ବିଗୁଡ଼ୁଛି ସ୍ଥିତି, ଚିନ୍ତାରେ ବିଶ୍ୱ ମହାଶକ୍ତି

ୟେରେବାନ/ବାକୁ, ୨।୧୦:ବିବାଦୀୟ କ୍ଷେତ୍ର ‘ନାଗୋର୍ନୋ କାରାବାଖ’କୁ କରାୟତ୍ତ କରିବାକୁ ଆର୍ମେନିଆ-ଆଜରବୈଜାନ ମଧ୍ୟରେ ଘମାଘୋଟ ଯୁଦ୍ଧ ଜାରି ରହିଛି। ରବିବାରଠାରୁ ଦୁଇ ରାଷ୍ଟ୍ର ସାମ୍ନାସାମ୍ନି ହୋଇଥିବାବେଳେ ଉଭୟ ପକ୍ଷରୁ ୧୦୦ରୁ ଊର୍ଦ୍ଧ୍ୱ ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ଅନ୍ୟପଟେ ଆଜରବୈଜାନକୁ ତୁର୍କୀ ଖୋଲାଖୋଲି ସମର୍ଥନ କରିବା ପରେ ଆର୍ମେନିଆ ସପକ୍ଷରେ ବାହାରିଛି ଫ୍ରାନ୍ସ। ଏହାପରେ ସ୍ଥିତି ଆହୁରି ବିଗିଡ଼ିବା ଆଶଙ୍କା ସୃଷ୍ଟି ହୋଇଛି, ଯାହାକୁ ନେଇ ଚିନ୍ତାରେ ପଡ଼ିଛନ୍ତି ବିଶ୍ୱ ମହାଶକ୍ତି ରୁଷିଆ ଏବଂ ଆମେରିକା।
ଆର୍ମେନିଆ ଏବଂ ଆଜରବୈଜାନ ସୀମାନ୍ତରେ ୪୪୦୦ ବର୍ଗ କିମି ପରିମିତ ଅଞ୍ଚଳର ରହିଛି ବିବାଦୀୟ କ୍ଷେତ୍ର ‘ନାଗୋର୍ନୋ କାରାବାଖ’। ଅନ୍ତର୍ଜାତୀୟ ସୀମା ନିୟମ ଅନୁଯାୟୀ ଏହି ଅଞ୍ଚଳ ଉପରେ ଆଜରବୈଜାନର ଅଧିକାର ରହିଛି। ହେଲେ ଏହି ସ୍ଥାନକୁ ଆର୍ମେନିଆର ନିର୍ଦ୍ଦିଷ୍ଟ ଗୋଷ୍ଠୀ ଦୀର୍ଘବର୍ଷ ହେଲା କବ୍‌ଜା କରି ରଖିଛନ୍ତି। ୧୯୯୧ରେ ଉକ୍ତ ଗୋଷ୍ଠୀ ଆଜରବୈଜାନଠାରୁ ନିଜକୁ ସ୍ବାଧୀନ ଘୋଷଣା କରିବା ସହ ଉକ୍ତ କ୍ଷେତ୍ରକୁ ଆର୍ମେନିଆ ଅଧିକୃତ ଅଂଶ ବୋଲି କହିଥିଲା। ଏହାକୁ ଆଜରବୈଜାନ ଖାରଜ କରିଦେବା ପରେ ଉଭୟ ଦେଶ ମଧ୍ୟରେ ଉତ୍ତେଜନା ଲାଗି ରହିଥିଲା। ଏହାକୁ ନେଇ ଦୁଇଦେଶ ଅନେକ ସମୟରେ ମୁହଁାମୁହିଁ ହୋଇଥିଲେ ମଧ୍ୟ ଚଳିତଥର ସ୍ଥିତି ଭୟଙ୍କର ଭାବେ ବିଗିଡ଼ିଯାଇଛି।
ଯୁଦ୍ଧ ପ୍ରଶମନ ଏବଂ ହିଂସାତ୍ମକ କାର୍ଯ୍ୟରୁ ଦୂରେଇ ରହିବା ଲାଗି ରୁଷିଆ ଉଭୟ ଦେଶକୁ ନିବେଦନ କରିଛି। ଆଲୋଚନା ମାଧ୍ୟମରେ ଏହାର ସମାଧାନ କରିବାକୁ ବିଦେଶ ମନ୍ତ୍ରୀ ସର୍ଗେଇ ଲବରୋବ ସରକାରୀ ଭାବେ ଅଫର ଦେଇଛନ୍ତି। ଏ ପ୍ରସଙ୍ଗରେ ରୁଷ ରାଷ୍ଟ୍ରପତି ଭ୍ଲାଦିମର ପୁଟିନ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରନ୍‌ଙ୍କ ସହିତ କଥାବାର୍ତ୍ତା ହୋଇଛନ୍ତି। ଯୁଦ୍ଧରୁ ନିବୃତ୍ତ ରହି ଶାନ୍ତିପୂର୍ଣ୍ଣ ଆଲୋଚନା ମାଧ୍ୟମରେ ଏହାର ସମାଧାନ କରିବାକୁ ଉଭୟେ ଦୁଇ ଦେଶକୁ ଆହ୍ବାନ ଦେଇଛନ୍ତି।
ଆଜରବୈଜାନ ଆକ୍ରମଣରେ ଆର୍ମେନିଆର ଏକ ଏସ୍‌-୩୦୦ ମିଶାଇଲ ସିଷ୍ଟମ ଧ୍ୱଂସ ହୋଇଯାଇଛି। ପ୍ରତିପକ୍ଷ ଦେଶର ୨୭୦୦ ସୈନିକ ମୃତାହତ ହୋଇଛନ୍ତି। ଆର୍ମେନିଆ ସେନା ଯୁଦ୍ଧକ୍ଷେତ୍ର ଛାଡ଼ି ପଳାୟନ କରୁଥିବା ଆଜରବୈଜାନ ସେନା ପକ୍ଷରୁ ଦାବି କରାଯାଇଛି। ଅପରପକ୍ଷେ ସାଧାରଣ ଲୋକଙ୍କ ଉପରେ ଶତ୍ରୁଦେଶ ବୋମାବର୍ଷଣ କରୁଥିବା ଆର୍ମେନିଆ ପକ୍ଷରୁ ଅଭିଯୋଗ କରାଯାଇଛି। ଏଥିପୂର୍ବରୁ ଆର୍ମେନିଆ ପକ୍ଷରୁ ଆଜରବୈଜାନର ଯୁଦ୍ଧ ବିମାନ ସୁଖୋଇ-୨୫, ତୁର୍କୀର ଏଫ୍‌ର ଏଫ୍‌-୧୬ ଖସାଇ ଦେଇଥିବା ଦାବି କରିଥିଲା, ଯାହାକୁ ଆଜରବୈଜାନ ଖଣ୍ଡନ କରିଥିଲା। ଏବେ ଆର୍ମେନିଆ ନିଜର ଦୁର୍ଘଟଣାଗ୍ରସ୍ତ ବିମାନର ଫଟୋ ଜାରି କରିଛି। ଆଜରବୈଜାନ ଏଫ୍‌-୧୬ ଏବଂ ବୋମା ବର୍ଷଣକାରୀ ଡ୍ରୋନ୍‌ ବ୍ୟବହାର କରୁଥିବା ଆର୍ମେନିଆ କହିଛି। ସବୁଠାରୁ ବଡ଼ କଥା, ଆଜରବୈଜାନକୁ ସମର୍ଥନ କରି ସିରିଆ, ତୁର୍କୀ ଏବଂ ପାକିସ୍ତାନର ସକ୍ରିୟ ଆତଙ୍କବାଦୀ ଗୋଷ୍ଠୀ ‘ନାଗୋର୍ନୋ କାରାବାଖ’ କ୍ଷେତ୍ରରେ ନିଜର ଉପସ୍ଥିତି ଜାହିର କରିଛନ୍ତି। ହେଲେ ଏହାକୁ ତୁର୍କୀ ଖଣ୍ଡନ କରିଛି। କୌଣସି ପରିସ୍ଥିତିରେ ତୁର୍କୀର ଏପରି ଯୁଦ୍ଧ ମନୋଭାବକୁ ସହ୍ୟ କରାଯିବ ନାହିଁ। ଆବଶ୍ୟକ ପଡ଼ିଲେ ଏହାର ଜବାବ ଦିଆଯିବ ବୋଲି ଫ୍ରାନ୍ସ ରାଷ୍ଟ୍ରପତି ପ୍ରତିକ୍ରିୟା ରଖିଛନ୍ତି। ନାଟୋସେନାର ଦୁଇ ସମର୍ଥକ ଦେଶ ତୁର୍କୀ ଏବଂ ଫ୍ରାନ୍ସ ମଧ୍ୟରେ ଏପରି ବୟାନବାଜି ପରେ ପରିସ୍ଥିତି ଆହୁରି ଗମ୍ଭୀର ହେବା ଆଶଙ୍କା ଦେଖାଦେଇଛି।


Enter your email to get our daily news in your inbox.

All Right Reserved By Dharitri.Com

ନିଜର ଚମତ୍କାରୀ ବ୍ୟାଟ୍‌କୁ ଉପହାରରେ ଦେବେ ବୈଭବ, ଜାଣନ୍ତୁ କାହାକୁ ମିଳିବ ଏହି ଖାସ୍‌…

ନୂଆଦିଲ୍ଲୀ,୯।୪:  ଆଇପିଏଲ୍ ୨୦୨୬ର ସବୁଠାରୁ କନିଷ୍ଠ ଖେଳାଳି ବୈଭବ ସୂର୍ଯ୍ୟବଂଶୀ ଏବେ କ୍ରିକେଟ ଦୁନିଆରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ନିକଟରେ ରାଜସ୍ଥାନ ରୟାଲ୍ସ ଦ୍ୱାରା…

୩ ମାସ ତଳେ ଚୋରି ହୋଇଥିଲା ସ୍କୁଟି, ଗୋଟିଏ ଟ୍ରାଫିକ ଚାଲାଣ ଯୋଗୁ ଫସିଗଲା ଚୋର, ମାଲିକ…

ହାଇଦ୍ରାବାଦ: ଏଠାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି, ଯାହା ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି। ଜଣେ ବ୍ୟକ୍ତିଙ୍କର ଚୋରି ହୋଇଥିବା ସ୍କୁଟିର…

ବନ୍ଦ ହେଲା ଆଉ ଏକ ଯୁଦ୍ଧ? ଲେବାନନ ସହିତ ସିଧାସଳଖ ଆଲୋଚନା ପାଇଁ ଇସ୍ରାଏଲ ପ୍ରସ୍ତୁତ

ଜେରୁଜେଲମ,୯।୪: ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଉତ୍ତେଜନା ମଧ୍ୟରେ, ଲେବାନନ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ କୂଟନୈତିକ ପଦକ୍ଷେପ ଉଭା ହୋଇଛି। ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଯଥାଶୀଘ୍ର…

ଅପେକ୍ଷାର ଅନ୍ତ! ରୟାଲ ଏନ୍‌ଫିଲ୍ଡ ଲଞ୍ଚ କଲା ପ୍ରଥମ ଇଲେକ୍ଟ୍ରିକ୍‌ ବାଇକ୍‌, ଜବରଦସ୍ତ ଫିଚର ସହ ମୂଲ୍ୟ…

ନୂଆଦିଲ୍ଲୀ,୯।୪: ଅପେକ୍ଷାର ଅନ୍ତ ଘଟିଛି। ଭାରତୀୟ ବଜାରରେ ରୟାଲ ଏନଫିଲ୍ଡ (Royal Enfield) ନିଜର ପ୍ରଥମ ଇଲେକ୍ଟ୍ରିକ ମୋଟରସାଇକେଲ ’ଫ୍ଲାଇଙ୍ଗ ଫ୍ଲି ସି୬’ (Flying Flea C୬)କୁ…

ଇସଲାମାବାଦରେ ଇରାନ-ଆମେରିକା ଆଲୋଚନା ଉପରେ ଆତଙ୍କବାଦୀ ଆକ୍ରମଣ ପାଇଁ ଷଡଯନ୍ତ୍ର!

ଇସଲାମାବାଦ,୯।୪: ଶୁକ୍ରବାର (୧୦ ଏପ୍ରିଲ, ୨୦୨୬) ପାକିସ୍ତାନରେ ଆମେରିକା ଏବଂ ଇରାନ ମଧ୍ୟରେ ଆଲୋଚନା ଆରମ୍ଭ ହେବାକୁ ଥିବା ଆଲୋଚନା ପୂର୍ବରୁ, ଆମେରିକୀୟ ଗୁପ୍ତ ସେବାର ୨୩…

ଦଳର ଘୋଷଣା ପତ୍ର ପୂର୍ବରୁ ମୋଦିଙ୍କ ମାଷ୍ଟରଷ୍ଟ୍ରୋକ୍‌

କୋଲକାତା,୯।୪: ଶୁକ୍ରବାର ପଶ୍ଚିମବଙ୍ଗ ପାଇଁ ଭାଜପା ଏହାର ଇସ୍ତାହାର ଘୋଷଣା କରିବାକୁ ଯାଉଛି। ଏହି ଘୋଷଣା ପୂର୍ବରୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପଶ୍ଚିମବଙ୍ଗର ଲୋକଙ୍କ ପାଇଁ ଛଅଟି…

କାଲିଠୁ ଏହି ୫ ରାଶିର ଫିଟିବ ଭାଗ୍ୟ, ଧନ ବର୍ଷା କରିବେ ଶୁକ୍ର-ଶନି; ଆପଣଙ୍କ ରାଶି…

ଆସନ୍ତାକାଲି ଅର୍ଥାତ ୨୦୨୬ ଏପ୍ରିଲ ୧୦ ତାରିଖ ସକାଳ ୪ଟା ୩୯ ମିନିଟ୍‌ରେ ମହାକାଶରେ ଏକ ବିରଳ ଜ୍ୟୋତିଷୀୟ ଘଟଣା ଘଟିବାକୁ ଯାଉଛି। ଶୁକ୍ର ଏବଂ ଶନି…

‘ଆମ ଆଙ୍ଗୁଠି ଏବେବି ଟ୍ରିଗର ଉପରେ ଅଛି…’, ପାକିସ୍ତାନରେ ଆମେରିକା ସହିତ ବୈଠକ ପୂର୍ବରୁ ଇସ୍ରାଏଲକୁ ଖୋଲା ଧମକ ଦେଇଛି ଇରାନ

ତେହରାନ,୯।୪: ଶୁକ୍ରବାର (୧୦ ଏପ୍ରିଲ) ପାକିସ୍ତାନର ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ଶାନ୍ତି ଆଲୋଚନା ହେବାକୁ ଯାଉଛି। ଏହା ପୂର୍ବରୁ, ଇରାନ ଇସ୍ରାଏଲକୁ ଏକ ଧମକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri