ମଧ୍ୟପ୍ରାଚ୍ୟ ସ୍ଥିତି ଗମ୍ଭୀର

ନୂଆଦିଲ୍ଲୀ/ଓ୍ବାଶିଂଟନ୍‌,୩ା୧୦: ପଶ୍ଚିମ ଏସିଆରେ ଯୁଦ୍ଧ ଘନଘଟା ଭିତରେ ଉତ୍ତେଜନା ବଢ଼ିବାରେ ଲାଗିଥିବାରୁ ସଂଯମ ରହିବା ପାଇଁ ବୁଧବାର ସବୁ ପକ୍ଷଙ୍କୁ ଭାରତ ପରାମର୍ଶ ଦେଇଛି। ଆଲୋଚନା ଓ କୂଟନୀତି ଜରିଆରେ ଉତ୍ତେଜନା ହ୍ରାସ ପାଇଁ ଉଦ୍ୟମ କରାଯିବା ଉଚିତ ବୋଲି ଆହ୍ବାନ ଦେଇଛି।
ପଶ୍ଚିମ ଏସିଆରେ ନୂଆ ଉତ୍ତେଜନା ପ୍ରକାଶ ପାଇବା ପରିପ୍ରେକ୍ଷୀରେ ଭାରତ ନିଜ ପ୍ରଥମ ପ୍ରତିକ୍ରିୟାରେ କହିଛି, ଏହି ସଂଘର୍ଷକୁ ସମ୍ପୃକ୍ତ କ୍ଷେତ୍ରରେ ଅଧିକ ବିସ୍ତାର କରା ନ ଯାଉ। ହେଜ୍‌ବୋଲ୍ଲା ମୁଖ୍ୟ ହସନ୍‌ ନସ୍‌ରୁଲ୍ଲା ଏବଂ ସଙ୍ଗଠନର ଅନେକ କମାଣ୍ଡର ଇସ୍ରାଏଲୀ ଏୟାରଷ୍ଟ୍ରାଇକ୍‌ରେ ନିହତ ହେବା ପରେ ଇରାନ୍‌ ଉପରେ ଇସ୍ରାଏଲ୍‌ ପ୍ରାୟ ୨୦୦ ମିଶାଇଲ୍‌ ଆକ୍ରମଣ କରିବା ପରିପ୍ରେକ୍ଷୀରେ ନୂଆଦିଲ୍ଲୀ ପକ୍ଷରୁ ଉପରୋକ୍ତ ପରାମର୍ଶ ଦିଆଯାଇଛି। ଭାରତର ବହିର୍ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଜାରି ଏକ ବିବୃତିରେ କୁହାଯାଇଛି, ପଶ୍ଚିମ ଏସିଆରେ ଉତ୍ତେଜନାପୂର୍ଣ୍ଣ ସ୍ଥିତି ଏବଂ ନାଗରିକଙ୍କ ସୁରକ୍ଷାକୁ ନେଇ ନୂଆଦିଲ୍ଲୀ ଗଭୀର ଚିନ୍ତିତ। ଆଲୋଚନା ଓ କୂଟନୈତିକ ଉପାୟରେ ସବୁ ସମସ୍ୟାର ସମାଧାନ କରାଯିବା ଉଚିତ।
ଆମେରିକାର କାର୍ନେଜିଏ ଏଣ୍ଡୋମେଣ୍ଟ ଆଲୋଚନାରେ ଭାଗନେଇ ବହିର୍ବ୍ୟାପାର ମନ୍ତ୍ରୀ ଏସ୍‌. ଜୟଶଙ୍କର ମଧ୍ୟପ୍ରାଚ୍ୟର ସଂଘର୍ଷ ବଢ଼ିବା ନେଇ ଆଶଙ୍କା ବ୍ୟକ୍ତ କରିବା ସହ ଚିନ୍ତା ପ୍ରକଟ କରିଛନ୍ତି। ଜୟଶଙ୍କର କହିଛନ୍ତି, ଇସ୍ରାଏଲ୍‌ ଉପରେ ହମାସ୍‌ ଆକ୍ରମଣ ‘ଏକ ଆତଙ୍କବାଦୀ ଆକ୍ରମଣ’। ଇସ୍ରାଏଲ୍‌କୁ ଏହାର ଉଚିତ ଜବାବ ଦେବା ଆବଶ୍ୟକ ଥିଲା। କିନ୍ତୁ କୌଣସି ଦେଶକୁ ଅନ୍ୟ ରାଷ୍ଟ୍ରର ଜବାବ ଦେବାବେଳେ ଅନ୍ତର୍ଜାତୀୟ ମାନବୀୟ ଆଇନକୁ ଦୃଷ୍ଟିରେ ରଖିବାକୁ ପଡ଼ିବ। ଇସ୍ରାଏଲର ନୀତି ଓ ସଂଘର୍ଷ ବୃଦ୍ଧି ଆଶଙ୍କା ଉପରେ ଭାରତର ଆଭିମୁଖ୍ୟ ନେଇ ପ୍ରଶ୍ନ କରାଯିବାରୁ ଜୟଶଙ୍କର କହିଛନ୍ତି, ସାମ୍ପ୍ରତିକ ସ୍ଥିତିକୁ ଦେଖିଲେ ଗତ ଅକ୍ଟୋବର ୭ରୁ ଆରମ୍ଭ କରିବାକୁ ପଡ଼ିବ। ଏହି ଦିନ ଇସ୍ରାଏଲ୍‌ ଉପରେ ହୋଇଥିବା ଆକ୍ରମଣକୁ ଆମେ ଆତଙ୍କବାଦୀ ଆକ୍ରମଣ ବିବେଚନା କରୁ। ଆମେ ବୁଝିପାରୁଛୁ ଯେ, ଇସ୍ରାଏଲକୁ ଏହାର ଜବାବ ଦେବାର ଥିଲା। କିନ୍ତୁ ଗାଜାରେ ଅନ୍ତର୍ଜାତୀୟ ମାନବୀୟ ଆଇନକୁ ସମ୍ମାନ ଦେଇ ନାଗରିକଙ୍କ ଯେପରି କୌଣସି କ୍ଷତି ନ ହେବ ସେଥିପ୍ରତି ମଧ୍ୟ ଧ୍ୟାନ ଦିଆଯିବା ଆବଶ୍ୟକ ଥିଲା।
ପ୍ରକାଶ ଯେ, ଇସ୍ରାଏଲ୍‌-ପାଲେଷ୍ଟାଇନ୍‌ ସଂଘର୍ଷର ଦୁଇ-ରାଷ୍ଟ୍ର ସମାଧାନ ସିଦ୍ଧାନ୍ତକୁ ଭାରତ ସମର୍ଥନ କରିଆସିଛି। ଅକ୍ଟୋବାର ୭ ଆକ୍ରମଣକୁ ପ୍ରଥମେ ନିନ୍ଦା କରିବାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅନ୍ୟତମ ବିଶ୍ୱନେତା। ଅନ୍ୟପକ୍ଷେ ଗାଜାରେ ବିଗୁଡ଼ୁଥିବା ସ୍ଥିତିକୁ ନେଇ ଭାରତ ଅନେକ ଥର ଚିନ୍ତାବ୍ୟକ୍ତ କରିସାରିଛି। ୨୦୨୩ ଅକ୍ଟୋବରରେ ହମାସ୍‌ର ଶତାଧିକ ରକେଟମାଡ଼ରେ ୧୨୦୦ରୁ ଊର୍ଦ୍ଧ୍ୱ ଇସ୍ରାଏଲୀ ନିହତ ହୋଇଥିବାବେଳେ ଆତଙ୍କବାଦୀମାନେ ୨୫୦ରୁ ଅଧିକ ଲୋକଙ୍କୁ ଅପହରଣ କରିନେଇଥିଲେ। ପଣବନ୍ଦୀଙ୍କ ମଧ୍ୟରୁ ୧୦୦ ଜଣ ଏବେ ମଧ୍ୟ ହମାସ୍‌ କବଳରେ ରହିଛନ୍ତି। ସେପେଟ ୟେମେନ୍‌ରେ ହୁଟି ବିଦ୍ରୋହୀ ମଧ୍ୟ ଇସ୍ରାଏଲ୍‌ ଓ ଲୋହିତ ସାଗରୀୟ ରାଷ୍ଟ୍ରଗୁଡ଼ିକୁ ଟାର୍ଗେଟ କରିବାରେ ଲାଗିଛନ୍ତି। ଇସ୍ରାଏଲ୍‌ ମଧ୍ୟ ଲେବାନନ୍‌ରେ ଏୟାରଷ୍ଟ୍ରାଇକ୍‌ ଜାରି ରଖିଛି। ଏହି ସଂଘର୍ଷ ଉତ୍ତେଜନା ବୃଦ୍ଧିର କାରଣ ହୋଇଥିବାବେଳେ ବଡ଼ ଦେଶଗୁଡ଼ିକ ଅସ୍ତ୍ରବିରତି ଓ ପଣବନ୍ଦୀଙ୍କ ମୁକ୍ତି ନେଇ ଡିଲ୍‌ ଉପରେ ଗୁରୁତ୍ୱାରୋପ କରିଛନ୍ତି।
ଇତିମଧ୍ୟରେ ମଙ୍ଗଳବାର ରାତିରେ ଇସ୍ରାଏଲ ଉପରେ ଇରାନର ମିଶାଇଲ ଆକ୍ରମଣ ମଧ୍ୟପ୍ରାଚ୍ୟ ସ୍ଥିତିକୁ ଆହରି ସଙ୍ଗିନ କରିଦେଇଛି। ଇରାନୀୟ ରକେଟ୍‌ ମାଡ଼କୁ ଦୃଷ୍ଟିରେ ରଖି ସମସ୍ତ ଇସ୍ରାଏଲୀ ନାଗରିକଙ୍କୁ ବମ୍‌ ସେଲ୍ଟରରେ ଆଶ୍ରୟ ନେବାକୁ ପରାମର୍ଶ ଦିଆଯାଇଥିବା ଇସ୍ରାଏଲୀ ଡିଫେନ୍ସ ଫୋର୍ସେସ୍‌ (ଆଇଡିଏଫ୍‌) ପକ୍ଷରୁ ଜାରି ଏକ ବିବୃତିରେ କୁହାଯାଇଛି। ଇସ୍ରାଏଲୀଙ୍କ ଗଣହତ୍ୟା ପାଇଁ ହେଜ୍‌ବୋଲ୍ଲା ଯୋଜନା କରୁଥିବାବେଳେ ଆଇଡିଏଫ୍‌ ଏହାକୁ ଭଣ୍ଡୁର କରିଦେଇଥିବାରୁ ସେମାନେ ନିରୀହ ନାଗରିକଙ୍କୁ ମିଶାଇଲ ଆକ୍ରମଣ କରିଥିବା ନେଇ ଏଥିରେ ନିନ୍ଦା କରାଯାଇଛି। ‘ଜେରୁଜେଲମ୍‌ ପୋଷ୍ଟ’ରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ ଇସ୍ରାଏଲ୍‌ ଉପରକୁ ୧୦୨ ମିଶାଇଲ ଛଡ଼ାଯାଇଥିଲା। ସେବେଠୁ ଇସ୍ରାଏଲ୍‌ରେ ଗର୍ଜୁଥିବା ସାଇରନ୍‌ ବନ୍ଦ ହେବାରେ ନଁା ନେଉନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ହତ୍ୟା ପରେ ବ୍ୟକ୍ତିଙ୍କୁ ଜାଳିଦେଲେ ଦୁର୍ବୃତ୍ତ, ଦୁର୍ଗନ୍ଧ ହେବାରୁ…

ଖଲ୍ଲିକୋଟ,୭ା୧୨(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ଥାନା ଅନ୍ତର୍ଗତ ଚିକିଲି ନିକଟସ୍ଥ ମେଦିପୁର-ଆଲିପୁର ରାସ୍ତା ସୁଳିଆ ପାହାଡ଼ ନିକଟରୁ ଜଣେ ଅଜଣା ବ୍ୟକ୍ତିଙ୍କ ଗଳିତ...

ପ୍ରାକ୍ଟିସ ପାଇଁ ବାରବାଟୀରେ ପହଞ୍ଚିଲେ ହାର୍ଦ୍ଦିକ

କଟକ,୭ା୧୨: ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ ଖେଳାଯିବ। ଏନେଇ ଦୁଇ ଦଳର...

‘ସିଦ୍ଧୁଙ୍କୁ କରାଯାଉ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ, ତାହେଲେ ରାଜନୀତିକୁ ଫେରିବେ,’ ନବଜୋତ କୌରଙ୍କ ଅଜବ ଦାବି

ଚଣ୍ଡିଗଡ଼,୭।୧୨: ପଞ୍ଜାବ ବିଧାନସଭା ନିର୍ବାଚନକୁ ଏବେ ବି ଗୋଟିଏ ବର୍ଷରୁ ଅଧିକ ସମୟ ବାକି ଅଛି, କିନ୍ତୁ ରାଜନୀତି ଏବେଠାରୁ ଉଷ୍ମ ହେଉଛି। ପୂର୍ବତନ କ୍ୟାବିନେଟ...

ହ୍ୟୁମାନଙ୍କ ସମାଧି ପୀଠରେ ଭୋ ଭୋ ହୋଇ କାନ୍ଦିଲେ ସ୍ତ୍ରୀ ଶ୍ରୀୟା, କହିଲେ ଏମିତି ଚାଲିଗଲ…

ବଲାଙ୍ଗୀର,୭ା୧୨(ସୁନିଲ କୁମାର ମହାନ୍ତି): ହ୍ୟୁମାନ ସାଗରଙ୍କ ସ୍ମୃତି ଉଦ୍ଦେଶ୍ୟରେ ରବିବାର ଅର୍ଥାତ୍‌ ଆଜି ସନ୍ଧ୍ୟାରେ ଟିଟିଲାଗଡ଼ ବଏଜ୍‌ ହାଇସ୍କୁଲ ପଡ଼ିଆଠାରେ ଓଡିଶା କଳାକାର ଏକତା ମଞ୍ଚ...

ଇନ୍‌ଷ୍ଟାଗ୍ରାମରେ ପରସ୍ପରକୁ ଅନ୍‌ଫଲୋ କଲେ ପଲାଶ-ସ୍ମୃତି

ମୁମ୍ବାଇ: ଗାୟକ ତଥା ଫିଲ୍ମ ନିର୍ମାତା ପଲାଶ ମୁଛଲ ଏବଂ ମହିଳା କ୍ରିକେଟର ସ୍ମୃତି ମନ୍ଧାନା ରବିବାର  ଅଫିସିଆଲି ସେମାନଙ୍କ ବିବାହ ଭାଙ୍ଗିବା ସମ୍ପର୍କରେ ନିଶ୍ଚିତ...

୩୦ ବର୍ଷ ପରେ ସୂର୍ଯ୍ୟ-ଶନି ସମାସପ୍ତକ ଯୋଗ, ଏହି ୪ରାଶିରେ ପଡିବ ଖରାପ ପ୍ରଭାବ, ଅଡୁଆରେ ପଡି ଫସିବେ…

ସୂର୍ଯ୍ୟ-ଶନି ସମାସପ୍ତକ ଯୋଗ 2025, ଯାହା ଗ୍ରହମାନଙ୍କର ରାଜା ସୂର୍ଯ୍ୟଙ୍କ କନ୍ୟା ରାଶିରେ ପ୍ରବେଶ ସହିତ ଆରମ୍ଭ ହୋଇଥିଲା। ସୂର୍ଯ୍ୟ ବର୍ତ୍ତମାନ କନ୍ୟା ରାଶିରେ ଅଛନ୍ତି...

ଧାନ କିଣାବିକାରେ ଅଚଳାବସ୍ଥା: ତାତିଲେ ଚାଷୀ, କଲେ ଏମିତି…

ବରଗଡ଼,୭ା୧୨(ପ୍ରେମାନନ୍ଦ ଖମାରୀ.): ବରଗଡ଼ ଜିଲାରେ ଗତମାସ ୨୮ତାରିଖରୁ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭ ହୋଇଛି। ଧାନ ସଂଗ୍ରହ ପ୍ରକ୍ରିୟା ରବିବାର ୧୦ଦିନରେ ପହଞ୍ଚିଛି। ହେଲେ...

୨୦୨୬ରେ କେମିତି ରହିବ ତୁଳା ରାଶିର ଭାଗ୍ୟ, ବୃହସ୍ପତିଙ୍କ ଚଳନ, ଟଙ୍କାରେ ପୋତି ହେବେ…

ବର୍ଷ ୨୦୨୬ ତୁଳା ରାଶି ପାଇଁ ସେମାନଙ୍କ ଅଧ୍ୟୟନ ଏବଂ କ୍ୟାରିୟର ଉଭୟ ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ । ବର୍ଷର ମଧ୍ୟଭାଗରେ ବୃହସ୍ପତିଙ୍କ ପ୍ରଭାବ ଆପଣଙ୍କୁ ସ୍ଥଗିତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri