ଦୂର ହେବ ଝାଳଗନ୍ଧ

ଖରା ଦିନକୁ ଦିନ ପ୍ରଖର ହେବାରେ ଲାଗିଛି। ଏମିତିରେ ସଭିଙ୍କ ଶରୀରରୁ ଅଧିକ ଝାଳ ମଧ୍ୟ ବାହାରୁଛି। ହେଲେ କାହା କାହାଠାରେ ଏହି ଝାଳ ଖୁବ୍‌ ଗନ୍ଧ ହୋଇଥାଏ, ଯାହାକୁ ଦୂର କରିବା ଲାଗି ସେମାନେ ପର୍‌ଫ୍ୟୁମ୍‌, ଡିଓଡରାଣ୍ଟ, ପାଉଡର ଆଦି ବ୍ୟବହାର କରନ୍ତି। ଯଦି ଆପଣଙ୍କର ବି ଏଭଳି ସମସ୍ୟା ରହିଛି ତେବେ କେତେକ ଘରୋଇ ଉପଚାର ଦ୍ୱାରା ଉପକୃତ ହୋଇପାରିବେ…

ପ୍ରତିଦିନ ଗାଧାନ୍ତୁ: ପ୍ରତିଦିନ ଭଲ ଭାବେ ଗାଧୋଇବା ସହ ନିଜ ପୋଷାକପତ୍ରକୁ ମଧ୍ୟ ସଫା ରଖନ୍ତୁ। କାରଣ ବାସ୍ତବରେ ଝାଳରେ କୌଣସି ଗନ୍ଧ ନ ଥାଏ। ହେଲେ ବିଭିନ୍ନ କାରଣରୁ ବ୍ୟାକ୍ଟେରିଆ ହେବା ଦ୍ୱାରା ଝାଳଗନ୍ଧ ଆରମ୍ଭ ହୋଇଥାଏ। ତେଣୁ ଭଲ ଭାବେ ଗାଧୋଇବା ଦ୍ୱାରା ବ୍ୟାକ୍ଟେରିଆ ସୃଷ୍ଟି ହୋଇ ନ ଥାଏ ଏବଂ ଝାଳଗନ୍ଧ ମଧ୍ୟ ହୋଇ ନ ଥାଏ।
ନଡ଼ିଆ ତେଲ ଉପକାରୀ: ଗାଧୋଇବା ପରେ ଅଳ୍ପ ନଡ଼ିଆ ତେଲ ଲଗାଇଲେ ଉପକୃତ ହେବେ। କାରଣ ଏଥିରେ ଥିବା ଆଣ୍ଟିମାଇକ୍ରୋବାୟାଲ୍‌ ତତ୍ତ୍ୱ ଶରୀରରେ ବ୍ୟାକ୍ଟେରିଆ ଉତ୍ପନ୍ନ ହେବାକୁ ଦେଇ ନ ଥାଏ। ଫଳରେ ଝାଳଗନ୍ଧ ହୋଇ ନ ଥାଏ। ନଡ଼ିଆ ତେଲ ବ୍ୟତୀତ ଆପଣ ଅନ୍ୟ ଆରୋମା ଅଏଲ୍‌ ମଧ୍ୟ ବ୍ୟବହାର କରିପାରିବେ।
ଗନ୍ଧରୁ ଦୂରେଇ ରଖିବ ଗୋଲାପ ଜଳ: ଗାଧୁଆ ପାଣିରେ କିଛି ଗୋଲାପ ଜଳ ମିଶାଇ ପ୍ରତିଦିନ ଗାଧୋଇବା ଦ୍ୱାରା ଝାଳଗନ୍ଧ ଦୂର ହୋଇଥାଏ। ତୁଳାରେ କିଛି ଗୋଲାପ ଜଳ ନେଇ ଝାଳ ହେଉଥିବା ସ୍ଥାନରେ ଲଗାଇପାରିବେ କିମ୍ବା ସ୍ପ୍ରେ କରିବା ଦ୍ୱାରା ଏହା ଶରୀରକୁ ପ୍ରାକୃତିକ ସୁଗନ୍ଧ ଦେବାରେ ସାହାଯ୍ୟ କରିବ।
କଞ୍ଚାଆଳୁ ହଟାଇବ ଗନ୍ଧ: ଝାଳଗନ୍ଧ ନ ହେବା ଲାଗି କଞ୍ଚାଆଳୁ ଆପଣଙ୍କୁ ବେଶ୍‌ ସାହାଯ୍ୟ କରିବ। କଟା କଞ୍ଚାଆଳୁକୁ କାଖରେ ଘଷନ୍ତୁ। ପ୍ରତିଦିନ ଏପରି କଲେ କିଛିଦିନ ମଧ୍ୟରେ ଧୀରେ ଧୀରେ ଆପଣ ଝାଳଗନ୍ଧ ଦୂର ହୋଇଥିବା ଅନୁଭବ କରିପାରିବେ।
ଫିଟିକିରି, ପୋଦିନା ବି ଲାଭଦାୟକ: ପ୍ରତିଦିନ ଗାଧୋଇବା ପାଣିରେ ଖଣ୍ଡେ ଫିଟିକିରି ଏବଂ କିଛି ପୋଦିନା ପତ୍ର ପକାଇ ଗାଧାନ୍ତୁ। କିଛିଦିନ ଏପରି ପାଣିରେ ଗାଧୋଇବା ଅଭ୍ୟାସ କରନ୍ତୁ। ଦେଖିବେ ଝାଳଗନ୍ଧ ଖୁବ୍‌ଶୀଘ୍ର ଦୂର ହୋଇଯିବ।
ଲେମ୍ବୁ, ନିମ୍ବ ଦେବ ଗନ୍ଧରୁ ମୁକ୍ତି: କାଖରେ ଖଣ୍ଡେ ଲେମ୍ବୁ ଘଷିବା ଦ୍ୱାରା ଝାଳଗନ୍ଧ ହୋଇ ନ ଥାଏ। ସେହିପରି ନିମ୍ବପତ୍ର ବଟା କାଖରେ ଲଗାଇଲେ ବ୍ୟାକ୍ଟେରିଆ ମରିଯିବା ଦ୍ୱାରା ଏହି ଗନ୍ଧ ଦୂର ହୋଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ମା’ଙ୍କୁ ହରାଇଲେ ଭଉଣୀଭାଇ, ପାଳିବା ଚିନ୍ତାରେ ଆଈ

ବ୍ରହ୍ମପୁର,୨୮ା୩(ଅଶୋକ କୁମାର ସାହୁ): ନୟାଗଡ଼ ଜିଲା ଦଶପଲ୍ଲା ଥାନା ଅଧୀନ ଟାକେରା ପିଠାଖାଇ ଘାଟିରେ ଟୁରିଷ୍ଟ ବସ୍‌ ଦୁର୍ଘଟଣାରେ ମୃତକଙ୍କ ମଧ୍ୟରେ ବ୍ରହ୍ମପୁର ଧୋବାବନ୍ଧ ସାହିର ସୁମନ୍ତି…

ରୁଷିଆ ପାଇଁ ଆମେରିକାକୁ ଡ଼ରୁନାହିଁ ଇରାନ, ହଟିବାକୁ ନାରାଜ ମୋଜତାବା, ଆମେରିକା ପାଇଁ ବିପଦର ଘଣ୍ଟି!

ମସ୍କୋ/ତେହେରାନ,୨୮।୩: ବିଶ୍ୱ ରାଜନୀତିରେ ଏକ ନୂଆ ସମୀକରଣ ଦେଖିବାକୁ ମିଳିଛି। ପାଶ୍ଚାତ୍ୟ ଦେଶଗୁଡ଼ିକର କଠୋର ପ୍ରତିବନ୍ଧକ ସତ୍ତ୍ୱେ ରୁଷିଆ ଏବଂ ଇରାନ ମଧ୍ୟରେ ବନ୍ଧୁତା ଦିନକୁ ଦିନ…

ଆକ୍ସନରେ ପୋଲିସ: ଟିଟିଲାଗଡ଼ ବିଧାୟକଙ୍କ ପିଏସ୍‌ଓ ସସ୍‌ପେଣ୍ଡ

ବଲାଙ୍ଗୀର,୨୮।୩(ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ଏସ୍‌ପି ଅଭିଳାଷ ଜିଙ୍କ ଏକ ବଡ଼ ସୂଚନା ଦେଇଛନ୍ତି। ଟିଟିଲାଗଡ଼ ବିଧାୟକଙ୍କ ପିଏସ୍‌ଓ ପ୍ରେମଚାନ୍ଦ ନାଗଙ୍କୁ ସସ୍‌ପେଣ୍ଡ କରାଯାଇଥିବା ଏସ୍‌ପି ଶନିବାର…

ଭେଡେନ ଓକିଲ ସଂଘ: ଅଶ୍ବିନୀ ସଭାପତି ନିର୍ବାଚିତ

ଭେଡେନ,୨୮।୩(ହୃଷିକେଶ ଖମାରୀ): ବରଗଡ଼ ଜିଲା ଭେଡେନ ଓକିଲ ସଂଘର ନିର୍ବାଚନ ଶନିବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଅଶ୍ୱିନୀ କୁମାର ଦାଶ ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି ।…

ମାନସିକ ବିକୃତ ଯୁବତୀ ଗର୍ଭବତୀ ମାମଲା: ଶିକ୍ଷକଙ୍କ ପରେ ଆଉ ଜଣେ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ

ଗଞ୍ଜାମ,୨୮ା୩ (ବିଦ୍ୟାଧର ସାହୁ): ଗଞ୍ଜାମ ଜିଲା ରମ୍ଭା ଥାନା ହୁମା ଫାଣ୍ଡି ଅଞ୍ଚଳରେ ଜଣେ ମାନସିକ ବିକୃତ ଯୁବତୀ ଗର୍ଭବତୀ ହେବା ଘଟଣାରେ ଜଣେ ଶିକ୍ଷକ ଗିରଫ…

କବାଡ଼ି ପ୍ରିମିୟର ଲିଗ୍‌ ସିଜନ-୨ ଆରମ୍ଭ

ନୂଆପଡ଼ା,୨୮ା୩(ମକାରୁ ବେମାଲ): ନୂଆପଡ଼ା କବାଡ଼ି ଖେଳାଳି ସଂଘ ପକ୍ଷରୁ ପୁରୁଷ ଓ ମହିଳା ବିଭାଗରେ କବାଡ଼ି ପ୍ରିମିୟର ଲିଗ ସିଜନ-୨ ଶୁକ୍ରବାର ସାରେ ଉଦ୍‌ଘାଟିତ ହୋଇଯାଇଛି। ଜିଲା…

ରାମ ନବମୀ ଶୋଭାଯାତ୍ରାରେ ଟିଟିଲାଗଡ଼ ବିଧାୟକଙ୍କ ଗୁଳିଚାଳନା, ସୁରକ୍ଷା ବ୍ୟବସ୍ଥା ଉପରେ…

ବଲାଙ୍ଗୀର,୨୮।୩(ସୁନୀଲ କୁମାର ମହାନ୍ତି): ଟିଟିଲାଗଡ଼ ସହରରେ ପବିତ୍ର ରାମ ନବମୀ ତିଥିରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଏକ ଆଧ୍ୟାତ୍ମିକ ଶୋଭାଯାତ୍ରା ଚାଲିଥିବା ସମୟରେ ସର୍ବସମ୍ମୁଖରେ…

ଜନଗଣନା ତାଲିମ ବେଳେ ଚେତାଶୂନ୍ୟ ହୋଇପଡ଼ିଲେ ଶିକ୍ଷୟିତ୍ରୀ, ଆଉ ତା’ପରେ…

ହିଞ୍ଜିଳିକାଟୁ, ୨୮।୩( ଦ୍ବିତୀକୃଷ୍ଣ ପଣ୍ଡା): ହିଞ୍ଜିଳିକାଟୁ ପିଏମଶ୍ରୀ ସରକାରୀ ବୃନ୍ଦାବନ ବିଦ୍ୟାଳୟରେ ଚାଲିଥିବା ଜନଗଣନା ତାଲିମର ତୃତୀୟ ପର୍ଯ୍ୟାୟରେ ତାଲିମ ବେଳେ ଶନିବାର କେନ୍ଦ୍ରରେ ଜଣେ ଶିକ୍ଷୟିତ୍ରୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri