Categories: ବାଣିଜ୍ୟ

ନୂଆ ରେକର୍ଡ ସ୍ତରରେ ଶେୟାର ବଜାର

ମୁମ୍ବାଇ: ବଜେଟ ପରେ ଭାରତୀୟ ଶେୟାର ବଜାର କାରବାର ଉର୍ଦ୍ଧ୍ୱଗାମୀ ହୋଇଛି। ଗତ ୫ ସେସନ ହେବ ବମ୍ବେ ଷ୍ଟକ ଏକ୍ସଚେଞ୍ଜ(ବିଏସ୍‌ଇ) ସେନ୍‌ସେକ୍ସରେ କାରବାର ରେକର୍ଡ ସ୍ତର ଛୁଇଁଛି। ରିଜର୍ଭ ବ୍ୟାଙ୍କ ସୁଧହାର ଘୋଷଣା ଏବଂ ଅଭିବୃଦ୍ଧିକୁ ତ୍ୱରାନ୍ବିତ କରିବା ଲାଗି ପଦକ୍ଷେପ ନିବେଶକଙ୍କ ମନୋଭାବ ଉପରେ ଉନ୍ନତ ପ୍ରଭାବ ପକାଇଛି। ୩୦ ଶେୟାର ବିଶିଷ୍ଟ ସେନ୍‌ସେକ୍ସ ୧୧୭.୩୪ ପଏଣ୍ଟ (୦.୨୩%) ଉର୍ଦ୍ଧ୍ୱରେ ରହିବା ଯୋଗୁ ଏହା ରେକର୍ଡ ୫୦,୭୩୧.୬୩ ପଏଣ୍ଟ ସ୍ତରରେ ବନ୍ଦ ହୋଇଛି। ସେନ୍‌ସେକ୍ସ ଏବେ ୫୧ ହଜାର ପଏଣ୍ଟ ନିକଟତର ହୋଇଛି। ସେହିଭଳି ୫୦ ଶେୟାର ବିଶିଷ୍ଟ ନ୍ୟାଶନାଲ ଷ୍ଟକ ଏକ୍ସଚେଞ୍ଜ(ନିଫ୍ଟି) ୨୮.୬୦ ପଏଣ୍ଟ(୦.୧୯%) ଉଚ୍ଚରେ ରହିବା ଯୋଗୁ ୧୪,୯୨୪.୨୫ ପଏଣ୍ଟ ସ୍ତରରେ କାରବାର ବନ୍ଦ ହୋଇଛି।

Share