Posted inଫୁରସତ

ସୂର୍ଯ୍ୟ ଉପାସନାର ସାମାଜିକ ବାର୍ତ୍ତା

ଉତ୍ସବକୁ ଐତିହ୍ୟରେ କିପରି ପରିଣତ କରିଥିଲା ଓଡ଼ିଆ ଜାତି ଗୋଟିଏ ଗଣପର୍ବରୁ ତାହା ବିଚାର କଲେ। ସୂର୍ଯ୍ୟଙ୍କ ଉପାସନାର ଶାସ୍ତ୍ରୀୟ ରହସ୍ୟ କିପରି କୋଣାଦିତ୍ୟରେ ପ୍ରଚଳିତ ଥିଲା ତାହା ବି ଅନୁଶୀଳନ କରିବା କଥା। ଅର୍କକ୍ଷେତ୍ରରେ ଉପରଠାଉରିଆ ଉତ୍ସବ କି ଉପାସନା ହେଉ ନ ଥିଲା। ତାହା ମନୋବିଜ୍ଞାନ ଏବଂ ସମାଜବିଜ୍ଞାନ ସମ୍ମତ।
ସନାତନ ପରମ୍ପରାରେ ସୂର୍ଯ୍ୟ ହେଉଛନ୍ତି ପୃଥିବୀର ଚକ୍ଷୁ। ବେଦର ରହସ୍ୟ ଅନୁଯାୟୀ ସେ ଦେହ ଭିତରେ ଅଛନ୍ତି; ବାହାରେ ବି। ଜଗତ ପାଇଁ ସେ ଶକ୍ତି ବିକିରଣ କରନ୍ତି। ଆଉ ଶରୀର ପାଇଁ! ଶରୀରରେ ଦିବ୍ୟଚେତନାକୁ ପ୍ରକାଶ କରାନ୍ତି। ଋଷି ପରମ୍ପରାରେ ଏଥିପାଇଁ ଜ୍ଞାନର ଶକ୍ତି ଗାୟତ୍ରୀଙ୍କୁ ମାଧ୍ୟମ କରାଯାଏ। ତେଣୁ କୁହାଯାଇଛି ସୂର୍ଯ୍ୟମଣ୍ଡଳର ଶକ୍ତି ହେଉଛନ୍ତି ଗାୟତ୍ରୀ। ଶକ୍ତିର ସ୍ରୋତ ଭାବରେ ଗାୟତ୍ରୀଙ୍କୁ ଉପାସନା କରାଯାଏ। ଦିବ୍ୟତା ତାଙ୍କରି ଦ୍ୱାରା ପ୍ରକାଶିତ ହୁଏ।

ସକାଳେ ସେ ବ୍ରହ୍ମା। ସୃଷ୍ଟି କାର୍ଯ୍ୟ କରନ୍ତି। ସେଥିପାଇଁ କୁହାଯାଏ ବ୍ରହ୍ମଶକ୍ତି ଗାୟତ୍ରୀ। ମଧ୍ୟାହ୍ନରେ ସେ ଦେବଦେବ ମହାଦେବ ହୁଅନ୍ତି। ଜଗତ ଗ୍ରହଣ କରିଥିବା ସୂର୍ଯ୍ୟଙ୍କ ତାପକୁ ଦ୍ରବୀଭୂତ କରନ୍ତି। ମହାକାଳଙ୍କର ଅନ୍ୟତମ ଶକ୍ତି। ସନ୍ଧ୍ୟାରେ ସେ ବିଷ୍ଣୁ ରୂପରେ ପ୍ରକାଶ ହୁଅନ୍ତି। ସମୟ ଅନୁଯାୟୀ ସୂର୍ଯ୍ୟଶକ୍ତି ଚଳଚଞ୍ଚଳ କରାନ୍ତି ପୃଥିବୀକୁ। କେବଳ ସେତିକି ନୁହେଁ ‘ତ୍ରିକାଳ ମହାମାୟା ଅର୍ଚ୍ଚନାବିଧି’ରେ କୁହାଯାଇଛି ପୃଥିବୀରେ ସମସ୍ତ ତ୍ରୁଟି ଓ ଦୋଷକୁ ସେ ଅପସାରଣ କରନ୍ତି।
‘ତ୍ରିକାଳ ମହାମାୟା ଅର୍ଚ୍ଚନା ବିଧି’ ପୋଥି ଅନୁସାରେ ଆମର ଅର୍କତୀର୍ଥରେ ଉପାସନା ହେଉଥିଲା। ଏଥିରେ ଜଗତମଙ୍ଗଳ କାମନା ମୂଳ ରହସ୍ୟ। କାହିଁକି ନା ବ୍ରହ୍ମବିଦ୍ୟାର ୟେ ହେଉ ସାରତତ୍ତ୍ୱ। ଆମର ପୂର୍ବପୁରୁଷମାନେ ବୁଝିଥିଲେ ଅନ୍ତରୀକ୍ଷରେ ସୂର୍ଯ୍ୟ ଗତି କଲାବେଳେ ‘କିରଣ’ ମାଧ୍ୟମରେ ‘ତାପ’ ଦେଇଥାନ୍ତି। ତା’ପରେ ଶକ୍ତି ଭରି ଦିଅନ୍ତି ଗାୟତ୍ରୀ। ସେଇ ତାପ ଆମକୁ ଶକ୍ତିମୟ କରିଥାଏ। ସୂର୍ଯ୍ୟ ରଥରେ ଗତି କଲେ ଶରୀର ରୂପକ ରଥରେ ବର୍ଣ୍ଣମାତୃକା ଗତିଶୀଳ ହୁଅନ୍ତି। ୟାକୁ ସବୁ ଆମ ପଣ୍ଡିତେ ବୁଝିଥିଲେ। ତାକୁ ଉପାସନା ମାଧ୍ୟମରେ ଲୋକ-ସ୍ତରରେ ପ୍ରଚଳନ କରିଥିଲେ। ବ୍ଲାକ୍‌ପାଗୋଡ଼ା କହୁଥିବା ଏବଂ ମିଥୁନ ମୂର୍ତ୍ତିରେ ଅଟକି ରହିଥିବା ବାହାରିଆ ପଣ୍ଡିତମାନେ ରହସ୍ୟ ଭେଦ ନ କରି ଯା’ ଇଚ୍ଛା ତା’ ଲେଖିଦେଇ ଗଲେ। ନା ବୁଝିଥିଲେ ତୀର୍ଥର ସାମାଜିକ ତତ୍ତ୍ୱ ନା ବୁଝିଥିଲେ ଉପାସନାର ଜଗତମଙ୍ଗଳ କାମନା!

ଓଡ଼ିଶାରେ ବହୁ ପ୍ରାଚୀନ କାଳରୁ ୧୬ଟି ତାଳବରଡ଼ା ପତ୍ରରେ ଲେଖାସରିଥିଲା ଗାୟତ୍ରୀଙ୍କ ରହସ୍ୟ। ମହାଗାୟତ୍ରୀ ମନ୍ଦିର ଶୈଳୀ ପ୍ରଥମେ ଏହି ଓଡ଼ିଆ ଅକ୍ଷର ପୋଥିରୁ ମିଳେ। ଭାଷା ସଂସ୍କୃତ ଓ ଲିପି ଓଡ଼ିଆରେ ଅଙ୍କା ହୋଇଥିଲା ଗାୟତ୍ରୀ ଯନ୍ତ୍ର। ସେ ଯନ୍ତ୍ର ଅଷ୍ଟଦଳ ପଦ୍ମର। ପ୍ରତ୍ୟେକ ଦଳରେ ଗୋଟିଏ ଗୋଟିଏ ଶକ୍ତି ସଂପୁଟ ହୋଇଛନ୍ତି। ଗାୟତ୍ରୀଙ୍କ ମନ୍ତ୍ର ତଥା ଧ୍ୟାନର ପ୍ରଭାବ କ’ଣ ଓ କେତେ! ସବୁ ଲେଖିସାରିଥିଲେ ଓଡ଼ିଆ ପଣ୍ଡିତେ। ପୁରୀର ବାସୁଦେବ ରଥେ ପ୍ରଥମେ ଏଇ ପୋଥିକୁ କୁଜଙ୍ଗର ଜଗନ୍ନାଥ ତ୍ରିପାଠୀଙ୍କଠାରୁ ସଂଗ୍ରହ କଲାପରେ ଲୋକଲୋଚନକୁ ଆସିଥିଲା।

କୋଣାଦିତ୍ୟରେ ସୂର୍ଯ୍ୟ ଉପାସନା କୌଣସି ଖିଆଲରେ ଓଡ଼ିଆ ବିକଶିତ କରି ନ ଥିଲେ। ଓଡ଼ିଶାର ଗଜପତି ମନର ଓରମାନ ମେଣ୍ଟେଇବାକୁ ସଉକରେ ଶାସ୍ତ୍ରୀୟ ଭିତ୍ତିଭୂମି ଉପରେ ମାନଶାଳା ସଦୃଶ ମନ୍ଦିରଟିଏ ଗଢ଼େଇ ନ ଥିଲେ। ଅକଥନୀୟ ଅତ୍ୟାଚାର କରି ନ ଥିଲେ ଓଡ଼ିଆ ଶିଳ୍ପୀଙ୍କ ଉପରେ। ସବୁ ସହମତିରେ ସହଯୋଗରେ ତଥା ସହାନୁଭୂତିରେ ସାକାର ହୋଇଥିଲା। ବିଶ୍ୱ ମଙ୍ଗଳ କାମନା ରହିଥିଲା ଏହାର ପଛଭାଗରେ। ଜଗତର ହିତ ପାଇଁ ଗାୟତ୍ରୀଶକ୍ତି ଯୁକ୍ତ ସୂର୍ଯ୍ୟ ଉପାସନା ଆରମ୍ଭ ହୋଇଥିଲା ଖ୍ରୀଷ୍ଟପୂର୍ବରୁ। ରହସ୍ୟକୁ ଭେଦ କଲେନି ଯେଉଁମାନେ ସେମାନେ ଆମକୁ, ଆମ ଶିଳ୍ପୀଙ୍କୁ, ଆମ ପରମ୍ପରାକୁ ଟାହିଟାପରା କଲାପରି ମାନସିକତାରେ ପ୍ରସ୍ତୁତ ହେଲେ। ଲେଖିଲେ ମଧ୍ୟ। ଆମ ମନରେ ହୀନମନ୍ୟତା ସୃଷ୍ଟି କରିବାକୁ ସେଗୁଡ଼ିକ ସହାୟକ ହେଲା!!

ଡ. ସୁରେନ୍ଦ୍ର କୁମାର ମିଶ୍ର


Enter your email to get our daily news in your inbox.

All Right Reserved By Dharitri.Com

ସର୍ବପ୍ରଥମେ କେବେ ପିନ୍ଧାଯାଇଥିଲା ମଙ୍ଗଳସୁତ୍ର: ଭାରତ ଛାଡ଼ା ଏସବୁ ଦେଶରେ ଏହାକୁ ପିନ୍ଧାଯାଏ

ହିନ୍ଦୁ ଧର୍ମରେ ବିବାହ ପରେ ମହିଳାମାନେ ବେକରେ ମଙ୍ଗଳସୁତ୍ର ପିନ୍ଧିବା ପ୍ରଥା ରହିଛି। କିନ୍ତୁ ଆପଣ ଜାଣନ୍ତି କି ବିବାହ ପରେ ମହିଳାମାନେ ମଙ୍ଗଳସୁତ୍ର କାହିଁକି...

କୋର୍ଟରେ ସ୍ବାମୀଙ୍କୁ ଜୋତାରେ ପିଟିଲେ ସ୍ତ୍ରୀ: ଭାଇରାଲ ହେଉଛି ଭିଡିଓ

ପ୍ରାୟତଃ ସ୍ବାମୀ ଏବଂ ସ୍ତ୍ରୀଙ୍କ ମଧ୍ୟରେ ସମସ୍ୟା ଉପୁଜିବାର ଅନେକ କାରଣ ଥାଏ। ଏଥିରେ ତୃତୀୟ ପକ୍ଷର ହସ୍ତକ୍ଷେପ ଅତି ସାଧାରଣ ଅଟେ। ଏପରି ପରିସ୍ଥିତିରେ...

ଆଜି ବିଶ୍ୱ ମ୍ୟାଲେରିଆ ଦିବସ

ସଂକ୍ରାମକ, ଅଣସଂକ୍ରାମକ, ନୂଆ ଭାବେ ପରିପ୍ରକାଶ ପାଉଥିବା ଓ ଆଗଠୁ ଅତ୍ୟଧିକ ଥିବା ସହ କମିଯାଇ ପୁଣି ଅଧିକ ସଂଖ୍ୟାରେ ପରିଲକ୍ଷିତ ହେଉଥିବା ରୋଗ ମଧ୍ୟରୁ...

କିଏ ତିଆରି କରିଛି EVM ଆଉ VVPAT, ନିର୍ମାତାଙ୍କ ନାଁ ପ୍ରକାଶ କରିବାକୁ ମନା କଲା ଇସିଆଇଏଲ୍‌

ନୂଆଦିଲ୍ଲୀ,୨୪ା୪: ଇଲେକ୍ଟ୍ରୋନିକ୍ସ କର୍ପୋରେଶନ ଅଫ୍‌ ଇଣ୍ଡିଆ ଲିମିଟେଡ୍‌ (ECIL) ଏବଂ ଭାରତ ଇଲେକ୍ଟ୍ରୋନିକ୍ସ ଲିମିଟେଡ (BEL) ଇଭିଏମ୍‌ ଏବଂ ଭିଭିପାଟ୍‌ର ନିର୍ମାତାଙ୍କ ନାମ ପ୍ରକାଶ କରିବାକୁ...

ଗାଁ ଦେଶର ମେରୁଦଣ୍ଡ

ଭାରତ ହେଉଛି ବିବିଧତାର ଦେଶ। ଯେତେବେଳେ ଦେଶର ସମଗ୍ର ବିକାଶ ବିଷୟରେ କଥା ଉଠେ, ସେତେବେଳେ ତୃଣମୂଳସ୍ତରରୁ ତାହା ଆରମ୍ଭ ହୋଇଥାଏ। କେବଳ କେନ୍ଦ୍ର ସରକାର...

୪ ବିଧାୟକଙ୍କ କଟିଲା ଟିକେଟ୍‌: ୬ରୁ ୫ ନୂଆମୁହଁ

ଭୁବନେଶ୍ୱର,୨୨।୪: ବିଜେଡିର ସପ୍ତମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ସୋମବାର ପ୍ରକାଶ କରିଛି। ୬ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେଡି। ଘୋଷଣା ହୋଇଥିବା...

ଶିବେଇ ସାମନ୍ତରାଙ୍କ ଚତୁରତା ଲୋକମୁଖରେ ଭିନ୍ନ ରୂପ ନେଲା

ଚୁମ୍ବକଶିଳା ବସାଯିବା ପରେ ତିନିଥର ବିଫଳ ହୋଇଥିବା କାର୍ଯ୍ୟ ସଫଳ ହୋଇଥିଲା। ସହସ୍ର ମଲ୍ଲ ସେଇ ଖୁସିରେ ପୁରସ୍କାର ଘୋଷଣା କରିଥିଲେ। ଧର୍ମପଦ ମନ୍ଦିର ଶିଖରରୁ...

ଜାଣନ୍ତୁ ବିଶ୍ୱ ପୁସ୍ତକ, କପିରାଇଟ୍‌ ଦିବସର ଇତିହାସ…

ପ୍ରତିବର୍ଷ ଏପ୍ରିଲ ୨୩ରେ ବିଶ୍ୱ ପୁସ୍ତକ ଏବଂ କପିରାଇଟ୍‌ ଦିବସ ପାଳନ କରାଯାଇଥାଏ। ସମୟ ବଦଳିବା ସହିତ କମ୍ପ୍ୟୁଟର ଏବଂ ଇଣ୍ଟରନେଟ୍‌ ବର୍ତ୍ତମାନ ପୁସ୍ତକ ବି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri