ଆଦାନୀ ହାତକୁ ଯିବ ରାଜ୍ୟର ଏକମାତ୍ର ନୌବାଣିଜ୍ୟ ଶିକ୍ଷାନୁଷ୍ଠାନ

ପାରାଦୀପ,୧୧ା୩(ଶରତ ରାଉତ):ରାଜ୍ୟରେ ଓଡ଼ିଆ ଅସ୍ମିତା ପ୍ରସଙ୍ଗରେ ବ୍ୟାପକ ପ୍ରଚାର ପ୍ରସାର ହେଉଛି। କିନ୍ତୁ ଓଡ଼ିଆଙ୍କ ପ୍ରାଚୀନ ସଂସ୍କୃତି ସହ ଜଡ଼ିତ ରାଜ୍ୟର ଏକମାତ୍ର ନୌବାଣିଜ୍ୟ ଶିକ୍ଷାନୁଷ୍ଠାନ ଏବେ ଘରୋଇକରଣ ହେବାକୁ ଯାଉଛି। ଏ ନେଇ ସରକାରୀସ୍ତରରେ ଆଲୋଚନା, ସମୀକ୍ଷା, ବୈଠକ ଆଦି ଶେଷ ପର୍ଯ୍ୟାୟରେ ପହଞ୍ଚତ୍ଛି। ସମ୍ଭବତଃ ଚଳିତ ମାର୍ଚ୍ଚ ଶେଷ ସୁଦ୍ଧା ଏହା ଘରୋଇକରଣ ହେବ। ଉକ୍ତ ଶିକ୍ଷାନୁଷ୍ଠାନକୁ ଆଦାନୀ ସ୍କିଲ ଡେଭଲପ ସେଣ୍ଟର (ଏଏସ୍‌ଡିସି) ପବ୍ଲିକ ପ୍ରାଇଭେଟ ପାର୍ଟନରଶିପ(ପିପିପି) ମୋଡ୍‌ରେ ଅଧିଗ୍ରହଣ କରିବ ବୋଲି ଜଣାପଡ଼ିଛି। ଏ ନେଇ ଡାଇରେକ୍ଟୋରେଟ ଅଫ୍‌ ପୋର୍ଟ ଆଣ୍ଡ ଇନ୍‌ଲାଣ୍ଡ ୱାଟର ଟ୍ରାନ୍ସପୋର୍ଟ, ଓଡ଼ିଶା ପକ୍ଷରୁ ୨୦୨୬ ଫେବୃଆରୀ ୨୦ରେ ଜାରି କରାଯାଇଥିବା ଚିଠି (ନଂ-୮୧୧)ରୁ ସ୍ପଷ୍ଟ ହୋଇଛି। ସୂଚନାଯୋଗ୍ୟ, ୧୯୯୩ ଏପ୍ରିଲ ୩ରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ ପାରାଦୀପରେ ଓଡ଼ିଶା ନୌବାଣିଜ୍ୟ ଶିକ୍ଷାନୁଷ୍ଠାନର ଭିତ୍ତିପ୍ରସ୍ତର କରିଥିଲେ। ସେହି ବର୍ଷ ଶେଷବେଳକୁ ଓଡ଼ିଶା ମେରିଟାଇମ ଏକାଡେମୀ (ଓମା) ପାଠ୍ୟକ୍ରମ ଆରମ୍ଭ ହୋଇଥିଲା। ଏଠାରେ ସମୁଦାୟ ୪୦ ଜଣ ପିଲାଙ୍କ ପାଇଁ ପାଠ ପଢ଼ିବା ଓ ରହିବା ଲାଗି ବ୍ୟବସ୍ଥା ରହିଛି। ସେମାନଙ୍କ ମଧ୍ୟରେ ଓଡ଼ିଶାର ୨୦ ଓ ଅନ୍ୟ ରାଜ୍ୟର ୨୦ ଜଣ ଛାତ୍ରଙ୍କ ପାଇଁ ସଂରକ୍ଷିତ ରହିଛି। ପ୍ରତ୍ୟେକ ପାଠ୍ୟକ୍ରମ ୬ ମାସ ଥିବାରୁ ବର୍ଷକୁ ୮୦ ଜଣ ଛାତ୍ର ପାଠ ପଢ଼ିବାର ସୁଯୋଗ ପାଉଛନ୍ତି। ଏପର୍ଯ୍ୟନ୍ତ ସେଠାରେ ଛାତ୍ରୀମାନଙ୍କ ପଢ଼ିବା ପାଇଁ ବ୍ୟବସ୍ଥା ହୋଇନାହିଁ। ଏହା ଓଡ଼ିଶା ସରକାରଙ୍କ ବାଣିଜ୍ୟ ଓ ପରିବହନ ବିଭାଗ ଦ୍ୱାରା ପରିଚାଳିତ ହେଉଛି।
ଏହାର ପରିଚାଳନା ଦାୟିତ୍ୱ ପାଇଁ ୧୫ ଜଣିଆ ପ୍ରତିନିଧି ଚୟନ କରାଯାଇଛି। ସେମାନଙ୍କ ମଧ୍ୟରେ ଅଧ୍ୟକ୍ଷ ଭାବେ ପରିବହନ ଓ ବାଣିଜ୍ୟ ସଚିବ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ସଚିବ, ପାରାଦୀପ ବନ୍ଦର ଅଧ୍ୟକ୍ଷ ଓ ଅର୍ଥ ପରାମର୍ଶ ଅଧିକାରୀ, ଧାମରା ବନ୍ଦର ସିଇଓ, ଗୋପାଳପୁର ବନ୍ଦର ପରିଚାଳନା ନିର୍ଦ୍ଦେଶକ, ଶିପିଂ କର୍ପୋରେଶନ ଅଫ୍‌ ଇଣ୍ଡିଆର ନିର୍ଦ୍ଦେଶକ, କୋଷ୍ଟଗାର୍ଡର କମାଣ୍ଡାଣ୍ଟ, କଲିକତାର ଆପିଜେ ଶିପିଂ, ମୁମ୍ବାଇ ସାଧ ଶିପିଂ, ଆନ୍ଧ୍ରର ଓସେନ ସ୍ପାର୍କଲ ଲିମିଟେଡ଼, ପୋର୍ଟ ଆଣ୍ଡ ଆଇଡବ୍ଲ୍ୟୁଟି ଓଡ଼ିଶାର ନିର୍ଦ୍ଦେଶକ ପ୍ରମୁଖ ସଦସ୍ୟ ଅଛନ୍ତି।
ଉକ୍ତ ଶିକ୍ଷାନୁଷ୍ଠାନ ପାଇଁ ଜାଗା ଓ ଭିତ୍ତିଭୂମି ପାରାଦୀପ ବନ୍ଦର ପକ୍ଷରୁ ଦିଆଯାଇଛି। ଏବେ ୧୦ ଜଣ କର୍ମଚାରୀ ପିଲାଙ୍କୁ ପାଠ ପଢ଼ାଇବା ସହିତ ତାଲିମ ମଧ୍ୟ ଦେଉଛନ୍ତି। ଉକ୍ତ ଶିକ୍ଷାନୁଷ୍ଠାନରୁ ପଢ଼ିଥିବା ଛାତ୍ରମାନେ ପୋର୍ଟ, କୋଷ୍ଟଗାର୍ଡ, ନୌସେନା, ଶିପିଂ କମ୍ପାନୀ ଆଦିରେ ଚାକିରି କରିବାର ସୁଯୋଗ ପାଇଥାନ୍ତି। ଏପରି ଅନୁଷ୍ଠାନ ଏବେ ଘରୋଇକରଣ ହେବା ଘଟଣାକୁ ନେଇ କଂଗ୍ରେସ ନେତା ନିରଞ୍ଜନ ନାୟକ କୁହନ୍ତି, ଏ ସରକାର ପୁଞ୍ଜିପତିଙ୍କ ପାଇଁ କାମ କରୁଛନ୍ତି। ଓଡ଼ିଆ ଅସ୍ମିତା ନାମରେ ପ୍ରଚାର କରୁଥିବା ବେଳେ ଓଡ଼ିଶାର ସଂସ୍କୃତିକୁ ବିକ୍ରି କରୁଛନ୍ତି। ଏହାକୁ ଘରୋଇକରଣ ନ କରିବା ପାଇଁ ଦଳ ପକ୍ଷରୁ ଗଣତାନ୍ତ୍ରିକ ପଦ୍ଧତିରେ ବିରୋଧ କରାଯିବ। ଓମା ସହିତ ଭଦ୍ରକ ଜିଲାର ଚାନ୍ଦବାଲିଠାରେ ଥିବା ୪୭ ବର୍ଷର ନାବିକ ପ୍ରଶିକ୍ଷଣ କେନ୍ଦ୍ର ମଧ୍ୟ ସମାନ ଭାବେ ଘରୋଇକରଣ ହେବ ବୋଲି ଉକ୍ତ ଚିଠିରୁ ଜଣାପଡ଼ିଛି। ଏହି ପ୍ରସଙ୍ଗ ଉପରେ ପରିବହନ ଓ ବାଣିଜ୍ୟ ମନ୍ତ୍ରୀ ବିଭୂତି ଭୂଷଣ ଜେନାଙ୍କ ସହ ଯୋଗାଯୋଗ କରାଯାଇଥିଲେ ମଧ୍ୟ ତାଙ୍କ ପ୍ରତିକ୍ରିୟା ମିଳିପାରିନାହିଁ।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ଇନ୍ଧନ ଓ ରନ୍ଧନ ସଙ୍କଟ

ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧର ପ୍ରଭାବ ବିଶ୍ୱବ୍ୟାପୀ ଅନୁଭୂତ ହେଲାଣି। ଆମେରିକା-ଇସ୍ରାଏଲର ମିଳିତ ଆକ୍ରମଣ ଇରାନକୁ କ୍ରୋଧିତ କରି ରଖିଛି। ତା’ର ପଡ଼ୋଶୀ ଦେଶ ସାଉଦି ଆରବ, କୁଏଟ,…

ଆଦିବାସୀ ନେତାଙ୍କ ପରଲୋକ: ଝୁରୁଛି ଗାଁ

କର୍ଲାମୁଣ୍ଡା,୧୧।୩ (ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ଆଦିବାସୀ ସଂଘ କୋଷାଧ୍ୟକ୍ଷ ତଥା ହୋଟେଲ ମାଲିକ ନରେନ୍ଦ୍ର ଶବର (୫୩)ଙ୍କ ମଙ୍ଗଳବାର ପରଲୋକ ହୋଇଯାଇଛି।…

ମାଛ ଧରିବାକୁ ଯାଇଥିଲେ, ଝାମ୍ପିନେଲା କୁମ୍ଭୀର: ସ୍ତ୍ରୀ-ପୁଅ ପହଞ୍ଚିବାରୁ, ଲୋମଟଙ୍କୁରା ଘଟଣା ଜାଣିଲେ…

ମହାକାଳପଡ଼ା,୧୧ା୩(ପ୍ରତାପ ଚନ୍ଦ୍ର ସ୍ବାଇଁ):କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ବଉଳକଣି ପଞ୍ଚାୟତ କାଂଶପାଳ ମୌଜା ଗୋବରୀ ନଦୀ ସଂଲଗ୍ନ ୫୦ ନଂ. ପ୍ଲଟ ନିକଟରେ ମଙ୍ଗଳବାର ଭୋର ୫ଟାରେ…

ନୂଆ ସ୍ବାଦରେ ରାଜ୍ୟ ସଭା: ଚାଲିଛି ମୂଲଚାଲ୍‌

ଭୁବନେଶ୍ୱର,୧୧ା୩(ସୁନିତ୍‌ ମିଶ୍ର):ରାଜ୍ୟ ରାଜନୀତିରେ ରାଜ୍ୟ ସଭା ନିର୍ବାଚନ ଏବେ ମୁଖ୍ୟ ପ୍ରସଙ୍ଗ ପାଲଟିଛି। ସବୁ ଦଳର ବିଧାୟକମାନେ ସେମାନଙ୍କ ପାର୍ଟିରୁ ରାଜ୍ୟ ସଭା ପାଇଁ ଯିଏ ପ୍ରାର୍ଥୀ…

ଭତ୍ତା ଅପେକ୍ଷାରେ ମଞ୍ଜୁ: ଦୁର୍ଦ୍ଦିନରେ ବିତୁଛି ଜୀବନ

ଲୋଇସିଂହା ବ୍ଲକ ଅନ୍ତର୍ଗତ ବାଦିବାହାଲ ପଞ୍ଚାୟତ ଭାଲିଆମୁଣ୍ଡା ବଳଦେବପୁର ବସ୍ତିରେ ରୁହନ୍ତି ମଞ୍ଜୁ ହୋତା(୬୦)। ବିଧବା ଭତ୍ତା ପାଇଁ ବ୍ଲକ ପ୍ରଶାସନ ନିକଟରେ ଆବେଦନ କରିଥିଲେ ମଧ୍ୟ…

ଯୁଦ୍ଧ ମଧ୍ୟରେ ଇରାନକୁ ଫୋନ୍‌ କଲା ଭାରତ, ଆଲୋଚନା ମଧ୍ୟରେ ଘଟିଲା…ବିଶ୍ୱରେ ଚହଳ

  ନୂଆଦିଲ୍ଲୀ,୧୧।୩: ଭାରତୀୟ ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର ଇରାନ ବୈଦେଶିକ ମନ୍ତ୍ରୀ ଆବାସ ଆରାଘଚିଙ୍କ ସହ ଗୁରୁତ୍ୱପୂର୍ଣ୍ଣ ଆଲୋଚନା କରିଛନ୍ତି। ଜୟଶଙ୍କର ତାଙ୍କ ଇନଷ୍ଟାଗ୍ରାମ ହ୍ୟାଣ୍ଡେଲରେ…

ମନ୍ଥର ଗତିରେ ଚାଲିଛି ମେଗା ପାନୀୟ ପ୍ରକଳ୍ପ: ଲାଗିରହିଛି ଜଳ ସମସ୍ୟା

ଲୋଇସିଂହା,୧୧ା୩(ସୁଶାନ୍ତ ବାରିକ):ବଲାଙ୍ଗୀର ଜିଲା ଆଗଲପୁର ବ୍ଲକ ବଡଟୀକା ପଞ୍ଚାୟତ ବଡଟୀକା ସଦର ଗାଁରେ ପାନୀୟ ଜଳ ସମସ୍ୟା ଲାଗି ରହିଛି। ଗ୍ରାମକୁ ମେଗା ପ୍ରକଳ୍ପ ଜରିଆରେ ପଇିବା…

ଘଡ଼ଘଡ଼ି, ବିଜୁଳି ସହିତ ୩୦ରୁ ୪୦ କି.ମି. ବେଗରେ ବହିବ ପବନ: ୟେଲୋ ଓ୍ବାର୍ନିଂ ଜାରି

ଭୁବନେଶ୍ୱର,୧୧ା୩ (ବନ୍ଦନା ସେଠୀ):ଦକ୍ଷିଣ ଝାଡ଼ଖଣ୍ଡ ଉପରେ ସକ୍ରିୟ ଘୂର୍ଣ୍ଣିବଳୟ ପରିସରରୁ ଏକ ଟ୍ରଫ୍‌ ଲାଇନ୍‌ ଆଭ୍ୟନ୍ତରୀଣ ଓଡ଼ିଶା, ଛତିଶଗଡ଼ ଏବଂ ବିଦର୍ଭ ଦେଇ ୦.୯ କିଲୋମିଟର ଉଚ୍ଚତାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri