ରାଷ୍ଟ୍ରପତିଙ୍କ ମନ ଜିଣିଲେ ଓଡ଼ିଆ ପୁଅ

ଗୋପାଳପୁର,୧୬।୯(ନବୀନ ରାଜ ଆଚାରୀ)ଗଞ୍ଜାମ ଜିଲାର ଚିତ୍ରକରଙ୍କୁ ପାଇ ଖୁସି ପ୍ରକଟ କରିବା ସହ ୪୫ ମିନିଟ୍‌ ଧରି ତାଙ୍କ ସହ କଥା ହୋଇଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଦୁଇଟି ସୁନ୍ଦର ଚିତ୍ରକୁ ଦେଖି ସୁନାଛାଞ୍ଚ ଥିବା ରାଷ୍ଟ୍ରପତି ଭବନରେ ଏକ କଳାକୃତିକୁ ଦେଇ ଚିତ୍ରଶିଳ୍ପୀଙ୍କୁ ପୁରସ୍କୃତ କରିଛନ୍ତି ରାଷ୍ଟ୍ରପତି। ଏହି ଚିତ୍ରଶିଳ୍ପୀ ଜଣକ ହେଉଛନ୍ତି ରଙ୍ଗେଇଲୁଣ୍ଡା ବ୍ଲକ ଅଧୀନ ବଡ଼କୁଶସ୍ଥଳି ଗ୍ରାମର ପ୍ରତାପ ବାଡ଼ତ୍ୟା।
ଗଞ୍ଜାମ ଜିଲା ଖଲ୍ଲିକୋଟ ବ୍ଲକ କୁମୁଣ୍ଡ ଗ୍ରାମରେ ଜନ୍ମ ଗ୍ରହଣ କରିଥିବା ପ୍ରତାପଙ୍କ ପରିବାର ୧୫ ବର୍ଷ ହେଲା ବ୍ରହ୍ମପୁର ସହର ଉପକଣ୍ଠ ବଡ଼ କୁଶସ୍ଥଳିରେ ରହିଆସୁଛନ୍ତି। ବାପା ଉଦୟ ବାଡ଼ତ୍ୟା ଓ ମାଆ ଅନସୂୟାଙ୍କ ପୁଅ ପ୍ରତାପଙ୍କ ପିଲାବେଳୁ ଚିତ୍ର ଆଙ୍କିବା ପ୍ରତି ଦୁର୍ବଳତା ରହିଥିଲା। ଦଶମ ଶ୍ରେଣୀ ଫେଲ୍‌ ହେବା ପରେ ସେ କାମ ଅନ୍ବେଷଣରେ ଗୁଜରାଟ ଓ ତାମିଲନାଡୁ ଚାଲିଯାଇଥିଲେ। ସେଠାରେ ଦିନ ମଜୁରିଆ ରୂପେ କାମ କରି ମଧ୍ୟ ଚିତ୍ରକଳା ପ୍ରତି ସମୟ ଦେଇ ନିଜ ସାଧନା ଜାରି ରଖିଥିଲେ। ପାଠ ପଢିବାକୁ ଇଚ୍ଛା ହେବାରୁ ୪ ବର୍ଷ ପରେ ଗ୍ରାମକୁ ଫେରି ପ୍ରତାପ ଦଶମ ପରୀକ୍ଷା ଦେଇ ଉତ୍ତୀର୍ଣ୍ଣ ହୋଇଥିଲେ। ପରେ ସେ ଯୁକ୍ତ୨ ଶେଷକରି ଭୁବନେଶ୍ୱରସ୍ଥିତ ବିଭୂତି କାନୁନ୍‌ଗୋ ଆର୍ଟ ଆଣ୍ଡ କ୍ରାଫ୍ଟ ମହାବିଦ୍ୟାଳୟରେ ୪ ବର୍ଷ ପଢ଼ିଥିଲେ। ମୁମ୍ବାଇର ଜେ.ଜେ.ସ୍କୁଲ ଅଫ୍‌ ଆର୍ଟରେ ମାଷ୍ଟର ଅଫ୍‌ ଫାଇନ୍‌ ଆର୍ଟରେ ୩ଥର ପ୍ରବେଶିକା ପରୀକ୍ଷା ଦେବା ପରେ ୪ଥର ପାଠ ପଢ଼ିବାର ସୁଯୋଗ ପାଇ ସେଠାରେ ଦୁଇ ବର୍ଷ ପଢ଼ି଼ଥିଲେ ପ୍ରତାପ। ନିକଟରେ ଚଣ୍ଡୀଗଡ଼ର ଏକ ପ୍ରଦର୍ଶନୀରେ ଯୋଗଦେଇ ନିଜର ଚିତ୍ରକଳା ପ୍ରଦର୍ଶନ ସମୟରେ ବହୁ ବରିଷ୍ଠ ଅଧିକାରୀ ତାଙ୍କ ଚିତ୍ରକଳାକୁ ଦେଖି ପ୍ରଶଂସା କରିଥିଲେ। ଏହାର କିଛିଦିନ ପରେ ରାଷ୍ଟ୍ରପତି ଭବନରେ ହେବାକୁ ଥିବା ଚିତ୍ରକଳା ପ୍ରଦର୍ଶନୀରେ ଭାଗ ନେବାକୁ ପ୍ରତାପଙ୍କୁ ନିମନ୍ତ୍ରଣ ଆସିଥିଲା। ରାଷ୍ଟ୍ରପତି ଭବନରେ ପ୍ରତାପ ଏକ ସପ୍ତାହ ରହି ଗତ ଫେବୃଆରୀ ୨୭ରେ ରାଷ୍ଟ୍ରପତି ଭବନରେ ହୋଇଥିବା ପ୍ରଦର୍ଶନୀରେ ସାମିଲ ହୋଇଥିଲେ। ରାଷ୍ଟ୍ରପତି ଏବଂ ରାଷ୍ଟ୍ର ଉଦ୍ଦେଶ୍ୟରେ ଏକ ଚିତ୍ର ଓ ଭାରତରେ ବିଭିନ୍ନ ଧର୍ମ ମଧ୍ୟରେ ଏକତାର ଅନ୍ୟଏକ ଚିତ୍ରକଳା ପ୍ରତାପ ପ୍ରଦର୍ଶନ କରିଥିଲେ। ଏଥିରେ ଦେଶର ୧୩ ଜଣ ଚିତ୍ରଶିଳ୍ପୀ ସାମିଲ ହୋଇଥିଲେ। ସମସ୍ତଙ୍କଠାରୁ ପ୍ରତାପ କମ୍‌ ବୟସର ଥିଲେ। ତାଙ୍କର ଏହି ଦୁଇଟି ଚିତ୍ରକୁ ଦେଖି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଖୁସି ହୋଇଥିଲେ। ପରେ ପ୍ରତାପ ଜଣେ ଓଡ଼ିଆ ବୋଲି ଜାଣିବାକୁ ପାଇ ରାଷ୍ଟ୍ରପତି ତାଙ୍କ ସହ ଦୀର୍ଘ ୪୫ ମିନିଟ ଧରି କଥା ହୋଇଥିଲେ। ପ୍ରତାପଙ୍କୁ ତାଙ୍କର ପ୍ରଦର୍ଶିତ ଦୁଇଟି ଚିତ୍ର ସମ୍ପର୍କରେ ଅନେକ ପ୍ରଶ୍ନ ପଚାରିବା ସହ ରାଷ୍ଟ୍ରପତି କିଛି ବ୍ୟକ୍ତିଗତ ପ୍ରଶ୍ନ ମଧ୍ୟ ପଚାରିଥିଲେ, ଯାହାର ଉତ୍ତର ଦେବା ଫଳରେ ରାଷ୍ଟ୍ରପତି ଖୁସି ହୋଇ ତାଙ୍କର ପ୍ରଶଂସା କରିଥିଲେ। ସୁନାଛାଞ୍ଚ ରହିଥିବା ରାଷ୍ଟ୍ରପତିଙ୍କ ବାସଭବନର ଏକ କଳାକୃତି ପ୍ରତାପଙ୍କୁ ଉପହାର ରୂପେ ଦେଇଥିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ପ୍ରତାପ ମୁମ୍ବାଇ ଘନସୁଲିରେ ନିଜ ଷ୍ଟୁଡିଓରେ କାମ କରିବା ସହ ଚିତ୍ରକଳା ପ୍ରଦର୍ଶନ କରିବେ। ଆଗାମୀ ଦିନରେ ଦେଶ ଓ ବିଦେଶରେ ମଧ୍ୟ ଏହାକୁ ପ୍ରଦର୍ଶନ କରିବାକୁ ଆଶା ରଖିଛନ୍ତି ସେ।


Enter your email to get our daily news in your inbox.

All Right Reserved By Dharitri.Com

ପାଣିପାଗର ବିଚିତ୍ର ରୂପ: ସକାଳେ ଘନ କୁହୁଡ଼ି, ଅପରାହ୍ନରେ କୁଆପଥର ମାଡ଼ ସହ କାଳବୈଶାଖୀର ତାଣ୍ଡବ

ଦିଗପହଣ୍ଡି, ୨୭।୩ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏବଂ ସାନଖେମୁଣ୍ଡି ବ୍ଲକ ଅଞ୍ଚଳରେ ଶୁକ୍ରବାର ପାଣିପାଗର ଏକ ବଡ଼ ଧରଣର ପରିବର୍ତ୍ତନ ଦେଖିବାକୁ ମିଳିଛି।…

ରାମନବମୀରେ ଭକ୍ତିମୟ ଗଜପତି, ବିଭିନ୍ନ ମନ୍ଦିର ବୁଲି ପ୍ରଭୁଙ୍କ ଆଶୀର୍ବାଦ ନେଲେ ପାରଳା ବିଧାୟକ

ପାରଳାଖେମୁଣ୍ଡି,୨୭।୩(ଗିରିଧାରୀ ପରିଛା): ପବିତ୍ର ଶ୍ରୀରାମ ନବମୀ ଅବସରରେ ଗଜପତି ଜିଲ୍ଲାର ବିଭିନ୍ନ ପ୍ରାନ୍ତରେ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ପୂଜାର୍ଚ୍ଚନା ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ପାରଳାଖେମୁଣ୍ଡି ବିଧାୟକ…

ଗଞ୍ଜାମରେ ହିନ୍ଦୁ ହୃଦୟ ସମ୍ରାଟ ଡ଼ଃ ପ୍ରବୀଣ ଭାଇ ତୋଗଡ଼ିଆଙ୍କୁ ଭବ୍ୟ ସମ୍ବର୍ଦ୍ଧନା

ଗଞ୍ଜାମ,୨୭।୩(ବିଦ୍ୟାଧର ସାହୁ): ପବିତ୍ର ଶ୍ରୀରାମ ନବମୀ ଅବସରରେ ଗଞ୍ଜାମ ସହରରେ ଅନ୍ତଃରାଷ୍ଟ୍ରୀୟ ହିନ୍ଦୁ ପରିଷଦ ସଂସ୍ଥାପନ ଅଧକ୍ଷ ତଥା ଅଗଣିତ ହିନ୍ଦୁମାନଙ୍କ ହୃଦୟ ସମ୍ରାଟ ଡ଼ଃ ପ୍ରବୀଣ…

ଡୋକରୀଚଞ୍ଚରାରେ ଭାଙ୍ଗିଲା ୫୦ ବର୍ଷର ପରମ୍ପରା: ମନ୍ଦିର ଦ୍ୱାର ବନ୍ଦ, ବାହାରେ ପୂଜା କଲା ପ୍ରଶାସନ

କୋକସରା, ୨୭।୩ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକର ପ୍ରସିଦ୍ଧ ପର୍ଯ୍ୟଟନ ତଥା ଧାର୍ମିକ ପୀଠ ଗୁଡହାଣ୍ଡି ଡୋକରୀଚଞ୍ଚରାଠାରେ ଚଳିତ ବର୍ଷ ଶ୍ରୀରାମ ନବମୀ…

LPG ପରେ ଆଉ ଏକ ବଡ଼ ସଙ୍କଟ; ୧୦ରୁ ୧୫ ପ୍ରତିଶତ ଯାଏ ବଢିପାରେ ଦର…

ନୂଆଦିଲ୍ଲୀ,୨୭।୩: LPG ସଙ୍କଟ ଭିତରେ ଜନତାଙ୍କୁ ବହୁ ଜଲଦି ଆଉ ଏକ ଝଟକା ଲାଗିବାକୁ ଯାଉଛି । ପଶ୍ଚିମ ଏସିଆରେ ଚାଲୁଥିବା ଏହି ଯୁଦ୍ଧ ଯୋଗ ବର୍ତ୍ତମାନ…

ପ୍ରକାଶ ପାଇଲା ଭଞ୍ଜନଗର କେନ୍ଦ୍ରୀୟ ବିଦ୍ୟାଳୟର ବାର୍ଷିକ ପରୀକ୍ଷା ଫଳ; ଅଭିଭାବକ-ଶିକ୍ଷକ ସମନ୍ୱୟ ଉପରେ…

ଭଞ୍ଜନଗର,୨୭।୩(ବାବୁଲା ପ୍ରଧାନ)-ଶୁକ୍ରବାର ସମଗ୍ର ଦେଶରେ ଥିବା ବିଭିନ୍ନ କେନ୍ଦ୍ରୀୟ ବିଦ୍ୟାଳୟର ପ୍ରଥମରୁ ନବମ ଏବଂ ଏକାଦଶ ଶ୍ରେଣୀର ବାର୍ଷିକ ପରୀକ୍ଷା ଫଳ ପ୍ରକାଶିତ ହୋଇଛି। ମାଟ୍ରିକ ଏବଂ…

ବେଆଇନ ‘ସାହାରା ନର୍ସିଂହୋମ’କୁ ପୁଣି ସିଲ କଲା ପୋଲିସ: ବିନା ଲାଇସେନ୍ସରେ…

ଦିଗପହଣ୍ଡି, ୨୭।୩ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ମୁଖ୍ୟ ରାସ୍ତାକଡ଼ରେ ଥିବା ‘ସାହାରା ନର୍ସିଂହୋମ’କୁ ଶୁକ୍ରବାର ଅପରାହ୍ନରେ ପୋଲିସ ଓ ପ୍ରଶାସନ…

ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ବଡ଼ ଘୋଷଣା, ଓଡ଼ିଶାକୁ ୧୦,୫୯୯ କୋଟିର…

ନୂଆଦିଲ୍ଲୀ,୨୭।୩: ଓଡ଼ିଶାର ରେଳ ଭିତ୍ତିଭୂମି ବିକାଶ କ୍ଷେତ୍ରରେ କେନ୍ଦ୍ର ସରକାର ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି। ଆର୍ଥିକ ବର୍ଷ ୨୦୨୫-୨୬ ପାଇଁ ଓଡ଼ିଶାକୁ ରେଳବାଇ କ୍ଷେତ୍ରରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri