ବାତ୍ୟା ଦୋହଲାଉଛି ଆର୍ଥିକ ମେରୁଦଣ୍ଡ

ଭୁବନେଶ୍ୱର,୨୯ା୧୦(ବ୍ୟୁରୋ): ରାଜ୍ୟକୁ ବାତ୍ୟା ଭୟ ଘେରି ରହିଛି। ଏଥିଯୋଗୁ ଦୋହଲିଯାଉଛି ଲୋଙ୍କ ଆର୍ଥିକ ମେରୁଦଣ୍ଡ। ବାତ୍ୟା ମାଡ଼ରୁ ଅଣ୍ଟା ସଳଖିବାକୁ ଅନେକବର୍ଷ ଲାଗିଯାଉଛି। ଗୋଟିଏ ବାତ୍ୟାଜନିତ କ୍ଷତ ଭରି ନ ଥିବା ବେଳେ ପୁଣି ଆଉ ଏକ ସାମୁଦ୍ରିକ ଝଡ଼ ଅଧାଗଢ଼ା ଜୀବିକାକୁ ଉଡ଼ାଇ ନେଉଛି। ଭିତ୍ତିଭୂମି, ସବୁଜିମା କ୍ଷେତ୍ର ସବୁକିଛି ଉଜୁଡ଼ି ଯାଉଛି। ଗତ ୨୨ ବର୍ଷରେ ଉପକୂଳରେ ମାଡ଼ ହୋଇଥିବା ୭ ସାମୁଦ୍ରିକ ଝଡ଼ ଉପକୂଳ ଓଡ଼ିଶାକୁ ଛାର୍‌ଖାର କରିଦେଇଛି। ୧୯୯୯ରୁ ୨୦୨୧ ମଧ୍ୟରେ ରାଜ୍ୟ ୭ଟି ବାତ୍ୟା ଓ ମହାବାତ୍ୟାକୁ ସମ୍ମୁଖୀନ ହୋଇଛି। ୧୯୯୯ ଅକ୍ଟୋବର ୨୯ରେ ମହାବାତ୍ୟା ଉପକୂଳ ଓଡ଼ିଶାକୁ ଧ୍ୱସ୍ତବିଧ୍ୱସ୍ତ କରିଦେଇଥିଲା। ଏଥିରେ ୧୦ ହଜାରରୁ ଊର୍ଦ୍ଧ୍ୱ ଲୋକ ପ୍ରାଣ ହରାଇଥିବାବେଳେ ପ୍ରାୟ ୧୫ ହଜାର କୋଟି ଟଙ୍କାର କ୍ଷୟକ୍ଷତି ହୋଇଥିଲା। ଶନିବାର ଏହାକୁ ୨୩ ବର୍ଷ ପୂରିଛି। ଏବେ ବି ସେହି ମହାପ୍ରଳୟକୁ ମନେପକାଇ ଉପକୂଳବାସୀ ଶିହରି ଉଠୁଛନ୍ତି। କେବଳ ମହାବାତ୍ୟା ନୁହେଁ, ୨୦୧୩ରେ ଓଡ଼ିଶା ଉପକୂଳକୁ ଧକ୍କା ଦେଇଥିବା ଫାଇଲିନ୍‌, ୨୦୧୪ରେ ହୁଡ୍‌ହୁଡ୍‌, ୨୦୧୮ରେ ତିତ୍‌ଲି, ୨୦୧୯ରେ ଫନୀ, ୨୦୨୦ରେ ଅମ୍ଫନ, ୨୦୨୧ରେ ଜଓ୍ବାଦ୍‌ ବାତ୍ୟା ରାଜ୍ୟ ପାଇଁ ଅନେକ ବିପତ୍ତି ଆଣିଦେଇଛି। ଏହିସବୁ ବାତ୍ୟାରେ ରାଜ୍ୟର ପ୍ରାୟ ୩୦ ହଜାର କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଥିବା ବେଳେ ୧୫ ହଜାରରୁ ଊର୍ଦ୍ଧ୍ୱ ଲୋକଙ୍କ ଜୀବନ ଯାଇଛି।
ସରକାରୀ ଆକଳନ ଅନୁଯାୟୀ, ୨୦୧୩ରେ ହୋଇଥିବା ବାତ୍ୟା ଫାଇଲିନ୍‌ରେ ୫୮୩୨.୫୦ କୋଟି କ୍ଷତି ହୋଇଥିବା ବେଳେ ହୁଡ୍‌ହୁଡ୍‌ରେ ୭୭୭.୧୨ କୋଟି, ତିତ୍‌ଲିରେ ୨୭୭୯.୩୩, ଫନୀରେ ୫୨୨୭.୬୮ କୋଟି ଟଙ୍କାର କ୍ଷୟକ୍ଷତି ହୋଇଥିଲା। ୨୦୨୦ରେ ହୋଇଥିବା ଅମ୍ଫନରେ ୭୦୦ ଏବଂ ଜଓ୍ବାଦ୍‌ରେ ୫୦୦ କୋଟି ଟଙ୍କାର କ୍ଷତି ହେବା ନେଇ ଆକଳନ କରାଯାଇଛି। ରାଜ୍ୟ ପାଇଁ ବାତ୍ୟା ଚିରସହଚର ପାଲଟିଗଲାଣି। ଜଳବାୟୁ ପରିବର୍ତ୍ତନ ବାତ୍ୟା ବିପଦକୁ ଆହୁରି ଭୟଙ୍କର କରିବା ନେଇ ପରିବେଶବିତ୍‌ ଆକଳନ କଲେଣି। ଅକ୍ଟୋବରରୁ ଡିସେମ୍ବର ବାତ୍ୟା ସମୟ କୁହାଯାଉଥିଲେ ମଧ୍ୟ ଗତ କିଛିବର୍ଷ ହେବ ମେ ମାସରେ ମଧ୍ୟ ବାତ୍ୟାର ଭୟ ରହୁଛି। ଏହି ପ୍ରାକୃତିକ ବିପଦରୁ ରକ୍ଷା ପାଇବା ପାଇଁ ଆଗୁଆ ସୂଚନା ହିଁ ଏକମାତ୍ର ବିକଳ୍ପ। ମାତ୍ର ବିଡ଼ମ୍ବନା ଯେ, ରାଜ୍ୟବାସୀଙ୍କୁ ବାତ୍ୟା ଓ ଅନ୍ୟାନ୍ୟ ପ୍ରାକୃତିକ ବିପଦରୁ ରକ୍ଷା କରିବା ପାଇଁ ଭିତ୍ତିଭୂମିର ସେପରି ବିକାଶ ହୋଇପାରି ନାହିଁ। ପାଣିପାଗ ସମ୍ପର୍କିତ ଆଗୁଆ ସୂଚନା ପ୍ରଦାନ ପାଇଁ ରାଜ୍ୟର ୪ଟି ସ୍ଥାନ ପାରାଦୀପ, ଗୋପାଳପୁର, ସମ୍ବଲପୁର ଓ ବାଲେଶ୍ୱରରେ ଡପ୍‌ଲର ରାଡାର ଲଗାଇବାକୁ ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) ନିଷ୍ପତ୍ତି ନେଇଥିଲା। ତେବେ କେନ୍ଦ୍ର ସରକାରଙ୍କ ଉଦାସୀନତା ଯୋଗୁ ଗତ ୬ ବର୍ଷ ହେବ ସମ୍ବଲପୁର ଏବଂ ବାଲେଶ୍ୱରରେ ଏହି ରାଡାର ଲାଗିପାରୁନାହିଁ। ରାଜ୍ୟ ସରକାରଙ୍କ ପକ୍ଷରୁ ମଧ୍ୟ ଯେତିକି ତତ୍ପରତା ପ୍ରକାଶ ପାଇବା କଥା ତାହା ହେଉନାହିଁ। ପାଣିପାଗ ସମ୍ପର୍କିତ ଏହି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପର କାର୍ଯ୍ୟ ଦୀର୍ଘଦିନ ହେବ ଅଧାପନ୍ତରିଆ ହୋଇରହିଛି।
ରାଡାର ଲଗାଇବାକୁ ରାଜ୍ୟ ସରକାର ସମ୍ବଲପୁର, ବାଲେଶ୍ୱର, ଗୋପାଳପୁରରେ ୩ ଏକର ଲେଖାଏ ଜାଗା ମାଗଣାରେ ଯୋଗାଇଦେବା ସହ କୋଠାଘର ନିର୍ମାଣ କରିବାକୁ ୧୭ କୋଟି ଟଙ୍କା ଦେଇଛନ୍ତି। ୨୦୧୬ରୁ ୫ ମହଲା କୋଠାଘର ନିର୍ମାଣ ହୋଇ ଛିଡ଼ା ହୋଇଛି। ମାଗଣା ଜମି ଓ କୋଠାଘର ଯୋଗାଇ ଦେବା ପରେ ରାଡାର ଲାଗିବା ବ୍ୟବସ୍ଥା କରିବାକୁ ପାଣିପାଗ ବିଭାଗ ଭରସା ଦେଇଥିଲା। ଇତିମଧ୍ୟରେ ୬ ବର୍ଷ ବିତିଗଲାଣି। ସମ୍ବଲପୁର ଓ ବାଲେଶ୍ୱରଠାରେ ରାଡାର ଲାଗିପାରିଲା ନାହିଁ। ଫଳରେ ଯେଉଁ ଉଦ୍ଦେଶ୍ୟରେ ସରକାର ଜମି ଓ ଟଙ୍କା ଯୋଗାଇଥିଲେ ତାହା ଅସମ୍ପୂର୍ଣ୍ଣ ହୋଇ ରହିଛି। ଏ ସମ୍ପର୍କରେ ଆଇଏମ୍‌ଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି, ଓଡ଼ିଶାର ଦୁଇଟି ସ୍ଥାନ ପାରାଦୀପ ଓ ଗୋପାଳପୁରରେ ଡପ୍‌ଲର ରାଡାର ଲାଗିଛି। ଦେଶର ବିଭିନ୍ନ ସ୍ଥାନରେ ସ୍ଥାପନ କରିବାକୁ ୧୧ଟି ଡପ୍‌ଲର ରାଡାର ପାଇଁ ଟେଣ୍ଡର ଆହ୍ବାନ କରାଯାଇଛି। ଆସନ୍ତା ୨ ବର୍ଷ ମଧ୍ୟରେ ସମ୍ବଲପୁର ଓ ବାଲେଶ୍ୱରରେ ରାଡାର ଲାଗିବ ବୋଲି ସେ କହିଛନ୍ତି। ସ୍ବତନ୍ତ୍ର ରିଲିଫ୍‌ କମିଶନର(ଏସ୍‌ଆରସି)ଙ୍କ କାର୍ଯ୍ୟାଳୟର ଜଣେ ଅଧିକାରୀଙ୍କ କହିବା କଥା, ରାଜ୍ୟ ସରକାର ରାଡାର ଲଗାଇବାକୁ ଜମି ଦେବା ସହ କୋଠାଘର ନିର୍ମାଣ ପାଇଁ ଅର୍ଥ ଦେଇଛନ୍ତି। କେନ୍ଦ୍ର ସରକାରଙ୍କୁ ଏ ନେଇ ବହୁବାର ଚିଠି ଲେଖାଯାଇଛି। ଶୀଘ୍ର ଲାଗିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ଆଶ୍ୱାସନା ଦିଆଯାଉଛି। ରାଜ୍ୟ ସରକାର ନିଜସ୍ବ ଉଦ୍ୟମରେ ଲୋକମାନଙ୍କ ଧନଜୀବନ ସୁରକ୍ଷା ପାଇଁ ଚେଷ୍ଟା କରିଆସୁଛନ୍ତି। ଓଡ଼ିଶାର ବାତ୍ୟା ପରିଚାଳନା ମଡେଲକୁ ଜାତିସଂଘ ମଧ୍ୟ ପ୍ରଶଂସା କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଆରମ୍ଭରୁ ସାର କଳାବଜାର, ବରଗଡ଼ରେ ତେଜିଲା ଚାଷୀ ଅସନ୍ତୋଷ

ବରଗଡ଼, ୧୭।୨(ପ୍ରେମାନନ୍ଦ ଖମାରୀ) – ବରଗଡ଼ ଜିଲାରେ ଚାଷୀଙ୍କ ସମସ୍ୟା ଲାଗି ରହିଛି। ଖରିଫକ ଧାନ ବିକ୍ରି ସମସ୍ୟା ତୁଟି ନଥିବାବେଳେ ଚାଷୀମାନଙପରେ ଏବେ ରବି ଋତୁର…

ସମ୍ପର୍କୀୟଙ୍କ ସହ ଘରୁ ବାହାରିଥିଲେ, ଗଛରେ ପିଟି ହୋଇ ଚାଲିଗଲା ଯୁବକଙ୍କ ଜୀବନ; ଏଯାଏ ମିଳୁନି…

ଭବାନୀପାଟଣା,୧୭।୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ଜିଲା ଜୁନାଗଡ଼ ଥାନା ଅନ୍ତର୍ଗତ ଜାରିଙ୍ଗ ଛକ ନିକଟରେ ମଙ୍ଗଳବାର ରାତି ପାୟ ସାଢ଼େ ୮ ଟାରେ ଗଛରେ ପିଟି ହୋଇ ଜଣେ…

ଗ୍ୟାସ ସିଲିଣ୍ଡର ଖୋଲି ଘରେ ନିଆଁ ଲଗାଇଦେଲେ ସ୍ବାମୀ, ଥାନାରେ ପହଞ୍ଚିଲେ ସ୍ତ୍ରୀ; ଗିରଫ ପରେ ଜେଲ…

ଦିଗପହଣ୍ଡି,୧୭|୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ୭ ନଂ ୱାର୍ଡ ବଜାର ସାହି ଗୁଣ୍ଡିଚା ଛକ ରେ ରହୁଥିବା ଏ.ରାଜୁଙ୍କୁ ମଙ୍ଗଳବାର ପୋଲିସ ଗିରଫ କରି…

ଦୁଇ ଦିନ ପରେ ଦେଇଥାନ୍ତେ ମାଟ୍ରିକ୍‌ ପରୀକ୍ଷା, ବାଇକ୍‌ ସହ ଦୁର୍ଘଟଣା ପରେ ଟ୍ରାକ୍ଟର ଚାପି ଦେବାରୁ ଚାଲିଗଲା ଛାତ୍ରଙ୍କ ଜୀବନ

ରାୟଗଡ଼ା,୧୭।୨(ଆଶିଷ ରଞ୍ଜନ ପଣ୍ଡା)- ରାୟଗଡ଼ା ସହରରେ ଚିନ୍ତାଜନକ ହୋଇପଡ଼ିଛି ଟ୍ରାଫିକ ସମସ୍ୟା । ସହର ଦେଇ ଯାଇଥିବା ୩୨୬ନଂ ଜାତୀୟ ରାଜପଥ କଡ଼ରେ ବେଆଇନ ପାର୍କିଂ ଯୋଗୁ…

ବ୍ରହ୍ମପୁର-ରେଢ଼ାଖୋଲ ରେଳ ପ୍ରକଳ୍ପ: ୩୩୨ କିମି ହେବ ରେଳ ଲାଇନ୍‌, ଅର୍ଥ ଅନୁମୋଦନ କେବେ…?

ଭଞ୍ଜନଗର,୧୭।୨(ବାବୁଲା ପ୍ରଧାନ)- ସରକାର ପରେ ସରକାର ବଦଳୁଛି, କିନ୍ତୁ ବ୍ରହ୍ମପୁର ଭାୟା ଭଞ୍ଜନଗର, ଫୁଲବାଣୀ ରେଢ଼ାଖୋଲ ରେଳ ପ୍ରକଳ୍ପ ଅଗ୍ରଗତି ହୋଇପାରୁନାହିଁ। କନ୍ଧମାଳ ଜିଲାବାସୀଙ୍କ ପାଇଁ ରେଳ…

କଲେଜ ଯାଇଥିବା ବେଳେ ଛାତ୍ରୀଙ୍କୁ ଅପହରଣ କରି ୫ ଦିନ ଧରି ବଳାତ୍କାର, ଜେଲ ହାଜତକୁ ଗଲେ …

ଦିଗପହଣ୍ଡି,୧୭।୨(ଅଶେଷ  ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଅଞ୍ଚଳର ଏକ କଲେଜରେ ଯୁକ୍ତ ୨ ଦିତୀୟ ବର୍ଷ କଳା ଶ୍ରେଣୀରେ ପଢୁଥିବା ୧୭ ବର୍ଷର ଛାତ୍ରୀଙ୍କୁ ଅପହରଣ…

ଏହିଦିନ ଓଡ଼ିଶା ଆସିବେ ଅମିତ ଶାହା: କଟକରେ ରହିଛି ବଡ କାର୍ଯ୍ୟକ୍ରମ

ଭୁବନେଶ୍ୱର,୧୭।୨: କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଆସନ୍ତା ମାର୍ଚ୍ଚ ୭ ତାରିଖରେ ଓଡ଼ିଶା ଗସ୍ତରେ ଆସୁଛନ୍ତି। ଏହି ଏକଦିବସୀୟ ଗସ୍ତ କାଳରେ ସେ କଟକ ଜିଲା…

‘ମୁଖ୍ୟମନ୍ତ୍ରୀ ମୋ ସାନ ଭାଇ, ବିଜେଡି ଫେରିବା ଆଶା ନାହିଁ’- ସନାତନ ମହାକୁଡ଼

ଭୁବନେଶ୍ୱର,୧୭l୨: ବିଜୁ ଜନତା ଦଳ (ବିଜେଡି) ରୁ ନିଲମ୍ବିତ ହେବା ପରେ ପ୍ରଥମ ଥର ପାଇଁ ମୁହଁ ଖୋଲିଛନ୍ତି ଚମ୍ପୁଆ ବିଧାୟକ ସନାତନ ମହାକୁଡ଼। ଦଳରୁ ନିଲମ୍ବନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri