Posted inଜାତୀୟ

ନିଜ ମା’କୁ ହିଁ ବାହା ହେଇଗଲା ପୁଅ, ବାପା କହିଲେ, ପାଦ ଛୁଇଁ ଛୁଇଁ…

ନୂଆଦିଲ୍ଲୀ, ୧୧।୭: ହରିୟାଣାର ନୂହ ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଜଣେ ଯୁବକ ତାଙ୍କ ମା’ଙ୍କୁ ବିବାହ କରିଛନ୍ତି। ଏପର୍ଯ୍ୟନ୍ତ ଆପଣ ଭାଇ-ଭଉଣୀ ଖୁଡି-ପୁତୁରା ପିଇସୀ-ପୁତୁରାଙ୍କ ବିବାହର ଖବର ଜାଣିଥିବେ, କିନ୍ତୁ ହରିୟାଣାର ନୁହରେ ଏପରି ଏକ ଘଟଣା ସାମ୍ନାକୁ ଆସିଛି, ଯାହା ଜାଣିଲେ ଆପଣଙ୍କ ପାଦ ତଳୁ ମାଟି ଖସିଯିବ ।

ପ୍ରକୃତରେ,ହରିୟାଣାର ଜଣେ ମହିଳା ତାଙ୍କ ନିଜ ପୁଅକୁ ବିବାହ କରିଛନ୍ତି। କୁହାଯାଉଛି ଯେ ମହିଳା ଯାହାଙ୍କୁ ବିବାହ କରିଛନ୍ତି ସେ ତାଙ୍କର ନାବାଳକ ପୁଅ ଓ ଉଭୟଙ୍କ ମଧ୍ୟରେ ଦୀର୍ଘ ଦିନ ଧରି ଅବୈଧ ସମ୍ପର୍କ ଥିଲା। ଦୀର୍ଘ ଦିନ ଧରି ପ୍ରେମ ସମ୍ପର୍କ ପରେ ଉଭୟ ବିବାହ କରିବାକୁ ନିଷ୍ପତ୍ତି ନେଇଥିଲେ ଓ କୋର୍ଟରେ ବିବାହ କରିଥିଲେ। ଏବେ ଏହି ଘଟଣା ସମଗ୍ର ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। ଯଦିଓ ପୋଲିସ ଉଭୟଙ୍କ ବିରୋଧରେ ମାମଲା ରୁଜୁ କରିଥିଲା, କିନ୍ତୁ ଉଭୟ ପ୍ରାପ୍ତବୟସ୍କ ଜଣାପଡ଼ିବା ପରେ ପୋଲିସ ଉଭୟଙ୍କୁ ଛାଡି ଦେଇଛି।

ସୂଚନା ଅନୁଯାୟୀ, ହରିୟାଣାର ନୁହ ଜିଲ୍ଲାରେ ଜଣେ ବ୍ୟକ୍ତିଙ୍କ ପ୍ରଥମ ସ୍ତ୍ରୀଙ୍କ ମୃତ୍ୟୁ ହୋଇଥିଲା। ବ୍ୟକ୍ତି ଜଣଙ୍କ ଦ୍ୱିତୀୟ ବିବାହ କରିଥିଲେ ଓ ତାଙ୍କ ନାବାଳକ ପୁଅ ସହିତ ଘରେ ରହିବା ଆରମ୍ଭ କରିଥିଲେ। ଏହି ସମୟ ମଧ୍ୟରେ ନାବାଳକ ପୁଅ ଓ ସାବତ ମାଆଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। ଏହା ପରେ, ଉଭୟ ଘରୁ ପଳାଇ ଯାଇ ବିବାହ କରିବାକୁ ନିଷ୍ପତ୍ତି ନେଇଥିଲେ। ଦୁହେଁ ଘରୁ ଅଳଙ୍କାର ଓ ଅନେକ ମୂଲ୍ୟବାନ ଜିନିଷପତ୍ର ନେଇ ପଳାଇ ଯାଇଥିଲେ ଏବଂ କୋର୍ଟରେ ବିବାହ କରିଥିଲେ।

ପୀଡିତାଙ୍କ ସୱାମୀ ପୋଲିସରେ ଅଭିଯୋଗ କରି କହିଛନ୍ତି ତାଙ୍କ ପୁଅ ତାଙ୍କ ସାବତ ମାଆଙ୍କ ପାଦ ଛୁଇଁ ପ୍ରଣାମ କରୁକରୁ କେବେ ଯେ ପ୍ରେମରେ ପଡ଼ିଲେ, ଜଣାପଡିନଥିଲା । ବାପା ପୋଲିସକୁ କହିଛନ୍ତି ଯେ ଦୁହେଁ ଘରୁ ୩୦ ହଜାର ଟଙ୍କା, ଅଳଙ୍କାର ଓ ଅନେକ ମୂଲ୍ୟବାନ ଜିନିଷପତ୍ର ନେଇ ପଳାଇ ଯାଇଛନ୍ତି। ତଥାପି, ପୋଲିସ ବ୍ୟକ୍ତିଙ୍କ ଦାବିକୁ ପ୍ରତ୍ୟାଖ୍ୟାନ କରି କହିଛି ଯେ ଉଭୟ କୋର୍ଟରେ ସେମାନଙ୍କର ପ୍ରାପ୍ତବୟସ୍କ ହେବାର ପ୍ରମାଣ ଦେଇଛନ୍ତି ଓ ଏବେ ଉଭୟ ବିବାହିତ। ତଥାପି, ପୋଲିସ କହିଛି ଯେ ଏହି ମାମଲାର ତଦନ୍ତ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

T20 ବିଶ୍ୱକପ୍‌ରୁ ବାଦ୍ ପଡ଼ିବ କି ଅଷ୍ଟ୍ରେଲିଆ? ଦମଦାର ବିଜୟ ସହ ସୁପର-୮ରେ ଶ୍ରୀଲଙ୍କା

ନୂଆଦିଲ୍ଲୀ,୧୬।୨: ଚଳିତ T20 ବିଶ୍ୱକପ୍ ୨୦୨୬ରେ ଦେଖିବାକୁ ମିଳିଛି ଏକ ବଡ଼ ବିପର୍ଯ୍ୟୟ। ଓପନର ପଥୁମ ନିସାଙ୍କାଙ୍କ ବିଧ୍ୱଂସକାରୀ ଶତକ ବଳରେ ଶ୍ରୀଲଙ୍କା ୮ ୱିକେଟ୍‌ରେ ଅଷ୍ଟ୍ରେଲିଆକୁ…

ପୂର୍ବତନ ବିଧାୟିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କ ପରଲୋକ; ମୁଖ୍ୟମନ୍ତ୍ରୀଙ୍କ ଶୋକ

ଭୁବନେଶ୍ୱର,୧୬।୨: ସମ୍ବଲପୁରର ପୂର୍ବତନ ବିଧାୟିକା ତଥା ବିଶିଷ୍ଟ ଚିକିତ୍ସିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କର ଦେହାନ୍ତ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୯ ବର୍ଷ ବୟସ ହୋଇଥିଲା। ସମ୍ବଲପୁର…

ନକଲି ମାଓବାଦୀ ଆତ୍ମସମର୍ପଣ ଯୋଜନା ପଣ୍ଡ: ଖବରଦାତାଙ୍କ ସହ ୪ ଗିରଫ

ରାୟଗଡ଼ା,୧୬।୨(ଆଶିଷ ରଞ୍ଜନ ପଣ୍ଡା) ମାଓବାଦୀଙ୍କ ନାଁରେ ପୋଷ୍ଟର ମାରିବା ଏବଂ ନକଲି ମାଓବାଦୀଙ୍କୁ ଆତ୍ମସମର୍ପଣ କରାଇ ସରକାରୀ ଅର୍ଥ ଲୁଟ ପାଇଁ ଉଦ୍ୟମ କରିବା ଘଟଣାରେ ରାୟଗଡ଼ା…

ବଟେଶ୍ୱର ଜାଗର ମହୋତ୍ସବ: ମୋହିଲା ଛାତ୍ରୀଛାତ୍ରଙ୍କ ନୃତ୍ୟ

ଗଞ୍ଜାମ,୧୬ା୨(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ପ୍ରସିଦ୍ଧ ବଟେଶ୍ୱର ମନ୍ଦିର ବାଲିଯାତ୍ରା ପଡିଆରେ ମହାଶିବରାତ୍ରି ଉପଲକ୍ଷେ ପ୍ରଥମଥର ପାଇଁ ଜାଗର ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି।…

ଏହି ଷ୍ଟେସନର ବଦଳିବ କାୟାକଳ୍ପ: ଏତିକି କୋଟି ମଞ୍ଜୁର କଲେ କେନ୍ଦ୍ର ସରକାର

ଭୁବନେଶ୍ୱର,୧୬।୨: ଓଡ଼ିଶାର ରେଳ ଭିତ୍ତିଭୂମି ପାଇଁ ୯୩.୧୯ କୋଟି ଟଙ୍କା ଅନୁମୋଦନ କରିଛନ୍ତି କେନ୍ଦ୍ର ସରକାର। ଏହି ଟଙ୍କାରେ ବ୍ରହ୍ମପୁର ରେଳ ଷ୍ଟେସନର ପୁନଃ ବିକାଶ କରାଯିବ।…

ମହିଳାଙ୍କୁ ଗୋଡାଇ କାମୁଡ଼ିଲା ବିଲୁଆ

ଦିଗପହଣ୍ଡି,୧୬।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହର ୫ ନଂ ୱାର୍ଡ ପଠାଣ ଗଳି ବାସିନ୍ଦା କେ.ପାର୍ୱତୀ ଦୋରା(୪୦) ବିଲୁଆ କାମଡ଼ାରେ ଗୁରୁତର ଆହତ ହୋଇଛନ୍ତି।…

ତୃତୀୟ ଥର ବିବାହ ବନ୍ଧନରେ ବାନ୍ଧିହେଲେ IAS ଅଫିସର, ତିନି ସ୍ତ୍ରୀ IAS

ଭୋପାଳ,୧୬।୨: ଜଣେ IAS ଅଫିସର ଏବେ ନିଜର ବ୍ୟକ୍ତିଗତ ଜୀବନକୁ ନେଇ ଏବେ ଚର୍ଚ୍ଚାର ଶିଖରରେ ଅଛନ୍ତି। ସେ ନିକଟରେ ତୃତୀୟ ଥର ପାଇଁ ବିବାହ କରିଥିବା…

ଓଡ଼ିଆ ଭାଷା ସାହିତ୍ୟର ଜାତୀୟ ଆଲୋଚନା ଚକ୍ର

ଦିଗପହଣ୍ଡି,୧୬।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କଙ୍କୋରଡ଼ା ଗ୍ରାମସ୍ଥିତ ସ୍ନାତକ ବିଜ୍ଞାନ ମହାବିଦ୍ୟାଳୟ ଓଡ଼ିଆ ଭାଷା ସାହିତ୍ୟ ବିଭାଗ ପକ୍ଷରୁ ସୋମବାର ଏକ ଦିବସୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri