‘ଜାଗା ମିଶନ’ ଦିଗହରା

ଭୁବନ, ୧୦।୯ ସହରାଞ୍ଚଳର ଗରିବ ଭୂମିହୀନ ବସ୍ତିବାସିନ୍ଦାଙ୍କ ମୁହଁରେ ଫୁଟିବ ହସ। ମୁଣ୍ଡକୁ ଛାତ। ପେଟକୁ ଭାତ। ହାତପାହାନ୍ତାରେ ଆବଶ୍ୟକ ମୌଳିକ ସୁବିଧା ଯୋଗାଇ ଦେବେ ରାଜ୍ୟ ସରକାର। ଆର୍ଥିକ ଅନଗ୍ରସର ପରିବାରର ଜୀବନଧାରଣ ମାନଦଣ୍ଡରେ ଉନ୍ନତି ଆଣିବା ଲକ୍ଷ୍ୟ ନେଇ ୨୦୨୦ ସେପ୍ଟେମ୍ବର ୨୮ରେ ରାଜ୍ୟରେ କାର୍ଯ୍ୟକାରୀ ହୋଇଛି ‘ଜାଗା ମିଶନ’। ହେଲେ ଢେଙ୍କାନାଳ ଜିଲା ଭୁବନ ଏନ୍‌ଏସିରେ ଏଭଳି ବହୁମୁଖୀ ପ୍ରକଳ୍ପ କେବଳ ଯୋଜନାରେ ସୀମିତ ରହିଯାଇଛି। ଅନେକ ହିତାଧିକାରୀ ପରିବାର ଚିରାଚରିତ ଜୀବନଶୈଳୀରୁ ବାହାରକୁ ଆସିବାକୁ ଚାହୁଁ ନ ଥିବାରୁ ‘ଜାଗା ମିଶନ’ର ସଫଳ ରୂପାୟନକୁ ନେଇ ସୃଷ୍ଟି ହୋଇଛି ପ୍ରଶ୍ନବାଚୀ।
ଝୁମ୍ପୁଡ଼ି ମୁକ୍ତ ହେବ ସହର। ଅଣବିବାଦୀୟ ସରକାରୀ ଜମିରେ ବସ୍ତିବାସିନ୍ଦା ଥଇଥାନ ହେବେ। ଉକ୍ତ ଅଞ୍ଚଳରେ ରାସ୍ତାଘାଟ ନିର୍ମାଣ, ସ୍ବଚ୍ଛ ପାନୀୟ ଜଳ ସୁବିଧା, ଡ୍ରେନେଜ୍‌ ବ୍ୟବସ୍ଥା, ଷ୍ଟ୍ରିଟ୍‌ଲାଇଟ୍‌, ବିଦ୍ୟୁତୀକରଣ କରାଯିବ। ଏହାକୁ ବାଦ୍‌ଦେଲେ ଚିତ୍ତବିନୋଦନ ଲାଗି ପାର୍କ, ଜିମ୍‌, ଖେଳପଡ଼ିଆ, ପରିଚୟ ଗୃହ ନିର୍ମାଣ କରାଯିବ ବୋଲି ‘ଜାଗା ମିଶନ’ ଅଧୀନରେ ପ୍ରସ୍ତୁତ କରାଯାଇଛି ନୀଳ ନକ୍ସା। ହେଲେ ଦୀର୍ଘଦିନରୁ ଜଙ୍ଗଲ ଜମିରେ ବାସ କରି ଆସୁଥିବା ପରିବାର ହଠାତ୍‌ ସ୍ଥାନ ପରିବର୍ତ୍ତନ ପାଇଁ ପଛଘୁଞ୍ଚା ଦେଉଛନ୍ତି। ସରକାରୀ ବ୍ୟବସ୍ଥା ଉପରେ ଭରସା ଆସୁ ନ ଥିବାରୁ ଭୁବନ ସହରାଞ୍ଚଳରେ ‘ଜାଗା ମିଶନ’ର ଭବିଷ୍ୟତକୁ
ଅନ୍ଧକାର ମଧ୍ୟକୁ ଠେଲିଦେଇଛି।
୨୦୧୭ରେ ଭୁବନ ସହରରେ ଥିବା ବସ୍ତିଗୁଡ଼ିକର ସ୍ଥିତି ଜାଣିବା ଲାଗି ଡ୍ରୋନ୍‌ ମ୍ୟାପିଂ କରାଯାଇଥିଲା। ଉକ୍ତ ତଥ୍ୟ ଆଧାରରେ ଏନ୍‌ଏସିର ୩ନଂ. ଓ୍ବାର୍ଡର ଗୋଡ଼ିପାଟଣା, ନଟାକଟା କଲୋନୀ, ୨ନଂ. ଓ୍ବାର୍ଡର ଟୋଲଙ୍କବେରେଣୀ ଏବଂ ଭଦଳିଆପଶି କୋହ୍ଲସାହି ଆଦି ୪ ବସ୍ତିକୁ ‘ଜାଗା ମିଶନ’ରେ ସାମିଲ କରାଯାଇଛି। ପ୍ରଶାସନିକ ତଦନ୍ତ, ନଥିପତ୍ର ଯାଞ୍ଚ ପରେ ମୋଟ ୩୧୦ ପରିବାର ଘରଡିହ ପଟ୍ଟା ପାଇବା ଲାଗି ଯୋଗ୍ୟ ବିବେଚିତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୭୦ ପରିବାରକୁ ବିଭିନ୍ନ ସ୍ଥାନରେ ଘରଡିହ ପଟ୍ଟା ବଣ୍ଟନ ସରିଛି। ସେହିପରି କିସମ ପରିବର୍ତ୍ତନ କରି ୨୦ ଜଣଙ୍କୁ ଜମି ପଟ୍ଟା ଦିଆଯିବ। ଏଥିଲାଗି ସମସ୍ତ ପ୍ରକ୍ରିୟା ଶେଷ ହୋଇଛି। ୧୩୮ ଜଣଙ୍କଠାରୁ ଭୂମି ଅଧିଗ୍ରହଣ କରାଯାଇଛି। ତଦନ୍ତ ପରେ ୬୨ ଜଣଙ୍କୁ ନାକଚ କରି ଦିଆଯାଇଛି। ଭଦଳିଆପଶି କୋହ୍ଲସାହିର ୧୩୮ ପରିବାରକୁ ବୁଦ୍ଧେଶ୍ୱର ମନ୍ଦିର ନିକଟବର୍ତ୍ତୀ ସ୍ଥାନରେ ଥଇଥାନ କରିବାକୁ ଜାଗା ଚିହ୍ନଟ ପ୍ରକ୍ରିୟା ଚାଲିଛି। ସେଠାରେ ସରକାରୀ ମ୍ୟାପ୍‌ ଅନୁଯାୟୀ ବାସଗୃହ ସମେତ ଅନ୍ୟାନ୍ୟ ପ୍ରକଳ୍ପ ନିର୍ମାଣ କରାଯିବ। ଏହାପରେ ସମ୍ପୃକ୍ତ ପରିବାରକୁ ସେଠାରେ ଥଇଥାନ କରାଯିବ ବୋଲି ଯୋଜନା ରହିଛି। ତେବେ ଦୀର୍ଘଦିନ ଧରି ଗୋଚର ଏବଂ ଜଙ୍ଗଲ ଜମିରେ ବାସ କରୁଥିବା କୋହ୍ଲସାହି ବାସିନ୍ଦା ଏଥିଲାଗି ଅମଙ୍ଗ ହେଉଛନ୍ତି। ସେମାନେ ଦୀର୍ଘଦିନ ଧରି ଗୋଟିଏ ଜାଗାରେ ବସବାସ କରୁଥିବାବେଳେ ହଠାତ୍‌ ସ୍ଥାନ ପରିବର୍ତ୍ତନ କଲେ ସମସ୍ୟା ଉପୁଜିବା ଆଶଙ୍କାରେ ରହିଛନ୍ତି। ତେଣୁ ପ୍ରକଳ୍ପ କାର୍ଯ୍ୟ ଆରମ୍ଭ ହେବା ପୂର୍ବରୁ ବିରୋଧାଭାସର ଗନ୍ଧ ଉଠିଲାଣି।
ଏ ସଂକ୍ରାନ୍ତରେ ନିର୍ବାହୀ ଅଧିକାରୀ ଦୁର୍ଯ୍ୟୋଧନ ସାହୁ କୁହନ୍ତି, ଜାଗା ମିଶନରେ ସାମିଲ ହୋଇଥିବା ହିତାଧିକାରୀଙ୍କ ତାଲିକା ପ୍ରସ୍ତୁତ କରାଯାଇଛି। ସେମାନଙ୍କୁ ଯୋଗ୍ୟତା ପ୍ରମାଣପତ୍ର ମଧ୍ୟ ଦିଆଯାଇଛି। ପ୍ରକଳ୍ପ ହେବାକୁ ଥିବା ଜମି ଚିହ୍ନଟ ପ୍ରକ୍ରିୟା ଚାଲିଛି। ଏହାର ସବିଶେଷ ତଥ୍ୟ ଜିଲା ପ୍ରଶାସନକୁ ଦିଆଯିବ। ଜିଲାସ୍ତରରେ ହୋଇଥିବା ନିଷ୍ପତ୍ତି
ଅନୁଯାୟୀ ପରବର୍ତ୍ତୀ ପଦକ୍ଷେପ ନିଆଯିବ।
ମାନସିକସ୍ତରରେ ପ୍ରସ୍ତୁତ ହୋଇପାରୁନୁ
ବହୁ ବର୍ଷ ଧରି ଗୋଟିଏ ସ୍ଥାନରେ ରହିବା ପରେ ଅନ୍ୟତ୍ର ବସତି ସ୍ଥାପନ କରିବା କଷ୍ଟକର। ଏଥିଲାଗି ଅଧିକାଂଶ ପରିବାର ମାନସିକସ୍ତରରେ ପ୍ରସ୍ତୁତ ନୁହନ୍ତି। ଜଙ୍ଗଲ ଜମିରେ ବାସ କରୁଥିବା ସମସ୍ତ ପରିବାରକୁ ସେମାନେ ରହୁଥିବା ସ୍ଥାନରେ ଜମିପଟ୍ଟା ପ୍ରଦାନ କରାଗଲେ ଭଲ ହୁଅନ୍ତା। ଜିଲା ପ୍ରଶାସନ ସମସ୍ୟାର ଗୁରୁତ୍ୱକୁ ବୁଝି ଏହାର ସମାଧାନ କଲେ ଶତାଧିକ ଆଦିବାସୀ ପରିବାର ଉପକୃତ ହେବେ।
ଟୁନାକର ସାହୁ, କୋହ୍ଲସାହି ବାସିନ୍ଦା
ନିଷ୍ପତ୍ତିର ପୁନର୍ବିଚାର ଆବଶ୍ୟକ
ଦୀର୍ଘଦିନ ଧରି ଏକତ୍ର ସହାବସ୍ଥାନ ଫଳରେ ଭାଇଚାରା ସମ୍ପର୍କ ତିଆରି ହୋଇଛି। ଅନ୍ୟତ୍ର ସ୍ଥାନାନ୍ତର କରାଗଲେ ଗରିବ ଭୂମିହୀନ ପରିବାର ଅଯଥା ସମସ୍ୟା ଭୋଗିବେ। ତେଣୁ ସରକାର ନିଷ୍ପତ୍ତିର ପୁନର୍ବିଚାର କରିବା ଆବଶ୍ୟକ। ଏବେକାର ସ୍ଥାନରେ ସ୍ଥାୟୀ ଭାବେ ରହିବା ଲାଗି ଘରପଟ୍ଟା ସହ ଆବାସ ଯୋଜନାରେ ଘର ଯୋଗାଇଦେଲେ ସମସ୍ୟାର ସରଳ ସମାଧାନ ହୋଇପାରିବ।
ବିପିନ ନାଏକ, କୋହ୍ଲସାହି ବାସିନ୍ଦା


Enter your email to get our daily news in your inbox.

All Right Reserved By Dharitri.Com

୪୦ କିମି ବେଗରେ ବହିବ ପବନ, ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା: ସତର୍କ ସୂଚନା ଜାରି

ଭୁବନେଶ୍ୱର,୪।୪: ରାଜ୍ୟର କେତେକ ସ୍ଥାନରେ କାଳବୈଶାଖୀ ବର୍ଷା ହେବାର ସମ୍ଭାବନା ଥିବାରୁ ସତର୍କ ସୂଚନା ଜାରି ହୋଇଛି। ତେବେ ୨ଦିନ ପରେ ତାପମାତ୍ରା ୨ରୁ ୩ ଡିଗ୍ରୀ…

ଆଜି ରାଜ୍ୟ କ୍ୟାବିନେଟ୍‌: ନିଆଯିବ ବଡ଼ ନିଷ୍ପତ୍ତି

ଭୁବନେଶ୍ୱର,୪।୪ (ରବିନାରାୟଣ ଜେନା): ରାଜ୍ୟ ସରକାରଙ୍କ ପକ୍ଷରୁ ଶନିବାର ସନ୍ଧ୍ୟା ୬ଟାରେ କ୍ୟାବିନେଟ୍‌ ବୈଠକ ଅନୁଷ୍ଠିତ ହେବ। ଲୋକସେବା ଭବନର ତୃତୀୟ ମହଲାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ…

କାଳବୈଶାଖୀ ତାଣ୍ଡବ: ଭାଙ୍ଗିଲା ଗଛ, ଉଡ଼ିଲା ଆଜ୍‌ବେଷ୍ଟସ୍‌

କୋରାପୁଟ,୩।୪(ଅମିତାଭ ବେହେରା): କୋରାପୁଟ ସହରରେ ଶୁକ୍ରବାର ସନ୍ଧ୍ୟାରେ କାଳବୈଶାଖୀ ତାଣ୍ଡବ ରଚିଛି। କାଳବୈଶାଖୀ ପ୍ରଭାବରେ ଅଞ୍ଚଳର ବିଭିନ୍ନ ସ୍ଥାନରେ ଝଡ଼ତୋଫାନ ହୋଇଛି। ଝଡ଼ତୋଫାନରେ କୋରାପୁଟ-ରାୟଗଡ଼ା ସଂଯୋଗ କରୁଥିବା…

ଉତ୍ସବମୁଖର ଦାରିଙ୍ଗବାଡି: ଉତ୍ସାହ ସହ ପାଳନହେଲା ଗୁଡ ଫ୍ରାଇଡେ, ଯୀଶୁଖ୍ରୀଷ୍ଟଙ୍କ ଯାତନାର ଦୃଶ୍ୟ…

ଦାରିଙ୍ଗବାଡି,୩।୪ (ଅରୁଣ ସାହୁ): ଗୁଡ୍‌ ଫ୍ରାଇଡେ ପାଇଁ କନ୍ଧମାଳ ଜିଲା  ଉତ୍ସବ ମୁଖର ହୋଇଥିବା ବେଳେ ଦାରିଙ୍ଗବାଡି ବ୍ଲକ ଅଞ୍ଚଳରେ ମଧ୍ୟ ଏହି ପର୍ବ ବଡ଼ ଧୁମଧାମରେ…

ମାମୁଁ ଘରକୁ ଆସି ଗତକାଲିଠୁ ଥିଲେ ନିଖୋଜ: ଆଜି କେନାଲରୁ ମିଳିଲା ମୃତଦେହ, ପରିବାର ଲୋକେ ଆଣିଲେ ସାଂଘାତିକ ଅଭିଯୋଗ

ପଟ୍ଟାମୁଣ୍ଡାଇ ୩।୪(କଳ୍ପତରୁ ନାୟକ) କେନ୍ଦ୍ରାପଡା ଜିଲାରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଗୁରୁବାର ପୂର୍ବାହ୍ନରୁ ନିଖୋଜ ଥିବା ଜଣେ ୭ ବର୍ଷୀୟ ନାବାଳିକା ସ୍କୁଲ…

୮ ତାରିଖ ଯାଏ ଛେଚିବ: ଆସନ୍ତାକାଲି ପାଇଁ ଏହି ୧୨ ଜିଲାରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା! ୱାର୍ନିଂ ଜାରି କଲା…

ଭୁବନେଶ୍ୱର,୩।୪: ରାଜ୍ୟରେ ୮ ତାରିଖ ଯାଏ ବର୍ଷା ନେଇ ପାଣିପାଗ ବିଭାଗ ଚେତାବନୀ ଜାରି କରିଛି। ବିଜୁଳି, ଘଡ଼ଘଡ଼ି ସହ ବର୍ଷା ନେଇ ଆସନ୍ତାକାଲି ପାଇଁ ୧୨…

ଗାଁ ରେ ମା ’ ବୁଢ଼ୀ ଠାକୁରାଣୀ ଯାତ୍ରା: ଏପଟେ ତାଲାଭାଙ୍ଗି ନେଇଗଲେ ସୁନା,ରୁପା ଅଳଙ୍କାର

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଜଗନ୍ନାଥ ମନ୍ଦିର ସାହିରେ ରହୁଥିବା ରାଜମିସ୍ତ୍ରୀ ପିଣ୍ଟୁ ସାହୁଙ୍କ ଘର ତାଲା ଭାଙ୍ଗି ଦୁର୍ବୃତ୍ତମାନେ କଳାକନା…

ବାଣ ତିଆରି ବେଳେ ଭୟଙ୍କର ବିସ୍ଫୋରଣ: ୬ ଗୁରୁତର

ନୟାଗଡ଼/ନୂଆଗାଁ,(ଲୋକନାଥ ମିଶ୍ର/ଧନେଶ୍ୱର ସାହୁ): ନୟାଗଡ଼ ଜିଲା ନୂଆଗାଁ ଥାନା ଅଞ୍ଚଳରେ ବାଣ ତିଆରି କରୁଥିବା ବେଳେ ଶୁକ୍ରବାର ଏକ ଭୟଙ୍କର ବିସ୍ଫୋରଣ ଘଟିଛି। ବିସ୍ଫୋରଣ ଜଣ ୬…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri