ଓଜେଇଇ ପାଇଁ ଏସ୍‌ଓପି ଜାରି

ଭୁବନେଶ୍ୱର, ୬।୧୦(ବ୍ୟୁରୋ): ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା (ଓଜେଇଇ) ଆସନ୍ତା ୧୨ ତାରିଖରୁ ଆରମ୍ଭ ହେବ। ୧୯ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ପରୀକ୍ଷା ୩ଟି ସିଫ୍ଟରେ ହେବ। ତେବେ କରୋନା ମହାମାରୀ ସମୟରେ ପରୀକ୍ଷାର ସୁପରିଚାଳନା ପାଇଁ ଏସ୍‌ଓପି ଜାରି ହୋଇଛି। କେନ୍ଦ୍ର ଓ ରାଜ୍ୟ ସରକାରଙ୍କ କୋଭିଡ୍‌-୧୯ ନିର୍ଦ୍ଦେଶାବଳୀ ଅନୁଯାୟୀ, ପରୀକ୍ଷାର୍ଥୀଙ୍କର ସ୍ବାସ୍ଥ୍ୟ ସୁବିଧା ସୁନିଶ୍ଚିତ କରିବା ସହ ସାମାଜିକ ଦୂରତା ସମ୍ବନ୍ଧରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବ। ସମସ୍ତ ପରୀକ୍ଷା କେନ୍ଦ୍ରରେ ମୋଟ ସିଟ୍‌ର ମାତ୍ର ୫୦% ବ୍ୟବହାର କରାଯିବ ଓ ନିର୍ଦ୍ଦେଶାବଳୀ ଅନୁଯାୟୀ ପ୍ରାର୍ଥୀଙ୍କ ମଧ୍ୟରେ ବ୍ୟବଧାନ ବଜାୟ ରହିବ। ଯଦି କୌଣସି ପରୀକ୍ଷାର୍ଥୀଙ୍କ ଶରୀରର ତାପମାତ୍ରା ଅଧିକ କିମ୍ବା ଅନ୍ୟ କୌଣସି କରୋନା ଲକ୍ଷଣ ଥିବା ପରି ଦେଖାଯାଏ, ତାଙ୍କୁ ଏକ ସ୍ବତନ୍ତ୍ର ଭାବେ ନିର୍ମିତ ହଲ୍‌ରେ ପରୀକ୍ଷା ଦେବାକୁ ଅନୁମତି ଦିଆଯିବ। ପ୍ରତି ସିଫ୍ଟ ଆରମ୍ଭ ପୂର୍ବରୁ ପରୀକ୍ଷା ହଲ୍‌, କବାଟ ହ୍ୟାଣ୍ଡଲ୍‌, ଲିଫ୍ଟ ସୁଇଚ୍‌, ରେଲିଂ, ପରୀକ୍ଷାର୍ଥୀଙ୍କ ବସିବା ସ୍ଥାନ, ଚେୟାର, ଡେସ୍କ, କମ୍ପ୍ୟୁଟର ମନିଟର, କିବୋର୍ଡ, ମାଉସ୍‌ ଆଦି ଭଲ ଭାବେ ବିଶୋଧନ କରାଯିବ। ସମସ୍ତ ପରୀକ୍ଷାର୍ଥୀ ୩ ପ୍ଲାଏ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି।
ସେହିପରି ସମସ୍ତ ଇନଭିଜିଲେଟର୍‌ ଓ କର୍ମଚାରୀଙ୍କୁ ମାସ୍କ, ଗ୍ଲୋଭସ୍‌ ଆଦି ସୁରକ୍ଷା ଉପକରଣ ଯୋଗାଇ ଦିଆଯିବ। ପରୀକ୍ଷାର୍ଥୀମାନେ କେନ୍ଦ୍ରରେ ପ୍ରବେଶ କରିବା ପୂର୍ବରୁ ସାବୁନ ଓ ସାନିଟାଇଜର୍‌ ଦ୍ୱାରା ହାତ ସଫା କରିବେ। ପରୀକ୍ଷାର୍ଥୀ ଓ କର୍ମଚାରୀଙ୍କ ବ୍ୟବହାର ପାଇଁ ପ୍ରବେଶ ସ୍ଥାନ ସମେତ ବିଭିନ୍ନ ସ୍ଥାନରେ ହ୍ୟାଣ୍ଡ୍‌ ସାନିଟାଇଜର ଉପଲବ୍ଧ ହେବ। ଦାୟିତ୍ୱରେ ରହୁଥିବା କର୍ମଚାରୀମାନେ ପରୀକ୍ଷାର୍ଥୀଙ୍କ ଆଡମିଟ୍‌ କାର୍ଡକୁ ସ୍ପର୍ଶ ନ କରି ବାରକୋଡ୍‌ ରିଡର୍‌ ବ୍ୟବହାର କରି ଯାଞ୍ଚ କରିବେ। ଭିଡ଼ ନ କରିବା ପାଇଁ ସିଟ୍‌ ଆବଣ୍ଟନ ସଂକ୍ରାନ୍ତରେ କୌଣସି ଡିସ୍‌ପ୍ଲେ ବୋର୍ଡ ବ୍ୟବହାର କରାଯିବ ନାହିଁ। ପ୍ରବେଶ ସମୟରେ ଲାବ୍‌ ନମ୍ବର ସଂକ୍ରାନ୍ତରେ ପରୀକ୍ଷାର୍ଥୀଙ୍କୁ ବ୍ୟକ୍ତିଗତ ଭାବେ ସୂଚନା ଦିଆଯିବ। ପରୀକ୍ଷା ଆରମ୍ଭ ପୂର୍ବରୁ ୫ଟି ଖାଲି ସିଟ୍‌ର କାଗଜ ପ୍ରତି ପରୀକ୍ଷାର୍ଥୀଙ୍କ ଡେସ୍କରେ ରଖାଯିବ। ପରୀକ୍ଷା କେନ୍ଦ୍ର ଓ ବାହାରକୁ ଯାଉଥିବା ପରୀକ୍ଷାର୍ଥୀଙ୍କୁ ମାର୍ଗଦର୍ଶନ ଦେବା ପାଇଁ କର୍ମଚାରୀମାନେ ଉପଯୁକ୍ତ ସ୍ଥାନରେ ନିୟୋଜିତ ହେବେ ବୋଲି ଉକ୍ତ ଏସ୍‌ଓପିରେ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଥୁଆମୂଳ ରାମପୁରରେ ସଡ଼କ ଦୁର୍ଘଟଣା: ଗଲା ୩ ଜୀବନ, କ୍ଷତିପୂରଣ ପାଇଁ ରାସ୍ତାରୋକୋ

ଥୁଆମୂଳ ରାମପୁର, ୬ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅଞ୍ଚଳରେ ସୋମବାର ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୩ ଜଣଙ୍କ…

ସୁନା ଭର୍ତ୍ତି ବ୍ୟାଗ୍‌ ନେଇ ଯାଉଥିଲେ ପବିତ୍ର: ବାଟରେ ଛକିଥିଲେ ୪ ଦୁର୍ବୃତ୍ତ: ଆଉ ତା’ପରେ ଘଟିଲା..

ଦିଗପହଣ୍ଡି,୬।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଗ୍ରାମର ଖଜୁରୀପଦା ସାହି ନିକଟରେ ସୋମବାର ରାତି ପ୍ରାୟ ୮ଟାରେ ଗୁଳି ଫୁଟିଛି। ଡେଙ୍ଗାଓସ୍ତା-ଭୀଷ୍ମଗିରି ଗ୍ରାମ…

କାମଦେବଙ୍କୁ ମିଳିଲା ବଡ଼ ଦାୟିତ୍ୱ: ଆଦିବାସୀଙ୍କ ବିକାଶ ପାଇଁ ଦେଲେ ପ୍ରତିଶ୍ରୁତି

ମୋହନା,୬।୪(ମନ୍ମଥ ମିଶ୍ର): ଗଜପତି ଜିଲାର ସର୍ବାଙ୍ଗୀନ ଉନ୍ନତି ପାଇଁ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଭାବେ କାମଦେବ ବଡ଼ନାୟକଙ୍କୁ ରାଜ୍ୟ ସରକାର ମନୋନୀତ କରିଛନ୍ତି। ସେ ମୋହନା…

ସଲମାନଙ୍କ ଫଟା ଜୋତାର ଦାମ୍‌ ଜାଣିଲେ ଉଡିଯିବ ହୋଶ୍‌

ସଲମାନ ଖାନ ବଲିଉଡ ସୁପରଷ୍ଟାର ଭାବରେ ଜଣାଶୁଣା। ସେ ଯାହା କରନ୍ତି, ସମସ୍ତଙ୍କ ନଜର ତାଙ୍କ ଉପରେ ଥାଏ। ସେ ଫ୍ୟାଶନ ହେଉଛି କି ଫିଲ୍ମ ସବୁଠି…

ହାର୍‌ ମାନିଗଲେ ଟ୍ରମ୍ପ! ଶେଷରେ ଇରାନକୁ କହିଲେ ଶକ୍ତିଶାଳୀ, ଯୁଦ୍ଧ ଶେଷ କରିବା ଉପରେ ଦେଲେ ବଡ଼ ଅପଡେଟ୍‌

ଓ୍ବାଶିଂଟନ୍‌,୬।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନର ଶକ୍ତିକୁ ସ୍ବୀକାର କରିଛନ୍ତି। ଚାଲିଥିବା ଶାନ୍ତି ଆଲୋଚନା ଏବଂ ୪୮ ଘଣ୍ଟାର ଅଲ୍ଟିମେଟମ୍‌…

ବରଗଡ଼ରେ କରାମାଡ଼,ଫସଲ ଧୂଳିସାତ୍‌: ଉଜୁଡିଲା ଚାଷୀଙ୍କ ଅମଳ ଆଶା

ବରଗଡ଼,୬।୪(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉତ୍ପାଦନ ଯୋଗୁ ରାଜ୍ୟର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲାର ଚାଷୀଙ୍କ ଦୁଃଖ ସରୁନାହିଁ। ଧାନବିକ୍ରି ଅବ୍ୟବସ୍ଥା ସାଧାରଣରେ ପରିଣତ ହୋଇଥିବାବେଳେ ପ୍ରକୃତିର ତାଣ୍ଡବ…

ପୂର୍ବତନ ବିଧାୟକ, ପୂର୍ବତନ ଏମ୍‌ପିଙ୍କୁ ବିଜେଡିରୁ କରାଗଲା ନିଲମ୍ବନ , ଜାଣନ୍ତୁ କାହିଁକି ଏମିତି କାର୍ଯ୍ୟାନୁଷ୍ଠାନ ନେଲେ ନବୀନ

ବାସୁଦେବପୁର,୬।୪(କାଳୀପଦ ରାୟ): ଭଦ୍ରକ ଜିଲା ବାସୁଦେବପୁରର ପୂର୍ବତନ ବ୍ଲକ ଅଧ୍ୟକ୍ଷ ତଥା ଧାମନଗରର ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ, ଭଦ୍ରକର ପୂର୍ବତନ ଏମ୍‌ପି ମଞ୍ଜୁଲତା ମଣ୍ଡଳଙ୍କୁ ଦଳ…

ମା’ମାଣିକେଶରୀ ବିଶ୍ୱ ବିଦ୍ୟାଳୟରେ ନୂତନ ସ୍ଥାୟୀ କୁଳପତି ନିଯୁକ୍ତ: ଜାଣନ୍ତୁ କାହାକୁ ମିଳିଲା ଦାୟିତ୍ୱ

ଭବାନୀପାଟଣା,୬।୪(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣାସ୍ଥିତ ମା’ମାଣିକେଶରୀ ବିଶ୍ୱ ବିଦ୍ୟାଳୟର ନୂତନ ସ୍ଥାୟୀ କୁଳପତି ଭାବେ ଡ଼.ପବନ କୁମାର ଅଗ୍ରୱାଲ ସୋମବାର ନିଯୁକ୍ତ ହୋଇଛନ୍ତି। ଏ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri