାଇବାରେ ନାନା ସମସ୍ୟାର ସମ୍ମୁଖିନ ହେଉଛନ୍ତି। ସେମାନଙ୍କ ଦୁଃଖ ବଢ଼ିବାରେ ଲାଗିଛି। ଭତ୍ତା ରାଶିକୁ ପ୍ରତ୍ୟକ୍ଷ ହସ୍ତାନ୍ତର ଅର୍ଥାତ ଡାଇରେକ୍ଟ ବେନିଫିଟ୍‌ ଟ୍ରାନ୍ସଫର(ଡିବିଟି)ପ୍ରକ୍ରିୟା ଆରମ୍ଭରୁ ସମସ୍ୟା ଉପୁଜିଛି। କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ଅସଜଡ଼ା ଭିତ୍ତିଭୂମି ଉପରେ ପ୍ରତ୍ୟକ୍ଷ ଲାଭ ହସ୍ତାନ୍ତର କରିବାକୁ ପ୍ରୟାସ କରାଯିବାରୁ ହିତାଧିକାରୀଙ୍କୁ ସମସ୍ୟାର ସମ୍ମୁଖୀନ ହେବାକୁ ପଡୁଛି। ରାଜ୍ୟ ସରକାରଙ୍କ ପକ୍ଷରୁ ଚଳିତ ମାର୍ଚ୍ଚ ସୁଦ୍ଧା ଏଦିଗରେ ସ୍ବଚ୍ଛତା ଆଣିବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିଲା। ମାତ୍ର ମେ’ ସୁଦ୍ଧା ଏବେ ବି ୧ ହଜାରରୁ ଊର୍ଦ୍ଧ୍ୱ ହିତାଧିକାରୀ ପାଉଣା ପାଇନାହାନ୍ତି। ଫଳରେ ହିତାଧିକାରୀ ପଞ୍ଚାୟତଠାରୁ ଆରମ୍ଭ କରି ବ୍ଲକ ଓ ଜିଲାପାଳଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଦୌଡ଼ିଦୌଡ଼ି ନୟାନ୍ତ ହେଉଛନ୍ତି। ହେଲେ ସମସ୍ୟା ସମାଧାନ କାର୍ଯ୍ୟ ମନ୍ଥର ଗତିରେ ଚାଲୁଥିବାରୁ ବହୁ ହିତାଧିକାରୀଙ୍କ ଅସୁବିଧା ଦୂର ହୋଇପାରୁ ନାହିଁ।
ସୂଚନା ମୁତାବକ, ବାର୍ଦ୍ଧକ୍ୟ, ବିଧବା, ଦିବ୍ୟାଙ୍ଗ, ଅବିବାହିତ, ସ୍ବାମୀ ପରିତ୍ୟକ୍ତାଙ୍କୁ ଭତ୍ତା ଆକାରରେ ମାସକୁ ୫୦୦ ସେମାନଙ୍କ ମଧ୍ୟରୁ ୮୦ ବର୍ଷରୁ ଊର୍ଦ୍ଧ୍ୱ ବାର୍ଦ୍ଧକ୍ୟ ଓ ଶତକଡ଼ା ୮୦ ଭାଗରୁ ଊର୍ଦ୍ଧ୍ୱ ଦିବ୍ୟାଙ୍ଗଙ୍କୁ ୭୦୦ ଟଙ୍କା ଲେଖାଏ ଆର୍ଥତ୍କ ସହାୟତା ମିଳୁଛି। ହିତାଧିକାରୀଙ୍କୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଇନ୍ଦିରା ଗାନ୍ଧୀ ବାର୍ଦ୍ଧକ୍ୟ, ବିଧବା, ଦିବ୍ୟାଙ୍ଗ ଭତ୍ତା ଓ ରାଜ୍ୟ ସରକାରଙ୍କ ପକ୍ଷରୁ ମଧୁବାବୁ ବାର୍ଦ୍ଧକ୍ୟ ଭତ୍ତା ପ୍ରଦାନ କରାଯାଉଛି। ବ୍ଲକର ୨୮ ପଞ୍ଚାୟତରେ ୯,୨୦୦ରୁ ଊର୍ଦ୍ଧ୍ୱ ହିତାଧିକାରୀ ମଧୁବାବୁ ଭତ୍ତା ପାଉଛନ୍ତି। କେନ୍ଦ୍ର ସରକାରଙ୍କ ଯୋଜନା ଜରିଆରେ ୫୮୦୦ରୁ ଊର୍ଦ୍ଧ୍ୱ ବାର୍ଦ୍ଧକ୍ୟ, ୨୧୦୦ରୁ ଊର୍ଦ୍ଧ୍ୱ ବିଧବା, ୫୦୦ରୁ ଊର୍ଦ୍ଧ୍ୱ ଦିବ୍ୟାଙ୍ଗ ହିତାଧିକାରୀ ଭତ୍ତା ପାଉଛନ୍ତି। କେନ୍ଦ୍ର ସରକାରଙ୍କ ପକ୍ଷରୁ ହିତାଧିକାରୀଙ୍କ ପାଉଣାକୁ ଡିବିଟି ମାଧ୍ୟମରେ ଜମାଖାତାକୁ ପଠାଇବାର ବ୍ୟବସ୍ଥା କରାଯାଇଛି। କେନ୍ଦ୍ରୀୟ ଯୋଜନାରେ ପ୍ରାୟତଃ ଶତକଡା ୯୫ ଭାଗରୁ ଊର୍ଦ୍ଧ୍ୱ ହିତାଧିକାରୀଙ୍କ ଜମାଖାତାକୁ ଭତ୍ତା ଟଙ୍କା ଯାଉଛି। ସେହି ଅନୁଯାୟୀ ରାଜ୍ୟ ସରକାରଙ୍କ ପକ୍ଷରୁ ହିତାଧିକାରୀଙ୍କ ପାଉଣାକୁ ଡିବିଟି କାର୍ଯ୍ୟ ଡିସେମ୍ବର,୨୦୨୨ରୁ ଆରମ୍ଭ ହୋଇଛି। ଏହି ପ୍ରକ୍ରିୟା ମାର୍ଚ୍ଚ ସୁଦ୍ଧା ଶେଷ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିଲା। ହେଲେ ଅବଧି ପୂରିବାର ଏକ ମାସରୁ ଊଦ୍ଧ୍ୱର୍ର୍କାଳ ବିତି ସାରିଛି। କିନ୍ତୁ ଏବେ ବି ବହୁ ହିତାଧିକାରୀଙ୍କ ପାଉଣା ଜମାଖାତାକୁ ଯିବାରେ ଅସୁବିଧା ହେଉଛି। ଉଭୟ ଯୋଜନାକୁ ଡବିଟି ସହ ସଂଯୋଗ ସମୟରେ ବୟସାଧିକ ହିତାଧିକାରୀଙ୍କୁ ନେଇ ସମସ୍ୟା ଦେଖାଦେଉଛି। ଡିବିଟି ପ୍ରକ୍ରିୟା ଆଧାର କାର୍ଡ ଜରିଆରେ ପରିଚାଳିତ ହେଉଛି। ହିତାଧିକାରୀଙ୍କ ଯେଉଁ ଜମାଖାତା ସହ ଆଧାର ସଂଯୋଗ ହୋଇଥିବ ଉକ୍ତ ଆକାଉଣ୍ଟକୁ ଟଙ୍କାଯାଉଛି। ଏହି ହିସାବରେ ଦେଖିଲେ କେତେଜଣ ହିତାଧିକାରୀଙ୍କ ଆଧାର କାର୍ଡ ଓ ବ୍ୟାଙ୍କ ଜମାଖାତା ନାହିଁ। ବୟୋସାଧିକ ଯୋଗୁ ନୂତନ ଆଧାର କାର୍ଡ ଓ ବ୍ୟାଙ୍କରେ ଖାତା ଖୋଲିବା ସମ୍ଭବ ହେଉନାହିଁ। ଜମାଖାତା ଓ ଆଧାର କାର୍ଡ ଥିବା ହିତାଧିକାରୀଙ୍କ ମଧ୍ୟରୁ କେତେଜଣଙ୍କର ବାଇଓ ମେଟ୍ରିକରେ ଟିପ ଚିହ୍ନଟ ହୋଇପାରୁ ନାହିଁ। ଆଉ କେତେଜଣ ହିତାଧିକାରୀ ଶଯ୍ୟାଶାୟୀ ଅଛନ୍ତି। ଏହିବର୍ଗର ୧ ହଜାରରୁ ଊର୍ଦ୍ଧ୍ୱ ହିତାଧିକାରୀ ସେମାନଙ୍କ ଭତ୍ତା ଟଙ୍କା ପାଇବାରେ ଅସୁବିଧା ହେଉଛି। ବିଶେଷକରି ଶଯ୍ୟାଶାୟୀ ଓ ଟିପ ଚିହ୍ନଟ ହୋଇପାରୁ ନ ଥିବା ହିତାଧିକାରୀଙ୍କୁ ପାଉଣା ମିଳିବାରେ ଅସୁବିଧା ଦେଖାଦେଇଛି।
ସରକାରୀ ଘୋଷଣା ମୁତାବକ ଏହି ବର୍ଗର ଲୋକଙ୍କ ଘର ଦୁଆରେ ସହାୟତା ପହଞ୍ଚାଯିବା କଥା। ମାତ୍ର ତୃଣମୂଳସ୍ତରରେ କାର୍ଯ୍ୟ କରୁଥିବା ଅଧିକାରୀ ଧ୍ୟାନ ଦେଉ ନ ଥିବାରୁ ବୃଦ୍ଧାବୃଦ୍ଧଙ୍କୁ ସେମାନଙ୍କ ପାଉଣା ଠିକ୍‌ରେ ମିଳି ପାରୁନାହିଁ। ଏହାଛଡ଼ା ଅଧିକାଂଶ ପଞ୍ଚାୟତରେ ଏବେ ବ୍ୟାଙ୍କ ସୁବିଧା ନାହିଁ। ବ୍ୟାଙ୍କମିତ୍ର ନିଯୁକ୍ତି ପାଇନାହାନ୍ତି। ପଞ୍ଚାୟତଗୁଡ଼ିକରେ ବ୍ୟାଙ୍କଗୁଡ଼ିକ ପକ୍ଷରୁ ଏଜେଣ୍ଟ୍‌ ଭାବେ କାର୍ଯ୍ୟକରୁଥିବା ସଂସ୍ଥା ସେମାନଙ୍କ ଦାୟିତ୍ୱ ଠିକ୍‌ରେ ନିର୍ବାହ କରୁନାହାନ୍ତି। ଫଳରେ ବ୍ୟତୀକ୍ରମ ଦେଖାଯାଉଥିବା ହିତାଧିକାରୀଙ୍କୁ ଠିକ୍‌ରେ ସେବା ଉପଲବ୍ଧ ହୋଇପାରୁନାହିଁ। ଏହାବାଦ୍‌ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକ୍ରମେ ଡିବିଟି କାର୍ଯ୍ୟ ଅତି ତରବରିଆ ଭାବେ କରାଯାଉଛି। ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରେ ହିତାଧିକାରୀଙ୍କ ଜମାଖାତା ନମ୍ବର ଟାଇପିଂରେ ନାନା ତ୍ରୁଟି ବିଚ୍ୟୁତି ପରିଲକ୍ଷିତ ହେଉଛି। ଏଭଳି ଭୁଲ ଯୋଗୁ ହିତାଧିକାରୀଙ୍କ ବଦଳରେ ଅନ୍ୟ ଜମାଖାତାଧାରୀଙ୍କ ପାଖକୁ ଟଙ୍କା ଚାଲିଯାଉଛି। ଏଭଳି ନାନା ଅସୁବିଧା ଯୋଗୁ ହିତାଧିକାରୀଙ୍କୁ ହଇରାଣ ହେବାକୁ ପଡୁଛି। ତେଣୁ ଏହି ସମସ୍ୟାକୁ ତୁରନ୍ତ ସୁଧାରିବା ପାଇଁ ଦାବି ହେଉଛି। ଏ ସମ୍ପର୍କରେ ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ମିନତି ରାଉତଙ୍କୁ ପଚାରିବାରୁ ସେ କହିଛନ୍ତି, ସବୁ ହିତାଧିକାରୀଙ୍କ ନିକଟରେ ସେମାନଙ୍କ ପ୍ରାପ୍ୟ ପହଞ୍ଚାଇବା ପାଇଁ ପ୍ରୟାସ କରାଯାଉଛି। ଟିପ ଚିହ୍ନ କାମ କରୁ ନ ଥିବା ହିତାଧିକାରୀଙ୍କ ପାଇଁ ସ୍ବାଇପ୍‌ କାର୍ଡ ବ୍ୟବସ୍ଥା କରାଯିବ। ଶତପ୍ରତିଶତ ହିତାଧିକାରୀଙ୍କୁ ଡିବିଟି ପ୍ରକ୍ରିୟାରେ ସାମିଲ ପାଇଁ ନିର୍ଦ୍ଦେଶ ରହିଛି। ଯେଉଁମାନେ ଏଥିରେ ସାମିଲ ହେବାକୁ ଅକ୍ଷମ, ସେମାନଙ୍କୁ ହାତରେ ଟଙ୍କା ଦିଆଯିବ। ଶଯ୍ୟାଶାୟୀଙ୍କ ଘରେ ଟଙ୍କା ପହଞ୍ଚାଯିବ ବୋଲି ସେ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୨୦୨ ରନ୍‌ର ଟାର୍ଗେଟ୍ ମାତ୍ର ୧୫.୪ ଓଭରରେ ଶେଷ! ଆଇପିଏଲ୍‌ରେ ଆରସିବିର ନୂଆ ରେକର୍ଡ

ବେଙ୍ଗାଲୁର,୨୮।୩: ଆଇପିଏଲ୍‌ ୨୦୨୬ର ଶୁଭାରମ୍ଭ ଅତି ଜବରଦସ୍ତ ଶୈଳୀରେ ହୋଇଛି। ଟୁର୍ନାମେଣ୍ଟର ପ୍ରଥମ ମ୍ୟାଚ୍‌ରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB) ସନରାଇଜର୍ସ ହାଇଦ୍ରାବାଦ (SRH) ବିପକ୍ଷରେ ଏକ…

ମା’ଙ୍କୁ ହରାଇଲେ ଭଉଣୀଭାଇ, ପାଳିବା ଚିନ୍ତାରେ ଆଈ

ବ୍ରହ୍ମପୁର,୨୮ା୩(ଅଶୋକ କୁମାର ସାହୁ): ନୟାଗଡ଼ ଜିଲା ଦଶପଲ୍ଲା ଥାନା ଅଧୀନ ଟାକେରା ପିଠାଖାଇ ଘାଟିରେ ଟୁରିଷ୍ଟ ବସ୍‌ ଦୁର୍ଘଟଣାରେ ମୃତକଙ୍କ ମଧ୍ୟରେ ବ୍ରହ୍ମପୁର ଧୋବାବନ୍ଧ ସାହିର ସୁମନ୍ତି…

ରୁଷିଆ ପାଇଁ ଆମେରିକାକୁ ଡ଼ରୁନାହିଁ ଇରାନ, ହଟିବାକୁ ନାରାଜ ମୋଜତାବା, ଆମେରିକା ପାଇଁ ବିପଦର ଘଣ୍ଟି!

ମସ୍କୋ/ତେହେରାନ,୨୮।୩: ବିଶ୍ୱ ରାଜନୀତିରେ ଏକ ନୂଆ ସମୀକରଣ ଦେଖିବାକୁ ମିଳିଛି। ପାଶ୍ଚାତ୍ୟ ଦେଶଗୁଡ଼ିକର କଠୋର ପ୍ରତିବନ୍ଧକ ସତ୍ତ୍ୱେ ରୁଷିଆ ଏବଂ ଇରାନ ମଧ୍ୟରେ ବନ୍ଧୁତା ଦିନକୁ ଦିନ…

ଆକ୍ସନରେ ପୋଲିସ: ଟିଟିଲାଗଡ଼ ବିଧାୟକଙ୍କ ପିଏସ୍‌ଓ ସସ୍‌ପେଣ୍ଡ

ବଲାଙ୍ଗୀର,୨୮।୩(ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ଏସ୍‌ପି ଅଭିଳାଷ ଜିଙ୍କ ଏକ ବଡ଼ ସୂଚନା ଦେଇଛନ୍ତି। ଟିଟିଲାଗଡ଼ ବିଧାୟକଙ୍କ ପିଏସ୍‌ଓ ପ୍ରେମଚାନ୍ଦ ନାଗଙ୍କୁ ସସ୍‌ପେଣ୍ଡ କରାଯାଇଥିବା ଏସ୍‌ପି ଶନିବାର…

ହର୍ମୁଜରେ ଯୁଦ୍ଧର କାଉଣ୍ଟଡାଉନ୍‌: ପୁରା ଆରବକୁ ମାଟିରେ ମିଶାଇଦେବ ଇରାନ? ମୋଜତାବାଙ୍କ ଚେତାବନୀରେ ଥରିଲା ଦୁନିଆ

ତେହେରାନ/ୱାଶିଂଟନ,୨୮।୩: ମଧ୍ୟପ୍ରାଚ୍ୟରେ ବିଶ୍ୱଯୁଦ୍ଧର ପଦଧ୍ୱନି ଶୁଣାଗଲାଣି। ଆମେରିକାର ‘ଗ୍ରାଉଣ୍ଡ ଅପରେଶନ’ ଘୋଷଣା ପରେ ଇରାନ ଏହାର ଭୟଙ୍କର ଜବାବୀ ରଣନୀତି ପ୍ରସ୍ତୁତ କରିଛି। ଇରାନର ସର୍ବୋଚ୍ଚ ନେତା…

ଭେଡେନ ଓକିଲ ସଂଘ: ଅଶ୍ବିନୀ ସଭାପତି ନିର୍ବାଚିତ

ଭେଡେନ,୨୮।୩(ହୃଷିକେଶ ଖମାରୀ): ବରଗଡ଼ ଜିଲା ଭେଡେନ ଓକିଲ ସଂଘର ନିର୍ବାଚନ ଶନିବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଅଶ୍ୱିନୀ କୁମାର ଦାଶ ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି ।…

ମାନସିକ ବିକୃତ ଯୁବତୀ ଗର୍ଭବତୀ ମାମଲା: ଶିକ୍ଷକଙ୍କ ପରେ ଆଉ ଜଣେ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ

ଗଞ୍ଜାମ,୨୮ା୩ (ବିଦ୍ୟାଧର ସାହୁ): ଗଞ୍ଜାମ ଜିଲା ରମ୍ଭା ଥାନା ହୁମା ଫାଣ୍ଡି ଅଞ୍ଚଳରେ ଜଣେ ମାନସିକ ବିକୃତ ଯୁବତୀ ଗର୍ଭବତୀ ହେବା ଘଟଣାରେ ଜଣେ ଶିକ୍ଷକ ଗିରଫ…

ମା’ ଠାକୁରାଣୀଙ୍କ ଚୈତ୍ର ଯାତ୍ରା

ଥୁଆମୂଳ ରାମପୁର, ୨୮ା୩ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ସଦର ତାଲବନ୍ଦ ପଡ଼ାରେ ମା’ ଠାକୁରାଣୀଙ୍କ ଚୈତ୍ର ଯାତ୍ରା ବା ଘଣ୍ଟ ଯାତ୍ରାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri