ଇସ୍ରାଏଲରେ ବିଗୁଡିଛି ଅବସ୍ଥା, ସେନାରେ ସାମିଲ ହେବାର ଗୋଟିଏ ଦିନ ପୂର୍ବରୁ ନେଲେ ଏଭଳି ନିଷ୍ପତ୍ତି…

ଜେରୁଜେଲମ,୧୧।୧୦: ଇସ୍ରାଏଲ ଏବଂ ପାଲେଷ୍ଟାଇନ ମଧ୍ୟରେ ହୋଇଥିବା ରକ୍ତ ଯୁଦ୍ଧ ବର୍ତ୍ତମାନ ଏକ ଭୟଙ୍କର ରୂପ ନେଇଛି। ଦିନକୁ ଦିନ ମୃତ୍ୟୁ ସଂଖ୍ୟା ବଢିବାରେ ଲାଗିଛି। ଆହତଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ପାଉଛି। ଉଭୟଙ୍କ ମଧ୍ୟରୁ କେହି ପଛକୁ ହଟିବାର କୌଣସି ସଙ୍କେତ ଦେଖାଯାଉନାହିଁ। ସାମ୍ପ୍ରତିକ ପରିସ୍ଥିତିକୁ ଦେଖିଲେ ଲାଗୁଛି ଯେ, ଏହି ଯୁଦ୍ଧ ରୁଷିଆ ଏବଂ ୟୁକ୍ରେନ ଭଳି ହେବ। ତେବେ ଯୁଦ୍ଧ କିପରି ଶେଷ ହେବ ଏବଂ କେଉଁ ଦଳ ବିଜୟ ପାଇବ ତାହା କେବଳ ସମୟ କହିବ। କିନ୍ତୁ ସାମ୍ପ୍ରତିକ ପରିସ୍ଥିତି ବହୁତ ଚିନ୍ତାଜନକ। ପରିସ୍ଥିତି ଏପରି ଯେ ଇସ୍ରାଏଲ ସେନାରେ ସାମିଲ ହେବା ପାଇଁ ହଜାର ହଜାର ଲୋକଙ୍କୁ ଡ୍ୟୁଟିରେ ନିୟୋଜିତ ହେବାକୁ କୁହାଯାଇଛି।

ଡ୍ୟୁଟି ପାଇଁ ଡକାଯାଇଥିବା ଶତାଧିକ ଲୋକଙ୍କ ମଧ୍ୟରେ ଉରି ମିଣ୍ଟଜର ଏବଂ ଏଲିନୋର ଜୋସେଫିନ ଅଛନ୍ତି, ଯାହାଙ୍କୁ ସୈନ୍ୟ ରିଜର୍ଭରେ ରଖାଯାଇଛି ଅର୍ଥାତ୍‌ ଏହି କପଲ ବର୍ତ୍ତମାନ ଇସ୍ରାଏଲର ସୁରକ୍ଷା ପାଇଁ ସେନାରେ ସାମିଲ ହେବାକୁ ଯାଉଛନ୍ତି। ବାସ୍ତବରେ ଏହି କପଲି ପରସ୍ପରକୁ ବହୁତ ଭଲ ପାଆନ୍ତି। ହେଲେ ସେମାନଙ୍କର କୌଣସି ଧାରଣା ନ ଥିଲା ଯେ ହମାସ ହଠାତ୍‌ ଇସ୍ରାଏଲ ଉପରେ ଆକ୍ରମଣ କରି ଯୁଦ୍ଧ ଆରମ୍ଭ କରିବ। ଇସ୍ରାଏଲର ଅବସ୍ଥା ବିଗିଡିଯିବାରୁ ଏହି କପଲଙ୍କୁ ସେନାରେ ଯୋଗଦେବାକୁ କୁହାଯାଇଛି। ଏହି କପଲ ସେନାରେ ଯୋଗଦେବା ପୂର୍ବରୁ ବିବାହ କରିବାକୁ ନିଷ୍ପତ୍ତି ନେଇଛନ୍ତି।

ଶନିବାର ଆକ୍ରମଣର ଗୋଟିଏ ଦିନ ଅର୍ଥାତ୍‌ ରବିବାର ରାତିରେ ଦୁହେଁ ଏକ ବିବାହ ଆୟୋଜନ କରିଥିଲେ, ଯେଉଁଥିରେ ପରିବାରର କିଛି ଘନିଷ୍ଠ ସଦସ୍ୟ ଉପସ୍ଥିତ ଥିଲେ। ଯେତେବେଳେ ଏହି କପଲଙ୍କୁ ସେନାରେ ଯୋଗଦେବାକୁ ଡକାଗଲା, ସେତେବେଳେ ଉଭୟ ଥାଇଲ୍ୟାଣ୍ଡ ଗସ୍ତରେ ଥିଲେ। ଆକ୍ରମଣ ବିଷୟରେ ସୂଚନା ପାଇବା ମାତ୍ରେ ଦୁହେଁ ଶୀଘ୍ର ଇସ୍ରାଏଲରେ ପହଞ୍ଚିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ହୋଲି ପାଇଁ ଗଡ଼ିବ ୬୨ ସ୍ବତନ୍ତ୍ର ଟ୍ରେନ୍‌

ଭୁବନେଶ୍ୱର, ୬ା୨(ଅନୁରାଧା ମହାରଣା)- ହୋଲି ଉତ୍ସବ ସମୟରେ ଯାତ୍ରୀମାନଙ୍କ ପାଇଁ ସୁଗମ, ନିରାପଦ ଏବଂ ଆରାମଦାୟକ ଯାତ୍ରା ସୁନିଶ୍ଚିତ କରିବାକୁ ପୂର୍ବତଟ ରେଳପଥ ଏହାର ପରିସୀମା ମଧ୍ୟରେ…

ଗୋଟିଏ ଦିନରେ ୩ ଦୁର୍ଘଟଣା

ମୋରଡ଼ା/ରାସଗୋବିନ୍ଦପୁର,୬ା୨(ସ୍ମାରକ ମାଜୀ/ସତ୍ୟବାଦୀ ପରିଡ଼ା)- ମୟୂରଭଞ୍ଜ ଜିଲା ମୋରଡ଼ା ଓ଼ ରାସଗୋବିନ୍ଦପୁର ଥାନା ଅଞ୍ଚଳର ବିଭିନ୍ନ ସ୍ଥାନରେ ଦୁର୍ଘଟଣା ଘଟିଛି। ସୂଚନା ଅନୁଯାୟୀ, ଗୁରୁବାର ବିଳମ୍ବିତ ରାତିରେ ରାସଗୋବିନ୍ଦପୁର…

ସି କେ ନାଇଡୁ ଟ୍ରଫି: ବେଙ୍ଗଲ ଦଳ ୩୦୧/୬ , ଆୟୁଷ ସିଂଙ୍କ ଶତକ

ବରଗଡ଼,୬।୨(ପ୍ରେମାନନ୍ଦ ଖମାରୀ): ବରଗଡ଼ସ୍ଥିତ କ୍ରୀଷ୍ଣା ବିକାଶ ଗ୍ରାଉଣ୍ଡରେ ଓଡ଼ିଶା ଓ ବେଙ୍ଗଲ ମଧ୍ୟରେ ୨୩ ବର୍ଷରୁ କମ ସି.କେ ନାଇଡୁ ଟ୍ରଫିର ଏଲାଇଟ୍ ଗ୍ରପ୍‌ – ବି…

୮୫ କି.ଗ୍ରା. ଗଞ୍ଜେଇ ଜବତ: ୩ ଅଟକ

ଆନନ୍ଦପୁର, ୬ା୨(ସୁଶାନ୍ତ କୁମାର ସାହୁ): ଗଞ୍ଜେଇ ଭର୍ତ୍ତି ୨ଟି ଚାରିଚକିଆ ଗାଡି କେନ୍ଦୁଝର ସ୍ପେଶାଲ ସ୍କ୍ବାଡ୍‌ ଦ୍ୱାରା ଜବତ କରାଯାଇଛି। ଏଥିରେ ୮୫ କି.ଗ୍ରା. ଗଞ୍ଜେଇ ଥିବା…

U19 World Cup: ବିଶ୍ୱ ଚାମ୍ପିୟନ ହେଲା ଭାରତ, ତଥାପି ICCରୁ ପୁରସ୍କାରରେ ମିଳିବ ନାହିଁ ଗୋଟିଏ ଟଙ୍କା 

ହରାରେ,୬।୨: ଭାରତ ପୁଣି ଥରେ ୧୯ ବର୍ଷରୁ କମ୍‌ ବିଶ୍ୱକପରେ ଇତିହାସ ରଚିଲା। ଟିମ ଇଣ୍ଡିଆ ହରାରେ ସ୍ପୋଟର୍‌ସ କ୍ଲବ୍‌ରେ ଇଂଲଣ୍ଡ ବିପକ୍ଷରେ ଖେଳାଯାଇଥିବା ଫାଇନାଲରେ ବିଜୟୀ…

ଜୁଆଆଡ୍ଡା ଚାଲିଥିବା ବେଳେ ହଠାତ୍‌ ପହଞ୍ଚିଲା ପୋଲିସ

ଗଜପତି,୬।୨(ଗିରିଧାରୀ ପରିଛା): ଗଜପତି ଜିଲା ପାରଳାଖେମୁଣ୍ଡି ଥାନା ଅନ୍ତର୍ଗତ ଝାମିଙ୍ଗା ନିକଟରେ ଜୁଆଆଡ୍ଡା ଚାଲିଥିବା ବେଳେ ପାରଳାଖେମୁଣ୍ଡି ଆଦର୍ଶ ଥାନା ପୋଲିସ ଅତର୍କିତ ଚଢ଼ାଉ କରିଛି। ଏଥିରେ…

ହାତ ଯୋଡ଼ି ପ୍ରାର୍ଥନା କଲେ, ପରେ ୧୭ ମହଲାରୁ ଡେଇଁ ପଡ଼ିଲେ; ଚମକାଉଛି ବେକରୀ ମାଲିକଙ୍କ ମୃତ୍ୟୁ ପୂର୍ବର ଭିଡିଓ… 

ମୁମ୍ବାଇ,୬।୨: ମହାରାଷ୍ଟ୍ରର ସୋଲାପୁରରୁ ଏକ ଅତ୍ୟନ୍ତ ଦୁଃଖଦ ଖବର ସାମ୍ନାକୁ ଆସିଛି। ଏଠାର ପ୍ରସିଦ୍ଧ ମୁଲତାନି ବେକେରୀର ୬୦ ବର୍ଷୀୟ ମାଲିକ ସୁନୀଲ ସଦରଙ୍ଗାନୀ ବିଜୟପୁର ରୋଡରେ…

ଛାନିଆ ହୋଇଗଲେ କି ଯାତ୍ରା ମାଲିକ ନାଣ୍ଡୁ! ସାଇ ସତ୍ୟଜିତଙ୍କ ମା’ଙ୍କ ଅଭିଯୋଗ ପରେ…

ଭୁବନେଶ୍ୱର,୬।୨: ଖଳନାୟକ ସାଇ ସତ୍ୟଜିତଙ୍କ ମା’ଙ୍କ ଅଭିଯୋଗ ପରେ ଖଣ୍ଡଗିରି ଥାନାରେ ହାଜର ହେଲେ ‘ତୁଳସୀ’ ଗଣନାଟ୍ୟ ମାଲିକ ଅନନ୍ତ ଧଳ ଓରଫ ନାଣ୍ଡୁ। ସାଇଙ୍କ ମା’ଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri