ସରକାରୀ ଜମିରୁ ଚାଲିଛି ମାଟି ଚାଲାଣ: ବ୍ୟବସାୟୀ ଲାଭବାନ, ପ୍ରଶାସନ ନୀରବ ଦ୍ରଷ୍ଟା

ପଟ୍ଟାମୁଣ୍ଡାଇ,୯ା୬(ସ୍ବ.ପ୍ର.): ପଟ୍ଟାମୁଣ୍ଡାଇ ପୌରାଞ୍ଚଳ ଅଧୀନ ଅଳଭା ବ୍ରାହ୍ମଣୀ ନଦୀ ପାଳରେ ବଡ ବଡ ଗାତ କରାଯାଇ ମାଟି ଚାଲାଣ କରାଯାଇଛି । ମାଟି ବ୍ୟବସାୟୀମାନେ ଏଥିରେ ଲାଭବାନ ହେଉଥିବା ବେଳେ ରାଜ୍ୟ ସରକାର ରାଜସ୍ବ ହରାଉଛନ୍ତି। ସରକାରଙ୍କ ସମସ୍ତ ନୀତି ନିୟମକୁ ଖୋଲାଖୋଲି ଉଲ୍ଲଂଘନ କରାଯାଇ ଜେସିବି ଓ ଟ୍ରାକ୍ଟର ଦ୍ୱାରା ପ୍ରତିଦିନ ଶତାଧିକ ଟ୍ରିପ ମାଟି ଉଠା ଯାଉଛି । ଉପରୋକ୍ତ ସ୍ଥାନରୁ ମାଟି ଉଠାଣକୁ ନ୍ୟାଶନାଲ୍‌ ଗ୍ରୀନ ଟ୍ରିବ୍ୟୁନାଲ (ଏନ୍‌ଜିଟି) ବନ୍ଦ କରିବା ସହିତ କେନ୍ଦ୍ରାପଡ଼ା ଜିଲା ପ୍ରଶାସନକୁ କଡ଼ା ଭାଷାରେ ସମାଲୋଚନା କରିଥିଲେ। ମାଟି ବ୍ୟବସାୟୀଙ୍କଠାରୁ ଲକ୍ଷାଧିକ ଟଙ୍କାର ଜରିମାନା ଆଦାୟ କରିବାକୁ ଏନ୍‌ଜିଟି ନିର୍ଦ୍ଦେଶ ଦେଇଥିଲେ । ଏତେସବୁ କଟକଣା ଥାଇ ବି କେତେଜଣ ସରକାରୀ କର୍ମଚାରୀଙ୍କ ସହଯୋଗରେ ମାଟି ଚାଲାଣ କରାଯାଉଥିବା ଅଭିଯୋଗ ହୋଇଛି ।

ଏ ସଂକ୍ରାନ୍ତରେ ସାମାଜିକ କର୍ମୀ ସର୍ବେଶ୍ୱର ସେଠୀ କୁହନ୍ତି, କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ତହସିଲ ଅଧୀନ ଅଳଭା ପାଳରେ ଥିବା ସରକାରୀ ଜମିରୁ ବେଧଡ଼କ ଭାବେ ଶତାଧିକ ଟ୍ରିପ ମାଟି ବାଲି ଉଠାଣ ଚାଲିଛି। ଏ ସମ୍ପର୍କରେ ନିମପୁର ଶାସନ ଓ ଅଳଭା ଗ୍ରାମବାସୀ ଅଭିଯୋଗ କରିବା ସହିତ ଏହା ବନ୍ୟା ନିରୋଧକ ବନ୍ଧ ପ୍ରତି ବିପଦ ସୃଷ୍ଟି କରୁଛି ବୋଲି କହିଛନ୍ତି । ସ୍ଥାନୀୟ ତହସିଲଦାର ବେଆଇନ ମାଟି ଉଠାଣକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଗ୍ରାମବାସୀ ବାରମ୍ବାର ଦାବି କରି ଆସୁଛନ୍ତି । ଅଳଭା ବ୍ରାହ୍ମଣୀ ନଦୀ ପଠାରୁ ବାଲି ମାଟି ଉଠାଣକୁ ନେଇ ଏନ୍‌ଜିଟି ପକ୍ଷରୁ ମାମଲା ରୁଜୁ କରାଯାଇ ସମ୍ପୂର୍ଣ୍ଣ ମାଟି ଉଠାଣକୁ ବନ୍ଦ କରାଯାଇଥିଲା। ମାତ୍ର ଏହାର ୧ କି.ମି. ଦୂରରେ ମାଟି ବ୍ୟବସାୟୀମାନେ ବିବାଦୀୟ ସ୍ଥାନରୁ ଜେସିବି ଲଗାଇ ହାଇୱାରେ ମାଟି ଉଠାଇବା ଘଟଣାରେ ପ୍ରଶାସନ କାହିଁକି ନୀରବ ଦ୍ରଷ୍ଟା ସାଜିଛି ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

ଏ ସମ୍ପର୍କରେ ତହସିଲଦାର ଦିଲ୍ଲୀପ ସେଠୀଙ୍କୁ ଯୋଗାଯୋଗ କରିବାରେ ସରକାରୀ ରାସ୍ତା କାମ ପାଇଁ ବାଲି ମାଟି ଉଠାଣ କରାଯାଉଛି। ମାଟି ଖୋଳାରେ ନିୟୋଜିତ ଥିବା ଗାଡ଼ିକୁ ଜବତ କରି ଜରିମାନା ଆଦାୟ କରିବାକୁ ତହସିଲ ଅଫିସରେ ସେହି ଗାଡ଼ିକୁ ଅଟକ ରଖାଯାଇଛି ବୋଲି ସେ କହିଛନ୍ତି । ଏ ସମ୍ପର୍କରେ ସାମାଜିକ କର୍ମୀ ମିଟୁ ଦାଶ କହିଛନ୍ତି, ଅଳଭାଠାରେ ବ୍ରାହ୍ମଣୀ ନଦୀ ପଠାରୁ ବେଆଇନ ବାଲିମାଟି ଉଠାଣ ନେଇ ଗ୍ରୀନ ଟ୍ରିବ୍ୟୁନାଲ ରହିତାଦେଶ ଦେଇଥିଲେ । କିନ୍ତୁ ସେଠାରୁ ବାଲି ମାଟି ଉଠାଣ ବନ୍ଦ ଥିବା ବେଳେ ଏହାର ୧ କି.ମି.ଦୂର ଅଳଭାଠାରେ କିପରି ବେଆଇନ ଭାବେ ବାଲି ମାଟି ଉଠାଣ ହେଉଛି ସେଥିପାଇଁ ସେ ମୁଖ୍ୟ ଶାସନ ସଚିବଙ୍କ ସହିତ ଆଲୋଚନା କରି ଏନ୍‌ଜିଟିର ଦ୍ୱାରସ୍ଥ ହେବେ ବୋଲି କହିଛନ୍ତି ା
ସୂଚନାଯୋଗ୍ୟ, ଯେଉଁ ଠିକାଦାରମାନେ ସରକାରୀ କାମ କରୁଛନ୍ତି ସେମାନେ ଦୂରରୁ ମାଟି କିଣି ଆଣି କାମ କରିବା ପାଇଁ ଚୁକ୍ତି ସ୍ବାକ୍ଷରିତ କରିଛନ୍ତି । ମାତ୍ର ସ୍ଥାନୀୟ ପ୍ରଶାସନକୁ ହାତ କରି ବେଆଇନ ଭାବେ ସରକାରୀ ଜମିରୁ ବିନାମୂଲ୍ୟରେ ମାଟି ଉଠାଇବା ଘଟଣା ସମଗ୍ର ଅଞ୍ଚଳ ପାଇଁ ବିପଦ ସୃଷ୍ଟି କରିବ ବୋଲି ସ୍ଥାନୀୟ ଲୋକେ କହିଛନ୍ତି ା


Enter your email to get our daily news in your inbox.

All Right Reserved By Dharitri.Com

ଫାଇନାଲ ପରୀକ୍ଷା ଦେବାକୁ ଯାଇ ଯୁକ୍ତ ୨ ଛାତ୍ରୀ ନିଖୋଜ, ଜଣେ ଯୁବକ ଅପହରଣ କରିନେଇଥିବା ନେଇ…

ଗଜପତି,୧୦।୨ (ଗିରିଧାରୀ ପରିଛା)-ଗଜପତି ଜିଲା ସଦରମହକୁମା ପାରଳାଖେମୁଣ୍ଡି ସହରର ଆଦର୍ଶ ଥାନା ସମ୍ମୁଖ ମାଧିକା ସାହିର ଜଣେ ଯୁକ୍ତ ଦୁଇ ଛାତ୍ରୀ ନିଖୋଜ ଥିବା ବେଳେ ତାଙ୍କୁ…

ବ୍ୟାଙ୍କ ଶାଖା କାର୍ଯ୍ୟାଳୟ ସ୍ଥାନାନ୍ତରକୁ ନେଇ ବିବାଦ ଘନେଇଲା,ତହସିଲଦାରଙ୍କୁ ସ୍ମାରକପତ୍ର 

ଦିଗପହଣ୍ଡି,୧୦। ୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଭୀଷ୍ମଗିରି ଗ୍ରାମରେ ଥିବା ଇଣ୍ଡିଆନ୍ ଓଭରସିଜ ବ୍ୟାଙ୍କ ଶାଖା କାର୍ଯ୍ୟାଳୟ ସ୍ଥାନାନ୍ତରକୁ ନେଇ ଗ୍ରାମର ଦୁଇ…

ଝଡାଫୁଙ୍କା ବାହାନାରେ ନାବାଳିକାଙ୍କୁ ବଳାତ୍କାର, ସୋନପୁର ଜେଲକୁ ଗଲେ…

ଡୁଙ୍ଗୁରିପାଲି, ୧୦ା୨(ଦୀନବନ୍ଧୁ ସୁନା): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ରାମପୁର ଥାନା ଅଞ୍ଚଳରେ ଝଡାଫୁଙ୍କା ବାହାନା କରି ଜଣେ ମାନସିକ ବିକାରଗ୍ରସ୍ତ ନାବାଳିକାଙ୍କୁ ବଳାତ୍କାର ଅଭିଯୋଗ ହୋଇଛି। ପୀଡିତା…

ଖୁଣ୍ଟାପୁର ଗ୍ରାମରେ ଡକାୟତି: ଫେରାର ହେବାକୁ ଉଦ୍ୟମ ବେଳେ ଜଣଙ୍କୁ ମାଡ଼ି ବସି ନିର୍ଧୁମ ଛେଚିଲେ ଗ୍ରାମବାସୀ, ପୋଲିସ…

ବୈଶିଙ୍ଗା,୧୦।୨(ରତନ ଦାଶ): ମୟୂରଭଞ୍ଜ ଜିଲାର ବୈଶିଙ୍ଗା ଥାନା ଅର୍ନ୍ତଗତ ଖୁଣ୍ଟାପୁର ଗ୍ରାମରେ ମଙ୍ଗଳବାର ସା ୭.୩୦ ସମୟରେ ୬ ଜଣ ଦୁର୍ବୃତ୍ତ ଡକାୟତି ଉଦ୍ଦେଶ୍ୟରେ ଚିନ୍ମୟ ମିଶ୍ରଙ୍କ…

୧୭ରେ ଗଞ୍ଜାମ ପୋଲିସ ଜିଲା ହାବିଲଦାର ଓ କନଷ୍ଟେବଲ ସଂଘ ନିର୍ବାଚନ: ନାମାଙ୍କନ କଲେ ୩୬ ପ୍ରାର୍ଥୀ…

ଛତ୍ରପୁର,୧୦ା୧୦ (ଦିଲୀପ ସାମଲ)-ଗଞ୍ଜାମ ପୋଲିସ ଜିଲା ହାବିଲଦାର ଓ କନଷ୍ଟେବଲ ସଂଘର କର୍ମକର୍ତ୍ତା ନିର୍ବାଚନ ଫେବୃଆରୀ ୧୭ ତାରିଖରେ ଅନୁଷ୍ଠିତ ହେବ। ସଂଘର ବିଭିନ୍ନ ପଦ ପଦବୀ…

ଶକ୍ତି ଉତ୍ତୋଳନରେ ରାୟଗଡ଼ା ଜିଲା କ୍ରୀଡ଼ାବିତ୍‌ଙ୍କ ବାଜିମାତ୍‌: ୩ଦିନରେ ୫ ସ୍ୱର୍ଣ୍ଣ, ୪ ରୌପ୍ୟ ଏବଂ ଗୋଟିଏ କାଂସ୍ୟ ପଦକ…

ରାୟଗଡ଼ା,୧୦।୨(ଆଶିଷ ରଞ୍ଜନ ପଣ୍ଡା)- ଓଡ଼ିଶା ଶକ୍ତି ଉତ୍ତୋଳନ ସଂଘ ପକ୍ଷରୁ ଭୁବନେଶ୍ୱର ସ୍ଥିତ ଉତ୍କଳ କରାଟେ ବିଦ୍ୟାଳୟଠାରେ ୬ରୁ ୮ ତାରିଖ ତିନିଦିନିଆ ୩୨ତମ ରାଜ୍ୟ ଶକ୍ତି…

ରାୟଗଡ଼ା କୋର୍ଟରେ ହାଜର ହେଲେ ମାଓବାଦୀ ନେତା ଆଜାଦ୍‌: ବନ୍ଧୁକ ମୁନରେ ନାବାଳିକାଙ୍କୁ ଅପହରଣ ପରେ ବଳାତ୍କାର…

ରାୟଗଡ଼ା,୧୦।୨(ଆଶିଷ ରଞ୍ଜନ ପଣ୍ଡା)-ନାବାଳିକାଙ୍କୁ ବଳାତ୍କାର ଓ ନିର୍ଯାତନା ଅଭିଯୋଗ ମାମଲାରେ ମାଓବାଦୀ ନେତା ଆଜାଦ୍‌ ଓରଫ୍‌ ଦୁନା କେଶବ ରାଓ ମଙ୍ଗଳବାର ରାୟଗଡ଼ା ପୋକ୍‌ସୋ କୋର୍ଟରେ ହାଜର…

ଯାଜପୁରରେ କୃମି ଔଷଧ ଖାଇ ୩୮ ଛାତ୍ରୀଛାତ୍ର ଅସୁସ୍ଥ

କଳିଙ୍ଗନଗର,୧୦।୨(ଶୁଭାଶିଷ ରାଉତ): ଯାଜପୁର ଜିଲା କୋରେଇ ବ୍ଲକ ଅନ୍ତର୍ଗତ ପଥରପଦା ପଞ୍ଚାୟତର ଓଚିନ୍ଦା ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଜାତୀୟ କୃମି ନାଶକ ଦିବସ ଅବସରରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri