ବିଗୁଡ଼ୁଛି ସ୍ଥିତି, ଚିନ୍ତାରେ ବିଶ୍ୱ ମହାଶକ୍ତି

ୟେରେବାନ/ବାକୁ, ୨।୧୦:ବିବାଦୀୟ କ୍ଷେତ୍ର ‘ନାଗୋର୍ନୋ କାରାବାଖ’କୁ କରାୟତ୍ତ କରିବାକୁ ଆର୍ମେନିଆ-ଆଜରବୈଜାନ ମଧ୍ୟରେ ଘମାଘୋଟ ଯୁଦ୍ଧ ଜାରି ରହିଛି। ରବିବାରଠାରୁ ଦୁଇ ରାଷ୍ଟ୍ର ସାମ୍ନାସାମ୍ନି ହୋଇଥିବାବେଳେ ଉଭୟ ପକ୍ଷରୁ ୧୦୦ରୁ ଊର୍ଦ୍ଧ୍ୱ ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ଅନ୍ୟପଟେ ଆଜରବୈଜାନକୁ ତୁର୍କୀ ଖୋଲାଖୋଲି ସମର୍ଥନ କରିବା ପରେ ଆର୍ମେନିଆ ସପକ୍ଷରେ ବାହାରିଛି ଫ୍ରାନ୍ସ। ଏହାପରେ ସ୍ଥିତି ଆହୁରି ବିଗିଡ଼ିବା ଆଶଙ୍କା ସୃଷ୍ଟି ହୋଇଛି, ଯାହାକୁ ନେଇ ଚିନ୍ତାରେ ପଡ଼ିଛନ୍ତି ବିଶ୍ୱ ମହାଶକ୍ତି ରୁଷିଆ ଏବଂ ଆମେରିକା।
ଆର୍ମେନିଆ ଏବଂ ଆଜରବୈଜାନ ସୀମାନ୍ତରେ ୪୪୦୦ ବର୍ଗ କିମି ପରିମିତ ଅଞ୍ଚଳର ରହିଛି ବିବାଦୀୟ କ୍ଷେତ୍ର ‘ନାଗୋର୍ନୋ କାରାବାଖ’। ଅନ୍ତର୍ଜାତୀୟ ସୀମା ନିୟମ ଅନୁଯାୟୀ ଏହି ଅଞ୍ଚଳ ଉପରେ ଆଜରବୈଜାନର ଅଧିକାର ରହିଛି। ହେଲେ ଏହି ସ୍ଥାନକୁ ଆର୍ମେନିଆର ନିର୍ଦ୍ଦିଷ୍ଟ ଗୋଷ୍ଠୀ ଦୀର୍ଘବର୍ଷ ହେଲା କବ୍‌ଜା କରି ରଖିଛନ୍ତି। ୧୯୯୧ରେ ଉକ୍ତ ଗୋଷ୍ଠୀ ଆଜରବୈଜାନଠାରୁ ନିଜକୁ ସ୍ବାଧୀନ ଘୋଷଣା କରିବା ସହ ଉକ୍ତ କ୍ଷେତ୍ରକୁ ଆର୍ମେନିଆ ଅଧିକୃତ ଅଂଶ ବୋଲି କହିଥିଲା। ଏହାକୁ ଆଜରବୈଜାନ ଖାରଜ କରିଦେବା ପରେ ଉଭୟ ଦେଶ ମଧ୍ୟରେ ଉତ୍ତେଜନା ଲାଗି ରହିଥିଲା। ଏହାକୁ ନେଇ ଦୁଇଦେଶ ଅନେକ ସମୟରେ ମୁହଁାମୁହିଁ ହୋଇଥିଲେ ମଧ୍ୟ ଚଳିତଥର ସ୍ଥିତି ଭୟଙ୍କର ଭାବେ ବିଗିଡ଼ିଯାଇଛି।
ଯୁଦ୍ଧ ପ୍ରଶମନ ଏବଂ ହିଂସାତ୍ମକ କାର୍ଯ୍ୟରୁ ଦୂରେଇ ରହିବା ଲାଗି ରୁଷିଆ ଉଭୟ ଦେଶକୁ ନିବେଦନ କରିଛି। ଆଲୋଚନା ମାଧ୍ୟମରେ ଏହାର ସମାଧାନ କରିବାକୁ ବିଦେଶ ମନ୍ତ୍ରୀ ସର୍ଗେଇ ଲବରୋବ ସରକାରୀ ଭାବେ ଅଫର ଦେଇଛନ୍ତି। ଏ ପ୍ରସଙ୍ଗରେ ରୁଷ ରାଷ୍ଟ୍ରପତି ଭ୍ଲାଦିମର ପୁଟିନ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରନ୍‌ଙ୍କ ସହିତ କଥାବାର୍ତ୍ତା ହୋଇଛନ୍ତି। ଯୁଦ୍ଧରୁ ନିବୃତ୍ତ ରହି ଶାନ୍ତିପୂର୍ଣ୍ଣ ଆଲୋଚନା ମାଧ୍ୟମରେ ଏହାର ସମାଧାନ କରିବାକୁ ଉଭୟେ ଦୁଇ ଦେଶକୁ ଆହ୍ବାନ ଦେଇଛନ୍ତି।
ଆଜରବୈଜାନ ଆକ୍ରମଣରେ ଆର୍ମେନିଆର ଏକ ଏସ୍‌-୩୦୦ ମିଶାଇଲ ସିଷ୍ଟମ ଧ୍ୱଂସ ହୋଇଯାଇଛି। ପ୍ରତିପକ୍ଷ ଦେଶର ୨୭୦୦ ସୈନିକ ମୃତାହତ ହୋଇଛନ୍ତି। ଆର୍ମେନିଆ ସେନା ଯୁଦ୍ଧକ୍ଷେତ୍ର ଛାଡ଼ି ପଳାୟନ କରୁଥିବା ଆଜରବୈଜାନ ସେନା ପକ୍ଷରୁ ଦାବି କରାଯାଇଛି। ଅପରପକ୍ଷେ ସାଧାରଣ ଲୋକଙ୍କ ଉପରେ ଶତ୍ରୁଦେଶ ବୋମାବର୍ଷଣ କରୁଥିବା ଆର୍ମେନିଆ ପକ୍ଷରୁ ଅଭିଯୋଗ କରାଯାଇଛି। ଏଥିପୂର୍ବରୁ ଆର୍ମେନିଆ ପକ୍ଷରୁ ଆଜରବୈଜାନର ଯୁଦ୍ଧ ବିମାନ ସୁଖୋଇ-୨୫, ତୁର୍କୀର ଏଫ୍‌ର ଏଫ୍‌-୧୬ ଖସାଇ ଦେଇଥିବା ଦାବି କରିଥିଲା, ଯାହାକୁ ଆଜରବୈଜାନ ଖଣ୍ଡନ କରିଥିଲା। ଏବେ ଆର୍ମେନିଆ ନିଜର ଦୁର୍ଘଟଣାଗ୍ରସ୍ତ ବିମାନର ଫଟୋ ଜାରି କରିଛି। ଆଜରବୈଜାନ ଏଫ୍‌-୧୬ ଏବଂ ବୋମା ବର୍ଷଣକାରୀ ଡ୍ରୋନ୍‌ ବ୍ୟବହାର କରୁଥିବା ଆର୍ମେନିଆ କହିଛି। ସବୁଠାରୁ ବଡ଼ କଥା, ଆଜରବୈଜାନକୁ ସମର୍ଥନ କରି ସିରିଆ, ତୁର୍କୀ ଏବଂ ପାକିସ୍ତାନର ସକ୍ରିୟ ଆତଙ୍କବାଦୀ ଗୋଷ୍ଠୀ ‘ନାଗୋର୍ନୋ କାରାବାଖ’ କ୍ଷେତ୍ରରେ ନିଜର ଉପସ୍ଥିତି ଜାହିର କରିଛନ୍ତି। ହେଲେ ଏହାକୁ ତୁର୍କୀ ଖଣ୍ଡନ କରିଛି। କୌଣସି ପରିସ୍ଥିତିରେ ତୁର୍କୀର ଏପରି ଯୁଦ୍ଧ ମନୋଭାବକୁ ସହ୍ୟ କରାଯିବ ନାହିଁ। ଆବଶ୍ୟକ ପଡ଼ିଲେ ଏହାର ଜବାବ ଦିଆଯିବ ବୋଲି ଫ୍ରାନ୍ସ ରାଷ୍ଟ୍ରପତି ପ୍ରତିକ୍ରିୟା ରଖିଛନ୍ତି। ନାଟୋସେନାର ଦୁଇ ସମର୍ଥକ ଦେଶ ତୁର୍କୀ ଏବଂ ଫ୍ରାନ୍ସ ମଧ୍ୟରେ ଏପରି ବୟାନବାଜି ପରେ ପରିସ୍ଥିତି ଆହୁରି ଗମ୍ଭୀର ହେବା ଆଶଙ୍କା ଦେଖାଦେଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବିଭିନ୍ନ ଦାବି ନେଇ ଜିଲାପାଳଙ୍କ କାର୍ଯ୍ୟାଳୟ ଘେରିଲେ ଅଙ୍ଗନଓ୍ବାଡି କର୍ମୀ: ଦେଲେ ଚେତାବନୀ, ସମାଧାନ ନ ହେଲେ…

ବରଗଡ଼,୨୨।୧୨(ପ୍ରେମାନନ୍ଦ ଖମାରୀ): ସୋମବାର ପଶ୍ଚିମ ଓଡ଼ିଶା ଅଙ୍ଗନଓ୍ବାଡି କର୍ମୀ ଓ ସହାୟିକା ସଂଘ ନେତୃତ୍ୱରେ ବରଗଡ଼ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିଶାଳ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।...

ଗାଁକୁ ଫେରୁଥିବାବେଳେ ଟ୍ରେନରୁ ଖସି ଦାଦନ ଶ୍ରମିକଙ୍କ ମୃତ୍ୟୁ

ପାତ୍ରପୁର, ୨୨।୧୨(ଉମା ଚରଣ ନେପାକ): ପାତ୍ରପୁର ବ୍ଳକ ବାଦପୁର ପଞ୍ଚାୟତ ତିନିଘରିଆ ଗ୍ରାମର ନରସିଂହ ନାଇକ (୨୮) ନେଲୁରୁ ସ୍ଥିତ ଦିଶା ନାମକ ଏକ କମ୍ପାନୀରେ...

ଭାରତ-ବାଂଲାଦେଶ ସମ୍ପର୍କରେ ତିକ୍ତତା: ଭାରତୀୟଙ୍କ ପାଇଁ ଭିସା ସେବା ବନ୍ଦ କଲା ବାଂଲାଦେଶ

ନୂଆଦିଲ୍ଲୀ/ଢାକା,୨୨।୧୨: ଭାରତ ଏବଂ ବାଂଲାଦେଶ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କରେ ବଡ଼ ଧରଣର ଅବନତି ଘଟିଛି। ଗୋଟିଏ ପଟେ ଭାରତ ଚଟ୍ଟଗ୍ରାମରେ ଭିସା ସେବା ସ୍ଥଗିତ ରଖିଥିବା...

MGNREGA ନାମ ବଦଳାଇବା ବିବାଦ: ରାଜରାସ୍ତାକୁ ଓହ୍ଲାଇଲା କଂଗ୍ରେସ, କେନ୍ଦ୍ର ସରକାରଙ୍କୁ ଦେଲା ଚେତାବନୀ

ଭଞ୍ଜନଗର,୨୨।୧୨(ବାବୁଲା ପ୍ରଧାନ): ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ନାମକୁ କେନ୍ଦ୍ର ସରକାର ଇତିମଧ୍ୟରେ ବଦଳାଇଛନ୍ତି। ଏଥିସହ ନୂଆ ଯୋଜନାରେ ବ୍ୟାପକ...

ଭଞ୍ଜନଗର ଏନ୍‌ଏସିକୁ ମିଳିଲା ମ୍ୟୁନିସିପାଲଟି ମାନ୍ୟତା: ମିଶିବ ଏହି ସବୁ ଗାଁ, ଖୁସିରେ ଅଞ୍ଚଳବାସୀ

ଭଞ୍ଜନଗର,୨୨।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଏନ୍‌ଏସିକୁ ସୋମବାରଠାରୁ ବିଧିବଦ୍ଧ ଭାବେ ମ୍ୟୁନିସିପାଲଟି ମାନ୍ୟତା ମିଳିଛି। ସେହିଭଳି ଜଗନ୍ନାଥପ୍ରସାଦ ପଞ୍ଚାୟତକୁ ଏନ୍‌ଏସି ମାନ୍ୟତା ମିଳିଛି। ଆଜି...

ଦିନକ ପରେ ବରଗଡ଼ ଧନୁଯାତ୍ରା: ମହୋତ୍ସବକୁ ନେଇ ଏମିତି କହିଲେ ଜିଲାପାଳ

ବରଗଡ,୨୨।୧୨(ପ୍ରେମାନନ୍ଦ ଖମାରୀ): ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ୭୮ତମ ବରଗଡ଼ ଧନୁଯାତ୍ରା ମହୋତ୍ସବକୁ ଆଉ ମାତ୍ର ଦିନେ ବାକି। ଆସନ୍ତା ୨୪ତାରିଖରୁ ଏହି ମହୋତ୍ସବ ଆରମ୍ଭ ହେବ।...

ଲିକ୍‌ ହୋଇ ଫାଟିଲା ରନ୍ଧନ ଗ୍ୟାସ୍‌ ସିଲିଣ୍ଡର, ଘରେ ଥିଲେ…

କୋକସରା,୨୨।୧୨(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ଟେମରା ଗ୍ରାମରେ ରନ୍ଧନ ଗ୍ୟାସ୍‌ ଲିକେଜ ହୋଇ ନିଆଁ ଲାଗି ଯିବାରୁ ୪ ଜଣ ଗୁରୁତର...

ଟି-୨୦ ବିଶ୍ୱକପ ପାଇଁ ଚୟନ ହୋଇଥିବା ଭାରତୀୟ ଦଳ ଉପରେ ପ୍ରଶ୍ନ ଉଠାଇଲେ ୱାସିମ ଜାଫର, କହିଲେ ଇଶାନ-ୱାଶିଂଟନଙ୍କ ବଦଳରେ…

ନୂଆଦିଲ୍ଲୀ,୨୨।୧୨: ୨୦୨୬ ଟି୨୦ ବିଶ୍ୱକପ ପାଇଁ ଭାରତୀୟ ଦଳ ଘୋଷଣା କରାଯାଇଛି। ସୂର୍ଯ୍ୟକୁମାର ଯାଦବଙ୍କ ଅଧିନାୟକତ୍ୱରେ ଇଶାନ କିଷାନ ଦଳକୁ ଫେରିଛନ୍ତି। ଉପ-ଅଧିନାୟକ ଶୁବମନ ଗିଲ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri