ଦୂର ସାଗରର ଝଡ଼

ଜଳର ବଳ: ବାୟୁରେ ଅସଂଖ୍ୟ ଜଳୀୟବାଷ୍ପ କଣିକା ଅଦୃଶ୍ୟ ରୂପେ ଥାଏ। ଶୀତଳବାୟୁର ଜଳୀୟବାଷ୍ପ ଧାରଣ କ୍ଷମତା ସୀମିତ ଥିଲାବେଳେ ଖରାଦିନର ଗରମ ବାୟୁ ଯଥେଷ୍ଟ ଜଳୀୟବାଷ୍ପ ଧାରଣ କରିପାରେ। ପୃଥିବୀର ପାଣିପାଗ ଅନେକାଂଶରେ ବାୟୁରେ ଥିବା ଏହି ଅଦୃଶ୍ୟ ଜଳୀୟବାଷ୍ପର ପରିମାଣ ଉପରେ ନିର୍ଭର କରେ। ଜଳ ହିଁ ପ୍ରକୃତିର ଏକମାତ୍ର ପଦାର୍ଥ ଯାହା ବାୟୁମଣ୍ଡଳୀୟ ସାଧାରଣ ତାପମାତ୍ରା ତାରତମ୍ୟତାରେ ପଦାର୍ଥର ସମସ୍ତ ତିନୋଟି ରୂପ ଯଥା କଠିନ, ତରଳ ଓ ଗ୍ୟାସୀୟ ଅବସ୍ଥାରେ ରହିପାରେ। ମାତ୍ର ସବୁଠାରୁ ଗୁରୁତ୍ୱପୂର୍ଣ୍ଣକଥା ହେଉଛି ଯେ, ଜଳର ଅବସ୍ଥା ପରିବର୍ତ୍ତନ ସମୟରେ ବିପୁଳ ତାପର ବିନିମୟ ଘଟେ। ବିଜ୍ଞାନରେ ଏହାକୁ ଗୁପ୍ତ ତାପ କହନ୍ତି। ଜଳର ଗୁପ୍ତ ତାପ ହେଉଛି ୨.୫ x ୧୦ ୬ J kg-୧ ଯାହା ଅସ୍ବାଭାବିକ ଭାବେ ବହୁତ ବେଶି। (ତୁଳନା କରି ଦେଖନ୍ତୁ: ତରଳ ଆମୋନିଆର ଗୁପ୍ତ ତାପ: ୧.୨ x ୧୦ ୬ J kg-୧, ପ୍ରୋପେନ: ୪.୨ x ୧୦ ୫ J kg-୧, ଇଥର: ୩.୯ x ୧୦ ୩ J kg-୧, କାର୍ବନ ଟେଟ୍ରାକ୍ଲୋରାଇଡ: ୨.୨ x ୧୦ ୫ J kg-୧। ଏଣୁ ଜଳ ସ୍ବତଃ ବାଷ୍ପ ହେଲେ ପ୍ରଚୁର ତାପ ଗ୍ରହଣ କରୁଥିଲାବେଳେ ଜଳୀୟବାଷ୍ପ ଅବସ୍ଥାରୁ ଘନୀଭୂତ ହୋଇ ଜଳଟୋପାରେ ପରିଣତ ହେଲେ ବିପୁଳ ତାପ ନିର୍ଗତ କରେ। ଏହି ତାପ ହିଁ ସାମୁଦ୍ରିକ ଝଡ଼କୁ ସକ୍ରିୟ ଓ ଶକ୍ତିଶାଳୀ କରିଥାଏ।
ସମୁଦ୍ର ବକ୍ଷରେ ସଷ୍ଟ ଖଣ୍ଡିଆଭୂତରେ ଚତୁଃପାର୍ଶ୍ୱର ଉଷ୍ମ ଆର୍ଦ୍ର ପବନ ପହଞ୍ଚତ୍ ଅଚାନକ ପ୍ରସାରିତ ହୁଏ ଓ ଭଉଁରି ଉପରିସ୍ଥ ଶୀତଳ ବାଦଲଖଣ୍ଡକୁ ଉଠି ଆହୁରି ପ୍ରସାରିତ ହୁଏ। ଏହି ଅଚାନକ ପ୍ରସାରଣ ଦ୍ୱାରା ବାୟୁରେ ଥିବା ଜଳୀୟବାଷ୍ପ ଶୀତଳ ଓ ଘନୀଭୂତ ହୋଇ ଜଳଟୋପାରେ ପରିଣତ ହୁଏ। ଏହି ପ୍ରକ୍ରିୟା ଚତୁଃପାର୍ଶ୍ୱକୁ ବିପୁଳ ତାପ ନିର୍ଗତ କରେ। ଏହି ତାପରେ ସମୁଦ୍ର ପୃଷ୍ଠରୁ ଅଧିକରୁ ଅଧିକ ଜଳ ବାଷ୍ପ ହୋଇ ଉଷ୍ମ ଆର୍ଦ୍ର ପବନ ଆକାରରେ ଖଣ୍ଡିଆଭୂତର କେନ୍ଦ୍ର ଆଡ଼କୁ ଛୁଟି ଆସେ। ଏହି ଉଷ୍ମ ଆର୍ଦ୍ର ପବନ ହିଁ ଝଡ଼ର ଇନ୍ଧନ ଅଟେ। ଏହି ପବନ ପୂର୍ବ ପରି ଭଉଁରିରେ ଘୂରି ଘୂରି ଉପରକୁ ଉଠେ, ଶୀତଳ ହୋଇ ଜଳଟୋପାରେ ପରିଣତ ହୁଏ ଓ ପୁଣି ବିପୁଳ ତାପ ନିର୍ଗତ କରେ। ଏହି ତାପରେ ସମୁଦ୍ର ପୃଷ୍ଠରୁ ପୁଣି ଅଧିକରୁ ଅଧିକ ଉଷ୍ମ ଆର୍ଦ୍ର ପବନ ସୃଷ୍ଟି ହୁଏ ଏବଂ ପୂର୍ବ ପ୍ରକ୍ରିୟା ଅବ୍ୟାହତ ରହି ଝଡ଼କୁ ନିରନ୍ତର ତ୍ୱରାନ୍ବିତ କରେ। ଫଳରେ ସାମୁଦ୍ରିକ ଝଡ଼ସବୁ ଦୀର୍ଘସ୍ଥାୟୀ ହୋଇ ସପ୍ତାହ ସପ୍ତାହ ଧରି ଚାଲୁ ରହୁଥିଲାବେଳେ ପବନ ଘଣ୍ଟାକୁ ୩୦୦ କିମି ଭଳି ଦୂରନ୍ତ ବେଗରେ ପ୍ରବାହିତ ହୋଇଥାଏ।
ଏଭଳି ଝଡ଼କୁ ସାଧାରଣତଃ ‘ହରିକେନ’ କୁହାଯାଉଥିଲାବେଳେ ପ୍ରଶାନ୍ତ ମହସାଗରରେ ‘ଟାଇଫୁନ’, ଅଷ୍ଟ୍ରେଲିଆ ଉପକୂଳରେ ‘ୱିଲେ’ ଓ ଫିଲିପାଇନ୍‌ସ ଦ୍ୱୀପପୁଞ୍ଜରେ ‘ବାଗୁଓସ’ କହନ୍ତି। ଆମ ଦେଶରେ ଏହା ସାଧାରଣତଃ ‘ସାଇକ୍ଲୋନ’ ବା ‘ଘୂର୍ଣ୍ଣିବାତ୍ୟା’ ନାମରେ ପରିଚିତ। ସାଇକ୍ଲୋନ ପ୍ରକୃତରେ ଏକ ଗ୍ରୀକ୍‌ ଶବ୍ଦ, ଯାହାର ଅର୍ଥ ସାପର କୁଣ୍ଡଳୀ। ଜଣେ ବ୍ରିଟିଶ୍‌ ପାଣିପାଗ ବିଜ୍ଞାନୀ ପିଡିଙ୍ଗଟନ ବଙ୍ଗୋପସାଗର ଓ ଆରବ ସାଗରରେ ସୃଷ୍ଟି ହେଇଥିବା ସାମୁଦ୍ରିକ ଉଦ୍‌ବେଳନକୁ ବୁଝେଇବା ପାଇଁ ଏଭଳି ବିଚିତ୍ର ନାମକରଣ ବ୍ୟବହର କରିଥିଲେ।
ଏବେ କିନ୍ତୁ ବିଜ୍ଞାନର ଅଗ୍ରଗତି ବଳରେ ପରିସ୍ଥିତି ସମ୍ପୂର୍ଣ୍ଣ ବଦଳିଯାଇଛି। ଆକାଶରେ ଅବସ୍ଥାପିତ ଉପଗ୍ରହର ଫଟୋଚିତ୍ର ତଥା ଦକ୍ଷ କମ୍ପ୍ୟୁଟର ମଡେଲ ଜରିଆରେ ଦୂର ସମୁଦ୍ର ବକ୍ଷରେ ଝଡ଼ର ଉତ୍ପତ୍ତିଠାରୁ ଆରମ୍ଭ କରି, ଏହାର ଅଭ୍ୟୁଦୟ, ପରିଣତି, ଗତିପଥ, ପବନର ବେଗ, ସ୍ଥଳଭାଗ ସ୍ପର୍ଶର ସ୍ଥାନ ଓ କାଳ ନିରୂପଣ ଆଦି ଘଟଣାକୁ ଅତି ନିର୍ଭୁଲ ଭାବେ ପୂର୍ବାନୁମାନ କରାଯାଇ ଆଗୁଆ ସତର୍କ ସୂଚନା ଜାରି କରାଯାଇ ପାରୁଛି। ଫଳରେ ବିପନ୍ନଙ୍କ ପାଇଁ ରିଲିଫ ଯୋଗାଣ ଓ ଉଦ୍ଧାରକାର୍ଯ୍ୟ ସୁଚାରୁ ରୂପେ ସମ୍ପାଦନ କରାଯାଇ କ୍ଷୟକ୍ଷତିର ପରିମାଣକୁ ହ୍ରାସ କରାଯାଇ ପାରୁଛି।

(ଶେଷ ଭାଗ)
-ନିକୁଞ୍ଜ ବିହାରୀ ସାହୁ, ଏଜୁକେଶନ ଅଫିସର, ଆଞ୍ଚଳିକ ବିଜ୍ଞାନ କେନ୍ଦ୍ର
ଭୋପାଳ, ମଧ୍ୟପ୍ରଦେଶ
ମୋ : ୮୯୧୭୬୩୭୯୭୪


Enter your email to get our daily news in your inbox.

All Right Reserved By Dharitri.Com

ପରୀକ୍ଷା ସରିବା ପରେ ତିନି ସାଙ୍ଗ ଯାଇଥିଲେ ଜଳଭଣ୍ଡର, ଫେରିଲା…

କୋରାପୁଟ,୭।୩(ଅମିତାଭ ବେହେରା ): କୋଲାବ ଜଳଭଣ୍ଡରରେ ବୁଡ଼ି ୩ ଛାତ୍ରଙ୍କ ମୃତ୍ୟୁ। ପରୀକ୍ଷା ସରିବା ପରେ ୩ ସାଙ୍ଗ ଗାଧେଇବା ପାଇଁ ଜଳଭଣ୍ଡର ଯାଇଥିଲେ। ତିନି ଛାତ୍ର…

ପୋଖରୀରେ ବୁଡ଼ି ଚାଲିଗଲା ୨ ନାବାଳିକାଙ୍କ ଜୀବନ

ଉଦଳା,୭।୩: ମୟୂରଭଞ୍ଜ ଜିଲା କପ୍ତିପଦା ଥାନା ନଥିପୁର ଗାଁରେ ଶନିବାର ଏକ ଅଘଟଣ ଘଟିଛି। ପୋଖରୀରେ ବୁଡ଼ି ୨ ନାବାଳିକାଙ୍କ ମୃତ୍ୟୁ ଘଟିଛି। ଦୁଇ ନାବାଳିକାଙ୍କୁ ହରାଇ…

ପଟ୍ଟାଙ୍ଗିରେ ପହଞ୍ଚିଲା ଲୋକ ଅଧିକାର ଯାତ୍ରା : ବଞ୍ଚିବା ପାଇଁ ଲଢେଇ କର

ପଟ୍ଟାଙ୍ଗି,୭।୩(ଶରତ କୁମାର ଧଳ): ରାଜ୍ୟରେ ଭରି ରହିଥିବା ବକ୍ସାଇଟ ଖଣି, ପାହାଡ଼ ତଥା ପ୍ରାକୃତିକ ସମ୍ପଦର ସୁରକ୍ଷା ପାଇଁ ବାହାରିଥିବା ଲୋକ ଅଧିକାର ଯାତ୍ରା ଶନିବାର କୋରାପୁଟ…

‘ଛାତ୍ରୀଛାତ୍ରଙ୍କ ଭବିଷ୍ୟତ ଉଜ୍ବଳ ହେଲେ ପୃଥିବୀ ଉଜ୍ଜ୍ୱଳ ହେବ’

ପୁରୁଷୋତ୍ତମପୁର,୭।୩(ସବିିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ତାରାତାରିଣୀ କଲେଜର ବାର୍ଷିକ ଉତ୍ସବ ଅଧ୍ୟକ୍ଷ ଡ. ପ୍ରଦୀପ କୁମାର ସାହୁଙ୍କ ପୌରୋହିତ୍ୟରେ ଶନିବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ…

ଖେମୁଣ୍ଡି ଓକିଲ ସଂଘର ନିର୍ବାଚନ ପାଇଁ ପ୍ରାର୍ଥତ୍ପତ୍ର ଦାଖଲ

ଦିଗପହଣ୍ଡି,୭ା୩(ଅଶେଷ ନାଥ ମିଶ୍ର): ରାଜ୍ୟ ବାର୍‌ କାଉନସିଲ ପକ୍ଷରୁ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ଗଞ୍ଜାମ ଜିଲା ଦିଗପହଣ୍ଡିସ୍ଥିତ ଖେମୁଣ୍ଡି ଓକିଲ ସଂଘର କାର୍ଯ୍ୟକର୍ତ୍ତା ନିର୍ବାଚନ ନିମନ୍ତେ ଶନିବାରଠାରୁ…

‘ଆମେ ଯାହା କରିଛୁ ଠିକ୍‌ କରିଛୁ’, କାହିଁକି ଏମିତି କହିଲେ ଜୟଶଙ୍କର? ଜାଣନ୍ତୁ ଇରାନ ଯୁଦ୍ଧ ସହ କ’ଣ ରହିଛି ସମ୍ପର୍କ

ନୂଆଦିଲ୍ଲୀ,୭।୩: ରାଇସିନା ଡାଏଲଗ ୨୦୨୬ରେ ମଧ୍ୟପ୍ରାଚ୍ୟ ଉତ୍ତେଜନା ମଧ୍ୟରେ ଭାରତର ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର କୋଚିରେ ଏକ ଇରାନୀ ନୌସେନା ଜାହାଜକୁ ଡକିଂ କରିବାକୁ ଅନୁମତି…

ଜିଲା ଉନ୍ନୟନ ସମନ୍ବୟ ଓ ନିରୀକ୍ଷଣ କମିଟି ବୈଠକ: ସମୀକ୍ଷା କଲେ ଆସିକା ଏମ୍‌ପି

ଛତ୍ରପୁର,୭ା୩(ଦିଲ୍ଲୀପ ସାମଲ): ସ୍ଥାନୀୟ ଋଷିକୂଲ୍ୟା ସମ୍ମିଳନୀ କକ୍ଷରେ ଜିଲା ଉନ୍ନୟନ ସମନ୍ବୟ ଓ ନିରୀକ୍ଷଣ କମିଟି ବୈଠକ(ଦିଶା) ଅନୁଷ୍ଠିତ ହୋଇଥିଲା। ବୈଠକରେ କମିଟିର ଅଧ୍ୟକ୍ଷା ତଥା ଆସିକା…

ଯୁଦ୍ଧ ଭିତରେ ପାକିସ୍ତାନକୁ ଶକ୍ତ ଝଟ୍‌କା, ବରବାଦ୍‌ ହୋଇଯିବ ପାକ୍‌

ଇସଲାମବାଦ,୭।୩: ପାକିସ୍ତାନ ଏବେ ମଧ୍ୟପ୍ରାଚ୍ୟରେ ଯୁଦ୍ଧର ପରିଣାମ ମଧ୍ୟ ଭୋଗୁଛି। କାତାର ପାକିସ୍ତାନକୁ ଏକ ଫୋର୍ସ ମ୍ୟାଜିଅର ନୋଟିସ ଜାରି କରିଛି। ଏହାର ଅର୍ଥ ହେଉଛି ଯେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri