ବଜ୍ରପାତରେ ଚାଲିଗଲା ଛାତ୍ରଙ୍କ ଜୀବନ

ନିରାକାରପୁର,୨ା୬(ଡି.ଏନ୍‌.ଏ.): ଖୋର୍ଦ୍ଧା ଜିଲା ଜଙ୍କିଆ ଥାନା ଅନ୍ତର୍ଗତ ଅଚ୍ୟୁତପୁର ଗ୍ରାମରେ ବୁଧବାର ଅପରାହ୍ନରେ ବଜ୍ରପାତ ଘଟି ଜଣେ ଛାତ୍ରଙ୍କ ଜୀବନ ଯାଇଛି। ସେ ହେଲେ କୃପାସିନ୍ଧୁ ତାଡ଼ (୧୫)। ସେ ବାଡ଼ିପଟକୁ ଯାଇଥିବା ବେଳେ ହଠାତ୍‌ ବଜ୍ରପାତ ହୋଇଥିଲା। ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା। ସେ ଦଶମ ଶ୍ରେଣୀରେ ପଢୁଥିବା ଜଣାପଡ଼ିଛି।