ସରକାରୀ ଜମିରେ ସ୍ଥାୟୀ ଭାବେ ରହିବାରୁ ସଂଘର୍ଷ

କୃଷ୍ଣପ୍ରସାଦ, ୮।୧୧(ଡି.ଏନ୍‌.ଏ): କୃଷ୍ଣପ୍ରସାଦ ବ୍ଲକ ଅଧୀନ ଚିଲିକା ମଧ୍ୟରେ ଥିବା ବ୍ରହ୍ମପୁର ଗ୍ରାମରେ ୩୦ ଦଳିତ ପରିବାର ସ୍ଥାୟୀ ଭାବେ ରହୁଥିଲେ। ମିଳିଥିବା ସୂଚନା ଅନୁସାରେ ୬ମାସ ତଳେ ଏକ ଛୋଟ ଘଟଣାକୁ ନେଇ ଏହି ଦଳିତ ଗୋଷ୍ଠୀ ସହ ଗ୍ରାମବାସୀଙ୍କ ବିବାଦ ହୋଇଥିଲା। ଗ୍ରାମକୁ ଜଣେ ବ୍ୟକ୍ତି ସୋନ୍‌ପାମ୍ପୁଡ଼ି ବିକିବାକୁ ଆସିଥିଲେ। ସେହି ବେପାରୀଙ୍କଠାରୁ ସୋନ୍‌ପାମ୍ପୁଡ଼ି ନେବାକୁ ପିଲାମାନେ ଠେଲାପେଲା ହୋଇଥିଲେ। ତେବେ ବେପାରୀ ଜଣଙ୍କ ଧାଡ଼ିବାନ୍ଧି ଠିଆ ହେବାକୁ ପିଲାମାନଙ୍କୁ କହିଥିଲେ। ଏଥିରେ ଦଳିତ ଗୋଷ୍ଠୀର ଜଣେ ପିଲା ରାଗିଯାଇ ବେପାରୀଙ୍କ ସୋନ୍‌ପାମ୍ପୁଡ଼ି ଉପରେ ଛେପ ପକାଇ ଦେଇଥିଲେ। ଫଳରେ କେହି ଆଉ ସୋନ୍‌ପାମ୍ପୁଡ଼ି କିଣି ନ ଥିଲେ। ଏ ସମ୍ପର୍କରେ ବେପାରୀ ଜଣଙ୍କ ଗ୍ରାମବାସୀଙ୍କୁ ଜଣାଇଥିଲେ। ଏପରି କି ଏଭଳି ଘଟଣା ଯୋଗୁ ତାଙ୍କ ଗ୍ରାମକୁ ଆଉ କେହି ବେପାରୀ ଆସିବେନି ବୋଲି କହି ଚାଲିଯାଇଥିଲେ। ଏହାକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା। ସମସ୍ତ ଦଳିତ ପରିବାରଗୁଡ଼ିକୁ ଗ୍ରାମବାସୀ ନିିଆଁପାଣି ବାସନ୍ଦ କରିବା ସହ ଗାଁରୁ ତଡ଼ି ଦେଇଥିଲେ। ଫଳରେ ସେମାନେ ସେଠାରୁ ଚାଲିଆସି ରହିବା ପାଇଁ ଏଣେତେଣେ ଘୁରି ବୁଲିଥିଲେ। ପରେ ବ୍ରହ୍ମଗିରି ଥାନା ଅଧୀନ ସାତପଡ଼ା ଅଞ୍ଚଳର ଭୋଇସାହିର କେତେଜଣଙ୍କ ସହିତ ଯୋଗସୂତ୍ର ସ୍ଥାପନ କରି ନାଥପୁର ଗ୍ରାମ ପାଖ ୩୫ ମୌଜାର ଗୋଚର ତଥା ସରକାରୀ ଜମିରେ ଆସି ବସବାସ କରୁଥିଲେ। ଏହାକୁ ନାଥପୁର ବାସିନ୍ଦା ବିରୋଧ କରିଥିଲେ। ତେବେ ପ୍ରଶାସନର ହସ୍ତକ୍ଷେପ ଓ ଦଳିତ ଗୋଷ୍ଠୀର ପ୍ରତିଶ୍ରୁତି ପରେ ସେମାନେ ମହଲତ ଦେଇ ଚୁପ୍‌ ରହିଥିଲେ। ଅନ୍ୟପକ୍ଷରେ ଚିଙ୍ଗୁଡ଼ି ଘେରକୁ କେନ୍ଦ୍ର କରି ଦଳିତ ଏବଂ ସାଧାରଣ ବର୍ଗ ଲୋକଙ୍କ ମଧ୍ୟରେ ବିବାଦ ଲାଗି ରହିଥିଲା। ଏପରି କି ଗ୍ରାମସଭା ନିଷ୍ପତ୍ତିକୁ ନ ମାନିବାରୁ ଦଳିତ ପରିବାରକୁ ନିଆଁପାଣି ବାସନ୍ଦ କରାଯାଇଥିଲା। ତକ୍ତତା ଲାଗି ରହିବାରୁ ଗତ ୬ମାସ ତଳେ ନାଥପୁର ଗ୍ରାମ ନିକଟରେ ସରକାରୀ ଜମିରେ ଘର ନିର୍ମାଣ କରି ରହିଥିଲେ ବୋଲି କୁହାଯାଉଛି।

ବିସ୍ଥାପିତ ଗୋଷ୍ଠୀଙ୍କ ସମର୍ଥନରେ ରାସ୍ତାରୋକୋ
ଘଟଣା ପରେ ବିସ୍ଥାପିତ ଗୋଷ୍ଠୀଙ୍କୁ ସମର୍ଥନ ଜଣାଇ ସ୍ଥାନୀୟ ପଣସପଦା କାଜିଭୋଇସାହି ଗ୍ରାମର ଲୋକେ ପୁରୀ-ସାତପଡ଼ା ରାସ୍ତାକୁ ପଣସପଦାଠାରେ ଅବରୋଧ କରିଥିଲେ। ସେହିପରି କେତେଜଣ ବିସ୍ଥାପିତ ମଧ୍ୟ ରାସ୍ତାରୋକୋ କରିଥିଲେ। ଫଳରେ ଦୀର୍ଘ ସମୟ ଧରି ଗାଡ଼ି ଚଳାଚଳ ବାଧାପ୍ରାପ୍ତ ହୋଇଥିଲା। ପୋଲିସ ପହଞ୍ଚି ଆଲୋଚନା କରିବା ପରେ ଅବରୋଧ ହଟିଥିଲା।
ସମର୍ଥନ ସନ୍ଦେହରେ ଆକ୍ରମଣ: ୬ ଗୁରୁତର
ସମ୍ପୃକ୍ତ ବିସ୍ଥାପିତ ଦଳିତ ଗୋଷ୍ଠୀଙ୍କୁ ସ୍ଥାନୀୟ ବନ୍ଧମୁଣ୍ଡା ଗ୍ରାମର ଭୋଇସାହି ବାସିନ୍ଦା ସମର୍ଥନ ଦେଉଥିବା ସନ୍ଦେହ କରି ପ୍ରତିପକ୍ଷ ଗୋଷ୍ଠୀ ଆକ୍ରମଣ କରିଛି। ଆକ୍ରମଣରେ ୬ଜଣ ଗୁରୁତର ଆହତ ହୋଇଛନ୍ତି। ଆହତମାନଙ୍କୁ ପ୍ରଥମେ ରେବଣା ନୂଆଗାଁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ପରେ ସେମାନଙ୍କ ମଧ୍ୟରୁ ୪ଜଣଙ୍କୁ ସଙ୍କଟାପନ୍ନ ଅବସ୍ଥାରେ ପୁରୀ ଜିଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି।

ପୂର୍ବରୁ ତହସିଲଦାରଙ୍କ ଉପରେ ଆକ୍ରମଣ ହୋଇଥିଲା
ଦଳିତ ପରିବାର ଗୋଚର ଜମିରେ ଘର କରି ରହିବା ପରେ ସ୍ଥାନୀୟ ଲୋକେ ଏହାକୁ ବିରୋଧ କରିଥିଲେ। ସ୍ଥାନୀୟ ତହସିଲଦାରଙ୍କୁ ଏନେଇ ଅଭିଯୋଗ ଦିଆଯିବା ପରେ ତହସିଲଦାର ନିଜେ ବସ୍ତି ନିକଟକୁ ଯାଇ ବସ୍ତି ଉଚ୍ଛେଦ ପାଇଁ ପ୍ରୟାସ କରିଥିଲେ। ମାତ୍ର ଦଳିତ ପରିବାରବର୍ଗ ବସ୍ତି ଭାଙ୍ଗିବାକୁ ନାରାଜ ହେବା ସହ ତହସିଲଦାରଙ୍କ ଉପରେ ଆକ୍ରମଣ କରିଥିବା ଅଭିଯୋଗ ଆସିଥିଲା। ହେଲେ ତହସିଲଦାର ନିଜେ ଏସମ୍ପର୍କରେ କୌଣସି ଅଭିଯୋଗ କରି ନ ଥିବାରୁ ସେନେଇ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇ ନ ଥିଲା।

ଦଳିତ ବର୍ଗର ଲୋକେ ପ୍ରଥମେ ଆକ୍ରମଣ କରୁଥିବା ଅଭିଯୋଗ ହୋଇଥିବାବେଳେ ଏହାର କିଛି ସମୟ ପରେ ସ୍ଥାନୀୟ ଲୋକଙ୍କ ପଟରୁ ବୋମାମାଡ଼ ହୋଇଥିଲା। ଦୀର୍ଘ ସମୟ ଧରି ବୋମାମାଡ଼ ଚାଲିଥିଲେ ମଧ୍ୟ ପୋଲିସ ସମ୍ପୃକ୍ତ ବିବାଦୀୟ ଅଞ୍ଚଳକୁ ପ୍ରବେଶ କରିବାକୁ ସାହାସ କରିପାରି ନ ଥିଲା। ସ୍ଥାନୀୟ ପୋଲିସ ସଂଖ୍ୟାବଳ ଅଭାବରୁ କେବଳ ଦୂରରୁ ଥାଇ ନୀରବଦ୍ରଷ୍ଟା ସାଜିଥିବା ବେଳେ ବୋମାମାଡ଼ ଓ ଅଗ୍ନିକାଣ୍ଡ ସରିବା ପର୍ଯ୍ୟନ୍ତ ଅପେକ୍ଷା କରିଥିଲେ। ପରେ ପୋଲିସ ଫୋର୍ସ ପହଞ୍ଚତ୍ବା ବେଳକୁ ଉନ୍ମୁକ୍ତ କାଣ୍ଡ ଘଟଣାଇଥିବା ବ୍ୟକ୍ତିମାନେ ଫେରାର୍‌ ହୋଇଯାଇଥିଲେ।

ଅନଧିକାର ଜଙ୍ଗଲ ବ୍ୟବହାରରୁ ବଢ଼ିଥିଲା ବିବାଦ

ଗ୍ରାମବାସୀଙ୍କ ଭୋଗ ଦଖଲରେ ଥିବା ଜଙ୍ଗଲକୁ ବ୍ୟବହାର କରିବା ସହ ସମ୍ପତ୍ତି ଉପରେ ଅଧିକାର ଜାହିର କରିବା ଫଳରେ ଗ୍ରାମବାସୀମାନେ ସମ୍ପୃକ୍ତ ଦଳିତ ବର୍ଗଙ୍କୁ ବିରୋଧ କରିବା ଆରମ୍ଭ କରିଥିଲେ। ବାରମ୍ବାର ମନା କରିବା ସତ୍ତ୍ବେ ମଧ୍ୟ ଜଙ୍ଗଲରୁ କାଠ ନେବା ସହ ଅନ୍ୟାନ୍ୟ ସାମଗ୍ରୀ ମଧ୍ୟ ସଂଗ୍ରହ କରୁଥିଲା। ପେଟପାଟଣା ପାଇଁ ବିସ୍ଥାପିତମାନେ ଏଭଳି କରୁଥିବା ଯୁକ୍ତି କରୁଥିଲେ ମଧ୍ୟ ଗ୍ରାମବାସୀ ଏହାକୁ ସମ୍ପୂର୍ଣ୍ଣ ରୂପେ ବେଆଇନ ବୋଲି କହି ପ୍ରଶାସନର ଆଶ୍ରୟ ମଧ୍ୟ ନେଇଥିଲେ। ମାତ୍ର ପ୍ରଶାସନିକ ସ୍ତରରେ ବିବାଦ ତୁଟି ନ ପାରିବାରୁ ଅଞ୍ଚଳବାସୀ ପରବର୍ତ୍ତୀ ସମୟରେ ଦଳିତ ପରିବାର ସହ ଆଲୋଚନା କରିଥିଲେ ମଧ୍ୟ ସମାଧାନ ହୋଇ ନ ପାରିବାରୁ ରବିବାର ଉଗ୍ରରୂପ ଧାରଣ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଝିଅ ବାହାଘର ପାଇଁ ଗୁଆ ନିମନ୍ତ୍ରଣ ଦେବାକୁ ଯାଉଥିଲେ, ସାମ୍ନାରୁ ପିଟିଲା ବାଇକ୍‌; ଚାଲିଗଲା…

ଦିଗପହଣ୍ଡି,୧୭|୨(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ସିଙ୍ଗପୁର ଗ୍ରାମ ସମବାୟ କାର୍ଯ୍ୟାଳୟ ନିକଟରେ ମଙ୍ଗଳବାର ସନ୍ଧ୍ୟା ପ୍ରାୟ ସାଢ଼େ ୭ ଟାରେ ରେ ୨…

ଗ୍ୟାସ ସିଲିଣ୍ଡର ଖୋଲି ଘରେ ନିଆଁ ଲଗାଇଦେଲେ ସ୍ବାମୀ, ଥାନାରେ ପହଞ୍ଚିଲେ ସ୍ତ୍ରୀ; ଗିରଫ ପରେ ଜେଲ…

ଦିଗପହଣ୍ଡି,୧୭|୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ୭ ନଂ ୱାର୍ଡ ବଜାର ସାହି ଗୁଣ୍ଡିଚା ଛକ ରେ ରହୁଥିବା ଏ.ରାଜୁଙ୍କୁ ମଙ୍ଗଳବାର ପୋଲିସ ଗିରଫ କରି…

ଆବାସ କିସ୍ତି କରିଦେବାକୁ ମାଗିଥିଲେ ଲାଞ୍ଚ: ଦୋଷୀ ସାବ୍ୟସ୍ତ ହେଲେ ପୂର୍ବତନ ପିଇଓ, ୩ ବର୍ଷ ଜେଲଦଣ୍ଡ ସହ ୫୦ ହଜାର…

ଭବାନୀପାଟଣା,୧୭।୨(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକର ଗୋପାଳପୁର ପଞ୍ଚାୟତର ପୂର୍ବତନ ପିଇଓ (ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ) କ୍ଷମା ପ୍ରସାଦ ଦୁରିଆ ୨୦୨୧…

ଦୁଇ ଦିନ ପରେ ଦେଇଥାନ୍ତେ ମାଟ୍ରିକ୍‌ ପରୀକ୍ଷା, ବାଇକ୍‌ ସହ ଦୁର୍ଘଟଣା ପରେ ଟ୍ରକ୍‌ ଚାପି ଦେବାରୁ ଚାଲିଗଲା ଛାତ୍ରଙ୍କ ଜୀବନ

ରାୟଗଡ଼ା,୧୭।୨(ଆଶିଷ ରଞ୍ଜନ ପଣ୍ଡା)- ରାୟଗଡ଼ା ସହରରେ ଚିନ୍ତାଜନକ ହୋଇପଡ଼ିଛି ଟ୍ରାଫିକ ସମସ୍ୟା । ସହର ଦେଇ ଯାଇଥିବା ୩୨୬ନଂ ଜାତୀୟ ରାଜପଥ କଡ଼ରେ ବେଆଇନ ପାର୍କିଂ ଯୋଗୁ…

ଭଞ୍ଜନଗରରେ ୩୪ତମ ବୈଜ୍ଞାନିକ ଉପଦେଷ୍ଟା ମଣ୍ଡଳୀ ବୈଠକ: ବୈଜ୍ଞାନିକ ଓ କୃଷକ ସମନ୍ବୟ ରହିଲେ…

ଭଞ୍ଜନଗର,୧୭ା୨(ବାବୁଲା ପ୍ରଧାନ): ଭଞ୍ଜନଗର କୃଷି ବିଜ୍ଞାନ କେନ୍ଦ୍ରର ୩୪ତମ ବୈଜ୍ଞାନିକ ଉପଦେଷ୍ଟା ମଣ୍ଡଳୀ ବୈଠକ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। ବୈଠକରେ ବୈଜ୍ଞାନିକ ଏବଂ ଚାଷୀମାନେ ଯୋଗଦେଇଥିଲେ। କୃଷି…

ବ୍ରହ୍ମପୁର-ରେଢ଼ାଖୋଲ ରେଳ ପ୍ରକଳ୍ପ: ୩୩୨ କିମି ହେବ ରେଳ ଲାଇନ୍‌, ଅର୍ଥ ଅନୁମୋଦନ କେବେ…?

ଭଞ୍ଜନଗର,୧୭।୨(ବାବୁଲା ପ୍ରଧାନ)- ସରକାର ପରେ ସରକାର ବଦଳୁଛି, କିନ୍ତୁ ବ୍ରହ୍ମପୁର ଭାୟା ଭଞ୍ଜନଗର, ଫୁଲବାଣୀ ରେଢ଼ାଖୋଲ ରେଳ ପ୍ରକଳ୍ପ ଅଗ୍ରଗତି ହୋଇପାରୁନାହିଁ। କନ୍ଧମାଳ ଜିଲାବାସୀଙ୍କ ପାଇଁ ରେଳ…

କଲେଜ ଯାଇଥିବା ବେଳେ ଛାତ୍ରୀଙ୍କୁ ଅପହରଣ କରି ୫ ଦିନ ଧରି ବଳାତ୍କାର, ଜେଲ ହାଜତକୁ ଗଲେ …

ଦିଗପହଣ୍ଡି,୧୭।୨(ଅଶେଷ  ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଅଞ୍ଚଳର ଏକ କଲେଜରେ ଯୁକ୍ତ ୨ ଦିତୀୟ ବର୍ଷ କଳା ଶ୍ରେଣୀରେ ପଢୁଥିବା ୧୭ ବର୍ଷର ଛାତ୍ରୀଙ୍କୁ ଅପହରଣ…

ଏହିଦିନ ଓଡ଼ିଶା ଆସିବେ ଅମିତ ଶାହା: କଟକରେ ରହିଛି ବଡ କାର୍ଯ୍ୟକ୍ରମ

ଭୁବନେଶ୍ୱର,୧୭।୨: କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଆସନ୍ତା ମାର୍ଚ୍ଚ ୭ ତାରିଖରେ ଓଡ଼ିଶା ଗସ୍ତରେ ଆସୁଛନ୍ତି। ଏହି ଏକଦିବସୀୟ ଗସ୍ତ କାଳରେ ସେ କଟକ ଜିଲା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri