ବାତ୍ୟା ଦୋହଲାଉଛି ଆର୍ଥିକ ମେରୁଦଣ୍ଡ

ଭୁବନେଶ୍ୱର,୨୯ା୧୦(ବ୍ୟୁରୋ): ରାଜ୍ୟକୁ ବାତ୍ୟା ଭୟ ଘେରି ରହିଛି। ଏଥିଯୋଗୁ ଦୋହଲିଯାଉଛି ଲୋଙ୍କ ଆର୍ଥିକ ମେରୁଦଣ୍ଡ। ବାତ୍ୟା ମାଡ଼ରୁ ଅଣ୍ଟା ସଳଖିବାକୁ ଅନେକବର୍ଷ ଲାଗିଯାଉଛି। ଗୋଟିଏ ବାତ୍ୟାଜନିତ କ୍ଷତ ଭରି ନ ଥିବା ବେଳେ ପୁଣି ଆଉ ଏକ ସାମୁଦ୍ରିକ ଝଡ଼ ଅଧାଗଢ଼ା ଜୀବିକାକୁ ଉଡ଼ାଇ ନେଉଛି। ଭିତ୍ତିଭୂମି, ସବୁଜିମା କ୍ଷେତ୍ର ସବୁକିଛି ଉଜୁଡ଼ି ଯାଉଛି। ଗତ ୨୨ ବର୍ଷରେ ଉପକୂଳରେ ମାଡ଼ ହୋଇଥିବା ୭ ସାମୁଦ୍ରିକ ଝଡ଼ ଉପକୂଳ ଓଡ଼ିଶାକୁ ଛାର୍‌ଖାର କରିଦେଇଛି। ୧୯୯୯ରୁ ୨୦୨୧ ମଧ୍ୟରେ ରାଜ୍ୟ ୭ଟି ବାତ୍ୟା ଓ ମହାବାତ୍ୟାକୁ ସମ୍ମୁଖୀନ ହୋଇଛି। ୧୯୯୯ ଅକ୍ଟୋବର ୨୯ରେ ମହାବାତ୍ୟା ଉପକୂଳ ଓଡ଼ିଶାକୁ ଧ୍ୱସ୍ତବିଧ୍ୱସ୍ତ କରିଦେଇଥିଲା। ଏଥିରେ ୧୦ ହଜାରରୁ ଊର୍ଦ୍ଧ୍ୱ ଲୋକ ପ୍ରାଣ ହରାଇଥିବାବେଳେ ପ୍ରାୟ ୧୫ ହଜାର କୋଟି ଟଙ୍କାର କ୍ଷୟକ୍ଷତି ହୋଇଥିଲା। ଶନିବାର ଏହାକୁ ୨୩ ବର୍ଷ ପୂରିଛି। ଏବେ ବି ସେହି ମହାପ୍ରଳୟକୁ ମନେପକାଇ ଉପକୂଳବାସୀ ଶିହରି ଉଠୁଛନ୍ତି। କେବଳ ମହାବାତ୍ୟା ନୁହେଁ, ୨୦୧୩ରେ ଓଡ଼ିଶା ଉପକୂଳକୁ ଧକ୍କା ଦେଇଥିବା ଫାଇଲିନ୍‌, ୨୦୧୪ରେ ହୁଡ୍‌ହୁଡ୍‌, ୨୦୧୮ରେ ତିତ୍‌ଲି, ୨୦୧୯ରେ ଫନୀ, ୨୦୨୦ରେ ଅମ୍ଫନ, ୨୦୨୧ରେ ଜଓ୍ବାଦ୍‌ ବାତ୍ୟା ରାଜ୍ୟ ପାଇଁ ଅନେକ ବିପତ୍ତି ଆଣିଦେଇଛି। ଏହିସବୁ ବାତ୍ୟାରେ ରାଜ୍ୟର ପ୍ରାୟ ୩୦ ହଜାର କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଥିବା ବେଳେ ୧୫ ହଜାରରୁ ଊର୍ଦ୍ଧ୍ୱ ଲୋକଙ୍କ ଜୀବନ ଯାଇଛି।
ସରକାରୀ ଆକଳନ ଅନୁଯାୟୀ, ୨୦୧୩ରେ ହୋଇଥିବା ବାତ୍ୟା ଫାଇଲିନ୍‌ରେ ୫୮୩୨.୫୦ କୋଟି କ୍ଷତି ହୋଇଥିବା ବେଳେ ହୁଡ୍‌ହୁଡ୍‌ରେ ୭୭୭.୧୨ କୋଟି, ତିତ୍‌ଲିରେ ୨୭୭୯.୩୩, ଫନୀରେ ୫୨୨୭.୬୮ କୋଟି ଟଙ୍କାର କ୍ଷୟକ୍ଷତି ହୋଇଥିଲା। ୨୦୨୦ରେ ହୋଇଥିବା ଅମ୍ଫନରେ ୭୦୦ ଏବଂ ଜଓ୍ବାଦ୍‌ରେ ୫୦୦ କୋଟି ଟଙ୍କାର କ୍ଷତି ହେବା ନେଇ ଆକଳନ କରାଯାଇଛି। ରାଜ୍ୟ ପାଇଁ ବାତ୍ୟା ଚିରସହଚର ପାଲଟିଗଲାଣି। ଜଳବାୟୁ ପରିବର୍ତ୍ତନ ବାତ୍ୟା ବିପଦକୁ ଆହୁରି ଭୟଙ୍କର କରିବା ନେଇ ପରିବେଶବିତ୍‌ ଆକଳନ କଲେଣି। ଅକ୍ଟୋବରରୁ ଡିସେମ୍ବର ବାତ୍ୟା ସମୟ କୁହାଯାଉଥିଲେ ମଧ୍ୟ ଗତ କିଛିବର୍ଷ ହେବ ମେ ମାସରେ ମଧ୍ୟ ବାତ୍ୟାର ଭୟ ରହୁଛି। ଏହି ପ୍ରାକୃତିକ ବିପଦରୁ ରକ୍ଷା ପାଇବା ପାଇଁ ଆଗୁଆ ସୂଚନା ହିଁ ଏକମାତ୍ର ବିକଳ୍ପ। ମାତ୍ର ବିଡ଼ମ୍ବନା ଯେ, ରାଜ୍ୟବାସୀଙ୍କୁ ବାତ୍ୟା ଓ ଅନ୍ୟାନ୍ୟ ପ୍ରାକୃତିକ ବିପଦରୁ ରକ୍ଷା କରିବା ପାଇଁ ଭିତ୍ତିଭୂମିର ସେପରି ବିକାଶ ହୋଇପାରି ନାହିଁ। ପାଣିପାଗ ସମ୍ପର୍କିତ ଆଗୁଆ ସୂଚନା ପ୍ରଦାନ ପାଇଁ ରାଜ୍ୟର ୪ଟି ସ୍ଥାନ ପାରାଦୀପ, ଗୋପାଳପୁର, ସମ୍ବଲପୁର ଓ ବାଲେଶ୍ୱରରେ ଡପ୍‌ଲର ରାଡାର ଲଗାଇବାକୁ ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) ନିଷ୍ପତ୍ତି ନେଇଥିଲା। ତେବେ କେନ୍ଦ୍ର ସରକାରଙ୍କ ଉଦାସୀନତା ଯୋଗୁ ଗତ ୬ ବର୍ଷ ହେବ ସମ୍ବଲପୁର ଏବଂ ବାଲେଶ୍ୱରରେ ଏହି ରାଡାର ଲାଗିପାରୁନାହିଁ। ରାଜ୍ୟ ସରକାରଙ୍କ ପକ୍ଷରୁ ମଧ୍ୟ ଯେତିକି ତତ୍ପରତା ପ୍ରକାଶ ପାଇବା କଥା ତାହା ହେଉନାହିଁ। ପାଣିପାଗ ସମ୍ପର୍କିତ ଏହି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପର କାର୍ଯ୍ୟ ଦୀର୍ଘଦିନ ହେବ ଅଧାପନ୍ତରିଆ ହୋଇରହିଛି।
ରାଡାର ଲଗାଇବାକୁ ରାଜ୍ୟ ସରକାର ସମ୍ବଲପୁର, ବାଲେଶ୍ୱର, ଗୋପାଳପୁରରେ ୩ ଏକର ଲେଖାଏ ଜାଗା ମାଗଣାରେ ଯୋଗାଇଦେବା ସହ କୋଠାଘର ନିର୍ମାଣ କରିବାକୁ ୧୭ କୋଟି ଟଙ୍କା ଦେଇଛନ୍ତି। ୨୦୧୬ରୁ ୫ ମହଲା କୋଠାଘର ନିର୍ମାଣ ହୋଇ ଛିଡ଼ା ହୋଇଛି। ମାଗଣା ଜମି ଓ କୋଠାଘର ଯୋଗାଇ ଦେବା ପରେ ରାଡାର ଲାଗିବା ବ୍ୟବସ୍ଥା କରିବାକୁ ପାଣିପାଗ ବିଭାଗ ଭରସା ଦେଇଥିଲା। ଇତିମଧ୍ୟରେ ୬ ବର୍ଷ ବିତିଗଲାଣି। ସମ୍ବଲପୁର ଓ ବାଲେଶ୍ୱରଠାରେ ରାଡାର ଲାଗିପାରିଲା ନାହିଁ। ଫଳରେ ଯେଉଁ ଉଦ୍ଦେଶ୍ୟରେ ସରକାର ଜମି ଓ ଟଙ୍କା ଯୋଗାଇଥିଲେ ତାହା ଅସମ୍ପୂର୍ଣ୍ଣ ହୋଇ ରହିଛି। ଏ ସମ୍ପର୍କରେ ଆଇଏମ୍‌ଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି, ଓଡ଼ିଶାର ଦୁଇଟି ସ୍ଥାନ ପାରାଦୀପ ଓ ଗୋପାଳପୁରରେ ଡପ୍‌ଲର ରାଡାର ଲାଗିଛି। ଦେଶର ବିଭିନ୍ନ ସ୍ଥାନରେ ସ୍ଥାପନ କରିବାକୁ ୧୧ଟି ଡପ୍‌ଲର ରାଡାର ପାଇଁ ଟେଣ୍ଡର ଆହ୍ବାନ କରାଯାଇଛି। ଆସନ୍ତା ୨ ବର୍ଷ ମଧ୍ୟରେ ସମ୍ବଲପୁର ଓ ବାଲେଶ୍ୱରରେ ରାଡାର ଲାଗିବ ବୋଲି ସେ କହିଛନ୍ତି। ସ୍ବତନ୍ତ୍ର ରିଲିଫ୍‌ କମିଶନର(ଏସ୍‌ଆରସି)ଙ୍କ କାର୍ଯ୍ୟାଳୟର ଜଣେ ଅଧିକାରୀଙ୍କ କହିବା କଥା, ରାଜ୍ୟ ସରକାର ରାଡାର ଲଗାଇବାକୁ ଜମି ଦେବା ସହ କୋଠାଘର ନିର୍ମାଣ ପାଇଁ ଅର୍ଥ ଦେଇଛନ୍ତି। କେନ୍ଦ୍ର ସରକାରଙ୍କୁ ଏ ନେଇ ବହୁବାର ଚିଠି ଲେଖାଯାଇଛି। ଶୀଘ୍ର ଲାଗିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ଆଶ୍ୱାସନା ଦିଆଯାଉଛି। ରାଜ୍ୟ ସରକାର ନିଜସ୍ବ ଉଦ୍ୟମରେ ଲୋକମାନଙ୍କ ଧନଜୀବନ ସୁରକ୍ଷା ପାଇଁ ଚେଷ୍ଟା କରିଆସୁଛନ୍ତି। ଓଡ଼ିଶାର ବାତ୍ୟା ପରିଚାଳନା ମଡେଲକୁ ଜାତିସଂଘ ମଧ୍ୟ ପ୍ରଶଂସା କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଆନ୍ତଃ ବାଟାଲିୟନ କମାଣ୍ଡୋ ପ୍ରତିଯୋଗିତା: ଭଞ୍ଜନଗର ଆଇଆରବି ବାଟାଲିୟନ ରନର୍ସ ଅପ୍‌

ଭଞ୍ଜନଗର, ୨ ୮।୧୨(ବାବୁଲା ପ୍ରଧାନ): ସ୍ପେଶାଲ ଅପରେଶନ ଗ୍ରୁପ (ଏସଓଜି) ଚନ୍ଦକା ଠାରେ ୮ମ ରାଜ୍ୟ ପୋଲିସ ଆନ୍ତଃ ବାଟାଲିୟନ କମାଣ୍ଡୋ ପ୍ରତିଯୋଗିତା ଉଦ୍‌ଯାପିତ ହୋଇଯାଇଛି...

ମ୍ଭାରୀଗୁଡା ରାସ୍ତାପଟେ ବୃଦ୍ଧା ଯାଉଥିବା ବେଳେ ହଠାତ୍‌ ଆସିଲା ଭାଲୁ : ପରେ…

ନୂଆପଡ଼ା/ସିନାପାଲି,୨୮ା୧୨ (ମକାରୁ ବେମାଲ/ମନଫୁଲ ମେହେର): ନୂଆପଡ଼ା ଜିଲା ସିନାପାଲି ଥାନା ଗଣ୍ଡାବାହାଲି ଗାଁରେ ଶୁକ୍ରବାର ଭାଲୁ ଆକ୍ରମଣରେ ଜଣେ ବୃଦ୍ଧାଙ୍କ ମୁତ୍ୟୁ ଘଟିଛି। ସେ ହେଲେ...

ସର୍ୱୋତ୍ତମ ପ୍ରତିନିଧିତ୍ୱ ବ୍ୟବସ୍ଥା

କ୍ଷତା, ଯୋଗ୍ୟତା ଓ ଲୋକପ୍ରିୟତା ନିର୍ୱିଶେଷରେ ହାତୀ ସୁନାକଳସ ଢାଳିଲା ପରି ଆମ ଲୋକପ୍ରତିନିଧିମାନେ ସଦନକୁ ନିର୍ୱାଚିତ ହୋଇଯାଉଛନ୍ତି। ନିର୍ୱାଚନର ନୀତି ନିୟମ ଅନୁଯାୟୀ ଜଣେ...

ସଙ୍କଟରେ ପକ୍ଷୀକୁଳ

ବତ୍ତର୍ର୍ନର ସ୍ତରକୁ ଲକ୍ଷ୍ୟ କଲେ ଜଣାଯାଏ ମଣିଷ ଆଗମନର ଢେର ଆଗରୁ ସୃଷ୍ଟି ହୋଇଥିଲେ ଉଦ୍ଭିଦମାନେ ଆଉ କ୍ରମେ ଉଦ୍ଭବ ହୋଇଥିଲେ ବିବିଧ ପ୍ରାଣୀ। ମଣିଷ...

ଉଦ୍ଦେଶ୍ୟ ଓ ଉଦାସୀନତା

ଭାରତୀୟ ଜନତା ପାର୍ଟି (ଭାଜପା) ଏହାର ବିଚାରଧାରାକୁ କାର୍ଯ୍ୟକାରୀ କରିବା ପାଇଁ ଦୃଢ଼ ସଂକଳ୍ପ ନେଇଛି ଏବଂ ଏହା ତାହାର ମୂଳ ଉଦ୍ଦେଶ୍ୟ। ଦଳ କ୍ଷମତାରେ...

କାଠଗଡ଼ାକୁ ଯିବେ ରହମାନ୍‌ ଡକୈତ

ମୁମ୍ୱାଇ,୨୮ା୧୨: ‘ଧୁରନ୍ଧର’ ଫିଲ୍ମର ସୁପରହିଟ୍‌ ସଫଳତା ପରେ ଅଭିନେତା ଅକ୍ଷୟ ଖାନ୍ନାଙ୍କ ଡିମାଣ୍ଡ ରାତାରାତି ବଢ଼ିଯାଇଛି। ସେ ନିଜ ସାଲାରି ୩ ଗୁଣା ବଢ଼ାଇଦେଇଛନ୍ତି। ଏପରି...

ପୁରୀ, ଭୁବନେଶ୍ୱରରେ ରେଳ ଚଳାଚଳ ଦୁଇଗୁଣା ବଢ଼ିବ

ଭୁବନେଶ୍ୱର,୨୮ା୧୨(ଅନୁରାଧା ମହାରଣା): ଆସନ୍ତା ୫ ବର୍ଷରେ ଅର୍ଥାତ୍‌ ୨୦୩୦ ସୁଦ୍ଧା ଭୁବନେଶ୍ୱର, ପୁରୀ ଏବଂ ବିଶାଖାପାଟଣାରେ ରେଳ ଚଳାଚଳ କ୍ଷମତା ଦ୍ୱିଗୁଣା କରାଯିବ। ଏଥିପାଇଁ ପ୍ରମୁଖ...

ପ୍ରତିଷ୍ଠା ଦିବସର ଦିନକ ପରେ ବଡ଼ ଘୋଷଣା କଲା ବିଜେଡି

ଭୁବନେଶ୍ୱର,୨୮ା୧୨(ସୁନିତ୍‌ ମିଶ୍ର): ବିଜେଡି ପ୍ରତିଷ୍ଠା ଦିବସ ପାଳନର ଦିନକ ପରେ ୧୧ ସାଙ୍ଗଠନିକ ଜିଲା ପାଇଁ ଦଳ ସଭାପତି ନବୀନ ପଟ୍ଟନାୟକ ଶନିବାର ତାଲିକା ପ୍ରକାଶ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri