Posted inଖେଳ

ଆଇପିଏଲ୍‌ ନିଲାମରେ ସାମିଲ ହେଲେ କ୍ରୀଡା ମନ୍ତ୍ରୀ

ବେଙ୍ଗାଲୁରୁ,୨।୨: ଆଇପିଏଲ୍‌ ୨୦୨୨ର ମେଗା ନିଲାମ ୧୨ ଏବଂ ୧୩ ଫେବୃୟାରୀରେ ବେଙ୍ଗାଲୁରୁରେ ଅନୁଷ୍ଠିତ ହେବ। ଏଥିରେ କେତେ ଖେଳାଳିଙ୍କୁ ନିଲାମ କରାଯିବ ତାହାର ଅନ୍ତିମ ତାଲିକା ପ୍ରକାଶ ପାଇଛି। ଏହି ନିଲାମରେ ମୋଟ ୫୯୦ ଖେଳାଳି ଅଂଶଗ୍ରହଣ କରିବେ। ସେଠାରେ ୨୨୮ କ୍ୟାପ୍‌ଡ ଖେଳାଳି, ୩୫୫ ଅନ-କ୍ୟାପଡ୍‌ ଖେଳାଳି ଏବଂ ଆସୋସିଏଟ ଦେଶଗୁଡିକର ୭ ଖେଳାଳିଙ୍କୁ ଅନ୍ତର୍ଭୁକ୍ତ କରାଯାଇଛି। ଏଥିରେ ପଶ୍ଚିମବଙ୍ଗର କ୍ରୀଡା ମନ୍ତ୍ରୀ ମନୋଜ ତିୱାରୀଙ୍କ ନାମ ମଧ୍ୟ ରହିଛି। ସେ ହେଉଛନ୍ତି ପ୍ରଥମ ସକ୍ରିୟ ନେତା, ଯିଏକି ଆଇପିଏଲ ନିଲାମରେ ସାମିଲ ହେବେ। ସେ ଗତ ୩ ସିଜିନ୍‌ରେ ବିକ୍ରି ହୋଇ ନ ଥିଲେ। ଅର୍ଥାତ୍‌ କୌଣସି ଦଳ ସେଗୁଡିକ କିଣିବାକୁ ଆଗ୍ରହ ଦେଖାଇ ନ ଥିଲେ।
ପଶ୍ଚିମବଙ୍ଗର ମମତା ବାନାର୍ଜୀ ସରକାରରେ କ୍ରୀଡ଼ା ଓ ଯୁବ ମନ୍ତ୍ରୀ ଦାୟିତ୍ୱ ଗ୍ରହଣ କରିଥିବା ପୂର୍ବତନ ଭାରତୀୟ କ୍ରିକେଟର ମନୋଜ ତିୱାରୀ ତାଙ୍କର ମୂଳ ମୂଲ୍ୟ ୫୦ ଲକ୍ଷ ଟଙ୍କା ରଖିଛନ୍ତି। ତାଙ୍କୁ ଶେଷ ଥର ପାଇଁ ଆଇପିଏଲ ୨୦୧୮ ରେ ଖେଳୁଥିବା ଦେଖିବାକୁ ମିଳିଥିଲା। ତା’ପରେ ସେ କିଙ୍ଗସ ଏକାଦଶ ପଞ୍ଜାବ ଯୋଗ ଦେଇଥିଲେ। ଅବଶ୍ୟ, ତାଙ୍କୁ ଆଇପିଏଲ୍‌ ୨୦୧୯, ୨୦୨୦ ଏବଂ ୨୦୨୧ ନିଲାମରେ ବିକ୍ରି କରାଯାଇ ନାହିଁ।
ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେବା ପରେ ମନୋଜ ତିୱାରୀ ରାଜନୈତିକ ପିଚ୍‌ରେ ନିଜର ନୂତନ ଇନିଂସ ଆରମ୍ଭ କରିଛନ୍ତି। ସେ ବଙ୍ଗଳାରେ ଅନୁଷ୍ଠିତ ବିଧାନସଭା ନିର୍ବାଚନରେ ତୃଣମୂଲ କଂଗ୍ରେସର ଟିକେଟ୍‌ରେ ଲଢି ବିଜୟ ଲାଭ କରିଥିଲେ। ଏହା ପରେ ସେ ମମତା ବାନାର୍ଜୀ ସରକାରରେ କ୍ରୀଡ଼ା ଓ ଯୁବ ମନ୍ତ୍ରୀ ଭାବେ ଏକ ବଡ଼ ଦାୟିତ୍ୱ ପାଇଲେ। ସେ ଗତ ମାସରେ ବଙ୍ଗଳାର ୨୧ ଜଣିଆ ରଣଜୀ ଦଳରେ ମଧ୍ୟ ସାମିଲ ହୋଇଥିଲେ। ମାର୍ଚ୍ଚ ୨୦୨୦ ରେ ସୌରାଷ୍ଟ୍ର ବିପକ୍ଷରେ ରଣଜୀ ଫାଇନାଲରେ ତିୱାରୀ ଶେଷ ଥର ପାଇଁ ବଙ୍ଗଳା ପାଇଁ ଖେଳିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକା ଗୋଟିଏ ରାତିରେ ଇରାନ୍‌କୁ କରିଦେବ ଧ୍ୱଂସ: ଚେତାବନୀ ଦେଲେ ଟ୍ରମ୍ପ, ଖୁବଶୀଘ୍ର…

ୱାଶିଂଟନ,୬/୪:ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ୍ ଯୁଦ୍ଧକୁ ନେଇ ସୋମବାର ପୁଣି କଡ଼ା ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି,ଆମେରିକା ମାତ୍ର ଗୋଟିଏ ରାତିରେ ସମ୍ପୂର୍ଣ୍ଣ ଇରାନ୍‌କୁ ଧ୍ୱଂସ…

ବିରୋଧୀଙ୍କୁ ଝଟ୍‌କା: CEC ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଅଭିଯୋଗ ପ୍ରସ୍ତାବ ଖାରଜ

ନୂଆଦିଲ୍ଲୀ,୬।୪: ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବକୁ ଖାରଜ କରାଯାଇଛି। ରାଜ୍ୟ ସଭା ଅଧ୍ୟକ୍ଷ ଏହି ପ୍ରସ୍ତାବକୁ ଖାରଜ କରିଛନ୍ତି। ବିରୋଧୀ ଦଳ…

ଥୁଆମୂଳ ରାମପୁରରେ ସଡ଼କ ଦୁର୍ଘଟଣା: ଗଲା ୩ ଜୀବନ, କ୍ଷତିପୂରଣ ପାଇଁ ରାସ୍ତାରୋକୋ

ଥୁଆମୂଳ ରାମପୁର, ୬ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅଞ୍ଚଳରେ ସୋମବାର ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୩ ଜଣଙ୍କ…

ସୁନା ଭର୍ତ୍ତି ବ୍ୟାଗ୍‌ ନେଇ ଯାଉଥିଲେ ପବିତ୍ର: ବାଟରେ ଛକିଥିଲେ ୪ ଦୁର୍ବୃତ୍ତ: ଆଉ ତା’ପରେ ଘଟିଲା..

ଦିଗପହଣ୍ଡି,୬।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଗ୍ରାମର ଖଜୁରୀପଦା ସାହି ନିକଟରେ ସୋମବାର ରାତି ପ୍ରାୟ ୮ଟାରେ ଗୁଳି ଫୁଟିଛି। ଡେଙ୍ଗାଓସ୍ତା-ଭୀଷ୍ମଗିରି ଗ୍ରାମ…

କାମଦେବଙ୍କୁ ମିଳିଲା ବଡ଼ ଦାୟିତ୍ୱ: ଆଦିବାସୀଙ୍କ ବିକାଶ ପାଇଁ ଦେଲେ ପ୍ରତିଶ୍ରୁତି

ମୋହନା,୬।୪(ମନ୍ମଥ ମିଶ୍ର): ଗଜପତି ଜିଲାର ସର୍ବାଙ୍ଗୀନ ଉନ୍ନତି ପାଇଁ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଭାବେ କାମଦେବ ବଡ଼ନାୟକଙ୍କୁ ରାଜ୍ୟ ସରକାର ମନୋନୀତ କରିଛନ୍ତି। ସେ ମୋହନା…

ସଲମାନଙ୍କ ଫଟା ଜୋତାର ଦାମ୍‌ ଜାଣିଲେ ଉଡିଯିବ ହୋଶ୍‌

ସଲମାନ ଖାନ ବଲିଉଡ ସୁପରଷ୍ଟାର ଭାବରେ ଜଣାଶୁଣା। ସେ ଯାହା କରନ୍ତି, ସମସ୍ତଙ୍କ ନଜର ତାଙ୍କ ଉପରେ ଥାଏ। ସେ ଫ୍ୟାଶନ ହେଉଛି କି ଫିଲ୍ମ ସବୁଠି…

ହାର୍‌ ମାନିଗଲେ ଟ୍ରମ୍ପ! ଶେଷରେ ଇରାନକୁ କହିଲେ ଶକ୍ତିଶାଳୀ, ଯୁଦ୍ଧ ଶେଷ କରିବା ଉପରେ ଦେଲେ ବଡ଼ ଅପଡେଟ୍‌

ଓ୍ବାଶିଂଟନ୍‌,୬।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନର ଶକ୍ତିକୁ ସ୍ବୀକାର କରିଛନ୍ତି। ଚାଲିଥିବା ଶାନ୍ତି ଆଲୋଚନା ଏବଂ ୪୮ ଘଣ୍ଟାର ଅଲ୍ଟିମେଟମ୍‌…

ବରଗଡ଼ରେ କରାମାଡ଼,ଫସଲ ଧୂଳିସାତ୍‌: ଉଜୁଡିଲା ଚାଷୀଙ୍କ ଅମଳ ଆଶା

ବରଗଡ଼,୬।୪(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉତ୍ପାଦନ ଯୋଗୁ ରାଜ୍ୟର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲାର ଚାଷୀଙ୍କ ଦୁଃଖ ସରୁନାହିଁ। ଧାନବିକ୍ରି ଅବ୍ୟବସ୍ଥା ସାଧାରଣରେ ପରିଣତ ହୋଇଥିବାବେଳେ ପ୍ରକୃତିର ତାଣ୍ଡବ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri