ଭଞ୍ଜନଗର,୧୨।୪(ବାବୁଲା ପ୍ରଧାନ):ଗଞ୍ଜାମ ଜିଲା ଭଞ୍ଜନଗର କବିସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟ ଉଦ୍ଭିଦ ବିଜ୍ଞାନ ବିଭାଗ ପକ୍ଷରୁ ଯୁକ୍ତ ୩ ଶେଷ ବର୍ଷର ଛାତ୍ରୀଛାତ୍ରଙ୍କୁ ଶନିବାର ବିଦାୟ ସମ୍ବର୍ଦ୍ଧନା ଦିଆଯାଇଥିଲା। ଏନେଇ ଆୟୋଜିତ ଉତ୍ସବରେ ଅଧ୍ୟକ୍ଷ ବିଭାସ କୁମାର ଦାସ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଯୁକ୍ତ ୩ ସରିବା ପରେ ଛାତ୍ରୀଛାତ୍ରଙ୍କ ଭବିଷ୍ୟତ ଗଢ଼ିବା ପ୍ରକୃତ ସମୟ ବୋଲି କହିଥିଲେ। ତେଣୁ ଛାତ୍ରୀଛାତ୍ରମାନେ ଏଥିପ୍ରତି ଧ୍ୟାନ ଦେଇ ଆଗକୁ ବଢ଼ିବାକୁ ଅଧ୍ୟକ୍ଷ ଉପସ୍ଥିତ ଛାତ୍ରୀଛାତ୍ରଙ୍କୁ ଆହ୍ବାନ କରିଥିଲେ।
ପ୍ରାଧ୍ୟାପକ ହର ପ୍ରସାଦ ଶତପଥି, ପ୍ରଶାନ୍ତ କୁମାର ରଥ,ବିଭାଗୀୟ ମୁଖ୍ୟ ଅଧ୍ୟାପିକା ସୁନିତା ରାଣୀ ଖଣ୍ଡୁଆଳ, ଅଧ୍ୟାପକ ରଜତ ମିଶ୍ର ପ୍ରମୁଖ ସମ୍ମାନୀତ ଅତିଥି ଭାବେ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମ ଆରମ୍ଭରେ ଛାତ୍ରୀ ମନସ୍ମିତା ବେହେରା ଓ ଇତିଶ୍ରୀ ପାତ୍ର ଦ୍ୱାରା ସ୍ବାଗତ ସଙ୍ଗୀତ ପରିବେଷଣ କରାଯାଇଥିଲା। ଅଧ୍ୟାପକ ପ୍ରତ୍ୟୁଷ କାର୍ଜୀ ଧନ୍ୟବାଦ ପ୍ରଦାନ କରିଥିଲେ।
ଏହି ଅବସରରେ ଛାତ୍ରୀ ଅଙ୍କିତା, ଶ୍ରେୟା, ପୃଥିବୀ, ଛାତ୍ର ସୌରଭ ପାଣିଗ୍ରାହୀ, ପୁରୁଷୋତ୍ତମ, କାର୍ତ୍ତିକ, ଗୁରୁ ଗୌରବ, ବିଶାଳ ଓ ସୌରଭ ଭୂୟାଁ ମଞ୍ଚ ପରିଚାଳନାରେ ସକ୍ରିୟ ଭୂମିକା ନିଭାଇଥିଲେ। ଶେଷ ବର୍ଷର ଛାତ୍ରଛାତ୍ରୀମାନେ ନିଜ ଅନୁଭବ ଶେୟାର କରିଥିଲେ। ଅଙ୍କିତା, ଇତିଶ୍ରୀ , ପ୍ରାକ୍ସିମା ଓ ସ୍ନେହଲତା ତାଙ୍କର ଅଭିଜ୍ଞତା କହିଥିଲେ।
Dharitri – Odisha’s No.1 Odia Daily

