ଲଢ଼େଇ ମଇଦାନର ସ୍ଥିତି ଏବେ ବି ଅସ୍ପଷ୍ଟ

ଯାଜପୁର,୪ା୪(ହର୍ଷବର୍ଦ୍ଧନ ବେହେରା) :ଅଧିକ ବିଚାର ବିମର୍ଶ ଯାଜପୁର ଜିଲା ବିଜେଡି ପାଇଁ ଘାତକ ସାବ୍ୟସ୍ତ ହୋଇପାରେ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି ା ୨୦୧୪ ବିଧାନସଭା ନିର୍ବାଚନରେ କଂଗ୍ରେସରେ ଗୋଷ୍ଠୀ କନ୍ଦଳ ପରିସ୍ଥିତି ଚଳିତ ନିର୍ବାଚନରେ ବିଜେଡି ଉପରେ ପଡିବାର ସମ୍ଭାବନା ସୃଷ୍ଟି ହୋଇଛି ା ଅତି ପରୀକ୍ଷା ନୀରିକ୍ଷା କରାଯାଉଥିବା ଯୋଗୁ ଦ୍ୱିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା ପରେ ବି ବଡ଼ଚଣା, କୋରେଇ ଓ ବରୀରେ ଦଳ ପ୍ରାର୍ଥୀ ଦେଇ ପାରି ନ ଥିବା ଚର୍ଚ୍ଚା ହେଉଛି। ଅନ୍ୟପକ୍ଷେ ବରୀକୁ ବାଦ୍‌ ଦେଲେ ଅନ୍ୟ ସମସ୍ତ ୬ ଆସନ ପାଇଁ ଭାଜପାର ପ୍ରାର୍ଥୀ ଘୋଷଣା ସରିଛି। ଏଠାରେ ବିଜେଡି ପ୍ରାର୍ଥୀ ଘୋଷଣା କରିବା ପରେ ଭାଜପା ଆମଦାନୀ ଲକ୍ଷ୍ୟରେ ଅଛି। ଫଳରେ ଆଶାୟୀ ଏବଂ ଭୋଟରଙ୍କ ମଧ୍ୟରେ ଦ୍ୱନ୍ଦ୍ୱ ବଢିବା ସହ ଲଢେଇ ମଇଦାନର ସ୍ଥିତି ଏବେ ବି ଅସ୍ପଷ୍ଟ ରହିଛି।
ଯାଜପୁର ଜିଲାର ବହୁ ଚର୍ଚ୍ଚିତ କୋରେଇ ଆସନରେ ଗତ ନିର୍ବାଚନରେ ଆକାଶ ଦାସନାୟକଙ୍କ ସ୍ଥାନରେ ଅଶୋକ ବଳ ଓ ବରୀ ଆସନ ପାଇଁ ଦେବାଶିଷ ନାୟକଙ୍କ ସ୍ଥାନରେ ସୁନନ୍ଦା ଦାସଙ୍କୁ ପ୍ରାର୍ଥୀ କରାଯାଇଥିଲା। ଉଭୟେ ବିଜୟୀ ହୋଇଥିଲେ ସତ ହେଲେ ଏଥିରେ ଅସନ୍ତୁଷ୍ଟ ଆକାଶ ଓ ଦେବାଶିଷ ୫ ବର୍ଷର ଅପେକ୍ଷା ପରେ ଏବେ ଭାଜପା ହାତ ଧରିଛନ୍ତି। କୋରେଇରୁ ଆକାଶ ଭାଜପାରୁ ପ୍ରାର୍ଥୀ ହୋଇଥିବାବେଳେ ବିଜେଡିର ଅଙ୍କ ଛିଣ୍ଡୁନି। ଫଳରେ କୋରେଇ ଉପରେ ବିଜେଡିର ପ୍ରଣବ ପ୍ରକାଶ ଦାସ(ବବି) ଏବଂ ପ୍ରୀତିରଞ୍ଜନ ଘଡେଇ(ଡାନି)ଙ୍କ ୨ ଗୋଷ୍ଠୀର ନଜର ରହିଛି। ଏହାସହ ବିଜେଡିର କେତେଜଣ ସମର୍ଥକ ଆକାଶଙ୍କୁ ସମର୍ଥନ କରୁଛନ୍ତି। ଏହିକ୍ରମରେ ବିଜେଡି ଏଠାରେ ୩ ଫାଳ ହୋଇଛି। ୨୦୦୯ ନିର୍ବାଚନରେ କୋରେଇରୁ ଡାନି ବିଜେଡିରୁ ପ୍ରାର୍ଥୀ ହୋଇ ବିଜୟୀ ହୋଇଥିଲେ ା ଏହି ୫ବର୍ଷ ମଧ୍ୟରେ ଡାନିଙ୍କ ସମର୍ଥକ ତଥା ବିଜେଡି କର୍ମୀଙ୍କ ସଂଖ୍ୟା ଆଶାତୀତ ଭାବେ ବୃଦ୍ଧି ପାଇଥିଲା। କିନ୍ତୁ ୨୦୧୪ ନିର୍ବାଚନ ପୂର୍ବରୁ ଡାନିଙ୍କ ବାପା ତଥା ପୂର୍ବତନ ଅର୍ଥମନ୍ତ୍ରୀ ପ୍ରଫୁଲ୍ଲ ଘଡେଇଙ୍କୁ ବିଜେଡିରୁ ବହିଷ୍କାର କରିବା ପରେ ସୁକିନ୍ଦା ଆସନ ପାଇଁ ତାଙ୍କ ପୁଅ ଡାନିଙ୍କୁ ବିଜେଡି ପ୍ରାର୍ଥୀ କରିଥିଲା ା ଏଭଳି ଭାବେ କୋରେଇରେ ଏକ ସମର୍ଥକ ଗୋଷ୍ଠୀକୁ ଡାନି ଛାଡି ଯାଇଥିଲେ ା ପରେ ଆକାଶ ବିଜେଡିରୁ ପ୍ରାର୍ଥୀ ହୋଇ ବିଜୟୀ ହେବାପରେ ଏକ ନୂତନ ସ୍ବତନ୍ତ୍ର ବିଜେଡି ଗୋଷ୍ଠୀ ମୁଣ୍ଡ ଟେକିଥିଲା ା ଏବେ ବିଧାୟକ ଅଶୋକ ବଳଙ୍କ ଅଧିକାଂଶ ସମର୍ଥକ ରହିଛନ୍ତି। ା ଏଭଳି ଭାବେ ଗତ ୧୦ବର୍ଷ ମଧ୍ୟରେ କୋରେଇ ବିଜେଡି ୩ ଫାଳ ହୋଇଛି ା ଯଦି ଅଶୋକଙ୍କୁ ଟିକେଟ୍‌ ନ ମିଳେ ଏବଂ ସେ ଏଥିରେ ଅସନ୍ତୁଷ୍ଟ ରହିବେ ତେବେ ବିଜେଡି ପୁଣି ୪ ଗୋଷ୍ଠୀ ହେବାର ସମ୍ଭାବନା ରହିଛି। ଏହାର ଫାଇଦା ନେବାକୁ ବିରୋଧି ଭାଜପା ଓ କଂଗ୍ରେସ ପାଇଁ ପଥ ସୁଗମ ହୋଇଛି ା ଏହି ପରିସ୍ଥିତିରେ ପ୍ରତିଦ୍ୱନ୍ଦ୍ୱି ଦଳ ଭାବେ ଭାଜପା ଧିରେ ଧିରେ ଅଧିକ ଶକ୍ତିଶାଳୀ ହେବାରେ ଲାଗିଛି ା ବରୀ ନିର୍ବାଚନ ମଣ୍ଡଳୀରେ ମଧ୍ୟ ଅନୁରୂପ ପରିସ୍ଥିତି ସୃଷ୍ଟି ହୋଇଛି ା ୨୦୦୦ରୁ ଦେବାଶିଷ ନାୟକ ଲଗାତାର ବିଧାୟକ ନିର୍ବାଚିତ ହୋଇ ଏକ ଦୃଢ ସମର୍ଥକ ଗୋଷ୍ଠୀ ଛାଡି ଯାଇଛନ୍ତି ା
୨୦୧୯ ନିର୍ବାଚନରେ ସେ ଟିକେଟ୍‌ ନ ପାଇବାରୁ ସେହି ଗୋଷ୍ଠୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା ା ଏବେ ଦେବାଶିଷ ଭାଜପା ଶିବିରରେ ରହିଥିଲେ ହେଁ ତାଙ୍କୁ ଟିକେଟ୍‌ ମିଳିବା ନେଇ ସନ୍ଦେହ ରହିଛି। ବିଜେଡି ମଧ୍ୟ ଏଠାରେ କାହାକୁ ପ୍ରାର୍ଥୀ କରିବ ସେ ନେଇ ପରୀକ୍ଷା ନୀରିକ୍ଷା କରୁଛି। ୨୦୧୯ରେ ପ୍ରାୟ ୪ ହଜାର ଭୋଟ ବ୍ୟବଧାନରେ ହାରିଥିବା ବିଶ୍ୱରଞ୍ଜନ ମଲିକ ଭାଜପାରୁ ବିଜେଡିକୁ ଯାଇଛନ୍ତି। ବିଶ୍ୱରଞ୍ଜନଙ୍କ ମିଶ୍ରଣ ସମୟରେ ତାଙ୍କୁ ଦଳୀୟ ଟିକେଟ୍‌ ମିଳିବ ବୋଲି ବିଜେଡି ଶୀର୍ଷ ନେତୃତ୍ୱ ପ୍ରତିଶ୍ରୁତି ଦେଇଥିଲେ। ତେଣୁ ବିଜେଡି ଦେଇଥିବା ପ୍ରତିଶ୍ରୁତି ଯଦି ରକ୍ଷା କରାଯାଏ ତେବେ ବିଧାୟକ ସୁନନ୍ଦା ଦାସ ବଳି ପଡିବେ। ତେଣୁ ବିଜେଡିର ପ୍ରାର୍ଥୀ ଘୋଷଣାକୁ ଭାଜପା ନେତୃତ୍ୱ ଏଠାରେ ଅପେକ୍ଷା କରିଥିବା ଆଲୋଚନା ହେଉଛି। ଯଦି ବିଜେଡି ବିଶ୍ୱରଞ୍ଜନଙ୍କୁ ଟିକେଟ୍‌ ଦିଏ ତେବେ ସୁନନ୍ଦାଙ୍କୁ ଏବଂ ସୁନନ୍ଦାଙ୍କୁ ଟିକେଟ ମିଳେ ତେବେ ବିଶ୍ୱରଞ୍ଜନଙ୍କୁ ଭାଜପା ଆମଦାନି କରିପାରେ ବୋଲି ଆଶା ରଖିଛି ା ଅନ୍ୟପକ୍ଷେ ବଡ଼ଚଣାରେ ଭାଜପା ନେତା ଅମର ନାୟକ ଗତ ନିର୍ବାଚନରେ ମାତ୍ର ୧୪୮୫ ଭୋଟ ବ୍ୟବଧାନରେ ହାରିଥିବାରୁ ଏଥର ତାଙ୍କୁ ମୁକାବିଲା କରିବାକୁ ବିଜେଡି ବିଧାୟକ ଅମରପ୍ରସାଦ ଶତପଥୀଙ୍କୁ ବାଦ ଦେଇ ଜଣେ ନୂତନ ଚେହେରା ଖୋଜୁଥିବା ଆଲୋଚନା ହେଉଛି। ଏଭଳି ସ୍ଥିତିରେ ଅସନ୍ତୁଷ୍ଟ ନେତାଙ୍କ ଭୂମିକା ଏବଂ ପ୍ରାର୍ଥୀଙ୍କ ରଣନୀତି କ’ଣ ରହିବ ତାହା ଆଗାମୀ ନିର୍ବାଚନରେ ଜଣାପଡିବ ବୋଲି ସବୁଠି ଆଲେଚନା ଜୋର ଧରିଛି ା


Enter your email to get our daily news in your inbox.

All Right Reserved By Dharitri.Com

ପିଏମଶ୍ରୀ ଉତ୍ସବରେ ୩ ବିଧାୟକ: ଛାତ୍ରଛାତ୍ରୀଙ୍କ ପ୍ରତିଭା ଦେଖି କଲେ ପ୍ରଶଂସା

ବରଗଡ଼,୨୦।୧(ପ୍ରେମାନନ୍ଦ ଖମାରୀ) – ବରଗଡ଼ ରାଣା ପ୍ରତାପ ସ୍କୁଲ ପରିସରରେ ଚାଲିଥିବା ବରଗଡ଼ ଜିଲାସ୍ତରୀୟ ପିଏମଶ୍ରୀ ଉତ୍ସବ ମଙ୍ଗଳବାର ଉଦଯାପିତ ହୋଇଯାଇଛି । ଅତିରିକ୍ତ ଜିଲାପାଳ...

ମହିଳାଙ୍କ ହାତରେ ‘ଆମ ବସ୍’ ଷ୍ଟିୟରିଂ: ଏହି ଦିନରୁ ମିଳିବ ଦାୟିତ୍ୱ

ଭୁବନେଶ୍ୱର,୨୦।୧: ରାଜ୍ୟ ପରିବହନ ସେବାରେ ଏକ ବଡ଼ ପରିବର୍ତ୍ତନ ଆସିବାକୁ ଯାଉଛି। ଏଣିକି ପୁରୁଷଙ୍କ ସହ ମହିଳାମାନେ ମଧ୍ୟ ‘ଆମ ବସ୍’ ଚଲାଇବେ। ବିଶେଷ କରି...

ବାଲେଶ୍ୱରରେ ସଂଖ୍ୟାଲଘୁ ଯୁବକଙ୍କ ହତ୍ୟା: ନବୀନଙ୍କ ଗଭୀର ଦୁଃଖ ପ୍ରକାଶ

ଭୁବନେଶ୍ୱର,୨୦।୧: ବାଲେଶ୍ୱର ଜିଲାରେ ଗୋ-ଚାଲାଣ ଅଭିଯୋଗରେ ଜଣେ ସଂଖ୍ୟାଲଘୁ ସମ୍ପ୍ରଦାୟର ଯୁବକଙ୍କୁ ହତ୍ୟା ଘଟଣାରେ ବିରୋଧୀ ଦଳ ନେତା ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ...

୨୦୦୦ ଟଙ୍କାର ଛୋଟିଆ SIP କରିବ କୋଟିପତି, ଜାଣନ୍ତୁ କିଭଳି ନିବେଶ… 

ନୂଆଦିଲ୍ଲୀ, ୨୦।୧: କ’ଣ ୨୦୦୦ର ଛୋଟ SIPରୁ ଆପଣ କୋଟିପତି ହୋଇପାରିବେ? ଉତ୍ତର ହେଉଛି ହଁ! କେବଳ ଧୌର୍ଯ୍ୟ ଏବଂ ସମୟର ଆବଶ୍ୟକତା ରହିଛି। ଏସ୍‌ଆଇପି,...

୨୭ ବର୍ଷ ପରେ ନକ୍ଷତ୍ର ପରିବର୍ତ୍ତନ କଲେ ଶନି, ଏହି ୩ ରାଶିର ବଦଳିବ ଭାଗ୍ୟ…

ଜାନୁଆରୀ ୨୦ ତାରିଖ ଅର୍ଥାତ୍ ଆଜିର ଦିନରୁ ଶନିଦେବ ଉତ୍ତରା ଭାଦ୍ରପଦ ନକ୍ଷତ୍ରରେ ପ୍ରବେଶ କରିବାକୁ ଯାଉଛନ୍ତି । ଜ୍ୟୋତିଷ ଶାସ୍ତ୍ରର ଗଣନା ଅନୁଯାୟୀ ପାଖାପାଖି...

ନିରଞ୍ଜନଙ୍କୁ ଗୁରୁଦାୟିତ୍ୱ: ରାଜ୍ୟ ସରପଞ୍ଚ ମହାସଂଘର ଉପଦେଷ୍ଟା ହେଲେ …

ଦିଗପହଣ୍ଡି,୨୦|୧(ଅଶେଷନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକର ପୂର୍ବତନ ସମିତି ସଭ୍ୟ ତଥା ରେଡ୍ଡୀ ସମାଜ ଦିଗପହଣ୍ଡି ଜୋନର ସଭାପତି ଏମ୍ . ନିରଞ୍ଜନ ରେଡ୍ଡୀଙ୍କୁ...

ଟାଙ୍ଗିଆରେ ହାଣି କରିଥିଲେ ହତ୍ୟା: ବାପା-ପୁଅକୁ ଆଜୀବନ ଜେଲ

ବ୍ରହ୍ମପୁର,୨୦।୧(ସୁବାସ ଚନ୍ଦ୍ର ପାଢ଼ୀ): କିଆବାଡ଼ ଭାଗବଣ୍ଟାକୁ ନେଇ ଘଟିଥିବା ହତ୍ୟା ମାମଲାର ବିଚାର କରି ଗଞ୍ଜାମ ଜିଲା ଜଜ୍‌ ଅଶାନ୍ତ କୁମାର ଦାଶ ଅଭିଯୁକ୍ତ ବାପ-ପୁଅଙ୍କୁ...

ମୁନିଗୁଡ଼ା ବ୍ଲକ୍‌ ତେଲେଙ୍ଗାପଦର ଛକରେ ମାଓବାଦୀ ବ୍ୟାନର

ରାୟଗଡା,୨୦।୧ (ନନ୍ଦ କିଶୋର ପଟ୍ଟନାୟକ): ରାୟଗଡ଼ା ମୁନିଗୁଡ଼ା ବ୍ଲକ୍‌ ଅନ୍ତର୍ଗତ ତେଲେଙ୍ଗାପଦର ଛକ ନିକଟରେ ମାଓବାଦୀ ବ୍ୟାନର ଲାଗିଥିବା ଦେଖିବାକୁ ମିଳିଛି I ଖଣି ଖାଦାନକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri