ନାଟକ ଖୋଜୁଛି ମଞ୍ଚ

ଢେଙ୍କାନାଳ ଅଫିସ,୨୭ା୩: ମୁହଁରେ ରଙ୍ଗ ମାଖି ମଞ୍ଚ ଉପରକୁ ଚଢ଼ିଯିବା ପରେ କଳାକାର ଭିତରେ ସବାର ହୁଏ ଅଭିନୟର କାଳିଶୀ। ଉଜ୍ଜ୍ୱଳ ଆଲୋକ, ସଂଳାପଦର୍ଶକଙ୍କ କରତାଳିରେ ସେ ଭୁଲିଯାଏ ନିଜକୁ। ତେବେ ରିହର୍ସାଲରୁ ଆରମ୍ଭ ହୋଇ ପେଣ୍ଡାଲରେ ପହଞ୍ଚତ୍ବା ପର୍ଯ୍ୟନ୍ତ ନାଟକ ସହ ଭେଟ ହୁଏ ଅନେକ ସମସ୍ୟା। ସମାଜର ଗତାନୁଗତିକ ପ୍ରତିଛବିକୁ ମଞ୍ଚ ଉପରେ ଥୋଇବା ପାଇଁ ସହିବାକୁ ପଡ଼େ ଅନେକ କଷ୍ଟ। ହେଲେ ନାଟ୍ୟ ନିର୍ଦ୍ଦେଶକ, କଳାକାରଙ୍କ ଯନ୍ତ୍ରଣା ସେତେବେଳେ ଆହୁରି ବଢ଼ିଯାଏ, ଯେତେବେଳେ ଭଲ ନାଟକ ପରିବେଷଣ ପାଇଁ ଖୋଜାପଡ଼େ ମଞ୍ଚ। ନାଟକ ପାଇଁ ଜାତୀୟସ୍ତରରେ ସୁନାମ ଅର୍ଜିଥିବା ଢେଙ୍କାନାଳ ଜିଲାରେ ଏବେ ଏଭଳି ସମସ୍ୟା ନାଟ୍ୟପ୍ରେମୀଙ୍କୁ ନିରାଶ କରୁଛି। କେବଳ ଏତିକି ନୁହେଁ, ମଞ୍ଚ ଅଭାବରୁ ନାଟ୍ୟକାରମାନେ ଦର୍ଶକଙ୍କୁ ଭଲ ନାଟକ ଭେଟିଦେବାର ସୁଯୋଗ ହରାଉଥିବା ଅଭିଯୋଗ ହେଉଛି।

ଢେଙ୍କାନାଳର ନାଟ୍ୟ ପରମ୍ପରା ଅଷ୍ଟାଦଶ ଶତାବ୍ଦୀର। ରାଜରାଜୁଡ଼ା ଅମଳରେ ନାଟକକୁ ମିଳୁଥିଲା ବିପୁଳ ପ୍ରୋତ୍ସାହନ। ରାଜବାଟୀର ବର୍ଣ୍ଣାଢ଼୍ୟ ପରିବେଶରେ କଳାକଳାମାନେ ମୁହଁରେ ରଙ୍ଗ ମାଖି ଦେଖାଉଥିଲେ ଅଭିନୟର ଯାଦୁ। ଏବେ ସମୟ ବଦଳିଛି। ଭିନ୍ନ ସ୍ବାଦର ନାଟକ ଲେଖାଯାଉଛି। ଅଭିନୟ କରିବାକୁ କଳାକାରଙ୍କ ମଧ୍ୟରେ ଉତ୍ସାହ ମଧ୍ୟ କମିନାହିଁ। ହେଲେ ଉଚ୍ଚକୋଟୀର ପେଣ୍ଡାଲ ନ ଥିବାରୁ ନାଟକ ପରିବେଷଣ ପାଇଁ ସଂଘର୍ଷ କରିବାକୁ ପଡୁଛି, ଯାହାକୁ ନେଇ ଉଦ୍‌ବେଗ ବ୍ୟକ୍ତ କରିଛନ୍ତି କଳାକାର, ନିର୍ଦ୍ଦେଶକ।
ଭୁବନେଶ୍ୱର, ପୁରୀ, ଖୋର୍ଦ୍ଧା, ରାଉରକେଲା, ସମ୍ବଲପୁର, ବାଲେଶ୍ୱର, ବ୍ରହ୍ମପୁର, କେନ୍ଦୁଝର ଏବଂ ଅନୁଗୋଳ ଭଳି ଢେଙ୍କାନାଳ ଜିଲା ମଧ୍ୟ ନାଟକରେ ସ୍ବତନ୍ତ୍ର ପରିଚୟ ହାସଲ କରିଛି। ଊନବିଂଶ ଶତାବ୍ଦୀର ଅଶୀ ଦଶକ ପରେ ‘ଶିଳ୍ପୀ’, ‘କଳାପରିଷଦ’, ‘ତ୍ରିରଙ୍ଗା’, ‘ସପ୍ତରଙ୍ଗ’, ‘ଚାର୍ଲି ଚାପଲିନ୍‌’ ଓ ‘ଆର୍‌ତାର’ ଭଳି ବହୁ ନାଟ୍ୟାନୁଷ୍ଠାନ ଗଢ଼ାଯାଇଛି। ସମ୍ପୃକ୍ତ ଅନୁଷ୍ଠାନ ରାଜ୍ୟ ସମେତ ଦେଶର ବିଭିନ୍ନ ସ୍ଥାନରେ ଶତାଧିକ ନାଟକ ମଞ୍ଚସ୍ଥ କରିସାରିଲେଣି। ବରିଷ୍ଠ ନାଟ୍ୟକାର ତଥା କଳାପରିଷଦ ଅନୁଷ୍ଠାନର ପ୍ରତିଷ୍ଠାତା ଦିଲୀଶ୍ୱର ମହାରଣା, ଶତ୍ରୁଘ୍ନ ମାଟି, ‘ଶିଳ୍ପୀ’ର ପରେଶ ପଟ୍ଟନାୟକ, ‘ସପ୍ତରଙ୍ଗ’ର ସୁଧାଂଶୁ ବେହେରା, ‘ଆର୍‌ତାର’ର ଦୀନେଶ ଦାସ, ‘ତ୍ରିରଙ୍ଗା’ର ଅରବିନ୍ଦ ସାହୁ ପ୍ରମୁଖ ଢେଙ୍କାନାଳର ସମୃଦ୍ଧ ନାଟ୍ୟ ପରମ୍ପରାକୁ ଉଜ୍ଜୀବିତ ରଖିବା ପାଇଁ ଅନବରତ ଉଦ୍ୟମ ଜାରି ରଖିଛନ୍ତି। ହେଲେ ଏତେସଂଖ୍ୟକ ନାଟ୍ୟାନୁଷ୍ଠାନ ଥିଲେ ମଧ୍ୟ ସେମାନଙ୍କ ଦ୍ୱାରା ପ୍ରସ୍ତୁତ ନାଟକ ପରିବେଷଣ ପାଇଁ ଉତ୍କୃଷ୍ଟ ମଞ୍ଚ ନାହିଁ। ଯେଉଁ ୫-୬ଟି ଅଡିଟୋରିୟମ୍‌ ରହିଛି, ତାହାର ନିର୍ମାଣଶୈଳୀ ନାଟକ ପରିବେଷଣ ପାଇଁ ଉପଯୋଗୀ ନୁହେଁ। ତେଣୁ ମିନି ଷ୍ଟାଡିୟମ୍‌ରେ ଅସ୍ଥାୟୀ ମଞ୍ଚ କରି ନାଟକ ପରିବେଷଣ କରିବାକୁ ବହୁ ନାଟ୍ୟ ନିର୍ଦ୍ଦେଶକ ବାଧ୍ୟ ହେଉଛନ୍ତି। ସବୁଠାରୁ ବଡ଼କଥା ହେଉଛି, ଢେଙ୍କାନାଳର ନାଟ୍ୟ ଅନୁଷ୍ଠାନଗୁଡ଼ିକ ବାହାର ଜିଲାରେ ନାଟକ ପରିବେଷଣ କରିବା ବେଳେ ଯେଉଁ ଅନୁଭୂତି ସାଉଁଟୁଛନ୍ତି, ନିଜ ମାଟିରେ ତାହାର ଅଭାବବୋଧକୁ ସେମାନେ ହୃଦୟଙ୍ଗମ କରୁଛନ୍ତି। ନାଟକ ପାଇଁ ପର୍ଯ୍ୟାପ୍ତ ଭିତ୍ତିଭୂମି ରହିଥିଲେ ମଧ୍ୟ ଢେଙ୍କାନାଳରେ ବର୍ଷତମାମ ନାଟକ ମଞ୍ଚସ୍ଥ କରିବା ଭଳି ଏକ ଉତ୍କୃଷ୍ଟ ମଞ୍ଚ ନିର୍ମାଣ ହୋଇ ନ ପାରିବା ପରିତାପର ବିଷୟ ବୋଲି ନାଟ୍ୟକାରମାନେ କହିଛନ୍ତି। ଜିଲା ପ୍ରଶାସନ, ରାଜ୍ୟ ସରକାର ଏବଂ ରାଜ୍ୟ ସଂସ୍କୃତି ବିଭାଗର ଆନ୍ତରିକତା ଅଭାବରୁ ଏଭଳି ସମସ୍ୟା ସୃଷ୍ଟି ହୋଇଥିବା ନାଟ୍ୟପ୍ରେମୀମାନେ ଅଭିଯୋଗ କରିଛନ୍ତି।

ଢେଙ୍କାନାଳ ନାଟକ ସାଉଁଟିଛି ପ୍ରଶଂସା

ନାଟକକୁ ନେଇ ପରୀକ୍ଷା ନିରୀକ୍ଷା କରିବାରେ ଢେଙ୍କାନାଳର ନାଟ୍ୟାନୁଷ୍ଠାନଗୁଡ଼ିକର ସ୍ବତନ୍ତ୍ରତା ରହିଛି। ସାମ୍ପ୍ରତିକ ସମୟର ଘଟଣାବଳୀକୁ ମଞ୍ଚରେ ପରିବେଷଣ କରି ବିଭିନ୍ନ ସମୟରେ ପ୍ରଶଂସା ସାଉଁଟିଛନ୍ତି ସେମାନେ। ନିକଟ ଅତୀତରେ ‘କଳାପରିଷଦ’ ପକ୍ଷରୁ ସ୍ବାଧୀନତା ସଂଗ୍ରାମ ଉପରେ ଆଧାରିତ ‘ବାଉଁଶ ଠେଙ୍ଗାରେ ସ୍ବାଧୀନତା’ ନାଟକ ଜାତୀୟସ୍ତରରେ ପ୍ରଶଂସିତ ହୋଇଥିଲା। ସେହିପରି ‘ଆର୍‌ତାର’ର ‘ପୌରଷ’, ‘ମୁଁ ଚକରା କହୁଛି’, ‘ଗାନ୍ଧୀଙ୍କ ଓଡ଼ିଶା’ ଏବଂ ‘ଚାର୍ଲି ଚାପଲିନ କଲଚରାର କ୍ଲବ’ର ‘ତୁଠ ପଥର’, ‘ଅଧାଅଧା’, ‘ଛାଇ’ ଦର୍ଶକୀୟ ସ୍ବୀକୃତି ଲାଭ କରିଛି। ନିକଟରେ ‘କଳା ପରିଷଦ’ ପକ୍ଷରୁ ସମରକବି ବ୍ରଜନାଥ ବଡ଼ଜେନାଙ୍କ ରଚିତ ‘ସମର ତରଙ୍ଗ’ କାବ୍ୟକୁ ଗୀତିନାଟ୍ୟରେ ରୂପାନ୍ତର କରାଯାଇଛି। ପ୍ରଥମ କରି ଏହାକୁ ଭୁବନେଶ୍ୱର ରବୀନ୍ଦ୍ର ମଣ୍ଡପରେ ପ୍ରଦର୍ଶନ କରାଯାଇଥିଲା। ଢେଙ୍କାନାଳ ରାଜା ଏବଂ ମରହଟ୍ଟା ଶାସକଙ୍କ ମଧ୍ୟରେ ହୋଇଥିବା ଭୟଙ୍କର ଯୁଦ୍ଧକୁ ଏଥିରେ ଅବତାରଣା କରାଯାଇଥିବାବେଳେ ଏହାକୁ ମଧ୍ୟ ମିଳିଛି ଦର୍ଶକୀୟ ଆଦୃତି।

ନାଟକ ଆଦୃତ ହେଲେ ଅନୁଷ୍ଠାନର ମାନ ବଢ଼ିବ
ଢେଙ୍କାନାଳରେ ଏକାଧିକ ନାଟ୍ୟାନୁଷ୍ଠାନ ରହିଛି। ହେଲେ କେତେଜଣ ନ୍ୟସ୍ତସ୍ବାର୍ଥ ବ୍ୟକ୍ତିଙ୍କ ପାଇଁ ଅନୁଷ୍ଠାନ ଆଗକୁ ବଢ଼ିପାରୁନାହାନ୍ତି। ନାଟକ ଆଦୃତ ହେଲେ ଅନୁଷ୍ଠାନର ମାନ ବଢ଼ିବ। କଳାକାରମାନେ ନିଜକୁ ରାଜ୍ୟ ଓ ଜାତୀୟସ୍ତରରେ ପ୍ରତିଷ୍ଠିତ କରାଇପାରିବେ
-ଅରବିନ୍ଦ ସାହୁ, ମଞ୍ଚ ଅଭିନେତା
ନାଟକ ପରିବେଷଣ କରିବା ଭଳି ମଞ୍ଚ ନାହିଁ
ଢେଙ୍କାନାଳରେ ନାଟକ ପରିବେଷଣ ପାଇଁ ଭଲ ମଞ୍ଚ ନାହିଁ। ଯେଉଁ କେତୋଟି ଭଲ ଅଡିଟୋରିୟମ୍‌ ଅଛି, ସେଠାରେ ବିଭାଗୀୟ କର୍ତ୍ତୃପକ୍ଷ ମନଇଚ୍ଛା ମଞ୍ଚ କରିଛନ୍ତି। ନାଟକରେ ଅଭିଜ୍ଞ ବ୍ୟକ୍ତିଙ୍କ ମତାମତ ନିଆଯାଉ ନ ଥିବାରୁ ତାହା ନାଟକ ପାଇଁ ଉପଯୋଗୀ ହେଉନାହିଁ।
-ବିନୋଦ ମହାନ୍ତି, ମଞ୍ଚ ଅଭିନେତା
ସବୁସ୍ତରରେ ବ୍ୟବସ୍ଥା ହେବା ଦରକାର
ନାଟକ କେବଳ ମନୋରଞ୍ଜନର ମାଧ୍ୟମ ନୁହେଁ ା ଏହା ବ୍ୟକ୍ତିତ୍ୱ ଗଠନରେ ସଫଳ ଚିକିତ୍ସା ପଦ୍ଧତି। କଳା ପ୍ରଦର୍ଶନ ପାଇଁ ଭରପୂର ସୁଯୋଗ ସୃଷ୍ଟି କରିବାର ଆବଶ୍ୟକତା ରହିଛି। ସେଥିପାଇଁ ସବୁସ୍ତରରେ ବ୍ୟବସ୍ଥା ହେବା ଦରକାର।
-ଦୀନେଶ ଦାସ, ନାଟ୍ୟକାର
ବିଭାଗୀୟ ଦୂରଦୃଷ୍ଟିର ଅଭାବ
ଢେଙ୍କାନାଳର ‘କଳାପରିଷଦ’ ଓ ‘ଆର୍‌ତାର’ ନାଟ୍ୟାନୁଷ୍ଠାନ ପକ୍ଷରୁ ପ୍ରତିବର୍ଷ ନାଟକ ମଞ୍ଚସ୍ଥ ହେଉଛି। ଜନପ୍ରତିନିଧିଙ୍କ ସହାୟତାରେ ଜିଲାରେ ଅଡିଟୋରିୟମ୍‌ ନିର୍ମାଣ ହେଉଛି। ତେବେ ବିଭାଗୀୟ ଦୂରଦୃଷ୍ଟି ଅଭାବରୁ ନାଟକ ପାଇଁ ଉଦ୍ଦିଷ୍ଟ ମଞ୍ଚଟିଏ ହୋଇ ନ ପାରିବା ଦୁଃଖର କଥା ା
-ଦିଲୀଶ୍ୱର ମହାରଣା, ବରିଷ୍ଠ ନାଟ୍ୟକାର

(ରତନ ନାୟାର)


Enter your email to get our daily news in your inbox.

All Right Reserved By Dharitri.Com

ଗୁଣିଗାରେଡ଼ି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା, ୪ ଗିରଫ

ସୁନ୍ଦରଗଡ଼, ୩୧।୩(ଜୟନାରାୟଣ ମେଣ୍ଡୁଳି)-ବର୍ତ୍ତମାନର ବିଜ୍ଞାନ ଯୁଗରେ ମଧ୍ୟ ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲାରେ ଲୋକଙ୍କ ମଧ୍ୟରେ ଅନ୍ଧବିଶ୍ୱାସ ଭରି ରହିଛି। ଏହି ଅନ୍ଧବିଶ୍ବାସ ଯୋଗୁ ସୋମବାର ରାତିରେ…

ରାସ୍ତାରେ ଷଣ୍ଢକୁ ଧକ୍କା ଦେଇ ଗଛରେ ପିଟଥିଲେ ବାଇକ୍‌ , ଚାଲିଗଲା ଜୀବନ ଦୁର୍ଘଟଣାରେ ବାଇକ ଚାଳକକଙ୍କ ମୃତ୍ୟୁ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ପଞ୍ଚାୟତ କୁକୁଟବନ୍ଧ ଗାଁ ଛକରେ ମଙ୍ଗଳବାର ଅପରାହ୍ନ ପ୍ରାୟ ସାଢେ ୪ଟାରେ ଦୁର୍ଘଟଣାରେ ଜଣେ ଯୁବକଙ୍କ…

୩୦ ବର୍ଷ ସରକାରୀ ସେବା ନିୟମିତ ନ ହୋଇ ଅବସର ନେଲେ ଟୁନା ଜେନା

ଭଞ୍ଜନଗର,୩୧।୩(ବାବୁଲା ପ୍ରଧାନ): ତ୍ରୁଟିପୂର୍ଣ୍ଣ ସରକାରୀ ବିଧି ବ୍ୟବସ୍ଥା ଭିତରେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ୩୦ ବର୍ଷ ସରକାରୀ ସେବା ଯୋଗାଇଥିଲେ ମଧ୍ୟ ନିୟମିତ କର୍ମଚାରୀ ମାନ୍ୟତା…

ଚାଉଳ ନପାଇ ଫେରି ଯାଉଛନ୍ତି ଲୋକେ: ସାନଖେମୁଣ୍ଡିରେ ଖାଉଟିଙ୍କୁ ଚାଉଳ ଯୋଗାଣରେ ଅବ୍ୟବସ୍ଥା ..

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଗ୍ରାମାଞ୍ଚଳମାନଙ୍କରେ ଖାଦ୍ୟ ଯୋଗାଣ ବିଭାଗ ପକ୍ଷରୁ ଖାଉଟିଙ୍କୁ ଚାଉଳ ଯୋଗାଣରେ ଅବ୍ୟବସ୍ଥା ନେଇ ସିଙ୍ଗପୁର ପଞ୍ଚାୟତ ସରପଞ୍ଚ…

୧୬ ନମ୍ବର ଜାତୀୟ ରାଜପଥ ବଡ଼ ଘାଟି ଉପରେ ଓଲଟିଲା ଏସିଡି ଟ୍ୟାଙ୍କର

ଖଲ୍ଲିକୋଟ,୩୧।୩(ପ୍ରଶାନ୍ତ କୁମାର ମିଶ୍ର): ଖଲ୍ଲିକୋଟ ବ୍ଲକ ଅନ୍ତର୍ଗତ ୧୬ ନଂ. ଜାତୀୟ ରାଜପଥ ବଡ଼ଘାଟି ଉପରେ ମଙ୍ଗଳବାର ଅପରାହ୍ନରେ ଏକ ଏସିଡି ବୋଝେଇ ଟ୍ୟାଙ୍କର ଓଲଟି ପଡିଛି।…

ରବି ଧାନ ବିକ୍ରି ପଞ୍ଜିକରଣ ଅବଧି ବୃଦ୍ଧି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର

କୋକସରା,୩୧।୩(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ଇନ୍ଦ୍ରାବତୀ ଉଠା ଜଳସେଚନ ଅଞ୍ଚଳର ଚାଷୀମାନେ ଚଳିତ ବର୍ଷ ରବି ଚାଷ ଧାନ ବିକ୍ରି ପଞ୍ଜିକରଣରୁ ବାଦ ପଡ଼ିଛନ୍ତି। ଫଳରେ କୋକସରା ବ୍ଳକ…

ଉତ୍କଳ ପ୍ରଦେଶ ଗଠନରେ ବଡ଼ଖେମୁଣ୍ଡିର ଅବଦାନ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିସ୍ଥିତ ବଡ଼ଖେମୁଣ୍ଡି ହାଇସ୍କୁଲ ପରିସରରେ ମଙ୍ଗଳବାର ଉତ୍କଳ ସମ୍ମିଳନୀ ଗଞ୍ଜାମ ଜିଲା ଶାଖା ଆନୁକୂଲ୍ୟରେ ପବିତ୍ର ଉତ୍କଳ ଦିବସ ଅବ୍ୟବହିତ…

ଲୁଚାଇ ରଖିଥିଲେ: ମିଳିଲା ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର, ମାଓବାଦୀ ସାମଗ୍ରୀ

ଫୁଲବାଣୀ,୩୧।୩(ରାକେଶ କୁମାର ରାଉତ): କନ୍ଧମାଳ ଜିଲା ଦାରିଙ୍ଗିବାଡି ଥାନା ଅଞ୍ଚଳରେ କୋମ୍ବିଂ ଅପରେଶନ ବେଳେ ସୁରକ୍ଷାକର୍ମୀ ବିପୁଳ ପରିମାଣର ମାଓବାଦୀ ସାମଗ୍ରୀ ଜଙ୍ଗଲରୁ ଜବତ କରିଛନ୍ତି। ଜବତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri