ମା’ ବାପାଙ୍କ କଥା ସହିପାରିଲେନି ପୁଅ, ଶେଷରେ …

ପାଟଣା,୨୬।୯(ସ୍ବ. ପ୍ର.): କେନ୍ଦୁଝର ଜିଲା ପାଟଣା ବ୍ଲକ କେନ୍ଦେଇପଶି ପଞ୍ଚାୟତ ବଡ଼ଗମ୍ଭାରିଆ ହାଟ ନିକଟରେ ଥିବା ଏକ ଗଛରୁ ରବିବାର ସକାଳୁ ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି। ମୃତକ ଜଣକ ହେଉଛନ୍ତି ବଡ଼ ଗମ୍ଭାରିଆ ଗ୍ରାମର ଯୋଗେଶ୍ୱର ମହାନ୍ତଙ୍କ ପୁଅ ଗୋଲଖ ମହାନ୍ତ।
ମିଳିଥିବା ସୂଚନାନୁଯାୟୀ ଗୋଲେଖଙ୍କ ମା’ ବାପା ଓ ଭାଇଙ୍କ ସହ ଶନିବାର ରାତିରେ ବଚସା ହୋଇଥିଲା। ପରେ ସେ ମାନସିକ ଭାରସାମ୍ୟ ହରାଇ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ଏ ନେଇ ତୁରୁମୁଙ୍ଗା ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁହୋଇଛି। ପୋଲିସ ମୃତଦେହକୁ କେନ୍ଦୁଝର ଜିଲା ମୁଖ୍ୟ ଚିକିତ୍ସାଳୟକୁ ବ୍ୟବଚ୍ଛେଦ ପାଇଁ ପଠାଇଛି।