ନାଟକ ଖୋଜୁଛି ମଞ୍ଚ

ଢେଙ୍କାନାଳ ଅଫିସ,୨୭ା୩: ମୁହଁରେ ରଙ୍ଗ ମାଖି ମଞ୍ଚ ଉପରକୁ ଚଢ଼ିଯିବା ପରେ କଳାକାର ଭିତରେ ସବାର ହୁଏ ଅଭିନୟର କାଳିଶୀ। ଉଜ୍ଜ୍ୱଳ ଆଲୋକ, ସଂଳାପଦର୍ଶକଙ୍କ କରତାଳିରେ ସେ ଭୁଲିଯାଏ ନିଜକୁ। ତେବେ ରିହର୍ସାଲରୁ ଆରମ୍ଭ ହୋଇ ପେଣ୍ଡାଲରେ ପହଞ୍ଚତ୍ବା ପର୍ଯ୍ୟନ୍ତ ନାଟକ ସହ ଭେଟ ହୁଏ ଅନେକ ସମସ୍ୟା। ସମାଜର ଗତାନୁଗତିକ ପ୍ରତିଛବିକୁ ମଞ୍ଚ ଉପରେ ଥୋଇବା ପାଇଁ ସହିବାକୁ ପଡ଼େ ଅନେକ କଷ୍ଟ। ହେଲେ ନାଟ୍ୟ ନିର୍ଦ୍ଦେଶକ, କଳାକାରଙ୍କ ଯନ୍ତ୍ରଣା ସେତେବେଳେ ଆହୁରି ବଢ଼ିଯାଏ, ଯେତେବେଳେ ଭଲ ନାଟକ ପରିବେଷଣ ପାଇଁ ଖୋଜାପଡ଼େ ମଞ୍ଚ। ନାଟକ ପାଇଁ ଜାତୀୟସ୍ତରରେ ସୁନାମ ଅର୍ଜିଥିବା ଢେଙ୍କାନାଳ ଜିଲାରେ ଏବେ ଏଭଳି ସମସ୍ୟା ନାଟ୍ୟପ୍ରେମୀଙ୍କୁ ନିରାଶ କରୁଛି। କେବଳ ଏତିକି ନୁହେଁ, ମଞ୍ଚ ଅଭାବରୁ ନାଟ୍ୟକାରମାନେ ଦର୍ଶକଙ୍କୁ ଭଲ ନାଟକ ଭେଟିଦେବାର ସୁଯୋଗ ହରାଉଥିବା ଅଭିଯୋଗ ହେଉଛି।

ଢେଙ୍କାନାଳର ନାଟ୍ୟ ପରମ୍ପରା ଅଷ୍ଟାଦଶ ଶତାବ୍ଦୀର। ରାଜରାଜୁଡ଼ା ଅମଳରେ ନାଟକକୁ ମିଳୁଥିଲା ବିପୁଳ ପ୍ରୋତ୍ସାହନ। ରାଜବାଟୀର ବର୍ଣ୍ଣାଢ଼୍ୟ ପରିବେଶରେ କଳାକଳାମାନେ ମୁହଁରେ ରଙ୍ଗ ମାଖି ଦେଖାଉଥିଲେ ଅଭିନୟର ଯାଦୁ। ଏବେ ସମୟ ବଦଳିଛି। ଭିନ୍ନ ସ୍ବାଦର ନାଟକ ଲେଖାଯାଉଛି। ଅଭିନୟ କରିବାକୁ କଳାକାରଙ୍କ ମଧ୍ୟରେ ଉତ୍ସାହ ମଧ୍ୟ କମିନାହିଁ। ହେଲେ ଉଚ୍ଚକୋଟୀର ପେଣ୍ଡାଲ ନ ଥିବାରୁ ନାଟକ ପରିବେଷଣ ପାଇଁ ସଂଘର୍ଷ କରିବାକୁ ପଡୁଛି, ଯାହାକୁ ନେଇ ଉଦ୍‌ବେଗ ବ୍ୟକ୍ତ କରିଛନ୍ତି କଳାକାର, ନିର୍ଦ୍ଦେଶକ।
ଭୁବନେଶ୍ୱର, ପୁରୀ, ଖୋର୍ଦ୍ଧା, ରାଉରକେଲା, ସମ୍ବଲପୁର, ବାଲେଶ୍ୱର, ବ୍ରହ୍ମପୁର, କେନ୍ଦୁଝର ଏବଂ ଅନୁଗୋଳ ଭଳି ଢେଙ୍କାନାଳ ଜିଲା ମଧ୍ୟ ନାଟକରେ ସ୍ବତନ୍ତ୍ର ପରିଚୟ ହାସଲ କରିଛି। ଊନବିଂଶ ଶତାବ୍ଦୀର ଅଶୀ ଦଶକ ପରେ ‘ଶିଳ୍ପୀ’, ‘କଳାପରିଷଦ’, ‘ତ୍ରିରଙ୍ଗା’, ‘ସପ୍ତରଙ୍ଗ’, ‘ଚାର୍ଲି ଚାପଲିନ୍‌’ ଓ ‘ଆର୍‌ତାର’ ଭଳି ବହୁ ନାଟ୍ୟାନୁଷ୍ଠାନ ଗଢ଼ାଯାଇଛି। ସମ୍ପୃକ୍ତ ଅନୁଷ୍ଠାନ ରାଜ୍ୟ ସମେତ ଦେଶର ବିଭିନ୍ନ ସ୍ଥାନରେ ଶତାଧିକ ନାଟକ ମଞ୍ଚସ୍ଥ କରିସାରିଲେଣି। ବରିଷ୍ଠ ନାଟ୍ୟକାର ତଥା କଳାପରିଷଦ ଅନୁଷ୍ଠାନର ପ୍ରତିଷ୍ଠାତା ଦିଲୀଶ୍ୱର ମହାରଣା, ଶତ୍ରୁଘ୍ନ ମାଟି, ‘ଶିଳ୍ପୀ’ର ପରେଶ ପଟ୍ଟନାୟକ, ‘ସପ୍ତରଙ୍ଗ’ର ସୁଧାଂଶୁ ବେହେରା, ‘ଆର୍‌ତାର’ର ଦୀନେଶ ଦାସ, ‘ତ୍ରିରଙ୍ଗା’ର ଅରବିନ୍ଦ ସାହୁ ପ୍ରମୁଖ ଢେଙ୍କାନାଳର ସମୃଦ୍ଧ ନାଟ୍ୟ ପରମ୍ପରାକୁ ଉଜ୍ଜୀବିତ ରଖିବା ପାଇଁ ଅନବରତ ଉଦ୍ୟମ ଜାରି ରଖିଛନ୍ତି। ହେଲେ ଏତେସଂଖ୍ୟକ ନାଟ୍ୟାନୁଷ୍ଠାନ ଥିଲେ ମଧ୍ୟ ସେମାନଙ୍କ ଦ୍ୱାରା ପ୍ରସ୍ତୁତ ନାଟକ ପରିବେଷଣ ପାଇଁ ଉତ୍କୃଷ୍ଟ ମଞ୍ଚ ନାହିଁ। ଯେଉଁ ୫-୬ଟି ଅଡିଟୋରିୟମ୍‌ ରହିଛି, ତାହାର ନିର୍ମାଣଶୈଳୀ ନାଟକ ପରିବେଷଣ ପାଇଁ ଉପଯୋଗୀ ନୁହେଁ। ତେଣୁ ମିନି ଷ୍ଟାଡିୟମ୍‌ରେ ଅସ୍ଥାୟୀ ମଞ୍ଚ କରି ନାଟକ ପରିବେଷଣ କରିବାକୁ ବହୁ ନାଟ୍ୟ ନିର୍ଦ୍ଦେଶକ ବାଧ୍ୟ ହେଉଛନ୍ତି। ସବୁଠାରୁ ବଡ଼କଥା ହେଉଛି, ଢେଙ୍କାନାଳର ନାଟ୍ୟ ଅନୁଷ୍ଠାନଗୁଡ଼ିକ ବାହାର ଜିଲାରେ ନାଟକ ପରିବେଷଣ କରିବା ବେଳେ ଯେଉଁ ଅନୁଭୂତି ସାଉଁଟୁଛନ୍ତି, ନିଜ ମାଟିରେ ତାହାର ଅଭାବବୋଧକୁ ସେମାନେ ହୃଦୟଙ୍ଗମ କରୁଛନ୍ତି। ନାଟକ ପାଇଁ ପର୍ଯ୍ୟାପ୍ତ ଭିତ୍ତିଭୂମି ରହିଥିଲେ ମଧ୍ୟ ଢେଙ୍କାନାଳରେ ବର୍ଷତମାମ ନାଟକ ମଞ୍ଚସ୍ଥ କରିବା ଭଳି ଏକ ଉତ୍କୃଷ୍ଟ ମଞ୍ଚ ନିର୍ମାଣ ହୋଇ ନ ପାରିବା ପରିତାପର ବିଷୟ ବୋଲି ନାଟ୍ୟକାରମାନେ କହିଛନ୍ତି। ଜିଲା ପ୍ରଶାସନ, ରାଜ୍ୟ ସରକାର ଏବଂ ରାଜ୍ୟ ସଂସ୍କୃତି ବିଭାଗର ଆନ୍ତରିକତା ଅଭାବରୁ ଏଭଳି ସମସ୍ୟା ସୃଷ୍ଟି ହୋଇଥିବା ନାଟ୍ୟପ୍ରେମୀମାନେ ଅଭିଯୋଗ କରିଛନ୍ତି।

ଢେଙ୍କାନାଳ ନାଟକ ସାଉଁଟିଛି ପ୍ରଶଂସା

ନାଟକକୁ ନେଇ ପରୀକ୍ଷା ନିରୀକ୍ଷା କରିବାରେ ଢେଙ୍କାନାଳର ନାଟ୍ୟାନୁଷ୍ଠାନଗୁଡ଼ିକର ସ୍ବତନ୍ତ୍ରତା ରହିଛି। ସାମ୍ପ୍ରତିକ ସମୟର ଘଟଣାବଳୀକୁ ମଞ୍ଚରେ ପରିବେଷଣ କରି ବିଭିନ୍ନ ସମୟରେ ପ୍ରଶଂସା ସାଉଁଟିଛନ୍ତି ସେମାନେ। ନିକଟ ଅତୀତରେ ‘କଳାପରିଷଦ’ ପକ୍ଷରୁ ସ୍ବାଧୀନତା ସଂଗ୍ରାମ ଉପରେ ଆଧାରିତ ‘ବାଉଁଶ ଠେଙ୍ଗାରେ ସ୍ବାଧୀନତା’ ନାଟକ ଜାତୀୟସ୍ତରରେ ପ୍ରଶଂସିତ ହୋଇଥିଲା। ସେହିପରି ‘ଆର୍‌ତାର’ର ‘ପୌରଷ’, ‘ମୁଁ ଚକରା କହୁଛି’, ‘ଗାନ୍ଧୀଙ୍କ ଓଡ଼ିଶା’ ଏବଂ ‘ଚାର୍ଲି ଚାପଲିନ କଲଚରାର କ୍ଲବ’ର ‘ତୁଠ ପଥର’, ‘ଅଧାଅଧା’, ‘ଛାଇ’ ଦର୍ଶକୀୟ ସ୍ବୀକୃତି ଲାଭ କରିଛି। ନିକଟରେ ‘କଳା ପରିଷଦ’ ପକ୍ଷରୁ ସମରକବି ବ୍ରଜନାଥ ବଡ଼ଜେନାଙ୍କ ରଚିତ ‘ସମର ତରଙ୍ଗ’ କାବ୍ୟକୁ ଗୀତିନାଟ୍ୟରେ ରୂପାନ୍ତର କରାଯାଇଛି। ପ୍ରଥମ କରି ଏହାକୁ ଭୁବନେଶ୍ୱର ରବୀନ୍ଦ୍ର ମଣ୍ଡପରେ ପ୍ରଦର୍ଶନ କରାଯାଇଥିଲା। ଢେଙ୍କାନାଳ ରାଜା ଏବଂ ମରହଟ୍ଟା ଶାସକଙ୍କ ମଧ୍ୟରେ ହୋଇଥିବା ଭୟଙ୍କର ଯୁଦ୍ଧକୁ ଏଥିରେ ଅବତାରଣା କରାଯାଇଥିବାବେଳେ ଏହାକୁ ମଧ୍ୟ ମିଳିଛି ଦର୍ଶକୀୟ ଆଦୃତି।

ନାଟକ ଆଦୃତ ହେଲେ ଅନୁଷ୍ଠାନର ମାନ ବଢ଼ିବ
ଢେଙ୍କାନାଳରେ ଏକାଧିକ ନାଟ୍ୟାନୁଷ୍ଠାନ ରହିଛି। ହେଲେ କେତେଜଣ ନ୍ୟସ୍ତସ୍ବାର୍ଥ ବ୍ୟକ୍ତିଙ୍କ ପାଇଁ ଅନୁଷ୍ଠାନ ଆଗକୁ ବଢ଼ିପାରୁନାହାନ୍ତି। ନାଟକ ଆଦୃତ ହେଲେ ଅନୁଷ୍ଠାନର ମାନ ବଢ଼ିବ। କଳାକାରମାନେ ନିଜକୁ ରାଜ୍ୟ ଓ ଜାତୀୟସ୍ତରରେ ପ୍ରତିଷ୍ଠିତ କରାଇପାରିବେ
-ଅରବିନ୍ଦ ସାହୁ, ମଞ୍ଚ ଅଭିନେତା
ନାଟକ ପରିବେଷଣ କରିବା ଭଳି ମଞ୍ଚ ନାହିଁ
ଢେଙ୍କାନାଳରେ ନାଟକ ପରିବେଷଣ ପାଇଁ ଭଲ ମଞ୍ଚ ନାହିଁ। ଯେଉଁ କେତୋଟି ଭଲ ଅଡିଟୋରିୟମ୍‌ ଅଛି, ସେଠାରେ ବିଭାଗୀୟ କର୍ତ୍ତୃପକ୍ଷ ମନଇଚ୍ଛା ମଞ୍ଚ କରିଛନ୍ତି। ନାଟକରେ ଅଭିଜ୍ଞ ବ୍ୟକ୍ତିଙ୍କ ମତାମତ ନିଆଯାଉ ନ ଥିବାରୁ ତାହା ନାଟକ ପାଇଁ ଉପଯୋଗୀ ହେଉନାହିଁ।
-ବିନୋଦ ମହାନ୍ତି, ମଞ୍ଚ ଅଭିନେତା
ସବୁସ୍ତରରେ ବ୍ୟବସ୍ଥା ହେବା ଦରକାର
ନାଟକ କେବଳ ମନୋରଞ୍ଜନର ମାଧ୍ୟମ ନୁହେଁ ା ଏହା ବ୍ୟକ୍ତିତ୍ୱ ଗଠନରେ ସଫଳ ଚିକିତ୍ସା ପଦ୍ଧତି। କଳା ପ୍ରଦର୍ଶନ ପାଇଁ ଭରପୂର ସୁଯୋଗ ସୃଷ୍ଟି କରିବାର ଆବଶ୍ୟକତା ରହିଛି। ସେଥିପାଇଁ ସବୁସ୍ତରରେ ବ୍ୟବସ୍ଥା ହେବା ଦରକାର।
-ଦୀନେଶ ଦାସ, ନାଟ୍ୟକାର
ବିଭାଗୀୟ ଦୂରଦୃଷ୍ଟିର ଅଭାବ
ଢେଙ୍କାନାଳର ‘କଳାପରିଷଦ’ ଓ ‘ଆର୍‌ତାର’ ନାଟ୍ୟାନୁଷ୍ଠାନ ପକ୍ଷରୁ ପ୍ରତିବର୍ଷ ନାଟକ ମଞ୍ଚସ୍ଥ ହେଉଛି। ଜନପ୍ରତିନିଧିଙ୍କ ସହାୟତାରେ ଜିଲାରେ ଅଡିଟୋରିୟମ୍‌ ନିର୍ମାଣ ହେଉଛି। ତେବେ ବିଭାଗୀୟ ଦୂରଦୃଷ୍ଟି ଅଭାବରୁ ନାଟକ ପାଇଁ ଉଦ୍ଦିଷ୍ଟ ମଞ୍ଚଟିଏ ହୋଇ ନ ପାରିବା ଦୁଃଖର କଥା ା
-ଦିଲୀଶ୍ୱର ମହାରଣା, ବରିଷ୍ଠ ନାଟ୍ୟକାର

(ରତନ ନାୟାର)


Enter your email to get our daily news in your inbox.

All Right Reserved By Dharitri.Com

ଶ୍ରମିକଙ୍କୁ ୧୦୦ ମିଟର ଘୋଷାଡି ନେଲା ବସ, ଆଉ ତା’ପରେ ଘଟିଲା…

ଭଞ୍ଜନଗର,୧୧/୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଥାନା ଅନ୍ତର୍ଗତ ଭାଲିଆଖାଇ ଛକରେ ବୁଧବାର ନୀଳକଣ୍ଠ ନାମକ ଏକ ଘରୋଇ ବସ ଧକ୍କାରେ ଜଣେ ସାଇକେଲ ଆରୋହୀ ଗୁରୁତର ଭାବେ…

ପାର୍କରେ ଦୁର୍ବୃତ୍ତଙ୍କ ଉନ୍ମକ୍ତ କାଣ୍ଡ: ୪୨ଟି ଗଛ ଭାଙ୍ଗି ଛାରଖାର କଲେ ପାର୍କ

ବଲାଙ୍ଗୀର, ୧୧।୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ରାଜେନ୍ଦ୍ର ପାର୍କ ଭିତରେ ସୌନ୍ଦର୍ଯ୍ୟ ବୃଦ୍ଧି ସକାଶେ ଲଗାଯାଇଥିବା ୪୨ଟି ଗଛକୁ କେହି ଦୁର୍ବୃତ୍ତ ଭାଙ୍ଗି ଦେବା ସହ କାଟି…

ଜୁନିୟର ଆସିଷ୍ଟାଣ୍ଟଙ୍କ ଘରେ ଭିଜିଲାନ୍ସ ଚଢ଼ାଉ: ୨.୩୮ କୋଟି ଟଙ୍କା ହରିଲୁଟ ଅଭିଯୋଗ

ଅନୁଗୋଳ,୧୧।୨: ସରକାରୀ ଅର୍ଥ ଆତ୍ମସାତ ଅଭିଯୋଗରେ ବୁଧବାର ଅନୁଗୋଳ ମୁଖ୍ୟ ଚିକିତ୍ସାଳୟ (CDMO) କାର୍ଯ୍ୟାଳୟର ଜୁନିୟର ଆସିଷ୍ଟାଣ୍ଟ ସୁବ୍ରତ କୁମାର ବେହେରାଙ୍କ ବିଭିନ୍ନ ବାସଭବନ ଓ କାର୍ଯ୍ୟାଳୟ…

ଯାତ୍ରା ଚାଲୁଥିବା ବେଳେ ଘରେ ପଶି ଲୁଟ: ଉତ୍ତମମଧ୍ୟମ ଦେଇ ପୋଲିସକୁ ହସ୍ତାନ୍ତର କଲେ ଗ୍ରାମବାସୀ

ଭଦ୍ରକ,୧୧।୨(ସନାତନ ରାଉତ): ଅପେରା ଚାଲୁଥିବାବେଳେ ଘରେ ପଶି ଲୁଟ। ଧରାପଡି ନିର୍ଧୁମ ଛେଚା ଖାଇବା ପରେ ପୋଲିସକୁ ୪ ଯୁବକଙ୍କୁ ହସ୍ତାନ୍ତର କଲେ ଗ୍ରାମବାସୀ l ଏପରି…

ମହିଳାଙ୍କୁ ମାଡ ମାରିବା ସହ ହାତ ଗୋଡ ବାନ୍ଧି, ଲୁଟିନେଲେ

ବୌଦ୍ଧ,୧୧।୨(ଅଜିତ କୁମାର ବାରିକ): ବୌଦ୍ଧ ଆଦର୍ଶ ଥାନା ଭାଲିଆପଦର୍‌ ଗ୍ରାମରେ ମଙ୍ଗଳବାର ରାତ୍ରିରେ ସଶସ୍ତ୍ର ଡକାୟତି ହୋଇଛି। ଗ୍ରାମର ଦେବବ୍ରତ ମିଶ୍ରଙ୍କ ଘରେ ଡକାୟତି କରିଛନ୍ତି ଦୁର୍ବୃତ୍ତ…

ସଞ୍ଜ ନଇଁଲେ ଗାଁ ଦାଣ୍ତରେ ବୁଲୁଛନ୍ତି ଭାଲୁ: ବେଲସୁନ୍ଦରୀରେ ଆତଙ୍କ

ଆନନ୍ଦପୁର,୧୧।୨(ସୁଶାନ୍ତ କୁମାର ସାହୁ): ସଞ୍ଜ ନଇଁଲେ ଗାଁ ଦାଣ୍ତରେ ବୁଲୁଛନ୍ତି  ଭାଲୁ ପଲ। ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଆନନ୍ଦପୁର ବନ୍ୟପ୍ରାଣୀ ବନଖଣ୍ତ ଅଧୀନ ବରାଙ୍ଗ ସଂରକ୍ଷିତ…

ଚଳନ୍ତା କଣ୍ଟେନରକୁ ପଛପଟୁ ଧକ୍କା ଦେଲା କାର: ଆଉ ତା’ପରେ…

ବାହାନଗା, ୧୧।୨(ଅରୂପ କୁମାର ଦାସ): ବାଲେଶ୍ୱର ଜିଲା ସୋର ଥାନା ୧୬ ନମ୍ବର ଜାତୀୟ ରାଜପଥ ତଳନଗରଠାରେ ଏକ ଚଳନ୍ତା କଣ୍ଟେନର ପଛକୁ ଏକ କାର ଧକ୍କା…

ଭାଇର ମୃତ୍ୟୁ ଖବର ଶୁଣି ଟଳିପଡିଲେ ବଡ଼ ଭାଇ, ଜଳିବ ଦୁଇ ଭାଇଙ୍କ ଜୁଇ, ଦୁଃଖରେ ଭାଙ୍ଗିପଡିଛି ପରିବାର

ମୋରଡା,୧୧।୨(ସ୍ମାରକ ମାଜୀ): ଜଳିବ ଦୁଇ ଭାଇଙ୍କ ଜୁଇ। ଦିନେ ହାତ ଧରା ଧରି ଛୋଟରୁ ବଡ଼ ହୋଇଥିଲେ। ଦୁହେଁ ଦୁହିଁଙ୍କୁ ନ ଦେଖିଲେ ରହି ପାରୁନଥିଲେ। ଦୁଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri