ଡେରାବିଶ,୧୨ା୫(ବେବର୍ତ୍ତା ଅଜୟ ଦାସ):ଦିନେ ଗାଁ ଦାଣ୍ଡରେ ମୁଖରିତ ହେଉଥିଲେ କେନ୍ଦରାର ସ୍ବର। ରାତି ପାହିଲେ ପୁରାଣ ବଣ୍ଣର୍ର୍ିତ ଗୀତକୁ ବୋଲି ହାତରେ କେନ୍ଦରା ଓ କାନ୍ଧରେ ଲାଉଥାଳ ଧରି ଯୋଗୀଟିଏ ସୁନ୍ଦର ସ୍ବରରେ ଗୀତ ବୋଲି ଗଁା ଦାଣ୍ଡକୁ ମୁଖରିତ କରୁଥିଲେ। ଗାଁର ମହିଳାମାନେ ଯୋଗୀଟିଏ ଦେଖିଲେ ଅତି ଭକ୍ତିର ସହ ଚାଉଳ, ପନିପରିବା ଓ ଟଙ୍କା ଲାଉଥାଳରେ ଦେଇଥାନ୍ତି। ପରିବାର ମଙ୍ଗଳ ମନାସୀ ଯୋଗୀ ଜଣକ ପୁର୍ନବାର ଚାଲିଯାନ୍ତି ନିକଟସ୍ଥ ଘରକୁ। ମାତ୍ର ଆଧୁନିକତାର ଚାକଚକ୍ୟ ଓ ଯୋଗୀ ପରିବାରର ନୂତନ ଯୁବପୀଢ଼ି ନିଜର ଶିକ୍ଷାଗତ ଯୋଗ୍ୟତା ହାସଲ କରି କର୍ମ ସଂସ୍ଥାନ ଉଦ୍ଦେଶ୍ୟରେ ମନବଳାଇବା ସହ, କୌଳିକ ବୃତ୍ତରୁ ଦୁରେଇ ଯାଉଥିବା ଏବେ ଦେଖିବାକୁ ମିଳୁଛି ବୋଲି ବରିଷ୍ଠ ଆଇନଜୀବୀ ବିଜୟ କୁମାର ପରିଡ଼ା କହିଛନ୍ତି। ଏକ ଆଧ୍ୟମତ୍ିକ ଚେତନା ସାଧାରଣ ଜାଗ୍ରତ କରିବା ପାଇଁ ଏବଂ ସମାଜକୁ ସୁବ୍ୟବସ୍ଥିତ କରିବାରେ କେନ୍ଦରା ଗୀତ ଯଥେଷ୍ଠ ସହାୟକ ହେଉଥିଲା ବୋଲି ଶିଶୁ ସାହିତ୍ୟକ ସୁଶାନ୍ତ କୁମାର ପାତ୍ର କହିଛନ୍ତି। ଡେରାବିଶ ବ୍ଲକ କାଉପଡ଼ା ପଞ୍ଚାୟତ ନୀଳିକଣା ଗ୍ରାମର ଶଙ୍କର ନାଥ ନିଜର କୌଳିକ ବୃତ୍ତିକୁ ରକ୍ଷା କରିବା ପାଇଁ ଏବେ ବି ଗାଁ ଦାଣ୍ଡରେ କେନ୍ଦରା ବଜାଇ ସୁଲଳିତ କଣ୍ଠରେ ଭଜନ ଗାଇ ଘରକୁ ଘର ବୁଲୁଥିବା ଦେଖିବାକୁ ମିଳୁଛି। ଏହି ପରିପ୍ରେକ୍ଷୀରେ କହିଛନ୍ତି, ଲାଉଥାଳ ହେଉଛି ଶୁଭ ଥାଳ। ଏହି ଥାଳରେ ଚାଉଳ ଓ ଅନ୍ୟାନ୍ୟ ପନିପରିବା ଦାନ କଲେ ପରିବାର ମଙ୍ଗଳ ହୋଇଥାଏ। ଏଥି ସହିତ ସମାଜର କଲ୍ୟାଣ ପାଇଁ କେନ୍ଦରା ଗୀତ ବହୁ ପରିମାଣରେ ସହାୟକ ହୋଇଥାଏ। ପ୍ରାଚୀନ ସଂସ୍କୃତିର ନିର୍ଦ୍ଦେଶନ କେନ୍ଦରା ସଙ୍ଗୀତକୁ ପୁର୍ନଜୀବୀତ କରିବା ପାଇଁ ସରକାରୀସ୍ତରରେ ସବୁ ପ୍ରକାର ଉଦ୍ୟମ କରିବାକୁ ସାମାଜିକ କର୍ମୀ ଖଗେଶ୍ୱର ଲେଙ୍କା ଦାବି କରିଛନ୍ତି।


