ଇସ୍ରାଏଲରେ ବିଗୁଡିଛି ଅବସ୍ଥା, ସେନାରେ ସାମିଲ ହେବାର ଗୋଟିଏ ଦିନ ପୂର୍ବରୁ ନେଲେ ଏଭଳି ନିଷ୍ପତ୍ତି…

ଜେରୁଜେଲମ,୧୧।୧୦: ଇସ୍ରାଏଲ ଏବଂ ପାଲେଷ୍ଟାଇନ ମଧ୍ୟରେ ହୋଇଥିବା ରକ୍ତ ଯୁଦ୍ଧ ବର୍ତ୍ତମାନ ଏକ ଭୟଙ୍କର ରୂପ ନେଇଛି। ଦିନକୁ ଦିନ ମୃତ୍ୟୁ ସଂଖ୍ୟା ବଢିବାରେ ଲାଗିଛି। ଆହତଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ପାଉଛି। ଉଭୟଙ୍କ ମଧ୍ୟରୁ କେହି ପଛକୁ ହଟିବାର କୌଣସି ସଙ୍କେତ ଦେଖାଯାଉନାହିଁ। ସାମ୍ପ୍ରତିକ ପରିସ୍ଥିତିକୁ ଦେଖିଲେ ଲାଗୁଛି ଯେ, ଏହି ଯୁଦ୍ଧ ରୁଷିଆ ଏବଂ ୟୁକ୍ରେନ ଭଳି ହେବ। ତେବେ ଯୁଦ୍ଧ କିପରି ଶେଷ ହେବ ଏବଂ କେଉଁ ଦଳ ବିଜୟ ପାଇବ ତାହା କେବଳ ସମୟ କହିବ। କିନ୍ତୁ ସାମ୍ପ୍ରତିକ ପରିସ୍ଥିତି ବହୁତ ଚିନ୍ତାଜନକ। ପରିସ୍ଥିତି ଏପରି ଯେ ଇସ୍ରାଏଲ ସେନାରେ ସାମିଲ ହେବା ପାଇଁ ହଜାର ହଜାର ଲୋକଙ୍କୁ ଡ୍ୟୁଟିରେ ନିୟୋଜିତ ହେବାକୁ କୁହାଯାଇଛି।

ଡ୍ୟୁଟି ପାଇଁ ଡକାଯାଇଥିବା ଶତାଧିକ ଲୋକଙ୍କ ମଧ୍ୟରେ ଉରି ମିଣ୍ଟଜର ଏବଂ ଏଲିନୋର ଜୋସେଫିନ ଅଛନ୍ତି, ଯାହାଙ୍କୁ ସୈନ୍ୟ ରିଜର୍ଭରେ ରଖାଯାଇଛି ଅର୍ଥାତ୍‌ ଏହି କପଲ ବର୍ତ୍ତମାନ ଇସ୍ରାଏଲର ସୁରକ୍ଷା ପାଇଁ ସେନାରେ ସାମିଲ ହେବାକୁ ଯାଉଛନ୍ତି। ବାସ୍ତବରେ ଏହି କପଲି ପରସ୍ପରକୁ ବହୁତ ଭଲ ପାଆନ୍ତି। ହେଲେ ସେମାନଙ୍କର କୌଣସି ଧାରଣା ନ ଥିଲା ଯେ ହମାସ ହଠାତ୍‌ ଇସ୍ରାଏଲ ଉପରେ ଆକ୍ରମଣ କରି ଯୁଦ୍ଧ ଆରମ୍ଭ କରିବ। ଇସ୍ରାଏଲର ଅବସ୍ଥା ବିଗିଡିଯିବାରୁ ଏହି କପଲଙ୍କୁ ସେନାରେ ଯୋଗଦେବାକୁ କୁହାଯାଇଛି। ଏହି କପଲ ସେନାରେ ଯୋଗଦେବା ପୂର୍ବରୁ ବିବାହ କରିବାକୁ ନିଷ୍ପତ୍ତି ନେଇଛନ୍ତି।

ଶନିବାର ଆକ୍ରମଣର ଗୋଟିଏ ଦିନ ଅର୍ଥାତ୍‌ ରବିବାର ରାତିରେ ଦୁହେଁ ଏକ ବିବାହ ଆୟୋଜନ କରିଥିଲେ, ଯେଉଁଥିରେ ପରିବାରର କିଛି ଘନିଷ୍ଠ ସଦସ୍ୟ ଉପସ୍ଥିତ ଥିଲେ। ଯେତେବେଳେ ଏହି କପଲଙ୍କୁ ସେନାରେ ଯୋଗଦେବାକୁ ଡକାଗଲା, ସେତେବେଳେ ଉଭୟ ଥାଇଲ୍ୟାଣ୍ଡ ଗସ୍ତରେ ଥିଲେ। ଆକ୍ରମଣ ବିଷୟରେ ସୂଚନା ପାଇବା ମାତ୍ରେ ଦୁହେଁ ଶୀଘ୍ର ଇସ୍ରାଏଲରେ ପହଞ୍ଚିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

୨ ଡିଗ୍ରୀ ତଳେ ଶିମିଳିପାଳ: ବନ୍ୟପ୍ରାଣୀଙ୍କ ଉପରେ ପ୍ରଭାବ

ବାରିପଦା,୬ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲାରେ ଶୀତର ଲହରୀ ବୃଦ୍ଧି ପାଉଛି। ଶିମିଳିପାଳରେ ପାରଦ ୨ ଡିଗ୍ରୀ ତଳକୁ ଖସିଆସିଛି। ତାପମାତ୍ରା ହ୍ରାସ ପାଇଥିବାରୁ ବନ୍ୟପ୍ରାଣୀଙ୍କ...

ଭୁବନେଶ୍ୱରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା

ଭୁବନେଶ୍ୱର,୬ା୧୨: ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ୍‌ ଖେଳାଯିବ। ଏନେଇ ଦୁଇ ଦଳର...

ଭାରତକୁ ୪୦,୦୦୦ ଏଲ୍‌ଏମ୍‌ଜି ଯୋଗାଇବ ଇସ୍ରାଏଲୀ କମ୍ପାନୀ

ଜେରୁଜେଲମ୍‌ ,୬ା୧୨: ଇସ୍ରାଏଲ୍‌ର ଏକ ପ୍ରମୁଖ ପ୍ରତିରକ୍ଷା କମ୍ପାନୀ ଭାରତକୁ ପ୍ରଥମ ପର୍ଯ୍ୟାୟରେ ୪୦ ହଜାର ହାଲୁକା ମେଶିନ୍‌ ଗନ୍‌ (ଏଲ୍‌ଏମ୍‌ଜି) ଯୋଗାଇବାକୁ ଯାଉଛି। ଆସନ୍ତାବର୍ଷ...

ପୁଣି ଜନନୀ ଯନ୍ତ୍ରଣା: ରାସ୍ତା ନ ଥିବାରୁ ଗାଁକୁ ଗଲାନି ଆମ୍ବୁଲାନ୍ସ, ଶେଷରେ…

ମୋହନା,୬ା୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକର ଢେପାଗୁଡ଼ା ପଞ୍ଚାୟତରେ ଜନନୀ ଯନ୍ତ୍ରଣା ଥମିବାରେ ନାଁ ଧରୁନି । ରାସ୍ତା ନ ଥିବାରୁ କେଉଁଠି ଭାର...

ଦୁଇ ପୁଅ ଭାଜପାରେ ମିଶିବା ପରେ ପ୍ରତିକ୍ରିୟା ରଖିଲେ ପ୍ରଫୁଲ୍ଲ, କହିଲେ ରାଜନୀତିରେ..

ଭୁବନେଶ୍ୱର,୬।୧୨: ଦୁଇ ପୁଅ ଏବଂ ଭଉଣୀ ଭାଜପାରେ ମିଶିବା ପରେ ବିଜେଡି ନେତା ପ୍ରଫୁଲ୍ଲ ସାମଲ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛନ୍ତି। ପ୍ରଫୁଲ୍ଲ ପ୍ରତିକ୍ରିୟାରେ...

ଗୋଟିଏ ଜୁଇରେ ଜଳିଲା ସ୍ବାମୀ-ସ୍ତ୍ରୀଙ୍କ ମୃତଦେହ, କାନ୍ଦ ବୋବାଳିରେ ଫାଟୁଛି ଗାଁ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା ’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ଏକ...

ଗାଁକୁ ଫେରିବା ବେଳେ ବାଇକ୍‌କୁ ଧକ୍କାଦେଲା ବୁଲେଟ୍‌, ଚାଲିଗଲା ସଳିତା ବିକାଳିଙ୍କ ଜୀବନ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଖଲିଙ୍ଗି ବାସୁଦେବପୁର ଶାସନ ଗ୍ରାମର ବାସୁ ଓରଫ ଦେବେନ୍ଦ୍ର ସାହୁ(୪୫)ଙ୍କର ଶନିବାର ସନ୍ଧ୍ୟାରେ...

ଫେରିଲେ ୩ ଯବାନ: ବାଜାବାଣ, ନାଚରେ ଦୁଲୁକିଲା ଗାଁ ଦାଣ୍ଡ

କେନ୍ଦୁଝର,୬।୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଦେଶ ସେବା ପାଇଁ ଯାଇ ବିଭିନ୍ନ ସ୍ଥାନରେ ନିଯୁକ୍ତି ପାଇଥିବାକେନ୍ଦୁଝର ସଦର ବ୍ଳକ ଅଧୀନ ନରସିଂହପୁର, ବନାଯୋଡି, ସିଲିସୁଆଁ ଗ୍ରାମର ୩ଜଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri