ଯୋଜନା ବିଗାଡ଼ୁଛି ରାଜ୍ୟର ଆର୍ଥିକ ସ୍ଥିତି

ନୂଆଦିଲ୍ଲୀ, ୨୩ା୬:  ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍‌ବିଆଇ) ପକ୍ଷରୁ ଭାରତର ଗରିବ ରାଜ୍ୟ ସମ୍ପର୍କରେ ଏକ ତଥ୍ୟ ପ୍ରକାଶ କରାଯାଇଛି। ଆର୍‌ବିଆଇ ପକ୍ଷରୁ ସଦ୍ୟ ପ୍ରକାଶିତ ତଥ୍ୟ ଅନୁସାରେ ୫ ସର୍ବାଧିକ ଗରିବ ରାଜ୍ୟ ତାଲିକାରେ ବିହାର, ପଞ୍ଜାବ, କେରଳ, ପଶ୍ଚିମବଙ୍ଗ ଏବଂ ରାଜସ୍ଥାନ ସାମିଲ ଅଛନ୍ତି। ଚାଲୁ ରହିଥିବା ଶ୍ରୀଲଙ୍କା ସଙ୍କଟ ପରେ ରିଜର୍ଭ ବ୍ୟାଙ୍କ ପକ୍ଷରୁ ଭାରତର ସମସ୍ତ ରାଜ୍ୟର ଆର୍ଥିକ ଅବସ୍ଥାର ବିସ୍ତୃତ ଆକଳନ କରାଯାଇଛି। ଆର୍‌ବିଆଇ ଅନୁସାରେ, କୋଭିଡ୍‌ ମହାମାରୀ କାରଣରୁ ରାଜ୍ୟଗୁଡ଼ିକର ଆର୍ଥିକ ସ୍ଥିତି ଅନେକ ମାତ୍ରାରେ ଖରାପ ହୋଇଛି। ଏହାଛଡ଼ା ଅର୍ଥ ସବ୍‌ସିଡି, ମାଗଣାରେ ବିଜୁଳି ଏବଂ ପାଣି ଭଳି ସୁବିଧା ଦିଆଯିବା, ପୁରୁଣା ପେନ୍‌ସନ ଯୋଜନା ଲାଗୁ କରାଯିବା ଭଳି ପଦକ୍ଷେପଗୁଡ଼ିକ ରାଜ୍ୟଗୁଡ଼ିକର ଆର୍ଥିକ ସ୍ଥିତିକୁ ଆହୁରି ଖରାପ କରିଦେଇଛି। ରିଜର୍ଭ ବ୍ୟାଙ୍କ ଅନୁସାରେ, ୨୦୧୧-୧୨ଠାରୁ ୨୦୧୯-୨୦ ମଧ୍ୟରେ ରାଜ୍ୟଗୁଡ଼ିକର ମୋଟ୍‌ ଆର୍ଥିକ ନିଅଣ୍ଟ ଏବଂ ଜିଡିପି ଅନୁପାତ ୨.୫% ରହିଛି। ଏହି ଅନୁପାତକୁ ୩% ପର୍ଯ୍ୟନ୍ତ ବୃଦ୍ଧି ପାଇଁ ରାଜ୍ୟଗୁଡ଼ିକୁ ପ୍ରୟାସ କରିବାକୁ ପଡ଼ିବ ବୋଲି ଆର୍‌ବିଆଇ ପକ୍ଷରୁ କୁହାଯାଇଛି। ଆର୍‌ବିଆଇ ତଥ୍ୟ ଅନୁସାରେ ଗୁଜରାଟ, ମହାରାଷ୍ଟ୍ର, ଦିଲ୍ଲୀ, କର୍ନାଟକ ଏବଂ ଓଡ଼ିଶା ଭଳି ରାଜ୍ୟଗୁଡ଼ିକର ଉତ୍ତମ ପ୍ରଦର୍ଶନ କାରଣରୁ ଆଗାମୀ ଦିନରେ ମୋଟ୍‌ ଆର୍ଥିକ ନିଅଣ୍ଟ ଏବଂ ଜିଡିପି ଅନୁପାତରେ ସୁଧାର ଆସିପାରେ। ଏହାଛଡ଼ା ଆର୍ଥିକ ବର୍ଷ ୨୦୨୬-୨୭ରେ ଋଣ ଏବଂ ସମଗ୍ର ରାଜ୍ୟ ଘରୋଇ ଉତ୍ପାଦ (ଜିଏସ୍‌ଡିପି) ଅନୁପାତ ମାମଲାରେ ପଞ୍ଜାବର ସବୁଠାରୁ ଖରାପ ସ୍ଥିତି ହୋଇପାରେ। ପଞ୍ଜାବର ଏହି ଅନୁପାତ ୪୫% ପାରହେବା ସମ୍ଭାବନା ରହିଥିବା ବେଳେ ରାଜସ୍ଥାନ, କେରଳ ଏବଂ ପଶ୍ଚିମବଙ୍ଗ ପାଇଁ ଏହି ଅନୁପାତ ୩୫%ରୁ ଊର୍ଦ୍ଧ୍ୱ ହୋଇପାରେ। ଆର୍‌ବିଆଇ ତଥ୍ୟ ଅନୁସାରେ ସର୍ବାଧିକ ଋଣଭାର ଥିବା ରାଜ୍ୟଗୁଡ଼ିକ ମଧ୍ୟରେ ପଞ୍ଜାବ, ରାଜସ୍ଥାନ, କେରଳ, ପଶ୍ଚିମବଙ୍ଗ, ବିହାର, ଆନ୍ଧ୍ରପ୍ରଦେଶ, ଝାଡ଼ଖଣ୍ଡ, ମଧ୍ୟପ୍ରଦେଶ, ଉତ୍ତରପ୍ରଦେଶ ଏବଂ ହରିୟାଣର ନାମ ସାମିଲ ରହିଛି। ମାଗଣା ବିଦ୍ୟୁତ୍‌, ମାଗଣା ଜଳ, ମାଗଣା ପରିବହନ, ଚାଷୀଙ୍କୁ ଋଣଛାଡ଼ ଭଳି ବିଭିନ୍ନ ରାଜ୍ୟ ସରକାରଙ୍କ ପଦକ୍ଷେପ ଦ୍ୱାରା ପ୍ରାଇଭେଟ୍‌ ଇନ୍‌ଭେଷ୍ଟମେଣ୍ଟର ଫାଇଦାକୁ ଶେଷ କରି ଦେଉଥିବା ଆର୍‌ବିଆଇ ପକ୍ଷରୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଓରାକଲ୍‌ରୁ ଆମାଜନ୍‌ ଯାଏ ଛଟେଇ: ନିଯୁକ୍ତି ହରାଇଲେଣି ୧୨୦୦୦ ଭାରତୀୟ

ନୂଆଦିଲ୍ଲୀ , ୨ା୪:ଆଇଟି କ୍ଷେତ୍ରରେ କାର୍ଯ୍ୟ କରୁଥିବା କର୍ମଚାରୀ ଏବଂ ପେସାଦାରଙ୍କ ପାଇଁ ଏବେ କୃତ୍ରିମ ବୁଦ୍ଧିମତ୍ତା (ଏଆଇ) ସବୁଠୁ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି କରିଛି। ବର୍ତ୍ତମାନ…

ସାବଧାନ! ୧ ଏପ୍ରିଲରୁ ବଦଳିଲା UPIର ପ୍ରକ୍ରିୟା, ପେମେଣ୍ଟ ଉପରେ ଲାଗିଲା…

ନୂଆଦିଲ୍ଲୀ,୧।୪: ଯଦି ଆପଣ ଚା ଦୋକାନ ଠାରୁ ଆରମ୍ଭ କରି ସପିଂ ମଲ ପର୍ଯ୍ୟନ୍ତ ସବୁଠି ପେମେଣ୍ଟ ପାଇଁ PhonePe, Google Pay, କିମ୍ବା Paytm ଭଳି…

ମାସରେ ୩୦ ଦିନରୁ ୧୪ ଦିନ ବ୍ୟାଙ୍କ୍ ସେବା ବନ୍ଦ; ଜାଣି ନିଅନ୍ତୁ କେମିତି କରିବେ ଟଙ୍କା ଜମା..

ନୂଆଦିଲ୍ଲୀ,୩୧।୩: ଯଦି ଆପଣଙ୍କର ବ୍ୟାଙ୍କ କାମ ବାକି ଅଛି ଏବଂ ଆପଣ ଏହାକୁ ଆସନ୍ତା ମାସରେ ସମାପ୍ତ କରିବାକୁ ଚିନ୍ତା କରୁଛନ୍ତି, ତେବେ ଅପେକ୍ଷା କରନ୍ତୁନାହିଁ! ଏପ୍ରିଲ…

୧ ଏପ୍ରିଲରୁ ATM ରୁ ଟଙ୍କା ଉଠାଇବା ହେବ ମହଙ୍ଗା! HDFC ରୁ PNB ପର୍ଯ୍ୟନ୍ତ…

ନୂଆଦିଲ୍ଲୀ,୩୧।୩: ୧ ଏପ୍ରିଲ, ୨୦୨୬ ଠାରୁ, HDFC ବ୍ୟାଙ୍କ, ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ଏବଂ ବନ୍ଧନ ବ୍ୟାଙ୍କ ସେମାନଙ୍କର ATM ନିୟମରେ ପରିବର୍ତ୍ତନ କରିବେ। ଏଥିରେ ମାଗଣା…

ଆଜି ରାତି ୧୨ଟା ସୁଦ୍ଧା ଶେଷ କରନ୍ତୁ ଏହି ୩ କାମ, ନଚେତ୍‌ ଆସନ୍ତାକାଲିଠୁ ବନ୍ଦ ହୋଇଯିବ ଆପଣଙ୍କର…

ନୂଆଦିଲ୍ଲୀ,୩୧।୩: ଆଜି ମାର୍ଚ୍ଚ ୩୧, ୨୦୨୬ ଆର୍ଥିକ ବର୍ଷର ଶେଷ ଦିନ। ଯଦି ଆପଣଙ୍କର ଏକ ବ୍ୟାଙ୍କ ଆକାଉଣ୍ଟ ଅଛି କିମ୍ବା ଆପଣ ଷ୍ଟକ ବଜାରରେ ନିବେଶ…

ହର୍ମୁଜ ଶକ୍ତି ସଙ୍କଟ ମଧ୍ୟରେ ବଡ଼ ନିଷ୍ପତ୍ତି ନେଲେ ସରକାର: ଏବେ ଗହମ-ଚାଉଳ ସହିତ ମିଳିବ…

ନୂଆଦିଲ୍ଲୀ,୩୦।୩: ଇରାନ ଉପରେ ଆମେରିକା ଏବଂ ଇସ୍ରାଏଲର ଆକ୍ରମଣ ପରେ, ଇରାନ ହର୍ମୁଜ ପ୍ରଣାଳୀକୁ ବନ୍ଦ କରିଦେଇଛି। ଏହା ଭାରତ ସମେତ ବିଶ୍ୱକୁ ଶକ୍ତି ଯୋଗାଣକୁ ପ୍ରଭାବିତ…

୨୫ ବର୍ଷ ମଧ୍ୟରେ ଯାହା ହୋଇନଥିଲା ତାହା ଏବେ ଘଟୁଛି… କାହିଁକି ଦ୍ରୁତ ଗତିରେ ସୁନା ବିକ୍ରି କରୁଛି ରୁଷିଆ? ଜାଣିଲେ…

ନୂଆଦିଲ୍ଲୀ,୩୦।୩: ରୁଷିଆ ୨୫ ବର୍ଷ ମଧ୍ୟରେ ପ୍ରଥମଥର ପାଇଁ ଏହାର କେନ୍ଦ୍ରୀୟ ବ୍ୟାଙ୍କ ଭଣ୍ଡାରରୁ ସୁନା ବିକ୍ରୟ ଆରମ୍ଭ କରିଛି। ବର୍ଲିନ ସ୍ଥିତ ଏକ ଖବର ସଂସ୍ଥାର…

କାରବାର ଆରମ୍ଭ ହେବା ମାତ୍ରେ ଖସିଲା ଶେୟାର ମାର୍କେଟ୍‌, ସେନ୍‌ସେକ୍ସ ହ୍ରାସ ପାଇ…

ନୂଆଦିଲ୍ଲୀ,୩୦ା୩: ଇରାନ, ଆମେରିକା ଏବଂ ଇସ୍ରାଏଲ ମଧ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ ସୋମବାର ଭାରତୀୟ ଷ୍ଟକ୍‌ ବଜାର ହ୍ରାସ ପାଇଛି। ବିଏସ୍‌ଇର ୩୦-ଶେୟାର ସୂଚକାଙ୍କ, ସେନସେକ୍ସ ୧୦୧୮…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri