Posted inଫୁରସତ

ବିଶ୍ୱର ସବୁଠାରୁ ଛୋଟ ପାର୍କ

ଟୋକିଓ: ଜାପାନ ପୁଣି ଥରେ ନିଜର ଏକ ଅନନ୍ୟ ଆବିଷ୍କାର ସହ ସାରା ବିଶ୍ୱକୁ ଚକିତ କରିଛି। ସମ୍ପ୍ରତି ଏକ ଛୋଟ ପାର୍କ ପାଇଁ ଜାପାନ ଚର୍ଚ୍ଚାରେ ରହିଛି, ଯାହାକୁ ବିଶ୍ୱର ସବୁଠାରୁ ଛୋଟ ପାର୍କ ଭାବେ ଗିନିଜ୍‌ ୱାଲର୍‌ଡ ରେକର୍ଡ (ଜିଡବ୍ଲ୍ୟୁଆର୍‌)ରେ ସ୍ଥାନ ମିଳିଛି। ଏନେଇ ଜିଡବ୍ଲ୍ୟୁଆର୍‌ ପକ୍ଷରୁ ଏହାର ଅଫିସିଆଲ ୟୁଟୁବ୍‌ ଚ୍ୟାନେଲରେ ଏକ ଭିଡିଓ ପୋଷ୍ଟ କରାଯାଇ କୁହାଯାଇଛି, ମାତ୍ର ୦.୨୪ ବର୍ଗ ମିଟର ବିଶିଷ୍ଟ ସବୁଠାରୁ ଛୋଟ ପାର୍କ ଜାପାନର ରାଜଧାନୀ ଟୋକିଓ ସହରରେ ଅବସ୍ଥିତ। ତେବେ ମାତ୍ର କିଛି ସେଣ୍ଟିମିଟର ଆକାରର ହୋଇଥିଲେ ମଧ୍ୟ ଏହି ପାର୍କ ପର୍ଯ୍ୟଟକ ଏବଂ ସ୍ଥାନୀୟ ଲୋକଙ୍କ ପାଇଁ ଆକର୍ଷଣର କେନ୍ଦ୍ରବିନ୍ଦୁ ହୋଇ ରହିଛି। ଦୂର ଦୂରାନ୍ତରରୁ ଲୋକେ ଏହି ନିଆରା ଛୋଟ ପାର୍କକୁ ଦେଖିବା ପାଇଁ ଆସୁଛନ୍ତି। ଜିଡବ୍ଲ୍ୟୁଆର୍‌ ଟିମ୍‌ ଏହି ପାର୍କକୁ ନିରୀକ୍ଷଣ କରିବା ପରେ ଏହାକୁ ବିଶ୍ବର ସବୁଠାରୁ ଛୋଟ ପାର୍କ ଭାବେ ଘୋଷଣା କରାଯାଇଛି। ଏହି ପାର୍କର କ୍ଷେତ୍ରଫଳ ଏତେ ଛୋଟ ଯେ, ଏଥିରେ କେବଳ ଏକ ଛୋଟ ଚାରା ଗଛ ଏବଂ କିଛି ଘାସ ରହିପାରିବ ବୋଲି ଜିଡବ୍ଲ୍ୟୁଆର୍‌ ପକ୍ଷରୁ କୁହାଯାଇଛି। ଏହାପୂର୍ବରୁ ବିଶ୍ବର ସବୁଠାରୁ ଛୋଟ ପାର୍କର ରେକର୍ଡ ଆମେରିକାର ଓରେଗନରେ ଥିବା ମିଲ୍‌ ଏଣ୍ଡ୍‌ସ ପାର୍କ ନାମରେ ରହିଥିଲା। ଏହାର କ୍ଷେତ୍ରଫଳ ମାତ୍ର ୦.୨୯୨ ବର୍ଗ ମିଟର ରହିଥିଲା ଉକ୍ତ ରେକର୍ଡ ଏବେ ଭଙ୍ଗ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ରାଜ୍ୟଗୋଷ୍ଠୀ କ୍ରୀଡ଼ା ପାଇଁ ଘୋଷଣା ହେଲା ତାରିଖ ଏବଂ ସ୍ଥାନ, ଜାଣନ୍ତୁ…

ନୂଆଦିଲ୍ଲୀ,୧୯ା୩: ରାଜ୍ୟଗୋଷ୍ଠୀ କ୍ରୀଡ଼ାର ୮ମ ସଂସ୍କରଣ ୨୦୨୭ ଅକ୍ଟୋବର ୨୯ରୁ ନଭେମ୍ବର ୪ ମାଲ୍‌ଟା ଓ ଗୋଜୋରେ ହେବ। ଉଦ୍‌ଘାଟନୀ ଉତ୍ସବ ଅକ୍ଟୋବର ୨୯ରେ ଏହାପଛକୁ ଅକ୍ଟୋବର…

ଗଞ୍ଜାମ ଏସ୍‌ପି ଶୁଭେନ୍ଦୁ କୁମାର ପାତ୍ରଙ୍କୁ ମିଳିବ ସମ୍ମାନଜନକ ‘ଡିଜିପି ଡିସ୍କ ଆୱାର୍ଡ’,ଛୁଟିଛି ଶୁଭେଚ୍ଛାର ସୁଅ

ଛତ୍ରପୁର,୧୯।୩(ଦିଲ୍ଲୀପ ସାମଲ): ପୋଲିସ ସେବାରେ ନିଜର ଉଲ୍ଲେଖନୀୟ କୃତିତ୍ୱ ଓ ଦକ୍ଷତା ପାଇଁ ଗଞ୍ଜାମ ଆରକ୍ଷୀ ଅଧିକ୍ଷକ (SP) ଶୁଭେନ୍ଦୁ କୁମାର ପାତ୍ର ‘ଡିଜିପି ଡିସ୍କ ଆୱାର୍ଡ’…

IPL 2026 ପୂର୍ବରୁ CSKକୁ ବଡ଼ ଝଟ୍‌କା, ପୁରା ସିଜନ୍‌ରୁ ବାଦ୍‌ ପଡ଼ିଲେ ଘାତକ ବୋଲର୍‌…

ନୂଆଦିଲ୍ଲୀ,୧୯।୩: ଗତ ସିଜନର ଖରାପ ପ୍ରଦର୍ଶନକୁ ପଛରେ ପକାଇ ଆଇପିଏଲ୍‌ ୨୦୨୬ରେ ନୂଆ ଆଶା ଓ ଉତ୍ସାହ ସହ ପଡ଼ିଆକୁ ଓହ୍ଲାଇବାକୁ ପ୍ରସ୍ତୁତ ହେଉଥିବା ଚେନ୍ନାଇ ସୁପର…

କାଳବୈଶାଖୀ ପ୍ରଭାବରେ କୁଆପଥର ବର୍ଷା, ମଣ୍ଡିରେ ଭିଜିଲା ଧାନ

ମାଥିଲ,୧୯।୩(ସୁବାଷ ଚନ୍ଦ୍ର ଖୁଡୁପିଆ) ମାଲକାନଗିରି ଜିଲାର ବିଭିନ୍ନ ସ୍ଥାନରେ କାଳବୈଶାଖୀ ପ୍ରଭାବରେ ପବନ ସାଙ୍ଗକୁ କୁଆପଥର ବର୍ଷା ହୋଇଥିବା ଦେଖିବାକୁ ମିଳିଛି। ବର୍ଷା ଯୋଗୁ ମାଲକାନଗିରି ଜିଲା…

ଭତ୍ତା ନେବାକୁ ଆସିଥିଲେ ଲୋକେ, ଗୋଡ଼ାଇ ଗୋଡ଼ାଇ ଆକ୍ରମଣ କଲେ ମହୁମାଛି, ଆଉ ତା’ ପରେ…

ଦିଗପହଣ୍ଡି,୧୯ା୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ ଜକର ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଗୁରୁବାର ଅପରାହ୍ନରେ ମହୁମାଛି ଆକ୍ରମଣରେ ୪ ଜଣ ଆହତ…

ଦୁଇ ବସ୍‌ ମୁହାଁମୁହିଁ, ୩୦ରୁ ଊର୍ଦ୍ଧ୍ୱ ଯାତ୍ରୀ…

ମୋହନା,୧୯ା୩(ମନ୍ମଥ ମିଶ୍ର): ଘରୋଇ ଯାତ୍ରୀବାହୀ ବସ୍‌ ସହ ମୁଖ୍ୟମନ୍ତ୍ରୀ ବସ୍‌ ମୁହାଁମୁହିଁ ଧକ୍କା ହୋଇଛି। ଏଥିରେ ୪ ଜଣ ଆହତ ହୋଇଛନ୍ତି। ଏଭଳି ଅଭାବନୀୟ ଘଟଣା ଦେଖିବାକୁ…

ଓଡ଼ିଶାର ଏହି ଜିଲାରେ ରହିଛି ହୀରାଖଣି, ସୂଚନା ଦେଇ ମନ୍ତ୍ରୀ କହିଲେ…

ଭୁବନେଶ୍ୱର,୧୯ା୩: ଓଡ଼ିଶାରେ ମିଳିଛି ହୀରାଖଣିର ସନ୍ଧାନ। ତେବେ ରାଜ୍ୟର ନୂଆପଡ଼ା ଜିଲାରେ ଏହି ଖଣିର ସନ୍ଧାନ ମିଳିଛି। ନୂଆପଡ଼ାର କାଲମିଦାଦରଠାରେ ହୀରା ପଥର ଚିହ୍ନଟ କରାଯାଇଥିବା ନେଇ…

ତଣ୍ଟି ଚିପି ସ୍ତ୍ରୀଙ୍କୁ ହତ୍ୟା

ପୋଲସରା,୧୯।୩: ଗଞ୍ଜାମ ଜିଲା ପୋଚାଲୁଣ୍ଡି ଗାଁରେ ଗୁରୁବାର ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ପାରିବାରିକ କଳହରୁ ସ୍ତ୍ରୀଙ୍କ ତଣ୍ଟି ଚିପି ସ୍ବାମୀ ହତ୍ୟା କରିଥିବା ଅଭିଯୋଗ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri