ଭୁବନେଶ୍ୱର,୭ା୧: ହାଡ଼ଭଙ୍ଗା ଶୀତରେ ଥରୁଛି ସାରା ରାଜ୍ୟ। ୨୩ ସହରର ପାରଦ ୧୦ ଡିଗ୍ରୀ ତଳେ ଥିବାବେଳେ ୩୮ସହରରେ ୧୨ ଡିଗ୍ରୀ ତଳେ ତାପମାତ୍ରା ରହିଛି। ଜି. ଉଦୟଗିରି ରାଜ୍ୟରେ ସବୁଠୁ ଥଣ୍ଡା ସହର ହୋଇଥିବାବେଳେ ଏଠାରେ ତାପମାତ୍ରା ୩ ଡିଗ୍ରୀ ରହିଛି।
ସେହିପରି ସେମିଳିଗୁଡ଼ାରେ ୪.୧ ଡିଗ୍ରୀ, ଫୁଲବାଣୀ ୫ ଡିଗ୍ରୀ, ରାଉରକେଲାରେ ୫.୧ ଡିଗ୍ରୀ, ଝାରସୁଗୁଡ଼ାରେ ୫.୪ ଡିଗ୍ରୀ, ଦାରିଙ୍ଗବାଡ଼ିରେ ୭ ଡିଗ୍ରୀ, କିରୋଇରେ ୭.୪ ଡିଗ୍ରୀ, କେନ୍ଦୁଝରରେ ୭.୬ ଡିଗ୍ରୀ, ଚିପିଲିମାରେ ୭.୭ ଡିଗ୍ରୀ, ସୁନ୍ଦରଗଡ଼ ଓ ଭବାନୀପାଟଣାରେ ତାପମାତ୍ରା ୭.୮ ଡିଗ୍ରୀ ରହିଛି।
ଅନୁଗୋଳରେ ତାପମାତ୍ରା ୮ ଡିଗ୍ରୀ ଥିବାବେଳେ କୋରାପୁଟ ଓ ବଲାଙ୍ଗୀରରେ ୮.୫ ଡିଗ୍ରୀ ରହିଛି। ବାରିପଦା ଓ ଢେଙ୍କାନାଳ ୮.୬ ଡିଗ୍ରୀ, ରାଣୀତାଲରେ ୮.୮ ଡିଗ୍ରୀ, ନବରଙ୍ଗପୁର ୯.୫ ଡିଗ୍ରୀ ରହିଛି। ସେହିପରି କଟକ ଓ ସୋନପୁରରେ ୯.୬ ଡିଗ୍ରୀ ତାପମାତ୍ରା ଥିବାବେଳେ ବାଲେଶ୍ବରରେ ୯.୮, ସମ୍ବଲପୁରରେ ୯.୯ ଡିଗ୍ରୀ ସର୍ବନିମ୍ନ ତାପମାତ୍ରା ରିହଛି।


