ପାଣିମୁନ୍ଦେ ପାଇଁ ସଂଘର୍ଷ

ବଡ଼ବିଲ,୧୧।୯(ଦେବପ୍ରିୟ ରଣା): ଦୀପତଳ ଅନ୍ଧାର ଭଳି ଖଣିଜ ସମ୍ପଦରେ ଭରପୂର ଗାଁ ଅବହେଳିତ ଅବସ୍ଥାରେ। ଏକାଧିକ ଖଣି କମ୍ପାନୀର ଧୂଳିଧୂଆଁରେ ଜର୍ଜରିତ ହେଉଥିବା ଉକ୍ତ ଗ୍ରାମର ୨ ସାହି ବାସିନ୍ଦାଙ୍କ ନିକଟରେ ସରକାରୀ ଯୋଜନା ଅପହଞ୍ଚ ହୋଇଯାଇଛି। ଗ୍ରାମକୁ ପକ୍କାରାସ୍ତାଟିଏ ନ ଥିବା ବେଳେ ଦୈନିକ ପାନୀୟ ଜଳ ପାଇଁ ସଂଘର୍ଷ ଜାରି ରଖିଛନ୍ତି। ଗ୍ରାମରେ ପାନୀୟ ଜଳ ପାଇଁ ଗଭୀର ନଳକୂପ, ସୌରଚାଳିତ ପମ୍ପ, ପାଣିଟାଙ୍କି ଅଛି, ହେଲେ କାର୍ଯ୍ୟକ୍ଷମ ହୋଇପାରୁ ନ ଥିବାରୁ ଗ୍ରାମବାସୀଙ୍କ କାର୍ଯ୍ୟରେ ଲାଗିପାରୁନି ।
କେନ୍ଦୁଝର ଜିଲା ବଡ଼ବିଲ ତହସିଲ ତଥା ଯୋଡ଼ା ବ୍ଲକ୍‌ ଭଦ୍ରାସାହି ପଞ୍ଚାୟତରେ ରହିଛି କାଶିଆ ‘ଖ’ ଗ୍ରାମ। ଖଣି ଘେରା ଉକ୍ତ ଗାଁରେ ବୁରୁ ହଟିଂ ଓ କୁଦୁରବେଡ଼ା ୨ଟି ସାହି ରହିଛି। ଦୁଇ ସାହିରେ ୮୦ରୁ ଊର୍ଦ୍ଧ୍ୱ ଆଦିବାସୀ ପରିବାର ରହୁଥିବାବେଳେ ଜନସଂଖ୍ୟା ପ୍ରାୟ ୪ଶହ ପାଖାପାଖି ହେବ। ଗ୍ରାମବାସୀଙ୍କ ମଧ୍ୟରୁ ଅନେକ ଚାଷ କରିବା ସହ ଦିନମଜୁରିଆ ଭାବେ ଜୀବନ ଅତିବାହିତ କରନ୍ତି। ଗ୍ରାମକୁ ଆଜି ପର୍ଯ୍ୟନ୍ତ ଭଲ ରାସ୍ତା ନାହିଁ। ଜଳ ସଙ୍କଟ ଦୂର କରିବାକୁ ଜିଲା ଖଣିଜ ପ୍ରତିଷ୍ଠାନ ପକ୍ଷରୁ ସୌରଚାଳିତ ଗଭୀର ନଳକୂପ ଖନନ କରାଯାଇଛି। ଅଧାଦିନ ଖରାପ ରହୁଥିବା ବେଳେ ଆକାଶ ସାମାନ୍ୟ ମେଘାଚ୍ଛନ୍ନ ହେଲେ ନଳକୂପ କାର୍ଯ୍ୟ କରୁନାହିଁ। ଗ୍ରାମରେ ଥିବା ନଳକୂପ ଅଚଳ ହୋଇପଡ଼ିଛି। ଜିଲା ଖଣିଜ ପ୍ରତିଷ୍ଠାନ ଦ୍ୱାରା ମେଗା ପାନୀୟ ଜଳ ଯୋଗାଣ ଯୋଜନାରେ ଏକ ଉଚ୍ଚ କ୍ଷମତାସମ୍ପନ୍ନ ପାଣିଟାଙ୍କିର ନିର୍ମାଣ କାର୍ଯ୍ୟ ଅଧାପନ୍ତରିଆ ହୋଇ ପଡ଼ିରହିଛି। ପ୍ରତି ଘରକୁ ପାଣି ପାଇପ୍‌ ସଂଯୋଗ ହୋଇଛି, ହେଲେ ଏବେ ସୁଦ୍ଧା କାହାରି ଘରେ ବୁନ୍ଦାଏ ପାଣି ପହଞ୍ଚତ୍ ପାରିନାହିଁ। ଫଳରେ ବାଧ୍ୟ ହୋଇ ଗ୍ରାମଠାରୁ ଦୂରରେ ଥିବା ଏକ କୂଅରୁ ପାଣି କାଢ଼ି ଯୁବତୀ ଓ ମହିଳାମାନେ ମୁଣ୍ଡରେ ପାଣିହାଣ୍ଡି ବୋହି ଆଣିଥାନ୍ତି। ସରକାରୀ ଅଧିକାରୀମାନେ କାଗଜକଲମରେ ସୁବିଧା ସୁଯୋଗ ଯୋଗାଇ ଦେଇ ନିଶ୍ଚିନ୍ତ ହୋଇ ଯାଉଥିବାବେଳେ ଏଠାକାର କେତେଜଣ ଲୋକପ୍ରତିନିଧି ଖଣିଜ ବ୍ୟବସାୟରେ ଉବୁଟୁବୁ ହୋଇ ରହୁଥିବା ଅଭିଯୋଗ ହେଉଛି। ତୁରନ୍ତ ସମସ୍ୟା ସମାଧାନ କରିବାକୁ ଦାବି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଯୋଡ଼ାରେ ବାୟୁ ପ୍ରଦୂଷଣ ଗମ୍ଭୀର ସ୍ଥିତିରେ

ଯୋଡ଼ା,୬ା୧୨(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ଅଞ୍ଚଳରେ ବାୟୁ ପ୍ରଦୂଷଣର ଗମ୍ଭୀର ସ୍ଥିତିରେ ରହିଛି। ଯୋଡ଼ା, ଆଖପାଖ ଅଞ୍ଚଳରେ ସବୁଜିମା, ବନାଞ୍ଚଳ ଥାଇ ମଧ୍ୟ ବାୟୁ...

୨ ଡିଗ୍ରୀ ତଳେ ଶିମିଳିପାଳ: ବନ୍ୟପ୍ରାଣୀଙ୍କ ଉପରେ ପ୍ରଭାବ

ବାରିପଦା,୬ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲାରେ ଶୀତର ଲହରୀ ବୃଦ୍ଧି ପାଉଛି। ଶିମିଳିପାଳରେ ପାରଦ ୨ ଡିଗ୍ରୀ ତଳକୁ ଖସିଆସିଛି। ତାପମାତ୍ରା ହ୍ରାସ ପାଇଥିବାରୁ ବନ୍ୟପ୍ରାଣୀଙ୍କ...

ଭୁବନେଶ୍ୱରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା

ଭୁବନେଶ୍ୱର,୬ା୧୨: ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ୍‌ ଖେଳାଯିବ। ଏନେଇ ଦୁଇ ଦଳର...

ପୁଣି ଜନନୀ ଯନ୍ତ୍ରଣା: ରାସ୍ତା ନ ଥିବାରୁ ଗାଁକୁ ଗଲାନି ଆମ୍ବୁଲାନ୍ସ, ଶେଷରେ…

ମୋହନା,୬ା୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକର ଢେପାଗୁଡ଼ା ପଞ୍ଚାୟତରେ ଜନନୀ ଯନ୍ତ୍ରଣା ଥମିବାରେ ନାଁ ଧରୁନି । ରାସ୍ତା ନ ଥିବାରୁ କେଉଁଠି ଭାର...

ଦୁଇ ପୁଅ ଭାଜପାରେ ମିଶିବା ପରେ ପ୍ରତିକ୍ରିୟା ରଖିଲେ ପ୍ରଫୁଲ୍ଲ, କହିଲେ ରାଜନୀତିରେ..

ଭୁବନେଶ୍ୱର,୬।୧୨: ଦୁଇ ପୁଅ ଏବଂ ଭଉଣୀ ଭାଜପାରେ ମିଶିବା ପରେ ବିଜେଡି ନେତା ପ୍ରଫୁଲ୍ଲ ସାମଲ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛନ୍ତି। ପ୍ରଫୁଲ୍ଲ ପ୍ରତିକ୍ରିୟାରେ...

ଗୋଟିଏ ଜୁଇରେ ଜଳିଲା ସ୍ବାମୀ-ସ୍ତ୍ରୀଙ୍କ ମୃତଦେହ, କାନ୍ଦ ବୋବାଳିରେ ଫାଟୁଛି ଗାଁ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା ’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ଏକ...

ଗାଁକୁ ଫେରିବା ବେଳେ ବାଇକ୍‌କୁ ଧକ୍କାଦେଲା ବୁଲେଟ୍‌, ଚାଲିଗଲା ସଳିତା ବିକାଳିଙ୍କ ଜୀବନ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଖଲିଙ୍ଗି ବାସୁଦେବପୁର ଶାସନ ଗ୍ରାମର ବାସୁ ଓରଫ ଦେବେନ୍ଦ୍ର ସାହୁ(୪୫)ଙ୍କର ଶନିବାର ସନ୍ଧ୍ୟାରେ...

ଫେରିଲେ ୩ ଯବାନ: ବାଜାବାଣ, ନାଚରେ ଦୁଲୁକିଲା ଗାଁ ଦାଣ୍ଡ

କେନ୍ଦୁଝର,୬।୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଦେଶ ସେବା ପାଇଁ ଯାଇ ବିଭିନ୍ନ ସ୍ଥାନରେ ନିଯୁକ୍ତି ପାଇଥିବାକେନ୍ଦୁଝର ସଦର ବ୍ଳକ ଅଧୀନ ନରସିଂହପୁର, ବନାଯୋଡି, ସିଲିସୁଆଁ ଗ୍ରାମର ୩ଜଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri