Posted inଫୁରସତ

ସୂର୍ଯ୍ୟ ଉପାସନାର ସାମାଜିକ ବାର୍ତ୍ତା

ଉତ୍ସବକୁ ଐତିହ୍ୟରେ କିପରି ପରିଣତ କରିଥିଲା ଓଡ଼ିଆ ଜାତି ଗୋଟିଏ ଗଣପର୍ବରୁ ତାହା ବିଚାର କଲେ। ସୂର୍ଯ୍ୟଙ୍କ ଉପାସନାର ଶାସ୍ତ୍ରୀୟ ରହସ୍ୟ କିପରି କୋଣାଦିତ୍ୟରେ ପ୍ରଚଳିତ ଥିଲା ତାହା ବି ଅନୁଶୀଳନ କରିବା କଥା। ଅର୍କକ୍ଷେତ୍ରରେ ଉପରଠାଉରିଆ ଉତ୍ସବ କି ଉପାସନା ହେଉ ନ ଥିଲା। ତାହା ମନୋବିଜ୍ଞାନ ଏବଂ ସମାଜବିଜ୍ଞାନ ସମ୍ମତ।
ସନାତନ ପରମ୍ପରାରେ ସୂର୍ଯ୍ୟ ହେଉଛନ୍ତି ପୃଥିବୀର ଚକ୍ଷୁ। ବେଦର ରହସ୍ୟ ଅନୁଯାୟୀ ସେ ଦେହ ଭିତରେ ଅଛନ୍ତି; ବାହାରେ ବି। ଜଗତ ପାଇଁ ସେ ଶକ୍ତି ବିକିରଣ କରନ୍ତି। ଆଉ ଶରୀର ପାଇଁ! ଶରୀରରେ ଦିବ୍ୟଚେତନାକୁ ପ୍ରକାଶ କରାନ୍ତି। ଋଷି ପରମ୍ପରାରେ ଏଥିପାଇଁ ଜ୍ଞାନର ଶକ୍ତି ଗାୟତ୍ରୀଙ୍କୁ ମାଧ୍ୟମ କରାଯାଏ। ତେଣୁ କୁହାଯାଇଛି ସୂର୍ଯ୍ୟମଣ୍ଡଳର ଶକ୍ତି ହେଉଛନ୍ତି ଗାୟତ୍ରୀ। ଶକ୍ତିର ସ୍ରୋତ ଭାବରେ ଗାୟତ୍ରୀଙ୍କୁ ଉପାସନା କରାଯାଏ। ଦିବ୍ୟତା ତାଙ୍କରି ଦ୍ୱାରା ପ୍ରକାଶିତ ହୁଏ।

ସକାଳେ ସେ ବ୍ରହ୍ମା। ସୃଷ୍ଟି କାର୍ଯ୍ୟ କରନ୍ତି। ସେଥିପାଇଁ କୁହାଯାଏ ବ୍ରହ୍ମଶକ୍ତି ଗାୟତ୍ରୀ। ମଧ୍ୟାହ୍ନରେ ସେ ଦେବଦେବ ମହାଦେବ ହୁଅନ୍ତି। ଜଗତ ଗ୍ରହଣ କରିଥିବା ସୂର୍ଯ୍ୟଙ୍କ ତାପକୁ ଦ୍ରବୀଭୂତ କରନ୍ତି। ମହାକାଳଙ୍କର ଅନ୍ୟତମ ଶକ୍ତି। ସନ୍ଧ୍ୟାରେ ସେ ବିଷ୍ଣୁ ରୂପରେ ପ୍ରକାଶ ହୁଅନ୍ତି। ସମୟ ଅନୁଯାୟୀ ସୂର୍ଯ୍ୟଶକ୍ତି ଚଳଚଞ୍ଚଳ କରାନ୍ତି ପୃଥିବୀକୁ। କେବଳ ସେତିକି ନୁହେଁ ‘ତ୍ରିକାଳ ମହାମାୟା ଅର୍ଚ୍ଚନାବିଧି’ରେ କୁହାଯାଇଛି ପୃଥିବୀରେ ସମସ୍ତ ତ୍ରୁଟି ଓ ଦୋଷକୁ ସେ ଅପସାରଣ କରନ୍ତି।
‘ତ୍ରିକାଳ ମହାମାୟା ଅର୍ଚ୍ଚନା ବିଧି’ ପୋଥି ଅନୁସାରେ ଆମର ଅର୍କତୀର୍ଥରେ ଉପାସନା ହେଉଥିଲା। ଏଥିରେ ଜଗତମଙ୍ଗଳ କାମନା ମୂଳ ରହସ୍ୟ। କାହିଁକି ନା ବ୍ରହ୍ମବିଦ୍ୟାର ୟେ ହେଉ ସାରତତ୍ତ୍ୱ। ଆମର ପୂର୍ବପୁରୁଷମାନେ ବୁଝିଥିଲେ ଅନ୍ତରୀକ୍ଷରେ ସୂର୍ଯ୍ୟ ଗତି କଲାବେଳେ ‘କିରଣ’ ମାଧ୍ୟମରେ ‘ତାପ’ ଦେଇଥାନ୍ତି। ତା’ପରେ ଶକ୍ତି ଭରି ଦିଅନ୍ତି ଗାୟତ୍ରୀ। ସେଇ ତାପ ଆମକୁ ଶକ୍ତିମୟ କରିଥାଏ। ସୂର୍ଯ୍ୟ ରଥରେ ଗତି କଲେ ଶରୀର ରୂପକ ରଥରେ ବର୍ଣ୍ଣମାତୃକା ଗତିଶୀଳ ହୁଅନ୍ତି। ୟାକୁ ସବୁ ଆମ ପଣ୍ଡିତେ ବୁଝିଥିଲେ। ତାକୁ ଉପାସନା ମାଧ୍ୟମରେ ଲୋକ-ସ୍ତରରେ ପ୍ରଚଳନ କରିଥିଲେ। ବ୍ଲାକ୍‌ପାଗୋଡ଼ା କହୁଥିବା ଏବଂ ମିଥୁନ ମୂର୍ତ୍ତିରେ ଅଟକି ରହିଥିବା ବାହାରିଆ ପଣ୍ଡିତମାନେ ରହସ୍ୟ ଭେଦ ନ କରି ଯା’ ଇଚ୍ଛା ତା’ ଲେଖିଦେଇ ଗଲେ। ନା ବୁଝିଥିଲେ ତୀର୍ଥର ସାମାଜିକ ତତ୍ତ୍ୱ ନା ବୁଝିଥିଲେ ଉପାସନାର ଜଗତମଙ୍ଗଳ କାମନା!

ଓଡ଼ିଶାରେ ବହୁ ପ୍ରାଚୀନ କାଳରୁ ୧୬ଟି ତାଳବରଡ଼ା ପତ୍ରରେ ଲେଖାସରିଥିଲା ଗାୟତ୍ରୀଙ୍କ ରହସ୍ୟ। ମହାଗାୟତ୍ରୀ ମନ୍ଦିର ଶୈଳୀ ପ୍ରଥମେ ଏହି ଓଡ଼ିଆ ଅକ୍ଷର ପୋଥିରୁ ମିଳେ। ଭାଷା ସଂସ୍କୃତ ଓ ଲିପି ଓଡ଼ିଆରେ ଅଙ୍କା ହୋଇଥିଲା ଗାୟତ୍ରୀ ଯନ୍ତ୍ର। ସେ ଯନ୍ତ୍ର ଅଷ୍ଟଦଳ ପଦ୍ମର। ପ୍ରତ୍ୟେକ ଦଳରେ ଗୋଟିଏ ଗୋଟିଏ ଶକ୍ତି ସଂପୁଟ ହୋଇଛନ୍ତି। ଗାୟତ୍ରୀଙ୍କ ମନ୍ତ୍ର ତଥା ଧ୍ୟାନର ପ୍ରଭାବ କ’ଣ ଓ କେତେ! ସବୁ ଲେଖିସାରିଥିଲେ ଓଡ଼ିଆ ପଣ୍ଡିତେ। ପୁରୀର ବାସୁଦେବ ରଥେ ପ୍ରଥମେ ଏଇ ପୋଥିକୁ କୁଜଙ୍ଗର ଜଗନ୍ନାଥ ତ୍ରିପାଠୀଙ୍କଠାରୁ ସଂଗ୍ରହ କଲାପରେ ଲୋକଲୋଚନକୁ ଆସିଥିଲା।

କୋଣାଦିତ୍ୟରେ ସୂର୍ଯ୍ୟ ଉପାସନା କୌଣସି ଖିଆଲରେ ଓଡ଼ିଆ ବିକଶିତ କରି ନ ଥିଲେ। ଓଡ଼ିଶାର ଗଜପତି ମନର ଓରମାନ ମେଣ୍ଟେଇବାକୁ ସଉକରେ ଶାସ୍ତ୍ରୀୟ ଭିତ୍ତିଭୂମି ଉପରେ ମାନଶାଳା ସଦୃଶ ମନ୍ଦିରଟିଏ ଗଢ଼େଇ ନ ଥିଲେ। ଅକଥନୀୟ ଅତ୍ୟାଚାର କରି ନ ଥିଲେ ଓଡ଼ିଆ ଶିଳ୍ପୀଙ୍କ ଉପରେ। ସବୁ ସହମତିରେ ସହଯୋଗରେ ତଥା ସହାନୁଭୂତିରେ ସାକାର ହୋଇଥିଲା। ବିଶ୍ୱ ମଙ୍ଗଳ କାମନା ରହିଥିଲା ଏହାର ପଛଭାଗରେ। ଜଗତର ହିତ ପାଇଁ ଗାୟତ୍ରୀଶକ୍ତି ଯୁକ୍ତ ସୂର୍ଯ୍ୟ ଉପାସନା ଆରମ୍ଭ ହୋଇଥିଲା ଖ୍ରୀଷ୍ଟପୂର୍ବରୁ। ରହସ୍ୟକୁ ଭେଦ କଲେନି ଯେଉଁମାନେ ସେମାନେ ଆମକୁ, ଆମ ଶିଳ୍ପୀଙ୍କୁ, ଆମ ପରମ୍ପରାକୁ ଟାହିଟାପରା କଲାପରି ମାନସିକତାରେ ପ୍ରସ୍ତୁତ ହେଲେ। ଲେଖିଲେ ମଧ୍ୟ। ଆମ ମନରେ ହୀନମନ୍ୟତା ସୃଷ୍ଟି କରିବାକୁ ସେଗୁଡ଼ିକ ସହାୟକ ହେଲା!!

ଡ. ସୁରେନ୍ଦ୍ର କୁମାର ମିଶ୍ର


Enter your email to get our daily news in your inbox.

All Right Reserved By Dharitri.Com

ପ୍ରସିଦ୍ଧ ୟୁଟ୍ୟୁବର୍‌ ଧ୍ରୁବ ରାଠୀ ଅଟକ: ଜନ୍ତରମନ୍ତରରେ CJPର ପ୍ରତିବାଦ ଆରମ୍ଭ

ନୂଆଦିଲ୍ଲୀ,୧୦।୧୦: SIR ଏବଂ ମୁଖ୍ୟ ନିର୍ବାଚନ କମିଶନର (CEC) ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିରେ ଆଜି ଦିଲ୍ଲୀର ଜନ୍ତରମନ୍ତରଠାରେ କକରୋଚ ଜନତା ପାର୍ଟି (CJP) ପକ୍ଷରୁ ପ୍ରତିବାଦ…

ମହିଳା ସୁପରଭାଇଜରଙ୍କ ଅବହେଳା ଅଭିଯୋଗ: ଅଙ୍ଗନବାଡ଼ି କେନ୍ଦ୍ରରେ ବଢ଼ୁଛି ସମସ୍ୟା

କେସିଙ୍ଗା, ୧୦।୧୦ (ତୁମେଶ୍ୱର ସାହୁ):କଳାହାଣ୍ଡି ଜିଲା କେସିଙ୍ଗା ସମନ୍ବିତ ଶିଶୁ ବିକାଶ ଯୋଜନା ଅଧୀନରେ ଥିବା ତୁଣ୍ଡଳା ସେକ୍ଟରର ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକର ପରିଚାଳନାକୁ ନେଇ ଅସନ୍ତୋଷ ପ୍ରକାଶ…

ପ୍ରକାଶ ପାଇଲା ପ୍ରାର୍ଥୀ ତାଲିକା: ମୌଳିକ ସୁବିଧା ଅଭାବକୁ ନେଇ ଅସନ୍ତୋଷ

ଥୁଆମୂଳ ରାମପୁର, ୧୦।୧୦ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲାର ଥୁଆମୂଳ ରାମପୁର ସରକାରୀ ସ୍ନାତକ ମହାବିଦ୍ୟାଳୟରେ ୨୦୨୬-୨୭ ଶିକ୍ଷାବର୍ଷ ପାଇଁ ଛାତ୍ର ସଂସଦ ଓ ବିଭିନ୍ନ ସଂସଦର…

ଛାତ୍ର ସଂସଦ ନିର୍ବାଚନ, କଲେଜ କ୍ୟାମ୍ପସ୍‌ ସରଗରମ: ନାମାଙ୍କନ ନାକଚ୍‌, ଆଶାୟୀ ଅସନ୍ତୋଷ

ବରଗଡ଼,10।୧୦(ପ୍ରେମାନନ୍ଦ ଖମାରୀ):ଆସନ୍ତା ୧୫ତାରିଖ ଛାତ୍ର ସଂସଦ ନିର୍ବାଚନ। ଏହି ନିର୍ବାଚନ ଯେତିକି ପାଖେଇ ଆସୁଛି, କଲେଜ କ୍ୟାମ୍ପସ୍‌ ଗୁଡ଼ିକରେ ନିର୍ବାଚନୀ ବାତାବରଣ ସେତିକି ସରଗରମ ହୋଇ ପଡୁଛି।…

ହାରିବା ସତ୍ତ୍ୱେ ୩ ବଡ଼ ରେକର୍ଡ ଭାଙ୍ଗିଲା ଟିମ୍‌ ଇଣ୍ଡିଆ: ୩ ବ୍ୟାଟ୍‌ରଙ୍କ ବିସ୍ଫୋରକ ଇନିଂସ

ରାଞ୍ଚି,୧୦।୧୦: ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଟି-୨୦ ମ୍ୟାଚ୍‌ରେ ଟିମ ଇଣ୍ଡିଆ ଦମ୍‌ଦାର ବ୍ୟାଟିଂ କରିଥିଲେ ମଧ୍ୟ ପରାଜୟବରଣ କରିଛି। ଭାରତୀୟ ବ୍ୟାଟରମାନେ ଚୌକା ଓ ଛକା ବର୍ଷା…

ଲଜ୍ଜାଜନକ ପରାଜୟ ପରେ ମୁହଁ ଖୋଲିଲେ ଶ୍ରେୟସ ଆୟର: ସୁଯୋଗ ହାତଛଡ଼ା…

ରାଞ୍ଚି,୧୦।୧୦: ଭାରତ-ୱେଷ୍ଟଇଣ୍ଡିଜ ଦ୍ୱିତୀୟ ଟି-୨୦ ମ୍ୟାଚ୍‌ରେ ୨୪୯ ରନ କରି ମଧ୍ୟ ହାରିଯାଇଛି ଟିମ ଇଣ୍ଡିଆ। ରାଞ୍ଚିରେ ଖେଳାଯାଇଥିବା ଏହି ମ୍ୟାଚ୍‌ରେ ଭାରତ ପ୍ରଥମେ ବ୍ୟାଟିଂ କରି…

ସମଲେଶ୍ଵରୀଙ୍କ ଧବଳମୁଖୀ ବେଶ: ଦର୍ଶନ ପାଇଁ ଭକ୍ତଙ୍କ ଭିଡ଼

ବରଗଡ଼,୧୦।୧୦(ପ୍ରେମାନନ୍ଦ ଖମାରୀ)- ଆଜି ମହାଳୟା । ଏହି ଅବସରରେ ବରଗଡର ଅଧିଷ୍ଠାତ୍ରୀ ଗ୍ରାମ୍ୟଦେବୀ ଭଗବତୀ ମାଁ ସମଲେଶ୍ବରୀ ଧବଳମୁଖୀ ବେଶରେ ଦର୍ଶନ ଦେଇଛନ୍ତି। ଏହି ବେଶରେ ଦେବୀଙ୍କୁ…

ଜୀବଜନ୍ତୁଙ୍କ ରଙ୍ଗ ପଛର ରହସ୍ୟ: ଖାଦ୍ୟରୁ ମିଳୁଛି ଆକର୍ଷଣୀୟ ରୂପ

ୱାଶିଂଟନ,୧୦ା୧୦:ଅନେକ ଜୀବଜନ୍ତୁ, ପକ୍ଷୀ ଓ ମାଛ ସେମାନଙ୍କର ନାଲି, ହଳଦିଆ, ନୀଳ, କମଳା ଆଦି ରଙ୍ଗ ପାଇଁ ବେଶ୍‌ ଆକର୍ଷଣୀୟ ହୋଇଥାନ୍ତି। କିନ୍ତୁ ଏହି ଜୀବମାନେ ଏତେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?