ଆରମ୍ଭ ହେଲାଣି ରାଜ୍ୟ ବାର୍‌ କାଉନ୍‌ସିଲ୍‌ ନିର୍ବାଚନୀ ଉଷ୍ମତା

କଟକ ଅଫିସ,୨୭ା୨:ଓଡ଼ିଶା ରାଜ୍ୟ ବାର୍‌ କାଉନ୍‌ସିଲ ନିର୍ବାଚନ ଆସନ୍ତା ଏପ୍ରିଲ ୧୫ରେ ଅନୁଷ୍ଠିତ ହେବ। କାଉନ୍‌ସିଲ ପକ୍ଷରୁ ଏନେଇ ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ଆଇନଜୀବୀମାନଙ୍କ ମଧ୍ୟରେ ଉତ୍ସୁକତା ଦେଖିବାକୁ ମିଳିଛି। ବିଭିନ୍ନ ପଦବୀରେ ପ୍ରତିଦ୍ୱନ୍ଦ୍ୱିତା କରିବା ନିମନ୍ତେ ରଣକୌଶଳ ଆରମ୍ଭ ହୋଇଗଲାଣି। ଯୁବ ଆଇନଜୀବୀମାନେ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିବେ ବୋଲି ଚର୍ଚ୍ଚା ଜୋର୍‌ ଧରିଛି।
କାଉନ୍‌ସିଲ ପକ୍ଷରୁ ରବିବାର ମିଳିଥିବା ପ୍ରେସ୍‌ ଇସ୍ତାହାର ଅନୁସାରେ, ହାଇକୋର୍ଟର ପୂର୍ବତନ ବିଚାରପତି ପ୍ରମଥ ପଟ୍ଟନାୟକ ରିଟର୍ନିଂ ଅଫିସର ଭାବେ କାର୍ଯ୍ୟ ତୁଲାଇବାକୁ ସମ୍ମତି ପ୍ରକାଶ କରିଛନ୍ତି। ଏଥିସହ ଆଇନଜୀବୀ ବାସୁଦେବ ପୂଜାରୀ ଓ ଆଇନଜୀବୀ ପ୍ରଫୁଲ୍ଲ କୁମାର ରଥ ସହକାରୀ ରିଟର୍ନିଂ ଅଫିସର ଭାବେ କାର୍ଯ୍ୟ ତୁଲାଇବେ। ବିଜ୍ଞପ୍ତି ଅନୁସାରେ, ଆସନ୍ତା ମାର୍ଚ୍ଚ ୧ରୁ ୬ ତାରିଖ ପର୍ଯ୍ୟନ୍ତ ପ୍ରତ୍ୟହ ପୂର୍ବାହ୍ନ ୧୧ଟାରୁ ଅପରାହ୍ନ ସାଢେ ୩ଟା ପର୍ଯ୍ୟନ୍ତ ପ୍ରାର୍ଥିପତ୍ର ଦାଖଲ ନିମନ୍ତେ ସମୟସୀମା ଧାର୍ଯ୍ୟ କରାଯାଇଛି। ମାର୍ଚ୍ଚ ୭ରୁ ୧୦ ତାରିଖ ପର୍ଯ୍ୟନ୍ତ ପ୍ରାର୍ଥିପତ୍ର ଯାଞ୍ଚ କରାଯିବ। କୌଣସି ପ୍ରାର୍ଥୀ ପ୍ରାର୍ଥିପତ୍ର ପ୍ରତ୍ୟାହାର କରିବାକୁ ଚାହିଁଲେ ମାର୍ଚ୍ଚ ୧୧ରୁ ୧୭ ତାରିଖ ପର୍ଯ୍ୟନ୍ତ ପ୍ରତ୍ୟହ ପୂର୍ବାହ୍ନ ୧୧ଟାରୁ ଅପରାହ୍ନ ୪ଟା ମଧ୍ୟରେ କରିପାରିବେ। ମାର୍ଚ୍ଚ ୧୭ ତାରିଖ ସନ୍ଧ୍ୟା ୫ଟାରେ ବୈଧ ପ୍ରାର୍ଥୀ ତାଲିକା ପ୍ରକାଶ ପାଇବ। ସେହିପରି ଏପ୍ରିଲ ୧୫ ତାରିଖ ପୂର୍ବାହ୍ନ ୧୦ଟାରୁ ଅପରାହ୍ନ ୫ଟା ପର୍ଯ୍ୟନ୍ତ ମତଦାନ ନିମନ୍ତେ ସମୟ ଧାର୍ଯ୍ୟ ହୋଇଛି। ଏପ୍ରିଲ ୨୧ରେ ଭୋଟ ଗଣତି ହେବ। ଭୋଟ ଗଣତି ନିମନ୍ତେ ତାରିଖରେ କୌଣସି ପରିବର୍ତ୍ତନ କରାଗଲେ ତାହା ଓଡ଼ିଶା ରାଜ୍ୟ ବାର୍‌ କାଉନ୍‌ସିଲ ଓ୍ବେବ୍‌ସାଇଟ୍‌ରେ ସୂଚାଇ ଦିଆଯିବ ବୋଲି ଜଣାଯାଇଛି।
ମୁଦ୍ରିତ ପ୍ରାର୍ଥତ୍ପତ୍ର କାଗଜ ୧୦୦ ଟଙ୍କା ବିନିମୟରେ ବାର୍‌ କାଉନ୍‌ସିଲ କାର୍ଯ୍ୟାଳୟରେ ଉପଲବ୍ଧ ରହିଛି। ମୋଟ ୨୫ଟି ପଦବୀ ନିମନ୍ତେ ନିର୍ବାଚନ ହେବ। ସେଥିମଧ୍ୟରୁ ୧୩ଟି ଆସନ ପାଇଁ ଅନୂ୍ୟନ ୧୦ ବର୍ଷ ଆଇନଜୀବୀ ଭାବେ ରାଜ୍ୟ ରୋଲ୍‌ରେ ପଞ୍ଜୀକରଣ ହୋଇଥିବା ପ୍ରାର୍ଥୀମାନେ ପ୍ରତିଦ୍ୱନ୍ଦ୍ୱିତା କରିପାରିବେ। ନୋମିନେଶନ ଦେୟ ୩୦ ହଜାର ଟଙ୍କା ରଖାଯାଇଛି, ଯାହାକି ଫେରସ୍ତ ନୁହେଁ। ପ୍ରାର୍ଥିପତ୍ର ଦାଖଲ ସମୟରେ ପ୍ରାର୍ଥୀଙ୍କ ସହ ସମର୍ଥକ ଓ ପ୍ରସ୍ତାବକ ନିଜେ ବାର୍‌ କାଉନ୍‌ସିଲ ଅଥବା ବାର୍‌ ଆସୋସିଏଶନ ପ୍ରଦତ୍ତ ପରିଚୟପତ୍ର ସହ ଉପସ୍ଥିତ ରହିବାକୁ ସୂଚନା ଦିଆଯାଇଛି।
ଉଲ୍ଲେଖଯୋଗ୍ୟ, ଓଡ଼ିଶା ରାଜ୍ୟ ବାର୍‌ କାଉନ୍‌ସିଲ୍‌ର ବିଭିନ୍ନ ପଦବୀ ଲାଗି ଶେଷଥର ପାଇଁ ୨୦୧୩ରେ ନିର୍ବାଚନ ହୋଇଥିଲା। ଏଥିପାଇଁ ରାଜ୍ୟବ୍ୟାପୀ ମତଦାନ କରାଯାଇଥିଲା। ନିର୍ବାଚିତ ପ୍ରାର୍ଥୀମାନେ ୨୦୧୪ରେ ଶପଥ ଗ୍ରହଣ କରିଥିଲେ। ୨୦୧୯ରେ ସେମାନଙ୍କ କାର୍ଯ୍ୟକାଳ ଶେଷ ହେବା ପରେ ପୁନର୍ବାର ଆଉ ୬ ମାସ ଲାଗି ବୃଦ୍ଧି କରାଯାଇଥିଲା। ଏହାପରେ ଆଉ ନିର୍ବାଚନ ହୋଇ ନ ଥିଲା। ଏକ ଅନ୍ତରୀଣ କମିଟି ଦ୍ୱାରା କାଉନ୍‌ସିଲ ପରିଚାଳିତ ହେଉଥିଲା। ଏଥିସହ କାଉନ୍‌ସିଲ ନିର୍ବାଚନ ପାଇଁ ହାଇକୋର୍ଟରେ ଏକ ମାମଲା ମଧ୍ୟ ରୁଜୁ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ବରଗଡ଼ରେ କରାମାଡ଼,ଫସଲ ଧୂଳିସାତ୍‌: ଉଜୁଡିଲା ଚାଷୀଙ୍କ ଅମଳ ଆଶା

ବରଗଡ଼,୬।୪(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉତ୍ପାଦନ ଯୋଗୁ ରାଜ୍ୟର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲାର ଚାଷୀଙ୍କ ଦୁଃଖ ସରୁନାହିଁ। ଧାନବିକ୍ରି ଅବ୍ୟବସ୍ଥା ସାଧାରଣରେ ପରିଣତ ହୋଇଥିବାବେଳେ ପ୍ରକୃତିର ତାଣ୍ଡବ…

ପୂର୍ବତନ ବିଧାୟକ, ପୂର୍ବତନ ଏମ୍‌ପିଙ୍କୁ ବିଜେଡିରୁ କରାଗଲା ନିଲମ୍ବନ , ଜାଣନ୍ତୁ କାହିଁକି ଏମିତି କାର୍ଯ୍ୟାନୁଷ୍ଠାନ ନେଲେ ନବୀନ

ବାସୁଦେବପୁର,୬।୪(କାଳୀପଦ ରାୟ): ଭଦ୍ରକ ଜିଲା ବାସୁଦେବପୁରର ପୂର୍ବତନ ବ୍ଲକ ଅଧ୍ୟକ୍ଷ ତଥା ଧାମନଗରର ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ, ଭଦ୍ରକର ପୂର୍ବତନ ଏମ୍‌ପି ମଞ୍ଜୁଲତା ମଣ୍ଡଳଙ୍କୁ ଦଳ…

ମା’ମାଣିକେଶରୀ ବିଶ୍ୱ ବିଦ୍ୟାଳୟରେ ନୂତନ ସ୍ଥାୟୀ କୁଳପତି ନିଯୁକ୍ତ: ଜାଣନ୍ତୁ କାହାକୁ ମିଳିଲା ଦାୟିତ୍ୱ

ଭବାନୀପାଟଣା,୬।୪(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣାସ୍ଥିତ ମା’ମାଣିକେଶରୀ ବିଶ୍ୱ ବିଦ୍ୟାଳୟର ନୂତନ ସ୍ଥାୟୀ କୁଳପତି ଭାବେ ଡ଼.ପବନ କୁମାର ଅଗ୍ରୱାଲ ସୋମବାର ନିଯୁକ୍ତ ହୋଇଛନ୍ତି। ଏ…

ଧର୍ମଗଡ଼ ଉପଖଣ୍ଡରେ କୁଆପଥର ବର୍ଷା: ଯାତାୟାତ ବାଧାପ୍ରାପ୍ତ

ଭବାନୀପାଟଣା,୬।୪(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଧର୍ମଗଡ଼ ଉପଖଣ୍ଡରେ ସୋମବାର ମଧ୍ୟାହ୍ନରେ ପ୍ରବଳ ଝଡ଼ ତୋଫାନ ସହ କୁଆପଥର ବର୍ଷା ହୋଇଛି। ବିଶେଷ କରି ଉପଖଣ୍ଡର ଧର୍ମଗଡ଼…

ପୋଲିସକୁ ଭୁଆଁ ବୁଲାଇ ନୂଆ ତରିକାରେ ହେଉଥିଲା ଗଞ୍ଜେଇ ଚାଲାଣ, ଖବରପାଇ ପହଞ୍ଚିଗଲା ପୋଲିସ

ମୋହନା,୬।୪( ମନ୍ମଥ ମିଶ୍ର ): ଗଜପତି ଜିଲାର ଭୂସ୍ବର୍ଗ ପାଲଟିଥିବା ଅଡବା ଥାନା ଅଞ୍ଚଳରେ ପୋଲିସର ଘନଘନ ଚଢ଼ାଉ ଜାରି ରହିଛି। ଗତ କିଛି ଦିନ ଭିତରେ…

କଣ୍ଟେନରରେ ଆନ୍ଦ୍ରପ୍ରଦେଶକୁ ହେଉଥିଲା ଗୋ ଚାଲାଣ, ହଠାତ୍‌ ପହଞ୍ଚିଗଲା ପୋଲିସ, ତା’ପରେ…

ଭବାନୀପାଟଣା,୬।୪(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ସଦର ଥାନା ଅନ୍ତର୍ଗତ ରିଷଗାଁ ବାଇପାସ ରାସ୍ତାରେ ସୋମବାର ବେଆଇନ ଭାବେ ଏକ କଣ୍ଟେନରରେ ଗୋରୁ ଚାଲାଣ ହେଉଥିବା…

ଅପହଞ୍ଚ ଅଞ୍ଚଳରେ ଆଇଏଏସ୍‌ ଅଧିକାରୀ: ପାହାଡ଼ ଚଢ଼ି ଆଦିବାସୀଙ୍କ ବୁଝିଲେ ଦୁଃଖ, ପ୍ରସ୍ତୁତ ହେଲା ବିକାଶର ବ୍ଲୁ-ପ୍ରିଣ୍ଟ

ଥୁଆମୂଳ ରାମପୁର, ୬ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲାର ଅତି ଦୁର୍ଗମ ଥୁଆମୂଳ ରାମପୁର ବ୍ଲକର କନ୍ଦାଗୁଡ଼ା, କେନ୍ଦୁଗୁଡ଼ା ଓ ଦେର୍ଲାଠି ଭଳି ଅପହଞ୍ଚ ଗ୍ରାମଗୁଡ଼ିକରେ ପ୍ରଥମକରି…

ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ବୃଦ୍ଧାଙ୍କୁ ଆକ୍ରମଣ: ଘରେ ଏକୁଟିଆ ଥିବାବେଳେ ଟାଣି ନେଇ…

ଦିଗପହଣ୍ଡି,୬।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡ଼ି ପଞ୍ଚାୟତ ଝରିପଦର ଗ୍ରାମର ଏନ.କସ୍ତୁରୀ ରେଡ୍ଡୀ(୭୦)ଙ୍କୁ ତାଙ୍କ ପଡୋଶୀ ଭି.ଭିକି ରେଡ୍ଡୀ,ଭି. ମାମି ରେଡ୍ଡୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri