ସରକାରୀ ଜମିରୁ ଚାଲିଛି ମାଟି ଚାଲାଣ: ବ୍ୟବସାୟୀ ଲାଭବାନ, ପ୍ରଶାସନ ନୀରବ ଦ୍ରଷ୍ଟା

ପଟ୍ଟାମୁଣ୍ଡାଇ,୯ା୬(ସ୍ବ.ପ୍ର.): ପଟ୍ଟାମୁଣ୍ଡାଇ ପୌରାଞ୍ଚଳ ଅଧୀନ ଅଳଭା ବ୍ରାହ୍ମଣୀ ନଦୀ ପାଳରେ ବଡ ବଡ ଗାତ କରାଯାଇ ମାଟି ଚାଲାଣ କରାଯାଇଛି । ମାଟି ବ୍ୟବସାୟୀମାନେ ଏଥିରେ ଲାଭବାନ ହେଉଥିବା ବେଳେ ରାଜ୍ୟ ସରକାର ରାଜସ୍ବ ହରାଉଛନ୍ତି। ସରକାରଙ୍କ ସମସ୍ତ ନୀତି ନିୟମକୁ ଖୋଲାଖୋଲି ଉଲ୍ଲଂଘନ କରାଯାଇ ଜେସିବି ଓ ଟ୍ରାକ୍ଟର ଦ୍ୱାରା ପ୍ରତିଦିନ ଶତାଧିକ ଟ୍ରିପ ମାଟି ଉଠା ଯାଉଛି । ଉପରୋକ୍ତ ସ୍ଥାନରୁ ମାଟି ଉଠାଣକୁ ନ୍ୟାଶନାଲ୍‌ ଗ୍ରୀନ ଟ୍ରିବ୍ୟୁନାଲ (ଏନ୍‌ଜିଟି) ବନ୍ଦ କରିବା ସହିତ କେନ୍ଦ୍ରାପଡ଼ା ଜିଲା ପ୍ରଶାସନକୁ କଡ଼ା ଭାଷାରେ ସମାଲୋଚନା କରିଥିଲେ। ମାଟି ବ୍ୟବସାୟୀଙ୍କଠାରୁ ଲକ୍ଷାଧିକ ଟଙ୍କାର ଜରିମାନା ଆଦାୟ କରିବାକୁ ଏନ୍‌ଜିଟି ନିର୍ଦ୍ଦେଶ ଦେଇଥିଲେ । ଏତେସବୁ କଟକଣା ଥାଇ ବି କେତେଜଣ ସରକାରୀ କର୍ମଚାରୀଙ୍କ ସହଯୋଗରେ ମାଟି ଚାଲାଣ କରାଯାଉଥିବା ଅଭିଯୋଗ ହୋଇଛି ।

ଏ ସଂକ୍ରାନ୍ତରେ ସାମାଜିକ କର୍ମୀ ସର୍ବେଶ୍ୱର ସେଠୀ କୁହନ୍ତି, କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ତହସିଲ ଅଧୀନ ଅଳଭା ପାଳରେ ଥିବା ସରକାରୀ ଜମିରୁ ବେଧଡ଼କ ଭାବେ ଶତାଧିକ ଟ୍ରିପ ମାଟି ବାଲି ଉଠାଣ ଚାଲିଛି। ଏ ସମ୍ପର୍କରେ ନିମପୁର ଶାସନ ଓ ଅଳଭା ଗ୍ରାମବାସୀ ଅଭିଯୋଗ କରିବା ସହିତ ଏହା ବନ୍ୟା ନିରୋଧକ ବନ୍ଧ ପ୍ରତି ବିପଦ ସୃଷ୍ଟି କରୁଛି ବୋଲି କହିଛନ୍ତି । ସ୍ଥାନୀୟ ତହସିଲଦାର ବେଆଇନ ମାଟି ଉଠାଣକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଗ୍ରାମବାସୀ ବାରମ୍ବାର ଦାବି କରି ଆସୁଛନ୍ତି । ଅଳଭା ବ୍ରାହ୍ମଣୀ ନଦୀ ପଠାରୁ ବାଲି ମାଟି ଉଠାଣକୁ ନେଇ ଏନ୍‌ଜିଟି ପକ୍ଷରୁ ମାମଲା ରୁଜୁ କରାଯାଇ ସମ୍ପୂର୍ଣ୍ଣ ମାଟି ଉଠାଣକୁ ବନ୍ଦ କରାଯାଇଥିଲା। ମାତ୍ର ଏହାର ୧ କି.ମି. ଦୂରରେ ମାଟି ବ୍ୟବସାୟୀମାନେ ବିବାଦୀୟ ସ୍ଥାନରୁ ଜେସିବି ଲଗାଇ ହାଇୱାରେ ମାଟି ଉଠାଇବା ଘଟଣାରେ ପ୍ରଶାସନ କାହିଁକି ନୀରବ ଦ୍ରଷ୍ଟା ସାଜିଛି ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

ଏ ସମ୍ପର୍କରେ ତହସିଲଦାର ଦିଲ୍ଲୀପ ସେଠୀଙ୍କୁ ଯୋଗାଯୋଗ କରିବାରେ ସରକାରୀ ରାସ୍ତା କାମ ପାଇଁ ବାଲି ମାଟି ଉଠାଣ କରାଯାଉଛି। ମାଟି ଖୋଳାରେ ନିୟୋଜିତ ଥିବା ଗାଡ଼ିକୁ ଜବତ କରି ଜରିମାନା ଆଦାୟ କରିବାକୁ ତହସିଲ ଅଫିସରେ ସେହି ଗାଡ଼ିକୁ ଅଟକ ରଖାଯାଇଛି ବୋଲି ସେ କହିଛନ୍ତି । ଏ ସମ୍ପର୍କରେ ସାମାଜିକ କର୍ମୀ ମିଟୁ ଦାଶ କହିଛନ୍ତି, ଅଳଭାଠାରେ ବ୍ରାହ୍ମଣୀ ନଦୀ ପଠାରୁ ବେଆଇନ ବାଲିମାଟି ଉଠାଣ ନେଇ ଗ୍ରୀନ ଟ୍ରିବ୍ୟୁନାଲ ରହିତାଦେଶ ଦେଇଥିଲେ । କିନ୍ତୁ ସେଠାରୁ ବାଲି ମାଟି ଉଠାଣ ବନ୍ଦ ଥିବା ବେଳେ ଏହାର ୧ କି.ମି.ଦୂର ଅଳଭାଠାରେ କିପରି ବେଆଇନ ଭାବେ ବାଲି ମାଟି ଉଠାଣ ହେଉଛି ସେଥିପାଇଁ ସେ ମୁଖ୍ୟ ଶାସନ ସଚିବଙ୍କ ସହିତ ଆଲୋଚନା କରି ଏନ୍‌ଜିଟିର ଦ୍ୱାରସ୍ଥ ହେବେ ବୋଲି କହିଛନ୍ତି ା
ସୂଚନାଯୋଗ୍ୟ, ଯେଉଁ ଠିକାଦାରମାନେ ସରକାରୀ କାମ କରୁଛନ୍ତି ସେମାନେ ଦୂରରୁ ମାଟି କିଣି ଆଣି କାମ କରିବା ପାଇଁ ଚୁକ୍ତି ସ୍ବାକ୍ଷରିତ କରିଛନ୍ତି । ମାତ୍ର ସ୍ଥାନୀୟ ପ୍ରଶାସନକୁ ହାତ କରି ବେଆଇନ ଭାବେ ସରକାରୀ ଜମିରୁ ବିନାମୂଲ୍ୟରେ ମାଟି ଉଠାଇବା ଘଟଣା ସମଗ୍ର ଅଞ୍ଚଳ ପାଇଁ ବିପଦ ସୃଷ୍ଟି କରିବ ବୋଲି ସ୍ଥାନୀୟ ଲୋକେ କହିଛନ୍ତି ା


Enter your email to get our daily news in your inbox.

All Right Reserved By Dharitri.Com

ବରଗଡ଼ ଧନୁଯାତ୍ରା: ଦେବକୀଙ୍କ କୋଳରେ ଜନ୍ମନେଲେ ଶ୍ରୀକୃଷ୍ଣ

ମଥୁରାନଗରୀ,୨୫।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଧନୁଯାତ୍ରା ମହୋତ୍ସବର ଦ୍ୱିତୀୟ ଦିବସ ଗୁରୁବାରରେ ମଥୁରାନଗରୀର ଲୋକ ମଣ୍ଡପ ପଡ଼ିଆରେ ରଙ୍ଗମହଲ ଉଦଘାଟିତ ହୋଇଛି। ଜିଲାପାଳ ଆଦିତ୍ୟ ଗୋୟଲ ଏହି...

ଗୁଲୁଆଙ୍କ ପାଲଟା ଅଭିଯୋଗ: ‘ମୋତେ ଶାରୀରିକ ସମ୍ପର୍କ ରଖିବାକୁ ମନା କରିଥିଲେ ବର୍ଷା, ମୁଁ ନୁହେଁ ବରଂ ସେ… 

ଭୁବନେଶ୍ୱର,୨୫।୧୨: ସୋସିଆଲ ମିଡିଆର ଅନ୍ୟତମ ଚର୍ଚ୍ଚିତ ଯୋଡ଼ି ତଥା ୟୁଟ୍ୟୁବର ଆଶିଷ ଦାଶ ଓରଫ ଗୁଲୁଆ-ବର୍ଷାଙ୍କ ପାରିବାରିକ କଳି ଏବେ ଦାଣ୍ଡରେ ପଡ଼ି ହାଟରେ ଗଡ଼ିଲାଣି।...

୧୭ ବର୍ଷ ପରେ ପୁଣି ଚର୍ଚ୍ଚାରେ ଗସମା ଜଙ୍ଗଲ: ମାଓବାଦୀ ସଂଗଠନକୁ ଶକ୍ତ ଧକ୍କା, ପୋଲିସକୁ ବଡ ସଫଳତା 

ଭଞ୍ଜନଗର,୨୫।୧୨(ବାବୁଲା ପ୍ରଧାନ)- ଦୀର୍ଘ ୧୭ ବର୍ଷ ପରେ ପୁଣି ଚର୍ଚ୍ଚାକୁ ଆସିଛି ଗସମା ଜଙ୍ଗଲ । ୨୦୦୮ ମସିହା ଫେବୃୟାରୀ ମାସ ୧୫ ତାରିଖ ରାତିରେ...

ରାଜ୍ୟସ୍ତରୀୟ ବିଜ୍ଞାନ ମେଳାରେ କେ ଏମ ଭାଲିଆସାହି ଛାତ୍ରୀ, ଶୁଭେଚ୍ଛା ଜ୍ଞାପନ କରି…

ମୋହନା,୨୫ ।୧୨(ମନ୍ମଥ ମିଶ୍ର ): କେଉଁ ଆଦିମ କାଳରୁ ବିଜ୍ଞାନ ମନୁଷ୍ୟ ସମାଜର ଅଶେଷ ହିତ ସାଧନ କରି ଆସିଅଛି।ବିଜ୍ଞାନ ବିନା ସମାଜର ଉନ୍ନତିର ପରିକଳ୍ପନା...

ଅସହାୟଙ୍କୁ ସହାୟତାର ହାତ ବଢାଇଲା ନ୍ୟୁ ଲାଇଫ ମିଶନ

କେସିଙ୍ଗା,୨୫ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ କୁର୍ଲୁପଡ଼ା ଗ୍ରାମର ନ୍ୟୁ ଲାଇଫ ମିଶନ ପରିସରରେ ଅନୁଷ୍ଠାନର ପ୍ରତିଷ୍ଠାତା ତଥା ଡାଇରେକ୍ଟର ସିଆନି ହରପାଲ...

ବଡ଼ ଧୂମଧାମରେ ପାଳିତ ହେଲା ବଡ଼ଦିନ: ପୁଣି ବର୍ଷେ ଅପେକ୍ଷା

ଦାରିଙ୍ଗବାଡି, ୨୫।୧୨ (ଅରୁଣ ସାହୁ): ଆସିଛି ଖୁସିର ମୁହୂର୍ତ୍ତ। ଯୀଶୁଖ୍ରୀଷ୍ଟଙ୍କ ଆଗମନକୁ ନେଇ ସବୁଠି ଖୁସି ଓ ଆନନ୍ଦର ମୁହୂର୍ତ୍ତ ଘରେ ଘରେ ଜମିଛି ମିଠା...

ପରିତ୍ୟକ୍ତ ଅବସ୍ଥାରେ ସରକାରୀ ଆୟୁର୍ବେଦିକ ଚିକିତ୍ସାଳୟ, ଅର୍ଥ ମଞ୍ଜୁର ହୋଇଥିଲେ ବି…

କର୍ଲାମୁଣ୍ଡା,୨୫।୧୨(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ଜୋରାଡ଼ବରାଠାରେ ପରିତ୍ୟକ୍ତ ଅବସ୍ଥାରେ ରହିଛି ସରକାରୀ ଆୟୁର୍ବେଦିକ ଚିକିତ୍ସାଳୟ। ସରକାର ୧୯୮୮ ମସିହାରେ ଏହି ଚିକିତ୍ସାଳୟ...

ଭଉଣୀଙ୍କୁ ଅସଦାଚରଣ କରିଥିଲେ ଭାଇ, ଅଭିଯୋଗ ହେବାପରେ ଘଟିଲା…

ଦିଗପହଣ୍ଡି, ୨୫।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମକୋଇ ପଞ୍ଚାୟତ ସିନ୍ଧୁଖାଳି ଗ୍ରାମରେ ଭଉଣୀଙ୍କୁ ଅସଦାଚରଣ ସହ ମରଣାନ୍ତକ ଆକ୍ରମଣ କରିଥିବା ଅଭିଯୋଗରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri