ମାଟିର ମହକ

ଯୁଗେ ଯୁଗେ ମାଟିକୁ ନେଇ ବିବାଦ ରହିଆସିଛି। ମାଟିର ଗୁଣ ଯଥା ଉର୍ବର, ଅନୁର୍ବର, ସମତଳ, ଜଙ୍ଗଲ, ପାହାଡ଼-ପର୍ବତ ଇତ୍ୟାଦି କଥା କହି ବିଚାର କରନ୍ତି ନାହିଁ ବରଂ ତାକୁ ଆଧାର କରି ନିଜର ପରିଚୟ ଜାହିର କରିବା ହେଉ କିମ୍ବା ତାକୁ ଅଧିକାର କରି ନେଇ ନିଜ ବୀରତ୍ୱର ସନ୍ତକ ଭାବେ ଅନ୍ୟମାନଙ୍କ ଆଗରେ ବାହୁସ୍ଫୋଟ ମାରି ଭୟଭୀତ କରିବା ହେଉ ସବୁଠି ତା’ ପ୍ରତି ଥିବା ଆକର୍ଷଣ ବାରି ହୋଇ ପଡ଼େ। ଫରକ ହେଉଛି ମାଟି ପ୍ରତି ମମତା ଆଉ ମାଟିରୁ ଜନ୍ମ ନେଇଥିବା ମଣିଷ, ଜୀବଜନ୍ତୁ ତଥା ଅନ୍ୟାନ୍ୟ ପ୍ରାକୃତିକ ସମ୍ପଦ ସହିତ ସମ୍ପର୍କର ସୂତାଖିଅ। ଆମେ ସମସ୍ତେ ଆମ ମାଟିକୁ ନେଇ ଗର୍ବ କରୁ । ସୁବିସ୍ତୀର୍ଣ୍ଣ ମାଟି ଉପରେ ବିଭିନ୍ନ ସୀମାରେଖା ଟାଣି ନିଜର ଦେଶ, ରାଜ୍ୟ, ଭାଷା ଆଦି ବିଭିନ୍ନ ପରିଚୟ ସୃଷ୍ଟି କରୁ। ମା’ ଯେମିତି ଆମ ଜୀବ ସାର ମୂଳ ପିଣ୍ଡ ଠିକ୍‌ ସେହିଭଳି ମାଟି ମଧ୍ୟ ସୃଷ୍ଟି ଏବଂ ସମ୍ଭାବନାର ମୂଳ ଆଧାର, ଯେଉଁଥିପାଇଁ ଆମେ କହୁ ”ମାଟି ନୁହେଁ ସିଏ ଆମ ମା’ ଟି“। ପଞ୍ଚମହାଭୂତରେ ଗଢ଼ା ଆମର ଜୀବନ ହେଉ କିମ୍ବା ଉପତ୍ାଦନ ପ୍ରକ୍ରିୟାର ଏକ ମୁଖ୍ୟ ମାଧ୍ୟମ ଭାବେ ବିବେଚିତ ହେଉଥିବା ମାଟିର ଗୁରୁତ୍ୱ ସବୁଠି ବାରି ହୋଇ ପଡ଼ିଥାଏ। ଯଦି ଆମ ଜୀବନ, ସମ୍ପର୍କ, ଅର୍ଥନୀତି, ରାଜନୀତି ସବୁକିଛି ଏହି ମାଟି ଉପରେ ନିର୍ଭରଶୀଳ ତା’ହେଲେ ଏହାର ମହକକୁ ଭୁଲିଯାଇ ଆମେ ତା’ ଉପରେ ଅତ୍ୟାଚାର କରୁଛୁ କାହିଁକି? ପ୍ରଜାପତିର ଡେଣା ଲାଗିଗଲା ପରେ ସିଏ ଯେମିତି ଏ ଫୁଲରୁ ସେ ଫୁଲକୁ ଉଡ଼ିବୁଲେ ସେହିଭଳି ଭାବେ ଯେଉଁ ମାଟି ଆମକୁ ବଡ଼ କରି ଦୁନିଆରେ ବଞ୍ଚିବା ଶିଖାଇ ଛୋଟରୁ ବଡ଼ କରି ଗଢ଼ିଥାଏ ତା’ ପ୍ରତି ଥିବା କର୍ତ୍ତବ୍ୟକୁ ପାସୋରି ଦେଇ ଆମେ ଅନ୍ୟ କେଉଁ ମାଟିର ବାସ୍ନାରେ ବିମୋହିତ ହୋଇ ଫୁରକିନା ଉଡ଼ିଯିବା କ’ଣ ବିଜ୍ଞତାର ପରିଚୟ? ଏହି ମାଟି ପ୍ରତି ଥିବା ମମତାକୁ ଆଧାର କରି ରାମାୟଣରେ ବର୍ଣ୍ଣିତ ଏକ ଶ୍ଳୋକ ବେଶ୍‌ ତାତ୍ପର୍ଯ୍ୟପୂର୍ଣ୍ଣ।
ଲଙ୍କାପତି ରାବଣର ନିଧନ ପରେ ଯେତେବେଳେ ଶ୍ରୀରାମଚନ୍ଦ୍ରଙ୍କୁ ସ୍ବର୍ଣ୍ଣମୟୀ ଲଙ୍କାରେ ରାଜା ହେବା ପାଇଁ ତାଙ୍କର ସହଯୋଗୀ ତଥା ଭ୍ରାତା ଲକ୍ଷ୍ମଣ ଅନୁରୋଧ କଲେ ତାଙ୍କ ପାଟିରୁ ବାହାରି ପଡ଼ିଲା ”ଅୟି ସ୍ବର୍ଣ୍ଣମୟୀ ଲଙ୍କା ନମେ ରୋଚତେ ଲକ୍ଷ୍ମଣ ଜନନୀ ଜନ୍ମଭୂମିଶ୍ଚ ସ୍ବର୍ଗାଦପି ଗରୀୟସୀ“। ଅର୍ଥାତ୍‌ ରାମଚନ୍ଦ୍ରଙ୍କୁ ନିଜ ମାଟି ଅଯୋଧ୍ୟା ଆଗରେ ଲଙ୍କାର ସମସ୍ତ ସମ୍ପଦ ଐଶ୍ୱର୍ଯ୍ୟ ତୁଚ୍ଛ ଲାଗିଥିଲା। କେବଳ ପରିସ୍ଥିତି, ପରିବେଶ ତଥା ଆବଶ୍ୟକତା ଦୃଷ୍ଟିକୋଣରୁ ଲଙ୍କାକୁ ଆକ୍ରମଣ କରି ବିଜୟପ୍ରାପ୍ତ କରିଥିଲେ ମଧ୍ୟ ସିଏ ନିଜର ମାତୃଭୂମିକୁ ଫେରି ଆସିବାକୁ ଶ୍ରେୟସ୍କର ମଣିଥିଲେ। ବିଶ୍ୱବିଜୟୀ ଆଲେକଜାଣ୍ଡାର ମଧ୍ୟ ବିଭିନ୍ନ ଦେଶକୁ ଆକ୍ରମଣ କରି ନିଜର ଅଧିକାର ଜାହିର କରି ସାରିବା ପରେ ନିଜ ମାତୃଭୂମିକୁ ଫେରିଯିବା ପାଇଁ ଶ୍ରେୟସ୍କର ମନେକରିଥିଲେ। ବେପାର, ବଣିଜ, କର୍ମସଂସ୍ଥାନ ତଥା ଶିକ୍ଷାଲାଭ ନିମିତ୍ତ ମଣିଷ ନିଜ ମାଟିର ସୀମାରେଖା ଛାଡ଼ି ଅନ୍ୟମାଟିକୁ ଯାଏ। ଆଶା ଆଶଙ୍କାରେ ଯାଇଥିବା ଲୋକମାନେ ଯେତେବେଳେ ନୂଆ ମାଟି, ପାଣି, ପବନ ଦ୍ୱାରା ଆକର୍ଷିତ ହୁଅନ୍ତି ସେତେବେଳେ ଧୀରେ ଧୀରେ ନିଜ ମାଟିର ମହକ ଆଉ ସେମାନଙ୍କୁ ବିଶେଷଭାବେ ଆକର୍ଷିତ କରିପାରେ ନାହିଁ ବରଂ ନିଜକୁ ଦୂରେଇ ନେଇ ସେମାନେ ନୂଆ ଜାଗାରେ ଖାପ ଖୁଆଇ ଚଳିବାର ଆଦବକାଇଦା ଧୀରେ ଧୀରେ ଶିଖିଯାଇ ପ୍ରବାସୀ ଭାବେ ରହିବାକୁ ଉଚିତ ମନେକରିଥାଆନ୍ତି। ବେଳେବେଳେ ଏମିତି ହୁଏ ନିଜ ଭାଷା, ଜ୍ଞାନ, ସଂସ୍କୃତି ତଥା ଭାସ୍କର୍ଯ୍ୟର ପ୍ରଚାର ଓ ପ୍ରସାରକୁ ଅଣଦେଖା କରି ତା’ର ଉଚିତ ସମ୍ମାନ କରିବା ତଥା ଭୁଲିଯିବା ସହିତ ନିଜ ପିଲାମାନଙ୍କୁ ସେଗୁଡ଼ିକୁ ଶିଖାଇବା ପାଇଁ ଠିକ୍‌ ମନେକରନ୍ତି ନାହିଁ। ଆଜିର ବୈଶ୍ୱୀକରଣ ଏବଂ ଉଦାରବାଦୀ ଅର୍ଥନୀତି ଯୁଗରେ ସମଗ୍ର ବିଶ୍ୱ ଏକ ପରିବାର ସଦୃଶ ମନେହେଲେ ମଧ୍ୟ ଦେଶ-ଦେଶ ମଧ୍ୟରେ ଥିବା ସୂକ୍ଷ୍ମ ବିଶେଷତ୍ୱ, ଅଦ୍ୱିତୀୟ ଭାବକୁ ଆଧାର କରି ସୃଷ୍ଟି ହେଉଥିବା ବିଭେଦତା ଆଜି ପ୍ରଶମିତ ହେବା ଜାଗାରେ ବଢ଼ିବାରେ ଲାଗୁଛି। ଯାହାଫଳରେ ଯେଉଁ ମାଟି ମା’କୁ ପର କରି ଅନ୍ୟ ମାଟି ମା’କୁ ଆଦର କରୁଥିଲେ ତା’ରି ପାଖକୁ ଫେରି ଆସିବାର ଅବକାଶ ସୃଷ୍ଟି ହେଉଛି। ମା’ ତ ସର୍ବଂସହା, ନିଜ ସନ୍ତାନମାନଙ୍କୁ ପର କରିବ ବା କେମିତି? ତାର ଦୁଇ ହାତ ସବୁବେଳେ ସନ୍ତାନମାନଙ୍କୁ କୋଳେଇ ନେବା ପାଇଁ ତ’ ଆଗ୍ରହୀ !
ଅନ୍ୟପକ୍ଷରେ ଆମେ ଯେଉଁମାନେ ମା’ ପାଖରେ ସବୁଦିନ ପାଇଁ ରହୁ ତା’ର ଅନ୍ତର କଥା ବୁଝିବାରେ ପ୍ରାୟତଃ ଅସମର୍ଥ। ଜାତି, ଧର୍ମ, ଭାଷା ଆଦି ବିଭିନ୍ନ ତତ୍ତ୍ୱକୁ ନେଇ ଆମ ଭିତରେ ଝଗଡ଼ା ଆଉ ଅଶାନ୍ତି। ମା’ ପାଖରେ ତ ସମସ୍ତ ସନ୍ତାନ ସମାନ। ତାକୁ ଆଧାର କରି ଯେଉଁ ଭିନ୍ନ ଭିନ୍ନ ପରିଚୟ ସୃଷ୍ଟି କରୁଛୁ ତାକୁ କ’ଣ ଭଲ ଲାଗୁଥିବ ?
ଭବିଷ୍ୟତକୁ ଅଣଦେଖା କରି, ହାନି-ଲାଭର ବିଚାର ନ କରି ତା’ ଉପରେ ଯେଉଁ ଅତ୍ୟାଚାର କରୁଛୁ ତାହା କ’ଣ ଆମ ସ୍ନେହ-ଶ୍ରଦ୍ଧାର ନିଦର୍ଶନ? ମା’ର ସ୍ବାସ୍ଥ୍ୟ, ଶିକ୍ଷା, ମନ ଉପରେ ଯେମିତି ଶିଶୁର ଭବିଷ୍ୟତ ନିର୍ଭର କରେ ମାଟିର ମାନ ଉପରେ ମଧ୍ୟ ସଭ୍ୟତା ନିର୍ଭରଶୀଳ। ଯେଉଁ ମାଟିର ମହକ ଟିକକକୁ ନେଇ ଆମେ ଗର୍ବ କରୁ ଆମମାନଙ୍କ ପାଇଁ ଯଦି ତାହା ଦୁର୍ଗନ୍ଧରେ ରୂପାନ୍ତରିତ ହୁଏ ତାହା ଆମକୁ ଭଲ ଲାଗିବ ତ? ତେଣୁ ଆମ ମାଟି-ପାଣି-ପବନର ସ୍ବତନ୍ତ୍ରତାକୁ ବଜାୟ ରଖିବା ପାଇଁ ଆମେ ସମସ୍ତେ କାୟ-ମନ ବାକ୍ୟରେ ବଚନବଦ୍ଧ ହେବା ଦରକାର ନ ହେଲେ ଆମେ ପରିଚୟବିହୀନ, ବିବର୍ଣ୍ଣ ପରିଚୟ କିମ୍ବା ଭିନ୍ନ ପରିଚୟ ନେଇ ବଞ୍ଚିବା ହିଁ ସାର ହେବ।

ଡ. ସୀତାକାନ୍ତ ତ୍ରିପାଠୀ
ଭଦ୍ରକ, ମୋ: ୯୭୭୮୭୬୪୩୯୪


Enter your email to get our daily news in your inbox.

All Right Reserved By Dharitri.Com

ରୋଗୀଙ୍କୁ ଔଷଧ ଖୁଆଇବେ ସ୍ବାସ୍ଥ୍ୟକର୍ମୀ

ଭୁବନେଶ୍ୱର,୬୬।୨: ଫାଇଲେରିଆ ନିରାକରଣ ପାଇଁ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଏକ ବଡ଼ ଆକ୍ସନ ପ୍ଲାନ ପ୍ରସ୍ତୁତ କରାଯାଇଛି। ଏଣିକି ସ୍ବାସ୍ଥ୍ୟକର୍ମୀ ଘରକୁ ଘର ଯାଇ ଫାଇଲେରିଆରେ ଆକ୍ରାନ୍ତ…

କୋରାପୁଟରେ ପରୀକ୍ଷା ପେ’ ଚର୍ଚ୍ଚା, ସିଧା ଯୋଡ଼ି ହେଲେ ଛାତ୍ରୀଛାତ୍ର

କୋରାପୁଟ,୬ା୨(ଅମିତାଭ ବେହେରା): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନବମ ପରୀକ୍ଷା ପେ’ ଚର୍ଚ୍ଚା କାର୍ଯ୍ୟକ୍ରମର ସିଧା ପ୍ରସାରଣ ଶୁକ୍ରବାର ସାରା ଦେଶର ବିଭିନ୍ନ ଶିକ୍ଷା ଅନୁଷ୍ଠାନରେ ଚାଲିଥିଲା ବେଳେ…

ଦିଲ୍ଲୀପ ରାୟଙ୍କ ନିର୍ବାଚନୀ ମାମଲା ଚାଲିବ: ହାଇକୋର୍ଟ

ଭୁବନେଶ୍ୱର,୬।୨: ହାଇକୋର୍ଟରେ ରାଉଲକେଲା ବିଧାନସଭା ନିର୍ବାଚନୀ ମାମଲାର ଶୁଣାଣି ହୋଇଛି। ବିଧାୟକ ଶାରଦା ନାୟକଙ୍କ ବିରୋଧରେ ୩ ମାମଲା ଖାରଜ ହୋଇଛି। ଅନ୍ୟପକ୍ଷେ, ୩ ଆବେଦନକାରୀଙ୍କ ନିର୍ବାଚନୀ…

କେଉଁଥିରେ ତିଆରି ହୋଇଛି T20 World Cup Trophy ? ଜାଣନ୍ତୁ ଏହାର ଓଜନ ସହ ମୂଲ୍ୟ କେତେ

ନୂଆଦିଲ୍ଲୀ,୬।୨: ୨୦୨୬ T20 World Cup ଫେବୃଆରୀ ୭ରୁ ଆରମ୍ଭ ହେବ। ଏହି ଟୁର୍ଣ୍ଣାମେଣ୍ଟରେ କୋଡ଼ିଏଟି ଦଳ ଅଂଶଗ୍ରହଣ କରୁଛନ୍ତି। ସମସ୍ତ ଦଳକୁ ଚାରୋଟି ଗ୍ରୁପରେ ବିଭକ୍ତ…

ଶୁକ୍ରବାର ନମାଜ ସମୟରେ ଆତ୍ମଘାତୀ ବୋମା ବିସ୍ଫୋରଣ, ୧୨ ମୃତ

ଇସଲାମାବାଦ,୬।୨: ପାକିସ୍ତାନର ରାଜଧାନୀ ଇସଲାମାବାଦରେ ଏକ ଭୟଙ୍କର ବୋମା ବିସ୍ଫୋରଣ ହୋଇଛି। ସିଆ ମସଜିଦ, କସର୍‌-ଏ-ଖାଦିଜାତୁଲ କୁବ୍ରାରେ ଶୁକ୍ରବାର ନମାଜ ପାଠ ସମୟରେ ଏକ ଆତ୍ମଘାତୀ ବିସ୍ଫୋରଣ…

୪ ଦିନ ଚଳଚଞ୍ଚଳ ରହିବ ପଦ୍ମନାଭପୁର, ଆଜି ଲକ୍ଷ୍ମୀନୃସିଂହ ମନ୍ଦିରରେ…

ଦିଗପହଣ୍ଡି,୬ା୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ପଦ୍ମନାଭପୁର ଗ୍ରାମ କୁମୁଟି ସାହିରେ ଶ୍ରୀଲକ୍ଷ୍ମୀନୃସିଂହ ଠାକୁରଙ୍କ ମନ୍ଦିର ପ୍ରତିଷ୍ଠା ମହୋତ୍ସବ ନିମନ୍ତେ ଶୁକ୍ରବାର ଫାଲଗୁନ କୃଷ୍ଣପକ୍ଷ…

ଅସ୍ତ୍ରଶସ୍ତ୍ର ସହ ପୋଲିସ ଆଗରେ ଆତ୍ମସମର୍ପଣ କଲେ ୪ ମାଓବାଦୀ

ଫୁଲବାଣୀ,୬।୨: ଦିନକୁ ଦିନ ଦୁର୍ବଳ ହେବାରେ ଲାଗିଛି ମାଓବାଦୀ ସଙ୍ଗଠନ । ସମାଜର ମୁଖ୍ୟ ସ୍ରୋତରେ ସାମିଲ ହେବାନେଇ କନ୍ଧମାଳ ପୋଲିସ ନିକଟରେ ଶୁକ୍ରବାର ୪ଜଣ ମାଓବାଦୀ…

Vaibhav Suryavanshi: ପୁଣି ରେକର୍ଡ ଭାଙ୍ଗିଲେ ବୈଭବ ସୂର୍ଯ୍ୟବଂଶୀ

ନୂଆଦିଲ୍ଲୀ,୬।୨: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ୧୯ ବର୍ଷରୁ କମ ଏକଦିବସୀୟ ବିଶ୍ୱକପର ଫାଇନାଲ ମ୍ୟାଚ ଚାଲିଛି। ଭାରତୀୟ ଅଧିନାୟକ ଆୟୁଷ ମହାତ୍ରେ ଟସ ଜିତି ପ୍ରଥମେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri