ସେବାଶ୍ରମରେ ଚାଲିଗଲା ଛାତ୍ରୀଙ୍କ ଜୀବନ, କର୍ତ୍ତୃପକ୍ଷଙ୍କ ଅବହେଳାକୁ ଦାୟୀ କଲେ ପରିବାର ଲୋକେ

ରାୟଗଡ଼ା,୩୦ା୧୧(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା କଲ୍ୟାଣସିଂହପୁର ବ୍ଲକ କରପା ସେବାଶ୍ରମର ଜଣେ ଛାତ୍ରୀଙ୍କ ମୃତ୍ୟୁ ହୋଇଛି। ହଷ୍ଟେଲରେ ଅସ୍ଥା ଗମ୍ଭୀର ହେବାରୁ କୋରାପୁଟ ସ୍ଥାନାନ୍ତର ବେଳେ ମୃତ୍ୟୁ ଅଭିଯୋଗ ହୋଇଛି। ହଷ୍ଟେଲରେ ଅସୁସ୍ଥ ହେବାରୁ ବିଦ୍ୟାଳୟ କର୍ତ୍ତୃପକ୍ଷ କଲ୍ୟାଣସିଂହପୁର ମେଡିକାଲରେ ଭର୍ତ୍ତି କରିଥିଲେ। ଏହି ଖବରପାଇ ପରିବାରବର୍ଗ ଛାତ୍ରୀଙ୍କୁ ବିଦ୍ୟାଳୟରୁ ନେଇ ଆଣି ଘରେ ଗୁଣିଗାରେଡ଼ି ଓ ଦେଶୀ ଚିକିତ୍ସା କରିବା ପରେ ଅଚେତ ହେବାରୁ ରାୟଗଡ଼ା ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ସେଠାର ଅବସ୍ଥା ଗମ୍ଭୀର ହେବାରୁ ଅଧିକ ଚିକିତ୍ସା ପାଇଁ ଡାକ୍ତର କୋରାପୁଟ ସ୍ଥାନାନ୍ତର କରିଥିଲେ ମେଡିକାଲ କଲେଜ। ଆମ୍ବୁଲାନ୍ସରେ ନେବା ବେଳେ ଆଜି ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ମୃତ ଛାତ୍ରୀଙ୍କ ନାମ ରଶ୍ମିତା ନାଚିକା ଓ ତାଙ୍କ ଘର କଲ୍ୟାଣସିଂହପୁର ବ୍ଲକ କରପା ପଞ୍ଚାୟତ କୃଷ୍ଣପାତ୍ରଗୁଡ଼ା ଗ୍ରାମରେ। ସେ କରପା ସେବାଶ୍ରମରେ ଚତୁର୍ଥ ଶ୍ରେଣୀରେ ପଢ଼ୁଥିଲେ। ଏହି ଘଟଣା ନେଇ ଗ୍ରାମରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି। ଦୁଇଦିନ ପୂର୍ବେ ଅସୁସ୍ଥ ହେବାରୁ ବିଦ୍ୟାଳୟ କର୍ତ୍ତୃପକ୍ଷ ପ୍ରଥମେ କଲ୍ୟାଣସିଂହପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ପ୍ରାଥମିକ ଚିକିତ୍ସା କରିବା ପରେ ରାୟଗଡ଼ା ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ଅବସ୍ଥା ଗୁରୁତର ହେବାରୁ ଡାକ୍ତର କୋରାପୁଟକୁ ରେଫର କରିଥିଲେ। ସେଠାକୁ ନେବା ସମୟରେ ରାସ୍ତାରେ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଛାତ୍ରୀଙ୍କ ମୃତ୍ୟୁ ନେଇ ବିଦ୍ୟାଳୟ କତ୍ତୃପକ୍ଷଙ୍କ ଅବହେଳାକୁ ଦାୟୀ କରିଛନ୍ତି ପରିବାର। ଏନେଇ ପ୍ରଶାସନିକ ପ୍ରତିକ୍ରିୟା ମିଳିପାରିନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଆଜିଠୁ ବିଶ୍ୱପ୍ରସିଦ୍ଧ ମାଘମେଳା: ସନ୍ଧ୍ୟା ୫ଟାରେ ଜଳିବ ଝାଡ଼ଦୀପ

ଢେଙ୍କାନାଳ,୩୧ା୧(ରତନ ନାୟାର):ବିଶ୍ୱପ୍ରସିଦ୍ଧ ମହିମା ଧର୍ମର ପୀଠ ଢେଙ୍କାନାଳ ଜିଲାର ଯୋରନ୍ଦାଠାରେ ପ୍ରସିଦ୍ଧ ମାଘମେଳା ଶନିବାରଠାରୁ ଆରମ୍ଭ ହେଉଛି। ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ଚଳିତବର୍ଷ ସନ୍ଧ୍ୟା…

ଅନ୍ତର୍ଜାତୀୟ କ୍ରୀଡ଼ାବିତ୍‌ ଭି. ରମେଶଙ୍କୁ ସମ୍ମାନିତ କଲେ ମୁଖ୍ୟମନ୍ତ୍ରୀ, ଛୁଟୁଛି ଶୁଭେଚ୍ଛା

ଛତ୍ରପୁର, ୩୧।୧(ଦିଲ୍ଲୀପ ସାମଲ): ଭିନ୍ନକ୍ଷମ ହେଲେବି ସେ ସକ୍ଷମ । କ୍ରୀଡା କ୍ଷେତ୍ରରେ ବେଶ ସଫଳତା ହାସଲ କରି ଦେଶ ବିଦେଶରେ ସୁନାମ ଅର୍ଜନ କରିଥିବା ଅନ୍ତର୍ଜାତୀୟ…

ପାନୀୟ ପ୍ରକଳ୍ପ ଗ୍ୟାଲେରି ସୀମାରୁ ବାଲି ଉଠାଣ ନେଇ ଅସନ୍ତୋଷ: ୩ ଶହ ବଦଳରେ ୬ ଶହ ଟଙ୍କା ରୟାଲ୍‌ଟି

ଲୋଇସିଂହା,୩୧।୧(ସୁଶାନ୍ତ ବାରିକ):ବଲାଙ୍ଗୀର ଜିଲା ଲୋଇସିଂହା ତହସିଲ ଅଧୀନ ଛେଲବାହାଲସ୍ଥିତ ସୁକତେଲ ନଦୀ ବାଲିଘାଟ ନେଇଥିବା ଲିଜଧାରୀଙ୍କ ମନମାନୀ ଦେଖିବାକୁ ମିଳିଛି। ଗତ ବୁଧବାର ଠାରୁ ହଠାତ୍‌ ବାଲିଉଠାଣ…

ଧୂଳିରେ ରୁନ୍ଧି ହେଉଛି ସହର

ସହରୀ ସଭ୍ୟତାର ଅଭିବୃଦ୍ଧି ସହ ତାଳ ଦେଇ ବଢ଼ୁଛି ବାୟୁ ପ୍ରଦୂଷଣ। ବହୁ ସଂଖ୍ୟାରେ ଦୁଇଚକିଆ ଓ ଚାରିଚକିଆ ଯାନ ଚଳାଚଳ ଏହାର ପ୍ରମୁଖ କାରଣ ।…

ବିକାଶ: ସ୍ବପ୍ନ ଓ ବାସ୍ତବତା

ଖବରକାଗଜ ବା ଟିଭି ଚାନେଲ ଖୋଲିଲେ ବିକଶିତ ଭାରତ କଥା ଶୁଣିବାକୁ ବା ପଢ଼ିବାକୁ ମିଳେ, କିନ୍ତୁ ସେହି ବିକଶିତ ଭାରତର ସ୍ବରୂପ କ’ଣ ହେବ, କାହାର…

ତିନି ଘଣ୍ଟାର ଗସ୍ତ

ନୂଆଦିଲ୍ଲୀରେ ମଧ୍ୟାହ୍ନ ଭୋଜନ ସମୟରେ ଏକ ବିଜ୍‌ନେସ ସମ୍ପର୍କିତ ଆଲୋଚନା ପାଇଁ ତିନି ଘଣ୍ଟା ଯଥେଷ୍ଟ ସମୟ। ତେବେ ଗତ ସପ୍ତାହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିମନ୍ତ୍ରଣରେ…

ଯାତ୍ରା ଦେଖି ଫେରୁଥିବାବେଳେ ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ ଦୁର୍ବୃତ୍ତ

ଭୁବନେଶ୍ୱର,୩୧।୧: ରାଜଧାନୀରେ ବୁଲିଲା ଖଣ୍ଡା। ରକ୍ତରେ ଭିଜିଲା ଏମ୍ସ ରୋଡ। ବଡ଼ି ଭୋର୍‌ରୁ ଯାତ୍ରା ଦେଖି ଫେରୁଥିବାବେଳେ ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ ଦୁର୍ବୃତ୍ତ। ପୂର୍ବ ଶତ୍ରୁତାକୁ…

ଟ୍ରମ୍ପ୍‌ଙ୍କ ଆପ୍ରବାସନ ନୀତି ବିରୋଧରେ ଦେଶବ୍ୟାପୀ ଧର୍ମଘଟ

ଓ୍ବାଶିଂଟନ,୩୧ା୧: ମିନିଆପଲିସ୍‌ରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ଆପ୍ରବାସନ ଚଢ଼ାଉ ବିରୋଧରେ ଦେଶବ୍ୟାପୀ ଧର୍ମଘଟ କରିବାକୁ ବିକ୍ଷୋଭକାରୀ ଆହ୍ବାନ ଦେଇଥିଲେ। ତଦନୁଯାୟୀ ଶୁକ୍ରବାରଠାରୁ ବିଭିନ୍ନ ଅଞ୍ଚଳରେ କାର୍ଯ୍ୟାଳୟ,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri