ମୁଖ୍ୟ ରାସ୍ତା ଚକାଚକ୍‌, ବସ୍ତିରେ ଆବଡ଼ାଖାବଡା

ରାଉରକେଲା,୨୩।୬(ବିପ୍ଳବ ରଞ୍ଜନ ଦାଶ): ରାଉରକେଲା ମହାନଗର ନିଗମ ଅଧୀନ ବିଭିନ୍ନ ବସ୍ତି ଅଞ୍ଚଳ ରାସ୍ତା ଶୋଚନୀୟ ହୋଇପଡିଛି। ସହରର ମୁଖ୍ୟ ରାସ୍ତାଗୁଡିକ ଚକାଚକ୍‌ ହୋଇଥିବା ବେଳେ ଗଳିକନ୍ଦି ରାସ୍ତାକୁ ମରାମତି କରାଯାଉନାହିଁ। ଫଳରେ ବିଭିନ୍ନ ସମୟରେ ଛୋଟବଡ ଦୁର୍ଘଟଣା ଘଟୁଥିବା ଅଭିଯୋଗ ହୋଇଛି।
ବସ୍ତି ବାସିନ୍ଦାଙ୍କ କହିବା ମୁତାବକ, ଆର୍‌ଏମ୍‌ସି ଅଧୀନ ୪୦ଟି ଓ୍ବାର୍ଡରେ ମୋଟ ୧୩୨ ବସ୍ତି ଅଞ୍ଚଳ ରହିଛି। ସେଥିମଧ୍ୟରୁ ୬୦ଭାଗ ବସ୍ତିରେ କିଛି ବିକାଶ ମୂଳକ କାର୍ଯ୍ୟ ହୋଇଥିବା ବେଳେ ଓ୍ବାର୍ଡ ନଂ-୬ ବାଲୁଘାଟ, ରୂପଟୋଲା, ମନୀ କଲୋନୀ, ବଙ୍ଗଳାଟୋଲା, ଓ୍ବାର୍ଡ ନଂ-୧୬ ଦୁର୍ଗାପୁର, ଓ୍ବାର୍ଡ ନଂ-୧୯ ମାଲଗୋଦାମ ଆଦି ବସ୍ତିରେ ସେଭଳି ଉନ୍ନୟନମୂଳକ କାର୍ଯ୍ୟ ହୋଇ ନ ଥିବା ଅଭିଯୋଗ ହେଉଛି। ବସ୍ତିର ରାସ୍ତାଘାଟ ଦୀର୍ଘବର୍ଷ ହେଲା ମରାମତି ହେଉନାହିଁ। ରାସ୍ତାଘାଟରେ ମାସ ମାସ ଧରି ଅଳିଆ ଆବର୍ଜନା ରହୁଥିବା ବେଳେ ସଫେଇ ହେଉନି। ଡ୍ରେନେଜଗୁଡିକରୁ ଅଳିଆ ଆବର୍ଜନା ହଟାଯାଉନାହିଁ। ସହରର ମୁଖ୍ୟ ରାସ୍ତାଗୁଡିକ ଚକାଚକ୍‌ ରହୁଥିବା ବେଳେ ବସ୍ତି ରାସ୍ତା ବିପର୍ଯ୍ୟସ୍ତ ଅବସ୍ଥାରେ ପଡିରହିଛି। ବାଲୁଘାଟ ବସ୍ତି ଅଞ୍ଚରେ ପ୍ରାୟ ୨ହଜାରରୁ ଊର୍ଦ୍ଧ୍ୱ ଜନସଂଖ୍ୟା ଥିବାବେଳେ ବସ୍ତିର ଗଳିକନ୍ଦିକୁ ଯାଇଥିବା ରାସ୍ତାଘାଟ ଆବଡାଖାବଡା ହୋଇପଡିଛି। ସେହିପରି ଦୁର୍ଗାପୁର ପାହାଣ୍ଡଟୋଲୀ ଅଞ୍ଚଳର ରାସ୍ତାଘାଟରୁ କଂକ୍ରିଟ ଉଠିଯାଇଥିବା ବେଳେ ଯାତାୟାତରେ ସମସ୍ୟା ହେଉଛି। ପାନପୋଷ ପୋଷ୍ଟମର୍ଟମ କେନ୍ଦ୍ର ଆଗରୁ ନମାଜ ହଜ୍‌କୁ ଯାଇଥିବା ରାସ୍ତା ଅବସ୍ଥା ଶୋଚନୀୟ ହୋଇଛି। ଏ ନେଇ ରାଉରକେଲା ମହାନଗର ନିଗମ କମିଶନର ଡ. ଶୁଭଙ୍କର ମହାପାତ୍ରଙ୍କୁ ପଚାରିବାରୁ ସେ କହିଲେ,୧୩୨ଟି ବସ୍ତିର ସମସ୍ତ ରାସ୍ତା ବିଜୁ ଆଦର୍ଶ କଲୋନୀ ଯୋଜନାରେ ସାମିଲ ହୋଇଛି। ଅଧିକାଂଶ ବସ୍ତିର ସାମଗ୍ରିକ ବିକାଶ ବିଜୁ ଆଦର୍ଶ କଲୋନୀ ଯୋଜନା ମାଧ୍ୟମରେ ହୋଇିଛି। କିଛି ବସ୍ତିର ରାସ୍ତା କାମ ବାକି ରହିଛି । ସେଥିପାଇଁ ମଧ୍ୟ ପଦକ୍ଷେପ ନିଆଯାଇଛି। ତୁରନ୍ତ ଜାଗା ମିଶନ ଅଧୀନରେ ବସ୍ତିଗୁଡିକରେ ବିକାଶ ମୂଳକ କାର୍ଯ୍ୟ ହେବ। ଆରଏମସିର ବାର୍ଷିକ ବଜେଟର ୨୫ପ୍ରତିଶତ ଅର୍ଥ କେବଳ ବସ୍ତି ମାନଙ୍କର ବିକାଶ ପାଇଁ ଖର୍ଚ୍ଚ ହେଉଛି।ଏଣୁ ଆଗକୁ ଉକ୍ତ ବସ୍ତି ଗୁଡିକର ରାସ୍ତାଘାଟ ସହ ବିଭିନ୍ନ ସମସ୍ୟାର ସମାଧାନ କରାଯିବ ବୋଲି ମହାପାତ୍ର କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପାରଳାଖେମୁଣ୍ଡି ବାର୍ ଆସୋସିଏଶନ ନିର୍ବାଚନ: ରାମକୃଷ୍ଣ ନାୟକ ସଭାପତି, ଶିବ ପ୍ରସାଦ…

ପାରଳାଖେମୁଣ୍ଡି, ୨୮। ୩ (ଗିରିଧାରୀ ପରିଚ୍ଛା):- ଗଜପତି  ଜିଲା ପାରଳାଖେମୁଣ୍ଡି ବାର୍ ଏସୋସିଏସନ୍ ନିର୍ବାଚନରେ ରାମକୃଷ୍ଣ ନାୟକ ସଭାପତି, ଉପସଭାପତି ଭାବେ ଶିବ ପ୍ରସାଦ ପାଣିଗ୍ରାହୀ ଏବଂ…

ସରିଲା ରାୟଗଡ଼ା ବାର ଆସୋସିଏଶନ ନିର୍ବାଚନ: ବରିଷ୍ଠ ଆଇନଜୀବୀ ବ୍ରଜସୁନ୍ଦର ସଭାପତି, ସମ୍ପାଦକ ହେଲେ…

ରାୟଗଡ଼ା,୨୮।୩(ଆଶିଷ ରଞ୍ଜନ ପଣ୍ଡା)- ରାୟଗଡ଼ା ବାର ଆସୋସିଏଶନ ନିର୍ବାଚନ ଶନିବାର ଶାନ୍ତିପୂର୍ଣ୍ଣ ଭାବେ ସମାପ୍ତ ହୋଇଛି । ଏଥିରେ ବରିଷ୍ଠ ଆଇନଜୀବୀ ବ୍ରଜ ସୁନ୍ଦର ନାୟକ ୧୦୬ଖଣ୍ଡ…

ବ୍ରହ୍ମବରଦା ଥାନାରୁ ଅଭିଯୁକ୍ତ ଚମ୍ପଟ ଘଟଣା: ଏଏସ୍‌ଆଇଙ୍କ ସମେତ ୩ ପୋଲିସ କର୍ମଚାରୀ ସସ୍‌ପେଣ୍ଡ

ଧର୍ମଶାଳା, ୨୮।୩(ଶିିବ ପ୍ରସାଦ ମହାନ୍ତି): ଯାଜପୁର ଜିଲା ବ୍ରହ୍ମବରଦା ଥାନାରୁ ଜଣେ ଅଭିଯୁକ୍ତ ଚମ୍ପଟ ମାରିବା ଘଟଣାରେ ଜିଲା ଆରକ୍ଷୀ ଅଧୀକ୍ଷକ (ଏସ୍‌ପି) କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ…

ମୋହନା ଥାନାରେ ‘ଶିଶୁ ସୁରକ୍ଷା ଓ ଭୟମୁକ୍ତ କେନ୍ଦ୍ର’ ଉଦଘାଟିତ: ଶିଶୁଙ୍କ ପାଇଁ ପୋଲିସ ସାଜିବ ବନ୍ଧୁ

ମୋହନା ୨୮।୩(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ଥାନା ପରିସରରେ ଏକ ନିଆରା ପ୍ରୟାସ ଦେଖିବାକୁ ମିଳିଛି। ଶିଶୁମାନଙ୍କୁ ପୋଲିସ ପ୍ରତି ଥିବା ଭୟ ଦୂର କରିବା…

ସରକାରଙ୍କ ବିରୋଧରେ ଗର୍ଜିଲା କଂଗ୍ରେସ

ବଞ୍ଚୋ,୨୮ା୩(ପ୍ରଦୋଷ କୁମାର ବିଶ୍ୱାଳ): କେନ୍ଦୁଝର ଜିଲାର ଆନନ୍ଦପୁର ଉପଖଣ୍ଡ ହାଟଡିହୀ ବ୍ଲକ ଅନ୍ତର୍ଗତ ମରେଇଗାଁ ପଡ଼ିଆରେ କଂଗ୍ରେସ ଦଳର ଡାକରାରେ ଏକ ବିଶାଳ ଜନସମାବେଶ ଅନୁଷ୍ଠିତ ହୋଇଯାଇଛି।…

ଭଞ୍ଜନଗର ବାର୍‌ ଆସୋସିଏଶନ ନିର୍ବାଚନ: ସଭାପତି ଭାବେ ନିର୍ବାଚିତ ହେଲେ ସନ୍ତୋଷ ନାୟକ, ଧୀରେନ ସ୍ବାଇଁ…

ଭଞ୍ଜନଗର,୨୮।୩(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏସନ ନିର୍ବାଚନ ଶନିବାର ସରିଛି। ଏଥିରେ ସଭାପତି ଭାବେ ସନ୍ତୋଷ ନାୟକ ନିର୍ବାଚିତ ହୋଇଛନ୍ତି । ଏଥିସହ ସାଧାରଣ ସମ୍ପାଦକ…

୧୦ ମାସ ତଳେ ବିବାହ କରିଥିଲେ ଅନୁପମା, ବେକରେ ଦାଗ ଦେଖି ବାପଘର ଲୋକେ ଆଣିଲେ ହତ୍ୟା ଅଭିଯୋଗ

ବଲାଙ୍ଗୀର,୨୮ା୩(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ତୁଷୁରା ଥାନା ମହିପୁର ଗାଁରେ ଜଣେ ନବବଧୂକୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ୧୦ ମାସ ତଳେ ବାହା ହୋଇଥିବା…

ବରଗଡ଼ ଜିଲା ଓକିଲ ସଂଘ ନିର୍ବାଚନ: ଭୀଷ୍ମଦେବ ପୁଣି ସଭାପତି, ସମ୍ପାଦକ ଭାବେ ନିର୍ବାଚିତ ହେଲେ…

ବରଗଡ଼,୨୮।୩(ପ୍ରେମାନନ୍ଦ ଖମାରୀ) – ବରଗଡ଼ ଜିଲା ଓକିଲ ସଂଘ ନିର୍ବାଚନ ଫଳାଫଳ ପ୍ରକାଶ ପାଇଛି । ଏଥିରେ ଭୀଷ୍ମଦେବ ସରାଫ ପୁଣିଥରେ ସଭାପତି ନିର୍ବାଚିତ ହୋଇଛନ୍ତି। ସେହିପରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri