୫ ଘଣ୍ଟା ପାଇଖାନାରେ ବନ୍ଦ ରହିଲେ ଛାତ୍ର, ପ୍ରଧାନଶିକ୍ଷୟିତ୍ରୀଙ୍କୁ ରିପୋର୍ଟ ତଲବ

ହିଞ୍ଜିଳିକାଟୁ,୨୫ା୧(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ହିଞ୍ଜିଳିକାଟୁ ବ୍ଲକ ଗଣ୍ଡଳା ପଞ୍ଚାୟତର ପଳାସୀ ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଜଣେ ୫ମ ଶ୍ରେଣୀ ଛାତ୍ରଙ୍କୁ ପାଇଖାନାରେ ୫ ଘଣ୍ଟା ବନ୍ଦ ହୋଇ ରହିଥିଲେ। ସ୍କୁଲ ଶିକ୍ଷୟତ୍ରୀ ଓ କର୍ମଚାରୀ କୌଣସି ଛାତ୍ରୀଛାତ୍ର ସ୍କୁଲ ଭିତରେ ଅଛନ୍ତି କି ନାହିଁ ଯାଞ୍ଚ ନ କରି ଘରକୁ ପଳାଇ ଯାଇଥିବା ଅଭିଯୋଗ ହୋଇଛି। ମଙ୍ଗଳବାର ସନ୍ଧ୍ୟାରେ ଉକ୍ତ ରାସ୍ତା ଦେଇ ଯାଉଥିବା କିଛି ବ୍ୟକ୍ତି ଛାତ୍ରଙ୍କ ପାଟି ଶୁଣି ତାଙ୍କୁ ବାହାରପଟୁ ବନ୍ଦ ପାଇଖାନାରୁ ଉଦ୍ଧାର କରିଥିବା ଜଣାପଡ଼ିଛି। ଅନ୍ୟପକ୍ଷରେ ଏହି ସମ୍ବେଦନଶୀଳ ଖବର ପରେ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି।

ପ୍ରକାଶ ଯେ,ପଳାସୀ ସରକାରୀ ପ୍ରାଥମିକ ବିଦ୍ୟାଳୟରେ ୫ମ ଶ୍ରେଣୀ ଛାତ୍ର ଓମ୍‌ ସେଠୀ ମଙ୍ଗଳବାର ମଧ୍ୟାହ୍ନରେ ପାଇଖାନାକୁ ଶୌଚ ଯାଇଥିଲେ । ତାଙ୍କ ସହ ଯାଇଥିବା ଅନ୍ୟ ଜଣେ ଛାତ୍ର ପାଇଖାନାର ବାହାର ପଟୁ କବାଟ କିଳି ଶ୍ରେଣୀକୁ ପଳାଇ ଯାଇଥିଲେ। ଏ ବିଷୟ ନେଇ ଅନ୍ୟମାନେ କିଛି ଜାଣି ପାରି ନ ଥିଲେ। ସ୍କୁଲରେ ପ୍ରଧାନଶିକ୍ଷୟିତ୍ରୀଙ୍କୁ ମିଶାଇ ୨ଜଣ ଶିକ୍ଷୟିତ୍ରୀ ଥିଲେ। ଅପରାହ୍ନ ୪ଟାରେ ସ୍କୁଲ ଛୁଟି ବେଳେ ଶ୍ରେଣୀରେ ଓମ୍‌ଙ୍କ ବହି ବସ୍ତାନୀ ଥିବା ସତ୍ତ୍ୱେ କେହି ଏଥି ପ୍ରତି ଗୁରୁତ୍ୱ ଦେଇ ନ ଥିଲେ। ସ୍କୁଲ ବନ୍ଦ କରି ଶିକ୍ଷୟିତ୍ରୀ ଚାଲି ଯାଇଥିଲେ। ସ୍କୁଲ ଛୁଟି ପରେ ଅନ୍ୟ ଛାତ୍ରୀଛାତ୍ର ଘରକୁ ଫେରିଥିବା ବେଳେ ଓମ୍‌ ସ୍କୁଲରୁ ଘରକୁ ନ ଫେରିବାରୁ ଘର ଲୋକ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରିଥିଲେ। ସନ୍ଧ୍ୟାରେ ଉକ୍ତ ରାସ୍ତା ଦେଇ ଯାଉଥିବା ଜଣେ ବ୍ୟକ୍ତି ଛାତ୍ରଙ୍କ ପାଟି ଶୁଣି ତାଙ୍କୁ ବାହାରପଟୁ ବନ୍ଦ ପାଇଖାନାରୁ ଉଦ୍ଧାର କରିଥିବା ଜଣାଡ଼ିଛି। ଖବର ପ୍ରକାଶ ପରେ ଘଟଣା ନେଇ ହିଞ୍ଜିଳିକାଟୁ ବିଇଓ ଏସ୍‌ ଗିରିଧର ସ୍କୁଲର ପ୍ରଧାନଶିକ୍ଷୟିତ୍ରୀ ସବିତା ଶତପଥୀଙ୍କୁ ରିପୋର୍ଟ ପ୍ରଦାନ କରିବାକୁ ନିର୍ଦ୍ଦେଶ କରିଛନ୍ତି। ଅନ୍ୟପକ୍ଷରେ ଏପରି ଘଟଣାକୁ ଉକ୍ତ ସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀ ଓ ଅନ୍ୟମାନେ ମୌଖିକ ଭାବେ ଅସ୍ବୀକାର କରିଥିବା ବିଇଓ ଗିରିଧର କହିଛନ୍ତି। ତେବେ ଖବର ଲେଖା ସୁଦ୍ଧା ଘଟଣା ନେଇ ପ୍ରଧାନଶିକ୍ଷୟିତ୍ରୀ କୌଣସି ଲିଖିତ ରିପୋର୍ଟ ପ୍ରଦାନ କରି ନ ଥିବା ବିଇଓଙ୍କଠାରୁ ପ୍ରକାଶ।


Enter your email to get our daily news in your inbox.

All Right Reserved By Dharitri.Com

ବିଜୟ ସହିତ ମୁମ୍ବାଇର ଅଭିଯାନ ଆରମ୍ଭ

ମୁମ୍ବାଇ,୨୯ା୩: ରୋହିତ ଶର୍ମା ଓ ରିୟାନ ରିକଲଟନଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ମୁମ୍ବାଇ ଇଣ୍ଡିଆନ୍ସ (ଏମ୍‌ଆଇ) ରବିବାର ଖେଳାଯାଇଥିବା ଆଇପିଏଲ୍‌ ମ୍ୟାଚ୍‌ରେ କୋଲକାତା ନାଇଟ୍‌ ରାଇଡର୍ସ(କେକେଆର୍‌)କୁ ୬…

ପାକିସ୍ତାନରେ ହେବ ଲକ୍‌ଡାଉନ୍‌

ଇସ୍‌ଲାମାବାଦ,୨୯ା୩: ମଧ୍ୟପ୍ରାଚ୍ୟ ଯୁଦ୍ଧ ଯୋଗୁ ପାକିସ୍ତାନରେ ଇନ୍ଧନ ସଙ୍କଟ ଗୁରୁତର ହୋଇପଡିଛି। ଦେଶରେ ଶକ୍ତି ଏବଂ ଇନ୍ଧନ ବ୍ୟବହାର କମାଇବା ଉଦ୍ୟମ ସ୍ବରୂପ ପାକ୍‌ ସରକାର ପ୍ରତି…

ଭିମ୍‌ସାରରେ ପିଜି ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ, ନିର୍ଯାତନା ଅଭିଯୋଗ ନେଇ ଚର୍ଚ୍ଚା

ସମ୍ବଲପୁର,୨୯ା୩(ପ୍ରମୋଦ ବହିଦାର): ସମ୍ବଲପୁର ଜିଲା ବୁର୍ଲାସ୍ଥିତ ବୀର ସୁରେନ୍ଦ୍ର ସାଏ ଆୟୁର୍ବିଜ୍ଞାନ ଓ ଗବେଷଣା ପ୍ରତିଷ୍ଠାନ(ଭିମ୍‌ସାର)ର ଜଣେ ପିଜି ଛାତ୍ରୀ ଆତ୍ମହତ୍ୟା ଉଦ୍ୟମ କରି ଗୁରୁତର ହୋଇଛନ୍ତି।…

ଇସ୍ରାଏଲ ଉପରେ ବଡ଼ ଆକ୍ରମଣ କଲା ଇରାନ; କେମିକାଲ୍ ଲିକ୍ ନେଇ ଚେତାବନୀ, ଝରକା ବନ୍ଦ ରଖିବାକୁ…

ନୂଆଦିଲ୍ଲୀ,୨୯।୩: ଇରାନ ଇସ୍ରାଏଲର ଏକ ପ୍ରମୁଖ ରାସାୟନିକ କେନ୍ଦ୍ର ଉପରେ ବାଲିଷ୍ଟିକ୍ ମିଶାଇଲ୍ ହମଲା କରିଛି । ଏହା ଫଳରେ ସେହି ସ୍ଥାନରେ ଏକ ବଡ଼ ଅଗ୍ନିକାଣ୍ଡ ଘଟିଛି…

 ଓହରିଯାଉଥିବା ବିଦେଶୀ ଖେଳାଳିଙ୍କୁ କଠୋର ଦଣ୍ଡ ଦେବାକୁ ଦାବି କଲେ ଗାଭାସ୍କର

ନୂଆଦିଲ୍ଲୀ,୨୯ା୩: କିମ୍ବଦନ୍ତୀ ଭାରତୀୟ କ୍ରିକେଟର ସୁନୀଲ ଗାଭାସ୍କର ଆଇପିଏଲ୍‌ରୁ ଅନ୍ତିମ ସମୟରେ ଓହରିଯାଉଥିବା ବିଦେଶୀ ଖେଳାଳିଙ୍କ ପାଇଁ କଠୋର ଦଣ୍ଡ ଲାଗି ଦାବି କରିଛନ୍ତି। ଏଥିସହିତ ବର୍ତ୍ତମାନ…

ଅଭିଯୋଗର ୧୨ ଘଣ୍ଟା ମଧ୍ୟରେ ନିଖୋଜ ନାବାଳିକାଙ୍କୁ ଖୋଜିଲା ପାଟପୁର ପୋଲିସ, ଗାଁରୁ….

ଦିଗପହଣ୍ଡି,୨୯।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଅଧିନ ଏକ ଗାଁରୁ ଆକସ୍ମିକ ଭାବେ ନିଖୋଜ ହୋଇଯାଇଥିବା ଜଣେ ୧୭ ବର୍ଷୀୟା ନାବାଳିକାଙ୍କୁ ଉଦ୍ଧାର କଲା…

ଆମେରିକାକୁ ଧମକ ଦେଲା ତେହେରାନ, ‘ସାର୍କର ଖାଦ୍ୟ ହେବେ…..’

ନୂଆଦିଲ୍ଲୀ,୨୯।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷର ଅନ୍ତ ପାଇଁ ପ୍ରୟାସ ଚାଲିଥିବା ବେଳେ ଉଭୟ ପକ୍ଷ ପରସ୍ପର ଉପରେ ନିରନ୍ତର ଆକ୍ରମଣ ଜାରି ରଖିଛନ୍ତି । ଆମେରିକାର ସ୍ଥଳ…

ଗାଧୋଇବାକୁ ଯାଇ ମହାନଦୀରେ ବୁଡ଼ିଗଲେ ନାବାଳକ

ବାଙ୍କୀ,୨୯।୩(ଶୁଭେନ୍ଦୁ ମହାପାତ୍ର): ବାଙ୍କୀ ବୈଦେସ୍ବର ଥାନା ଅଧୀନ ମହାନଦୀରେ ଗାଧୋଉଥିବା ବେଳେ ପାଣିରେ ବୁଡି ଜଣେ ନାବାଳକଙ୍କ ମୃତ୍ୟୁ ଘଟିଛି। ସେ ହେଲେ ଶୁଭମ୍‌ କୁମାର ରାଉତ(୧୫)।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri