ରାଷ୍ଟ୍ରପତିଙ୍କ ମନ ଜିଣିଲେ ଓଡ଼ିଆ ପୁଅ

ଗୋପାଳପୁର,୧୬।୯(ନବୀନ ରାଜ ଆଚାରୀ)ଗଞ୍ଜାମ ଜିଲାର ଚିତ୍ରକରଙ୍କୁ ପାଇ ଖୁସି ପ୍ରକଟ କରିବା ସହ ୪୫ ମିନିଟ୍‌ ଧରି ତାଙ୍କ ସହ କଥା ହୋଇଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଦୁଇଟି ସୁନ୍ଦର ଚିତ୍ରକୁ ଦେଖି ସୁନାଛାଞ୍ଚ ଥିବା ରାଷ୍ଟ୍ରପତି ଭବନରେ ଏକ କଳାକୃତିକୁ ଦେଇ ଚିତ୍ରଶିଳ୍ପୀଙ୍କୁ ପୁରସ୍କୃତ କରିଛନ୍ତି ରାଷ୍ଟ୍ରପତି। ଏହି ଚିତ୍ରଶିଳ୍ପୀ ଜଣକ ହେଉଛନ୍ତି ରଙ୍ଗେଇଲୁଣ୍ଡା ବ୍ଲକ ଅଧୀନ ବଡ଼କୁଶସ୍ଥଳି ଗ୍ରାମର ପ୍ରତାପ ବାଡ଼ତ୍ୟା।
ଗଞ୍ଜାମ ଜିଲା ଖଲ୍ଲିକୋଟ ବ୍ଲକ କୁମୁଣ୍ଡ ଗ୍ରାମରେ ଜନ୍ମ ଗ୍ରହଣ କରିଥିବା ପ୍ରତାପଙ୍କ ପରିବାର ୧୫ ବର୍ଷ ହେଲା ବ୍ରହ୍ମପୁର ସହର ଉପକଣ୍ଠ ବଡ଼ କୁଶସ୍ଥଳିରେ ରହିଆସୁଛନ୍ତି। ବାପା ଉଦୟ ବାଡ଼ତ୍ୟା ଓ ମାଆ ଅନସୂୟାଙ୍କ ପୁଅ ପ୍ରତାପଙ୍କ ପିଲାବେଳୁ ଚିତ୍ର ଆଙ୍କିବା ପ୍ରତି ଦୁର୍ବଳତା ରହିଥିଲା। ଦଶମ ଶ୍ରେଣୀ ଫେଲ୍‌ ହେବା ପରେ ସେ କାମ ଅନ୍ବେଷଣରେ ଗୁଜରାଟ ଓ ତାମିଲନାଡୁ ଚାଲିଯାଇଥିଲେ। ସେଠାରେ ଦିନ ମଜୁରିଆ ରୂପେ କାମ କରି ମଧ୍ୟ ଚିତ୍ରକଳା ପ୍ରତି ସମୟ ଦେଇ ନିଜ ସାଧନା ଜାରି ରଖିଥିଲେ। ପାଠ ପଢିବାକୁ ଇଚ୍ଛା ହେବାରୁ ୪ ବର୍ଷ ପରେ ଗ୍ରାମକୁ ଫେରି ପ୍ରତାପ ଦଶମ ପରୀକ୍ଷା ଦେଇ ଉତ୍ତୀର୍ଣ୍ଣ ହୋଇଥିଲେ। ପରେ ସେ ଯୁକ୍ତ୨ ଶେଷକରି ଭୁବନେଶ୍ୱରସ୍ଥିତ ବିଭୂତି କାନୁନ୍‌ଗୋ ଆର୍ଟ ଆଣ୍ଡ କ୍ରାଫ୍ଟ ମହାବିଦ୍ୟାଳୟରେ ୪ ବର୍ଷ ପଢ଼ିଥିଲେ। ମୁମ୍ବାଇର ଜେ.ଜେ.ସ୍କୁଲ ଅଫ୍‌ ଆର୍ଟରେ ମାଷ୍ଟର ଅଫ୍‌ ଫାଇନ୍‌ ଆର୍ଟରେ ୩ଥର ପ୍ରବେଶିକା ପରୀକ୍ଷା ଦେବା ପରେ ୪ଥର ପାଠ ପଢ଼ିବାର ସୁଯୋଗ ପାଇ ସେଠାରେ ଦୁଇ ବର୍ଷ ପଢ଼ି଼ଥିଲେ ପ୍ରତାପ। ନିକଟରେ ଚଣ୍ଡୀଗଡ଼ର ଏକ ପ୍ରଦର୍ଶନୀରେ ଯୋଗଦେଇ ନିଜର ଚିତ୍ରକଳା ପ୍ରଦର୍ଶନ ସମୟରେ ବହୁ ବରିଷ୍ଠ ଅଧିକାରୀ ତାଙ୍କ ଚିତ୍ରକଳାକୁ ଦେଖି ପ୍ରଶଂସା କରିଥିଲେ। ଏହାର କିଛିଦିନ ପରେ ରାଷ୍ଟ୍ରପତି ଭବନରେ ହେବାକୁ ଥିବା ଚିତ୍ରକଳା ପ୍ରଦର୍ଶନୀରେ ଭାଗ ନେବାକୁ ପ୍ରତାପଙ୍କୁ ନିମନ୍ତ୍ରଣ ଆସିଥିଲା। ରାଷ୍ଟ୍ରପତି ଭବନରେ ପ୍ରତାପ ଏକ ସପ୍ତାହ ରହି ଗତ ଫେବୃଆରୀ ୨୭ରେ ରାଷ୍ଟ୍ରପତି ଭବନରେ ହୋଇଥିବା ପ୍ରଦର୍ଶନୀରେ ସାମିଲ ହୋଇଥିଲେ। ରାଷ୍ଟ୍ରପତି ଏବଂ ରାଷ୍ଟ୍ର ଉଦ୍ଦେଶ୍ୟରେ ଏକ ଚିତ୍ର ଓ ଭାରତରେ ବିଭିନ୍ନ ଧର୍ମ ମଧ୍ୟରେ ଏକତାର ଅନ୍ୟଏକ ଚିତ୍ରକଳା ପ୍ରତାପ ପ୍ରଦର୍ଶନ କରିଥିଲେ। ଏଥିରେ ଦେଶର ୧୩ ଜଣ ଚିତ୍ରଶିଳ୍ପୀ ସାମିଲ ହୋଇଥିଲେ। ସମସ୍ତଙ୍କଠାରୁ ପ୍ରତାପ କମ୍‌ ବୟସର ଥିଲେ। ତାଙ୍କର ଏହି ଦୁଇଟି ଚିତ୍ରକୁ ଦେଖି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଖୁସି ହୋଇଥିଲେ। ପରେ ପ୍ରତାପ ଜଣେ ଓଡ଼ିଆ ବୋଲି ଜାଣିବାକୁ ପାଇ ରାଷ୍ଟ୍ରପତି ତାଙ୍କ ସହ ଦୀର୍ଘ ୪୫ ମିନିଟ ଧରି କଥା ହୋଇଥିଲେ। ପ୍ରତାପଙ୍କୁ ତାଙ୍କର ପ୍ରଦର୍ଶିତ ଦୁଇଟି ଚିତ୍ର ସମ୍ପର୍କରେ ଅନେକ ପ୍ରଶ୍ନ ପଚାରିବା ସହ ରାଷ୍ଟ୍ରପତି କିଛି ବ୍ୟକ୍ତିଗତ ପ୍ରଶ୍ନ ମଧ୍ୟ ପଚାରିଥିଲେ, ଯାହାର ଉତ୍ତର ଦେବା ଫଳରେ ରାଷ୍ଟ୍ରପତି ଖୁସି ହୋଇ ତାଙ୍କର ପ୍ରଶଂସା କରିଥିଲେ। ସୁନାଛାଞ୍ଚ ରହିଥିବା ରାଷ୍ଟ୍ରପତିଙ୍କ ବାସଭବନର ଏକ କଳାକୃତି ପ୍ରତାପଙ୍କୁ ଉପହାର ରୂପେ ଦେଇଥିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ପ୍ରତାପ ମୁମ୍ବାଇ ଘନସୁଲିରେ ନିଜ ଷ୍ଟୁଡିଓରେ କାମ କରିବା ସହ ଚିତ୍ରକଳା ପ୍ରଦର୍ଶନ କରିବେ। ଆଗାମୀ ଦିନରେ ଦେଶ ଓ ବିଦେଶରେ ମଧ୍ୟ ଏହାକୁ ପ୍ରଦର୍ଶନ କରିବାକୁ ଆଶା ରଖିଛନ୍ତି ସେ।


Enter your email to get our daily news in your inbox.

All Right Reserved By Dharitri.Com

ଭୁବନେଶ୍ବରରେ ପହଞ୍ଚିଲେ ମୁଖ୍ୟ ନିର୍ବାଚନ କମିଶନର, ପୁରୀରେ ଶ୍ରୀଜଗନ୍ନାଥଙ୍କ ଦର୍ଶନ କରି କୋଣାର୍କ ଯିବେ

ଭୁବନେଶ୍ବର,୨୭/୧୨: ଭାରତର ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ୩ ଦିନିଆ ଓଡ଼ିଶା ଗସ୍ତ ରହିଥିବା ବେଳେ ସେ ଭୁବନେଶ୍ବରରେ ଆସି ପହଞ୍ଚିଛନ୍ତି । ଆଜି ପୁରୀରେ...

କ୍ରିକେଟ୍‌ ଖେଳୁଥିଲେ ଚଳଚ୍ଚିତ୍ର ନିର୍ଦ୍ଦେଶକ, ହଠାତ୍‌ ଟଳିପଡ଼ିଲେ: ଆଉ ତା’ପରେ…

ଟିଟିଲାଗଡ଼,୨୮ା୧୨(ଶରତ ମିଶ୍ର):ଟିଟିଲାଗଡ଼ ଖେଳପଡିଆରେ ଶୁକ୍ରବାର କ୍ରିକେଟ୍‌ ଖେଳୁଥିବା ଜଣେ ଚଳଚ୍ଚିତ୍ର ନିର୍ଦ୍ଦେଶକଙ୍କ ମୃତ୍ୟୁ ଘଟିଛି। ସେ ହେଲେ ବଲାଙ୍ଗୀର ଜିଲା ଟିଟିଲାଗଡ଼ ଥାନା ଅଧୀନ ହାଇସ୍କୁଲପଡା...

୪ ଦିନ ପରେ ବଢ଼ିବ ତାପମାତ୍ରା: କୋରାପୁଟ ସବୁଠୁ ଥଣ୍ଡା

ଭୁବନେଶ୍ୱର,୨୭ା୧୨(ବନ୍ଦନା ସେଠୀ):ରାଜ୍ୟରେ ଲଗାତର ଭାବେ ଥଣ୍ଡାର ପ୍ରକୋପ ଜାରି ରହିଛି। ଏହା ସାଙ୍ଗକୁ ବିଭିନ୍ନ ଜିଲାରେ ଘନ କୁହୁଡି ଯାତାୟାତରେ ସମସ୍ୟା ଉପୁଜାଉଛି। ରାଜ୍ୟରେ ମୁଖ୍ୟତଃ...

ବ୍ରେକ ଫେଲ୍ ହୋଇ ଟ୍ରକ ଦୁର୍ଘଟଣା, ୧୬ ନଂ ଜାତୀୟ ରାଜପଥରେ ଗାଡି ଚଳାଚଳ ବାଧାପ୍ରାପ୍ତ

ଭଦ୍ରକ, ୨୭/୧୨(ସନାତନ ରାଉତ): ୧୬ ନଂ ଜାତୀୟ ରାଜପଥର ଧାମରା ବ୍ରିଜ ତଳେ ରାସ୍ତାରେ ଟ୍ରକ ଦୁର୍ଘଟଣା ହୋଇଛି । ଫଳରେ ଏକ ଦୁର୍ଘଟଣା ଗ୍ରସ୍ତ ଟ୍ରକ...

ଦୋକାନରେ ଶୋଇଥବା ବେଳେ ଲାଗିଗଲା ନିଆଁ, ଦୋକାନୀ ଜୀବନ୍ତଦଗ୍ଧ

ପାଟକୁରା ୨୭/୧୨(ରବୀନ୍ଦ୍ର ନାଥ ବାରିକ ): କେନ୍ଦ୍ରାପଡା ଜିଲା ଗରଦପୁର ବ୍ଳକ ଅଧୀନ କଳାବୁଦା ବାରୁଣୀ ବଜାରରେ ଶନିବାର ଏକ ଦୁଃଖଦ ଘଟଣା ଘିଟିଛି ।...

ଭାଷଣ ଦେଉଥିଲେ ଭାଜପା ଏମ୍‌ପି. ଆକ୍ରମଣ କଲା ମହୁମାଛି: ଆଉ ତା’ପରେ…

ଲକ୍ଷ୍ନୌ,୨୭।୧୨: ଉତ୍ତର ପ୍ରଦେଶର ଦେଓରିଆର ରବିନ୍ଦ୍ର କିଶୋର ଶାହି ଷ୍ଟାଡିୟମରେ ସଂସଦୀୟ କ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତ ହେଉଥିଲା। କ୍ରୀଡା ମହୋତ୍ସବର ଶେଷ ପର୍ଯ୍ୟାୟ ଶେଷ ହୋଇଥିଲା।...

ପୋଲକୁ ଧକ୍କା ଦେଇ ଓଲଟିଲା ଟୁରିଷ୍ଟ ଗାଡ଼ି, ୭ଜଣ ଆହତ

ସମ୍ବଲପୁର: ରେଢ଼ାଖୋଲ ରାସ୍ତାରେ ସଡ଼କ ଦୁର୍ଘଟଣା । ଭୁବନେଶ୍ୱରରୁ ସମ୍ବଲପୁର ଯିବା ବେଳେ ଦୁର୍ଘଟଣା ଘଟିଥିବା ସୂଚନା ରହିଛି । ପୋଲକୁ ଧକ୍କା ଦେଇ ଓଲଟିପଡିଲା...

୫୨୦ ନମ୍ବର ଜାତୀୟ ରାଜପଥରେ ଦୁଇ ଟ୍ରକ ମୁହାଁମୁହିଁ ଧକ୍କା , ୨ ଡ୍ରାଇଭରଙ୍କ ମୃତ୍ୟୁ

ବଣାଇଁ, ୨୭|୧୨(ପ୍ରଦୀପ ତ୍ରିପାଠୀ )-: କୋଇଡାରେ ସଡ଼କ ଦୁର୍ଘଟଣା । ମୁହାଁମୁହିଁ ଧକ୍କା ହେଲା ଦୁଇ ଟ୍ରକ । ଭୟଙ୍କର ଦୁର୍ଘଟଣାରେ ୨ ଡ୍ରାଇଭରଙ୍କ ମୃତ୍ୟୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri