ଜୀବିତଙ୍କୁ ମୃତ ଦର୍ଶାଇ ପ୍ରତିପକ୍ଷଙ୍କୁ ଜମି ପଟା ପ୍ରଦାନ କରିବା ତହସିଲଦାରଙ୍କୁ ପଡିଲା ମହଙ୍ଗା, ଚାକିରିରୁ ନିଲମ୍ବନ କଲେ ରାଜ୍ୟ ସରକାର

ସମ୍ବଲପୁର,୧୬।୯(ପ୍ରମୋଦ ବହିଦାର): ସମ୍ବଲପୁର କୁଚିଣ୍ଡା ତହସିଲଦାର ମିତାଲି ମଧୁସ୍ମିତା ଦଳେଇଙ୍କୁ ଚାକିରିରୁ ନିଲମ୍ବନ କରିଛନ୍ତି ରାଜ୍ୟ ସରକାର। ଜମିଜମା ମାମଲାରେ ପକ୍ଷପାତିତା କରିଥିବା ଅଭିଯୋଗରେ ରାଜସ୍ବ ବିଭାଗ ପକ୍ଷରୁ ତାଙ୍କୁ ନିଲମ୍ବନ କରାଯାଇଛି। ଏଭଳି ପକ୍ଷପାତିତାରେ ଶିକାର ହୋଇଥିବା ରାଜେଶ ଅଗ୍ରୱାଲ ନାମକ ଜଣେ ସ୍ଥାନୀୟ ବାସିନ୍ଦା ନ୍ୟାୟ ପାଇଁ ମୁଖ୍ୟମନ୍ତ୍ରୀଙ୍କ ସମେତ ରାଜ୍ୟ ସରକାରଙ୍କ ରାଜସ୍ବ ମନ୍ତ୍ରୀ ଓ ଉତ୍ତରାଞ୍ଚଳ ରାଜସ୍ବ ଆୟୁକ୍ତଙ୍କ ନିକଟରେ ଗୁହାରି କରିଥିଲେ। ସୂଚନଯୋଗ୍ୟ, କୁଚିଣ୍ଡା ମନ୍ଦିର ଛକର ବିଶିଷ୍ଟ ବ୍ୟବସାୟୀ ଜଗଦୀଶ ଲାଲ ସେଠଙ୍କ ପରଲୋକ ପରେ ତାଙ୍କ ନାମରେ ଥିବା ପ୍ରାୟ ୧୦ ଏକର ଜମି ଭାଗବଣ୍ଟା ଆବେଦନ ବିଚାରାଧିନ ରହିଥିଲା। ଉକ୍ତ ଜମିର ୨୭ ଜଣ ଦାବିଦାର ଥିବା ବେଳେ ତହସିଲଦାର ଦଳେଇ ଚଞ୍ଚକତା କରି ସେଥିରୁ ୨୯ ଡେସିମିଲ ଜମିକୁ ଆରଆଇଙ୍କ ୨୦୨୪ ନଭେମ୍ବର ୧୯ରେ ତଦନ୍ତ ରିପୋର୍ଟ ନମ୍ବର ୬୬୦ ଆଧାରରେ ମାତ୍ର ୪ଜଣ ଦାବିଦାର ଜୀବିତ ଥିବା ଦର୍ଶାଯାଇ ପଟ୍ଟା ପ୍ରଦାନ କରିଥିଲେ। ଏପରିକି ରାଜେଶଙ୍କ ପରିବାରର କେହି ଜୀବିତ ନଥିବା ସମ୍ପୃକ୍ତ ଆରଆଇ ରିପୋର୍ଟ ଦେଇଥିବା ଦର୍ଶାଇ ତହସିଲଦାର ଦଳେଇ ପକ୍ଷପାତିତା ପୂର୍ବକ ରାଜେଶଙ୍କ ୪ଜଣ ପ୍ରତିପକ୍ଷଙ୍କ ନାମରେ ପଟା ପ୍ରଦାନ କରିଥିଲେ। ଏହାର ବିରୋଧ କରି ରାଜେଶ ମୁଖ୍ୟମନ୍ତ୍ରୀ, ରାଜସ୍ବ ମନ୍ତ୍ରୀ ଓ ଉତ୍ତରାଞ୍ଚଳ ରାଜସ୍ବ ଆୟୁକ୍ତଙ୍କ ନିକଟରେ ଅଭିଯୋଗ କରିବାରୁ ସୋମବାର କୁଚିଣ୍ଡା ତହସିଲଦାର ମିତାଲି ମଧୁସ୍ମିତା ଦଳେଇଙ୍କୁ ଚାକିରୀରୁ ନିଲମ୍ବନ କରାଯାଇଥିବା ସୂଚନା ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ଇସ୍ତଫା ଦେଲେ ପ୍ରଦେଶ କଂଗ୍ରେସ କମିଟି ସଦସ୍ୟ, କଲେ ବଡ଼ ଖୁଲାସା, ଏହି କାରଣରୁ…

ଦିଗପହଣ୍ଡି,୨୩।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକର ପୂର୍ବତନ ଜିଲା ପରିଷଦ ସଦସ୍ୟ ତଥା ପ୍ରଦେଶ କଂଗ୍ରେସ କମିିଟି ସଦସ୍ୟ ଅରବିନ୍ଦ ନାହାକ ସୋମବାର ସନ୍ଧ୍ୟାରେ…

ଜମି ଅଧିଗ୍ରହଣକୁ ନେଇ ଗ୍ରାମବାସୀ-ପ୍ରଶାସନ ମୁହାଁମୁହିଁ, ଅନୁମତି ଅପେକ୍ଷାରେ…

ଥୁଆମୂଳ ରାମପୁର,୨୩ା୩(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ତହସିଲ ଅନ୍ତର୍ଗତ କୁରୁକୁଟି ମୌଜାରେ ପ୍ରସ୍ତାବିତ ଥଇଥାନ କଲୋନୀ ନିର୍ମାଣ ଓ ଜମି ଅଧିଗ୍ରହଣକୁ ନେଇ ପ୍ରଶାସନ…

‘ସରୁନି ଗପ କି ସରୁନି ପାପ ‘ନାଟକ ମଞ୍ଚସ୍ଥ… 

ଦିଗପହଣ୍ଡି,୨୩|୩(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ପଡିଆ ପୁରୁଷୋତ୍ତମପୁର ଗ୍ରାମ ପ୍ରକଳ୍ପ ଉଚ୍ଚ  ପ୍ରଥମିକ ବିଦ୍ୟାଳୟର ବାର୍ଷିକୋତ୍ସବ ସୋମବାର ଅନୁଷ୍ଠିତ ହୋଇଯାଇଛି।…

୨୨ ବସ୍ତା ଚାଉଳ ସହ ଜିପ୍‌ ଜବତ, ଡ୍ରାଇଭର ଅଟକ

କୋରାପୁଟ,୨୩ା୩(ଅମିତାଭ ବେହେରା): କୋରାପୁଟ ସଦର ଥାନା ପୋଲିସ ସୋମବାର ଅପରାହ୍ନରେ ଏକ  ଜିପ୍‌ ସହ ୨୨ ବସ୍ତା (୧୧ କ୍ୱିଣ୍ଟାଲ) ସରକାରୀ ଚାଉଳ ଜବତ କରିଥିବା ବେଳେ…

ମାଟ୍ରିକ ଛାତ୍ରୀଙ୍କ ସନ୍ଦେହଜନକ ମତ୍ୟୁ; ଶୋକାକୁଳ ପରିବେଶରେ…

ଦିଗପହଣ୍ଡି,୨୩।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବଡ଼ଡୁମ୍ବୁଳା ଗ୍ରାମର ମାଟ୍ରିକ ପରୀକ୍ଷା ଦେଇଥିବା ଜଣେ ଛାତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି। ମୃତକ ଜଣକ ହେଲେ…

୧୫ଦିନରେ ଚାଷୀଙ୍କ ଧାରଣା, ବିକ୍ରି ହେଲାନି ଧାନ: ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ଚାଷୀ

ବରଗଡ଼,୨୩।୩(ପ୍ରେମାନନ୍ଦ ଖମାରୀ): ରବି ଧାନବିକ୍ରି ପାଇଁ ଚାଷୀ ପଞ୍ଜୀକରଣ ଚାଲିଛି । କିନ୍ତୁ ଏପର୍ଯ୍ୟନ୍ତ ବରଗଡ଼ ଜିଲାର ଅନେକ ଚାଷୀ ଗତ ଖରିଫରେ ଅମଳ ଧାନ ବିକ୍ରି…

ଅନ୍ୟ ଜାତିର ଝିଅକୁ ପ୍ରେମ ବିବାହ ପଡିଲା ମହଙ୍ଗା: ଲଣ୍ଡା ହେଲେ ବର, ଚୁଟି କାଟିଲେ କନ୍ୟା

କୋରାପୁଟ,୨୩।୩(ଅମିତାଭ ବେହେରା ):ଆଧୁନିକ ସଭ୍ୟ ସମାଜରେ ଏବଂ ଡିଜିଟାଲ ଯୁଗରେ ଏବେ ମଧ୍ୟ କୁଳପ୍ରଥା ବଞ୍ଚିଛି । ଏହାର ଏକ ଜ୍ୱଳନ୍ତ ନମୁନା କୋରାପୁଟ ବ୍ଲକ ମାଛରା…

ବୋଟ୍‌ରୁ କାଢ଼ୁଥିଲେ ମାଛ ହଠାତ୍‌ ଟଳିପଡ଼ିଲେ…

ବାଲେଶ୍ୱର,୨୩।୩(ବାଞ୍ଛାନିଧି ଦେ): ବିଷାକ୍ତ ଗ୍ୟାସ ଯୋଗୁ ଦୁଇ ଜଣ ବୋଟ କର୍ମଚାରୀଙ୍କ ମତ୍ୟୁ ଅଭିଯୋଗ ହୋଇଛି। ବାଲେଶ୍ୱର ଜିଲା ବଳରାମଗଡ଼ି ମେରାଇନ ଥାନା ନାଉପାଳଗଡ଼ିରେ ଏଭଳି ଘଟଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri