‘ଜାଗା ମିଶନ’ ଦିଗହରା

ଭୁବନ, ୧୦।୯ ସହରାଞ୍ଚଳର ଗରିବ ଭୂମିହୀନ ବସ୍ତିବାସିନ୍ଦାଙ୍କ ମୁହଁରେ ଫୁଟିବ ହସ। ମୁଣ୍ଡକୁ ଛାତ। ପେଟକୁ ଭାତ। ହାତପାହାନ୍ତାରେ ଆବଶ୍ୟକ ମୌଳିକ ସୁବିଧା ଯୋଗାଇ ଦେବେ ରାଜ୍ୟ ସରକାର। ଆର୍ଥିକ ଅନଗ୍ରସର ପରିବାରର ଜୀବନଧାରଣ ମାନଦଣ୍ଡରେ ଉନ୍ନତି ଆଣିବା ଲକ୍ଷ୍ୟ ନେଇ ୨୦୨୦ ସେପ୍ଟେମ୍ବର ୨୮ରେ ରାଜ୍ୟରେ କାର୍ଯ୍ୟକାରୀ ହୋଇଛି ‘ଜାଗା ମିଶନ’। ହେଲେ ଢେଙ୍କାନାଳ ଜିଲା ଭୁବନ ଏନ୍‌ଏସିରେ ଏଭଳି ବହୁମୁଖୀ ପ୍ରକଳ୍ପ କେବଳ ଯୋଜନାରେ ସୀମିତ ରହିଯାଇଛି। ଅନେକ ହିତାଧିକାରୀ ପରିବାର ଚିରାଚରିତ ଜୀବନଶୈଳୀରୁ ବାହାରକୁ ଆସିବାକୁ ଚାହୁଁ ନ ଥିବାରୁ ‘ଜାଗା ମିଶନ’ର ସଫଳ ରୂପାୟନକୁ ନେଇ ସୃଷ୍ଟି ହୋଇଛି ପ୍ରଶ୍ନବାଚୀ।
ଝୁମ୍ପୁଡ଼ି ମୁକ୍ତ ହେବ ସହର। ଅଣବିବାଦୀୟ ସରକାରୀ ଜମିରେ ବସ୍ତିବାସିନ୍ଦା ଥଇଥାନ ହେବେ। ଉକ୍ତ ଅଞ୍ଚଳରେ ରାସ୍ତାଘାଟ ନିର୍ମାଣ, ସ୍ବଚ୍ଛ ପାନୀୟ ଜଳ ସୁବିଧା, ଡ୍ରେନେଜ୍‌ ବ୍ୟବସ୍ଥା, ଷ୍ଟ୍ରିଟ୍‌ଲାଇଟ୍‌, ବିଦ୍ୟୁତୀକରଣ କରାଯିବ। ଏହାକୁ ବାଦ୍‌ଦେଲେ ଚିତ୍ତବିନୋଦନ ଲାଗି ପାର୍କ, ଜିମ୍‌, ଖେଳପଡ଼ିଆ, ପରିଚୟ ଗୃହ ନିର୍ମାଣ କରାଯିବ ବୋଲି ‘ଜାଗା ମିଶନ’ ଅଧୀନରେ ପ୍ରସ୍ତୁତ କରାଯାଇଛି ନୀଳ ନକ୍ସା। ହେଲେ ଦୀର୍ଘଦିନରୁ ଜଙ୍ଗଲ ଜମିରେ ବାସ କରି ଆସୁଥିବା ପରିବାର ହଠାତ୍‌ ସ୍ଥାନ ପରିବର୍ତ୍ତନ ପାଇଁ ପଛଘୁଞ୍ଚା ଦେଉଛନ୍ତି। ସରକାରୀ ବ୍ୟବସ୍ଥା ଉପରେ ଭରସା ଆସୁ ନ ଥିବାରୁ ଭୁବନ ସହରାଞ୍ଚଳରେ ‘ଜାଗା ମିଶନ’ର ଭବିଷ୍ୟତକୁ
ଅନ୍ଧକାର ମଧ୍ୟକୁ ଠେଲିଦେଇଛି।
୨୦୧୭ରେ ଭୁବନ ସହରରେ ଥିବା ବସ୍ତିଗୁଡ଼ିକର ସ୍ଥିତି ଜାଣିବା ଲାଗି ଡ୍ରୋନ୍‌ ମ୍ୟାପିଂ କରାଯାଇଥିଲା। ଉକ୍ତ ତଥ୍ୟ ଆଧାରରେ ଏନ୍‌ଏସିର ୩ନଂ. ଓ୍ବାର୍ଡର ଗୋଡ଼ିପାଟଣା, ନଟାକଟା କଲୋନୀ, ୨ନଂ. ଓ୍ବାର୍ଡର ଟୋଲଙ୍କବେରେଣୀ ଏବଂ ଭଦଳିଆପଶି କୋହ୍ଲସାହି ଆଦି ୪ ବସ୍ତିକୁ ‘ଜାଗା ମିଶନ’ରେ ସାମିଲ କରାଯାଇଛି। ପ୍ରଶାସନିକ ତଦନ୍ତ, ନଥିପତ୍ର ଯାଞ୍ଚ ପରେ ମୋଟ ୩୧୦ ପରିବାର ଘରଡିହ ପଟ୍ଟା ପାଇବା ଲାଗି ଯୋଗ୍ୟ ବିବେଚିତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୭୦ ପରିବାରକୁ ବିଭିନ୍ନ ସ୍ଥାନରେ ଘରଡିହ ପଟ୍ଟା ବଣ୍ଟନ ସରିଛି। ସେହିପରି କିସମ ପରିବର୍ତ୍ତନ କରି ୨୦ ଜଣଙ୍କୁ ଜମି ପଟ୍ଟା ଦିଆଯିବ। ଏଥିଲାଗି ସମସ୍ତ ପ୍ରକ୍ରିୟା ଶେଷ ହୋଇଛି। ୧୩୮ ଜଣଙ୍କଠାରୁ ଭୂମି ଅଧିଗ୍ରହଣ କରାଯାଇଛି। ତଦନ୍ତ ପରେ ୬୨ ଜଣଙ୍କୁ ନାକଚ କରି ଦିଆଯାଇଛି। ଭଦଳିଆପଶି କୋହ୍ଲସାହିର ୧୩୮ ପରିବାରକୁ ବୁଦ୍ଧେଶ୍ୱର ମନ୍ଦିର ନିକଟବର୍ତ୍ତୀ ସ୍ଥାନରେ ଥଇଥାନ କରିବାକୁ ଜାଗା ଚିହ୍ନଟ ପ୍ରକ୍ରିୟା ଚାଲିଛି। ସେଠାରେ ସରକାରୀ ମ୍ୟାପ୍‌ ଅନୁଯାୟୀ ବାସଗୃହ ସମେତ ଅନ୍ୟାନ୍ୟ ପ୍ରକଳ୍ପ ନିର୍ମାଣ କରାଯିବ। ଏହାପରେ ସମ୍ପୃକ୍ତ ପରିବାରକୁ ସେଠାରେ ଥଇଥାନ କରାଯିବ ବୋଲି ଯୋଜନା ରହିଛି। ତେବେ ଦୀର୍ଘଦିନ ଧରି ଗୋଚର ଏବଂ ଜଙ୍ଗଲ ଜମିରେ ବାସ କରୁଥିବା କୋହ୍ଲସାହି ବାସିନ୍ଦା ଏଥିଲାଗି ଅମଙ୍ଗ ହେଉଛନ୍ତି। ସେମାନେ ଦୀର୍ଘଦିନ ଧରି ଗୋଟିଏ ଜାଗାରେ ବସବାସ କରୁଥିବାବେଳେ ହଠାତ୍‌ ସ୍ଥାନ ପରିବର୍ତ୍ତନ କଲେ ସମସ୍ୟା ଉପୁଜିବା ଆଶଙ୍କାରେ ରହିଛନ୍ତି। ତେଣୁ ପ୍ରକଳ୍ପ କାର୍ଯ୍ୟ ଆରମ୍ଭ ହେବା ପୂର୍ବରୁ ବିରୋଧାଭାସର ଗନ୍ଧ ଉଠିଲାଣି।
ଏ ସଂକ୍ରାନ୍ତରେ ନିର୍ବାହୀ ଅଧିକାରୀ ଦୁର୍ଯ୍ୟୋଧନ ସାହୁ କୁହନ୍ତି, ଜାଗା ମିଶନରେ ସାମିଲ ହୋଇଥିବା ହିତାଧିକାରୀଙ୍କ ତାଲିକା ପ୍ରସ୍ତୁତ କରାଯାଇଛି। ସେମାନଙ୍କୁ ଯୋଗ୍ୟତା ପ୍ରମାଣପତ୍ର ମଧ୍ୟ ଦିଆଯାଇଛି। ପ୍ରକଳ୍ପ ହେବାକୁ ଥିବା ଜମି ଚିହ୍ନଟ ପ୍ରକ୍ରିୟା ଚାଲିଛି। ଏହାର ସବିଶେଷ ତଥ୍ୟ ଜିଲା ପ୍ରଶାସନକୁ ଦିଆଯିବ। ଜିଲାସ୍ତରରେ ହୋଇଥିବା ନିଷ୍ପତ୍ତି
ଅନୁଯାୟୀ ପରବର୍ତ୍ତୀ ପଦକ୍ଷେପ ନିଆଯିବ।
ମାନସିକସ୍ତରରେ ପ୍ରସ୍ତୁତ ହୋଇପାରୁନୁ
ବହୁ ବର୍ଷ ଧରି ଗୋଟିଏ ସ୍ଥାନରେ ରହିବା ପରେ ଅନ୍ୟତ୍ର ବସତି ସ୍ଥାପନ କରିବା କଷ୍ଟକର। ଏଥିଲାଗି ଅଧିକାଂଶ ପରିବାର ମାନସିକସ୍ତରରେ ପ୍ରସ୍ତୁତ ନୁହନ୍ତି। ଜଙ୍ଗଲ ଜମିରେ ବାସ କରୁଥିବା ସମସ୍ତ ପରିବାରକୁ ସେମାନେ ରହୁଥିବା ସ୍ଥାନରେ ଜମିପଟ୍ଟା ପ୍ରଦାନ କରାଗଲେ ଭଲ ହୁଅନ୍ତା। ଜିଲା ପ୍ରଶାସନ ସମସ୍ୟାର ଗୁରୁତ୍ୱକୁ ବୁଝି ଏହାର ସମାଧାନ କଲେ ଶତାଧିକ ଆଦିବାସୀ ପରିବାର ଉପକୃତ ହେବେ।
ଟୁନାକର ସାହୁ, କୋହ୍ଲସାହି ବାସିନ୍ଦା
ନିଷ୍ପତ୍ତିର ପୁନର୍ବିଚାର ଆବଶ୍ୟକ
ଦୀର୍ଘଦିନ ଧରି ଏକତ୍ର ସହାବସ୍ଥାନ ଫଳରେ ଭାଇଚାରା ସମ୍ପର୍କ ତିଆରି ହୋଇଛି। ଅନ୍ୟତ୍ର ସ୍ଥାନାନ୍ତର କରାଗଲେ ଗରିବ ଭୂମିହୀନ ପରିବାର ଅଯଥା ସମସ୍ୟା ଭୋଗିବେ। ତେଣୁ ସରକାର ନିଷ୍ପତ୍ତିର ପୁନର୍ବିଚାର କରିବା ଆବଶ୍ୟକ। ଏବେକାର ସ୍ଥାନରେ ସ୍ଥାୟୀ ଭାବେ ରହିବା ଲାଗି ଘରପଟ୍ଟା ସହ ଆବାସ ଯୋଜନାରେ ଘର ଯୋଗାଇଦେଲେ ସମସ୍ୟାର ସରଳ ସମାଧାନ ହୋଇପାରିବ।
ବିପିନ ନାଏକ, କୋହ୍ଲସାହି ବାସିନ୍ଦା


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଘଟଣାରେ ଭାଜପା ନେତାଙ୍କ ପରଲୋକ

ଭଞ୍ଜନଗର,୨୧।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏଶନ ଯୁବ ଆଇନଜୀବୀ ତଥା ଭାଜପା ନେତା ଅରୁଣ ପ୍ରଧାନଙ୍କ ରବିବାର ରାତିରେ ତାରସିଂ ଥାନା ଅନ୍ତର୍ଗତ...

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

ହ୍ୟୁମାନ ମୃତ୍ୟୁ: ଏତଲାରେ ବୋହୂଙ୍କ ନାଁ, ଆବେଗଭରା ମନ୍ତବ୍ୟ ଦେଇ କହିଲେ ଅର୍ପିତା ଚୌଧୁରୀ….

କଟକ,୨୧ା୧୨: ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ଦିନ ପରେ ଦିନ ଗଡିଯାଉଥିବା ବେଳେ ସସପେନ୍ସ ଉପରୁ ପରଦା ଉଠିପାରୁ ନାହିଁ । ଆଜି ମା ଶେଫାଳି ସୁନା...

ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...

ଅଜଣା ଗାଡି ଧକ୍କାରେ ୨ ମୃତ, କ୍ଷତିପୂରଣ ଦାବିରେ ହରଡଖୋଲରେ ଏନଏଚ ଅବରୋଧ

ସୋନପୁର,୨୧/୧୨(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଥାନା ଅଧିନସ୍ଥ ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ୍ ନିକଟରେ ରବିବାର ସନ୍ଧ୍ୟା ୬ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି...

୫୦ ଫୁଟ ତଳକୁ ଖସିଲା ପିକନିକ୍ ବସ୍, ଜଣେ ମୃତ ୪ ଗୁରୁତର

ପାତ୍ରପୁର ୨୧/୧୨(ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡା ଥାନା ଅନ୍ତର୍ଗତ ବୁରାତାଲ୍ ପଞ୍ଚାୟତ ସାପୁଆଖତ ଠାରେ ବ୍ରହ୍ମପୁର ଏକ ଘୋରଇ ସ୍କୁଲ୍ ବସ ଦୁର୍ଘଟଣା...

ମୁହାଁମୁହିଁ ଧକ୍କା ହେଲା ବୋଲେରୋ-କାର୍, ରାସ୍ତାରେ ଦେଖାଗଲା…

ବଲାଙ୍ଗିର,୨୧/୧୨ (ସୁନିଲ ମହାନ୍ତି): ବଲାଙ୍ଗିର ସହର ସଦର ବ୍ଳକ ଛକ ନିକଟରେ ଏକ ବୋଲେରୋ ଓ କାର୍ ମୁହାଁ ମୁହଁ ଧକ୍କା ହୋଇଥଲା । ଦୁଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri