Categories: ଫୁରସତ

ସବୁଠୁ ଛୋଟ କୁକୁର

ଅନେକେ କୁକୁରକୁ ପେଟ୍‌ ଭାବେ ରଖନ୍ତି। କୁକୁର ଏତେ ବିଶ୍ୱସ୍ତ ଓ ମଣିଷ ସହ ଏତେ ନିବିଡ଼ ସମ୍ବନ୍ଧ ଗଢ଼ନ୍ତି ଯେ, ପରିବାରର ସଦସ୍ୟ ପାଲଟି ଯାଆନ୍ତି। ମଣିଷ ଛୁଆ ଭଳି ସେ ବି କେତେ ଅଳି ଅଝଟ କରେ। ବାହାରକୁ ଗଲେ ସେ ବି ସାଥୀରେ ଯିବାକୁ ଅଳି କରେ। ହେଲେ ସବୁ ଜାଗାକୁ ତ ପେଟ୍‌ କୁକୁରଙ୍କୁ ନେଇ ଯିବା ସମ୍ଭବ ହୋଇ ନ ଥାଏ। ତେଣୁ ସେମାନଙ୍କୁ ଘରେ ରହିବାକୁ ହୁଏ। ହେଲେ ଏମିତି ବି ଏକ କୁକୁର ଅଛି ଯାହାକୁ ଆପଣ ଯେକୌଣସି ସ୍ଥାନକୁ ନେଇପାରିବେ। କାରଣ ଏହାର ଆକାର ଖୁବ୍‌ ଛୋଟ। ବ୍ୟାଗ ଭିତରେ, ଏମିତିକି ପୁରୁଷମାନେ ନିଜ ପକେଟ୍‌ରେ ରଖିକି ତାକୁ ନେଇପାରିବେ। ଉକ୍ତ କୁକୁରଟି ଚିହୁଆହୁଆ ପ୍ରଜାତିର କୁକୁର ଅଟେ। ନାଁ ହେଉଛି ପର୍ଲ। ଆମେରିକାରେ ରହୁଥିବା ଏହି କୁକୁରର ଉଚ୍ଚତା ମାତ୍ର ୯.୧୪ ସେ.ମି. ଓ ଲମ୍ବ ୧୨.୭ ସେ.ମି.। ଆଉ ଓଜନ ମାତ୍ର ୫୫୩ ଗ୍ରାମ। ଏହା ଟିଭି ରିମୋଟଠୁ ବି ଛୋଟ। ପର୍ଲର ମାଲିକ ଭେନେସା ସେମଲର୍‌ କୁହନ୍ତି, ‘ପର୍ଲ ଖୁବ୍‌ ଶାନ୍ତ ସ୍ବଭାବର ଓ ଖୁବ ଭଲ କୁକୁର। ସେ ସମସ୍ତଙ୍କ ମନ ଖୁବ୍‌ ଶୀଘ୍ର ଜିଣିନିଏ। ପର୍ଲ ପାଇଁ ମୁଁ ବେଶ୍‌ ଗର୍ବିତ।’

Share