ଆଇପିଏଲ୍‌ରେ ପୁଅ କରୁଛନ୍ତି ଚମତ୍କାର, ସେପଟେ ରାସ୍ତାକଡ଼ରେ ଫଳ ବିକୁଛନ୍ତି ବାପା

ମୁମ୍ବାଇ,୨୯।୪:ଆଇପିଏଲ୍‌ ୨୦୨୨ରେ ଭାରତୀୟ ଯୁବ ଦ୍ରୁତ ବୋଲର ଉମ୍‌ରାନ ମଲିକଙ୍କ ଚର୍ଚ୍ଚା ସବୁଠି ଚାଲିଛି। ଉମ୍‌ରାନଙ୍କ ବୋଲିଂ ଗତି ଦେଖି କେବଳ କ୍ରିକେଟ୍‌ ପ୍ରଶଂସକ ନୁହେଁ,କ୍ରିକେଟ୍‌ ବିଶେଷଜ୍ଞ ମଧ୍ୟ ଆଶ୍ଚର୍ଯ୍ୟ ହୋଇଛନ୍ତି। କଶ୍ମୀରର ଏହି ଯୁବ ବୋଲର ଭାରତର ଭବିଷ୍ୟତ ବୋଲି କୁହାଯାଉଛି। ନିକଟରେ ସେ ଗୁଜରାଟ ଟଇଟାନ୍ସ ବିପକ୍ଷରେ ୫ଟି ଉଇକେଟ୍‌ ନେଇଛନ୍ତି।
କଶ୍ମୀରର ଦ୍ରୁତ ବୋଲର ଉମ୍‌ରାନ ଚଳିତବର୍ଷ ଆଇପିଏଲ୍‌ର ସବୁଠାରୁ ବିପଜ୍ଜନକ ଦ୍ରୁତ ବୋଲରମାନଙ୍କ ମଧ୍ୟରୁ ଜଣେ। ୧୫୦ କିମିରୁ ଅଧିକ ବେଗରେ ଉମରନ କ୍ରମାଗତ ଭାବରେ ବୋଲିଂ କରିବାର କଳା ରଖିଛନ୍ତି। ଆଇପିଏଲ ୨୦୨୨ରେ ୮ଟି ମ୍ୟାଚରେ ସେ ୧୫ ଉଇକେଟ ନେଇଛନ୍ତି। ପର୍ପଲ କ୍ୟାପ ତାଲିକାରେ ୟୁଜଭେନ୍ଦ୍ର ଚହଲଙ୍କ ପରେ ଦ୍ୱିତୀୟ ସ୍ଥାନରେ ଅଛନ୍ତି।
ଉମରାନଙ୍କୁ ସାରା ଦେଶରେ ପ୍ରଶଂସା କରାଯାଉଥିବାବେଳେ ଏବେ ବି ତାଙ୍କ ପିତା ଅବଦୁଲ ରସିଦ ରାସ୍ତା କଡରେ ଫଳ ବିକୁଛନ୍ତି। ନିକଟରେ ଅବଦୁଲ କହିଥିଲେ, ତାଙ୍କ ପୁଅର ଚମତ୍କାର ପ୍ରଦର୍ଶନ ଦେଖିବା ପରେ ବଜାରର ଲୋକମାନେ ତାଙ୍କୁ ଅଧିକ ସମ୍ମାନ ଦେବା ଆରମ୍ଭ କରି ଦେଇଛନ୍ତି। ପୁଅ ଭାରତ ପାଇଁ ବିଶ୍ୱକପ ଖେଳୁ ଏତିକି ଚାହୁଁଥିବା ସେ କହିଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

ବଲାଙ୍ଗୀର ଫଳ ବଜାରରେ ଅଗ୍ନିକାଣ୍ଡ: ପୂର୍ବତନ ମନ୍ତ୍ରୀ ଅନଙ୍ଗ ଉଦୟ ସିଂହଦେଓ କହିଲେ କ୍ଷତିପୂରଣ ପାଇଁ…

ବଲାଙ୍ଗୀର,୮।୧୨ ( ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ପୁରୁଣା ବସଷ୍ଟାଣ୍ଡ ଫଳ ବଜାରରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ଦେଖୁ ଦେଖୁ ହୁ ହୁ ହୋଇ...

ଥମୁନି ଚାଷୀ ଅସନ୍ତୋଷ: ଧାନ କିଣାବିକାରେ ଅଚଳାବସ୍ଥା ନେଇ ଜିଲାପାଳଙ୍କୁ ଫେରାଦ ଦେଲେ…

ବରଗଡ଼, ୮।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାକୁ ରାଜ୍ୟର ଭାତହାଣ୍ଡି କୁହାଯାଏ। ଜିଲାରେ ଅଧିକ ଧାନ ଉପତ୍ାଦନ ଯୋଗୁ ବରଗଡ଼ର ଏଭଳି ପରିଚୟ ରହିଛି। ତେବେ ଉକ୍ତ...

ଜମିଜମା ବିବାଦ ସମାଧାନ କରିବାକୁ ଲାଞ୍ଚ ନେଉଥିଲେ ଏଏସ୍‌ଆଇ, ମାଡିବସିଲା ଭିଜିଲାନ୍ସ

ଯାଜପୁର ଟାଉନ,୮ା୧୨(ପ୍ରଯକ୍ତା ପ୍ରିୟଦର୍ଶିନୀ ମହାନ୍ତି): ଯାଜପୁର ଟାଉନ ଥାନା ଏଏସ୍‌ଆଇ ନନ୍ଦକିଶୋର ଦାସ ଏକ ଜମିଜମା ବିବାଦ ସମାଧାନ କରିବାକୁ ୫ ହଜାର ଟଙ୍କା ଲାଞ୍ଚ...

ପୋଖରୀରେ ବୁଡିଯାଇ ଏକାସାଙ୍ଗରେ ଚାଲିଗଲେ ସ୍ତ୍ରୀ-ସ୍ବାମୀ, ଅଞ୍ଚଳରେ ଶୋକର ଛାୟା

ଥୁଆମୂଳ ରାମପୁର, ୮।୧୨(ଦୁର୍ଗା କୀର୍ତ୍ତି): ବୃଦ୍ଧବୃଦ୍ଧା ସ୍ବାମୀ ସ୍ତ୍ରୀ ପୋଖରୀକୁ ଶୌଚ ହେବା ପାଇଁ ଯିବା ହେଲା କାଳ। ପୋଖରୀ ପାଣିରେ ବୁଡି ମୃତ୍ୟୁବରଣ କରିଥିବା...

ମିଳୁନଥିଲା କୌଣସି କାମ, ଭାରସାମ୍ୟ ହରାଇ ଯୁବକ ନେଲେ ଚରମ ନିଷ୍ପତ୍ତି, ଘରେ ଏକାଥିବା ବେଳେ…

ଦିଗପହଣ୍ଡି,୮।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ୱାର୍ଡ ନଂ.୧୦ ଆନନ୍ଦନଗରର ସୁନୀଲ ସେଠୀ (୨୬) ନାମକ ଜଣେ ଯୁବକ ମାନସିକ ଭାରସାମ୍ୟ ହରାଇ...

ଦିଆଯାଉନାହିଁ ରାଶନ, ଭତ୍ତା: ଶତାଧିକ ବ୍ୟକ୍ତିଙ୍କ ଅଭିଯୋଗ ଶୁଣି ବିଡିଓ କହିଲେ…

ଦିଗପହଣ୍ଡି,୮।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ଚଷାନିମଖଣ୍ଡି ପଞ୍ଚାୟତ କାର୍ଯ୍ୟାଳୟରେ ସୋମବାର ପଞ୍ଚାୟତସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି । ଦିଗପହଣ୍ଡି...

ହାତୀ ଆକ୍ରମଣରୁ ଅଳ୍ପକେ ବର୍ତ୍ତିଲେ ବାଇକ୍ ଆରୋହୀ, ଗାଡ଼ିକୁ ଭାଙ୍ଗି ଚୂରମାର କଲା ଦନ୍ତା

ପାରଳାଖେମୁଣ୍ଡି,୮।୧୨(ଗିରିଧାରୀ ପରିଛା): ଗଜପତି ଜିଲା ଗୁମ୍ମା ବ୍ଲକ ଅଞ୍ଚଳରେ ଗତ ଚାରି ଦିନ ହେଲା ହାତୀ ଉପଦ୍ରବ ବୃଦ୍ଧି ପାଇଛି। ଏହି ସମୟ ମଧ୍ୟରେ ଧାନ...

୫୦ରୁ ଅଧିକ ଫଳ ଦୋକାନ ଜଳି ପୋଡି ପାଉଁଶ: ପରିଦର୍ଶନରେ ଆସି ପୂର୍ବତନ ମନ୍ତ୍ରୀ ନରସିଂହ ମିଶ୍ର କହିଲେ, ଏଥିପାଇଁ…

ବଲାଙ୍ଗୀର,୮।୧୨( ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ପୁରୁଣା ବସଷ୍ଟାଣ୍ଡ ଫଳ ବଜାରରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଯାଇଛି । ଦେଖୁ ଦେଖୁ ହୁ ହୁ ହୋଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri