ଉପାନ୍ତରେ ଓଡ଼ିଆ ଭାଷା ସ୍ଥିତି ସଙ୍କଟ

କେନ୍ଦ୍ରାପଡ଼ା ଅଫିସ, ୭ା୧: ବିଧାନସଭା ବାଚସ୍ପତି ବିକ୍ରମ କେଶରୀ ଆରୁଖଙ୍କ ଅଧ୍ୟକ୍ଷତାରେ ଓଡ଼ିଶାର ଉପାନ୍ତ ଅଞ୍ଚଳରେ ଓଡ଼ିଆ ଭାଷାର ସ୍ଥିତିକୁ ନେଇ ଗତ ୪ ତାରିଖରେ ଗୃହ କମିଟିର ସମୀକ୍ଷା ବୈଠକ ହୋଇଯାଇଛି। ଏଥିରେ ଉପାନ୍ତ ଅଞ୍ଚଳରେ ଏହାର ବ୍ୟବହାର କମି ଯାଉଥିବାରୁ ଉଦ୍‌ବେଗ ପ୍ରକାଶ କରାଯାଇଛି। କେନ୍ଦ୍ରାପଡା ଜିଲାର ଉପାନ୍ତରେ ଏହି ଭାଷାର ସ୍ଥିତି ଏଥିରୁ ବାଦ ପଡିନାହିଁ। ରାଜନଗର ଓ ମହାକାଳପଡ଼ା ବ୍ଲକର ସମୁଦ୍ର ତଟବର୍ତ୍ତୀ ଅଞ୍ଚଳରେ ଓଡ଼ିଆ ଭାଷା ବିଲୁପ୍ତ ହେବାକୁ ବସିଛି। ପ୍ରାୟ ୯୦ ଭାଗ ଲୋକ ଓଡ଼ିଆ ବଦଳରେ ବଙ୍ଗଳାରେ କଥାବାର୍ତ୍ତା କରୁଛନ୍ତି। ଏପରି କି ବିଦ୍ୟାଳୟ ମଧ୍ୟରେ ଶିକ୍ଷାର୍ଥୀମାନେ ବଙ୍ଗଳାରେ ଭାବ ବିନିମୟ ହେଉଥିବା ଦେଖାଯାଉଛି।
ଏ ସମ୍ପର୍କରେ ରାଜନଗରର ପ୍ରତ୍ୟୁଷ ନାୟକ କୁହନ୍ତି, ଜିଲାର ଉପାନ୍ତ ଅଞ୍ଚଳରେ ଓଡ଼ିଆ ଭାଷାର ଏହି ସଙ୍କଟଜନକ ସ୍ଥିତି ପାଇଁ ଅନୁପ୍ରବେଶ ଦାୟୀ। ୧୯୫୦ ମସିହାରେ ବାଂଲାଦେଶ ଗୃହଯୁଦ୍ଧ ସମୟରେ ୧୨୩୭ ଜଣଙ୍କୁ କେନ୍ଦ୍ରାପଡ଼ା ଜିଲାରେ ଥଇଥାନ କରାଯାଇଥିଲା। ତେବେ ୨୦୧୧ ମସିହା ଜନଗଣନାରେ ଜିଲାର ବଙ୍ଗଭାଷୀଙ୍କ ସଂଖ୍ୟା ୭୮ ହଜାରରୁ ଊର୍ଦ୍ଧ୍ୱ ଥିବା ରିପୋର୍ଟରେ ଦର୍ଶାଯାଇଛି। ଏହି ବଙ୍ଗଭାଷୀଙ୍କ ମଧ୍ୟରୁ ଅଦ୍ୟାବଧି ୪୪ ହଜାରରୁ ଊର୍ଦ୍ଧ୍ୱ ଭୋଟ ପରିଚୟ ପତ୍ର ହାସଲ କରିଛନ୍ତି। ୨୦୦୫ ମସିହାରେ କେନ୍ଦ୍ର ସରକାରଙ୍କ ତାଗିଦା ପରେ ଅନୁପ୍ରବେଶକୁ ନେଇ ଏକ ସର୍ଭେ ହୋଇଥିଲା। ଜିଲା ପ୍ରଶାସନ ପକ୍ଷରୁ ହୋଇଥିବା ଏହି ତଦନ୍ତ ସମୟରେ ମହାକାଳପଡ଼ା ତହସିଲ ଅଞ୍ଚଳର ୧୫୫୧ ଜଣ, ପଟ୍ଟାମୁଣ୍ଡାଇର ୯୦ ଜଣ ଓ ରାଜନଗରର ୩୦ ଜଣ ଅନୁପ୍ରବେଶକାରୀ ବୋଲି ଚିହ୍ନଟ ହୋଇଥିଲେ। ଏଥିମଧ୍ୟରୁ ମହାକାଳପଡ଼ା ତହସିଲ ଅଞ୍ଚଳର ଚିହ୍ନଟ ଅନୁପ୍ରବେଶକାରୀଙ୍କୁ ଦେଶାନ୍ତର ନୋଟିସ ଜାରି ହୋଇଥିଲେ ମଧ୍ୟ ବିଭିନ୍ନ କାରଣରୁ ଏହା କାର୍ଯ୍ୟକାରୀ ହୋଇନାହିଁ। ବହୁ ସମୟରେ ଅନୁପ୍ରବେଶ ସମ୍ପର୍କରେ ସୂଚନା ମିଳୁଥିଲେ ମଧ୍ୟ ଜିଲା ପ୍ରଶାସନ ଏ ନେଇ ତପତ୍ରତା ପ୍ରକାଶ କରୁନାହାନ୍ତି। ସେହିପରି ଭୋଟ ବ୍ୟାଙ୍କ ଭାଙ୍ଗିଯିବା ନେଇ ରାଜନେତାମାନେ ଚୁପ ରହୁଥିବା ନାୟକ ପ୍ରକାଶ କରିଛନ୍ତି। ରାଜନଗରର ତପନ କୁମାର କର କହିଛନ୍ତି, ୨୦୦୮ ଡିସେମ୍ବର ୯ରେ କେନ୍ଦ୍ରାପଡ଼ା ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅନୁପ୍ରବେଶକାରୀଙ୍କୁ ରୋକିବା ପାଇଁ ଏକ ବିକ୍ଷୋଭ ଅନୁଷ୍ଠିତ ହୋଇଥିଲା। ଏଥିରେ ଅନୁପ୍ରବେଶ ହେତୁ ଜିଲା ତଥା ଦେଶର ସୁରକ୍ଷା କିପରି ହେବ ବୋଲି ପ୍ରଶ୍ନ ହୋଇଥିଲା। ଏହାସତ୍ତ୍ୱେ ସ୍ଥାନୀୟ ଅଞ୍ଚଳରେ ଏହାର କୌଣସି ଫରକ ପଡିନାହିଁ। ଏହି ଦୁଇ ବ୍ଲକ ଅଞ୍ଚଳର ରାମନଗର, ସୁନିତି, ବାବର, ଡାଙ୍ଗମାଳ, ତାଳଚୁଆ, ଭେକ୍ଟା, ରଙ୍ଗଣୀ, ଗୁପ୍ତି, ଭିତରକନିକା, ଗହୀରମଥା, ବେଣାକନ୍ଦା, ଜମ୍ବୁ, ଖରିନାସୀ, ବତିଘର, ପିତାପାଟ, ଅହିରାଜପୁର, ବରଜି ବାହାକୁଦ, ଅମରାବତୀ, ମଞ୍ଜୁଳାପଲ୍ଲୀ, ଦୈତ୍ୟପ୍ରସାଦ, ରାନିପାଟଣା, ବୀରଭଞ୍ଜପୁର, ଭଞ୍ଜପ୍ରସାଦ, ଟିକାୟତନଗର, କୃଷ୍ଣନଗର, ରାଜେନ୍ଦ୍ରନଗର, କନକନଗର ଆଦି ଗ୍ରାମଗୁଡିକ ବଙ୍ଗଭାଷୀଙ୍କ ବସ୍ତି ହୋଇଛି। ବଙ୍ଗଭାଷୀଙ୍କ ସଂଖ୍ୟା ଦ୍ରୁତଗତିରେ ବୃଦ୍ଧି ପାଉଥିବାରୁ ଓଡ଼ିଆ ଭାଷାର ବ୍ୟବହାର କମୁଥିବା ସେ ପ୍ରକାଶ କରିଛନ୍ତି। ଏ ସମ୍ପର୍କରେ ବୁଦ୍ଧିଜୀବୀ ମହେଶ୍ୱର ଜେନା କହିଛନ୍ତି, ସାମ୍ପ୍ରତିକ ସମୟରେ ଓଡ଼ିଶାର ସଂସ୍କୃତି, ପରମ୍ପରା ବିଲୋପ ସହ ଓଡ଼ିଆ ଭାଷା ବିକୃତ ହେବାରେ ଲାଗିଛି। ଉପରୋକ୍ତ ଅଞ୍ଚଳରେ ବସବାସ କରୁଥିବା ଲୋକ ଓଡ଼ିଆ ଭାଷାରେ ଲେଖାପଢ଼ା ସହ କଥାବାର୍ତ୍ତା ପ୍ରତି ବିମୁଖ ହୋଇଛନ୍ତି। ବିଦ୍ୟାଳୟରେ ଛାତ୍ରୀଛାତ୍ର ବଙ୍ଗଳାରେ କଥାବାର୍ତ୍ତା ହେବା ସହ ବିଭିନ୍ନ ଦୋକାନରେ ବଙ୍ଗଳା ଭାଷାର ଧର୍ମପୁସ୍ତକ, ପଞ୍ଜିକା, କ୍ୟାଲେଣ୍ଡର ଆଦି ବିକ୍ରି ହେଉଛି। ସ୍ଥାନୀୟ ନେତା ଭୋଟରଙ୍କୁ ଆକୃଷ୍ଟ ପାଇଁ ବଙ୍ଗଳାରେ ଭାଷଣ ଦେଉଛନ୍ତି। ଏପରିସ୍ଥିରେ ଓଡ଼ିଆ ଭାଷା ଆସିବ କେଉଁଠୁ ବୋଲି ସେ ପ୍ରଶ୍ନ କରିଛନ୍ତି। ଏ ସମ୍ପର୍କରେ ଗୃହ କମିଟି ସଦସ୍ୟ ତଥା ପୂର୍ବତନ ଜିଲାପାଳ ଦାଶରଥି ଶତପଥୀଙ୍କୁ ପଚାରିବାରେ ଓଡ଼ିଶାର ଉପାନ୍ତ ଅଞ୍ଚଳରେ ଓଡ଼ିଆ ଭାଷାଭାଷୀଙ୍କ ସ୍ଥିତି ଦିନକୁଦିନ କମୁଛି। ଏହାର ଅନୁଧ୍ୟାନ ଓ ନିରାକରଣ ପାଇଁ ଗୃହ କମିଟି ସଦସ୍ୟମାନେ ଉପାନ୍ତ ଜିଲାଗୁଡିକ ଗସ୍ତ କରିବେ ବୋଲି ସ୍ଥିର କରାଯାଇଛି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅପହରଣର ୬୫ ବର୍ଷ ପରେ ଘରକୁ ଫେରିଲେ ବୃଦ୍ଧା; ବର୍ତ୍ତମାନର ବୟସ ୮୦, କାହାଣୀ ଜାଣିଲେ…

ଲକ୍ଷ୍ନୌ,୧୫।୨: ଉତ୍ତର ପ୍ରଦେଶର ହରଦୋଇ ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଯେତେବେଳେ ଜଣେ ୮୦ ବର୍ଷୀୟ ବୃଦ୍ଧା ତାଙ୍କ ପିତାମାତାଙ୍କ ଘରକୁ ଫେରିଲେ, ସେତେବେଳେ…

ଡିଜିଟାଲ ଯୁଗରେ ମନ୍ଦିରରେ ବସିଛନ୍ତି କ୍ୟାସଲେସ ଭିକାରୀ, କ୍ୟୁଆର କୋଡ୍ ସ୍କାନ କରି ପେମେଣ୍ଟ….

ପାରଳାଖେମୁଣ୍ଡି,୧୫।୨(ଗିରିଧାରୀ ପରିଛା): ଡିଜିଟାଲ ଯୁଗରେ ବର୍ତ୍ତମାନ ଭିକାରୀମାନେ ମଧ୍ୟ କ୍ୟାସଲେସ ବିଧି ଆପଣାଇଲେଣି । ଏପରି କିଛି ଭିଡିଓ ସୋସିଆଲ ମିଡିଆରେ ବେଶ୍ ଭାଇରାଲ୍ ହୋଇଥାଏ ।…

ପାକିସ୍ତାନ ଅଧିନାୟକଙ୍କ ମାଷ୍ଟରଷ୍ଟ୍ରୋକ୍‌ରେ ଫସିଲା ଭାରତ: ଖାତା ଖୋଲିବା ପୂର୍ବରୁ ଅଭିଷେକ ଆଉଟ୍

କଲମ୍ବୋ,୧୫।୨: ଟି-୨୦ ବିଶ୍ୱକପ୍‌ର ଗୁରୁତ୍ୱପୂର୍ଣ୍ଣ ମ୍ୟାଚରେ ଭାରତକୁ ଝଟକା ଦେବାରେ ସଫଳ ହୋଇଛି ପାକିସ୍ତାନ । ପାକିସ୍ତାନ ଅଧିନାୟକ ସଲମାନ ଅଲି ଆଘାଙ୍କ ଏକ ଚତୁର ରଣନୀତି…

ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ ଉଦଯାପିତ, ଆଧ୍ୟାତ୍ମିକ ଜ୍ଞାନ ସଂପର୍କରେ ଜନ ସମାଜକୁ…

ଭଞ୍ଜନଗର,୧୫।୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ରହ୍ମକୁମାରୀ ଇଶ୍ୱରୀୟ ବିଶ୍ଵବିଦ୍ୟାଳୟ ଶାଖା ପକ୍ଷରୁ ଗତ ୨ ତାରିଖରୁ ବାହାରିଥିବା ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ କାର୍ଯ୍ୟକ୍ରମ…

ଏପ୍ରିଲରୁ ଲାଗୁ ହୋଇପାରେ ଭାରତ-ୟୁକେ ଚୁକ୍ତି, କଣ ଶସ୍ତା କଣ ମହଙ୍ଗା ହେବ ଜାଣନ୍ତୁ

ନୂଆଦିଲ୍ଲୀ,୧୫।୨: ଭାରତ ଏବଂ ୟୁକେ ମଧ୍ୟରେ ଜୁଲାଇ ୨୦୨୫ ରେ ସ୍ୱାକ୍ଷରିତ ହୋଇଥିବା ଭାରତ-ୟୁକେ ମୁକ୍ତ ବାଣିଜ୍ୟ ଚୁକ୍ତିନାମା ଏପ୍ରିଲ ୨୦୨୬ ରେ କାର୍ଯ୍ୟକାରୀ ହେବା ନେଇ…

ନୂଆ ଦାୟିତ୍ବ ଦେଲେ ନବୀନ, ଗଜପତି ଜିଲା ବିଜେଡି ମହିଳା ସଭାପତି ହେଲେ ସଂଯୁକ୍ତା ବେହେରା

ଗଜପତି,୧୫।୨(ଗିରିଧାରୀ ପରିଛା): ବିଜେଡି ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଜପତି ଜିଲା ମହିଳା ବିଜେଡି ସଭାପତି ଭାବେ ସଂଯୁକ୍ତା ବେହେରାଙ୍କୁ ମନୋୟନ କରିଛନ୍ତି ।…

ନକଲି ମାଓବାଦୀ ପୋଷ୍ଟର ମାମଲାରେ ଦୁଇ ଗିରଫ, ସ୍କାନରରେ ଅଛନ୍ତି….

ରାୟଗଡ଼ା,୧୫/୨(ଆଶିଷ ରଞ୍ଜନ ପଣ୍ଡା): ରାୟଗଡାରୁ ଦୁଇ ନକଲି ମାଓବାଦୀଙ୍କୁ ଗିରଫ କରିଛି ରାୟଗଡ଼ା ପୋଲିସ । ଏହି ଦୁଇଜଣଙ୍କ ମଧ୍ୟରୁ ଜଣେ ସାମ୍ବାଦିକ ଓ ଅନ୍ୟଜଣେ ବଳୀ…

ଜୟଦୂର୍ଗା ଫାଉଣ୍ଡେସନ ଟ୍ରଷ୍ଟ ଅଧ୍ୟକ୍ଷା ଗିରଫ ମାମଲା; ଖୋଲୁଛି ଗୁମର, ଚାକିରି ଦେବା ନାଁରେ ଠକେଇ…

ହାଟଡିହୀ,୧୫।୨(ଶୁଭକାନ୍ତ ନାୟକ): ଜୟଦୂର୍ଗା ଫାଉଣ୍ଡେସନ ଟ୍ରଷ୍ଟ ଅଧ୍ୟକ୍ଷା ସୁରେଶ୍ୱରୀ ସାଗରୀକା ଜେନା ଏକ ଠକେଇ ମାମଲାରେ ଗତ ଶନିବାର ଗିରଫ ହେବା ପରେ ତାଙ୍କର ଠକେଇ ଗୁମର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri